Bible Language

1 Chronicles 22:9 (ORV) Oriya Old BSI Version

1 ସେତେବେଳେ ଦାଉଦ କହିଲେ, ଏହି ଗୃହ ସଦାପ୍ରଭୁ ପରମେଶ୍ଵରଙ୍କର ଏହି ହୋମବଳିର ବେଦି ଇସ୍ରାଏଲର
2 ଅନନ୍ତର ଦାଉଦ ଇସ୍ରାଏଲ-ଦେଶସ୍ଥ ବିଦେଶୀମାନଙ୍କୁ ଏକତ୍ର କରିବାକୁ ଆଜ୍ଞା ଦେଲେ; ପୁଣି ପରମେଶ୍ଵରଙ୍କ ଗୃହ ନିର୍ମାଣ କରିବା ପାଇଁ ଖୋଦିତ ପ୍ରସ୍ତର ପ୍ରସ୍ତୁତ କରିବାକୁ ରାଜମିସ୍ତ୍ରୀମାନଙ୍କୁ ନିଯୁକ୍ତ କଲେ
3 ଆଉ ଦାଉଦ ଦ୍ଵାର-କବାଟର କଣ୍ଟା ନିମନ୍ତେ କବ୍ଜା ନିମନ୍ତେ ବିସ୍ତର ଲୁହା ଅପରିମିତ ବିସ୍ତର ପିତ୍ତଳ ପ୍ରସ୍ତୁତ କଲେ
4 ଆଉ, ଅସଂଖ୍ୟ ଏରସକାଷ୍ଠ ପ୍ରସ୍ତୁତ କଲେ, କାରଣ ସୀଦୋନୀୟ ସୋରୀୟ ଲୋକମାନେ ଦାଉଦଙ୍କ ନିକଟକୁ ବିସ୍ତର ଏରସକାଷ୍ଠ ଆଣିଲେ
5 ଆଉ ଦାଉଦ କହିଲେ, ମୋʼ ପୁତ୍ର ଶଲୋମନ ଅଳ୍ପ-ବୟସ୍କ କୋମଳ, ପୁଣି ସଦାପ୍ରଭୁଙ୍କ ନିମନ୍ତେ ଯେଉଁ ଗୃହ ନିର୍ମାଣ କରାଯିବ, ତାହା କୀର୍ତ୍ତି ଗୌରବ ହେତୁରୁ ସମଗ୍ର ଦେଶରେ ଅତିଶୟ ପ୍ରତାପାନ୍ଵିତ ହେବ; ଏହେତୁ ମୁଁ ତହିଁ ପାଇଁ ଆୟୋଜନ କରିବି ଏହିପରି ଦାଉଦ ଆପଣା ମୃତ୍ୟୁପୂର୍ବେ ବିସ୍ତର ରୂପେ ଆୟୋଜନ କଲେ
6 ଅନନ୍ତର ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ ଡକାଇ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ନିମନ୍ତେ ଗୃହ ନିର୍ମାଣ କରିବାକୁ ଆଜ୍ଞା ଦେଲେ
7 ଆଉ ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ କହିଲେ, ସଦାପ୍ରଭୁ ଆମ୍ଭ ପରମେଶ୍ଵରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିବା ମୋହର ମନସ୍ଥ ଥିଲା
8 ମାତ୍ର ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ତୁମ୍ଭେ ବିସ୍ତର ରକ୍ତପାତ ବଡ଼ ବଡ଼ ଯୁଦ୍ଧ କରିଅଛ; ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ ନାହିଁ, କାରଣ ତୁମ୍ଭେ ଆମ୍ଭ ସାକ୍ଷାତରେ ଭୂମିରେ ବିସ୍ତର ରକ୍ତପାତ କରିଅଛ
9 ଦେଖ, ତୁମ୍ଭର ଏକ ପୁତ୍ର ଜାତ ହେବ, ସେ ବିଶ୍ରାମପ୍ରାପ୍ତ ମନୁଷ୍ୟ ହେବ; ପୁଣି ଆମ୍ଭେ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଶତ୍ରୁଠାରୁ ତାହାକୁ ବିଶ୍ରାମ ଦେବା; କାରଣ ତାହାର ନାମ ଶଲୋମନ ହେବ ଆମ୍ଭେ ତାହାର ସମୟରେ ଇସ୍ରାଏଲକୁ ଶାନ୍ତି ନିର୍ବିଘ୍ନତା ଦେବା;
10 ସେ ଆମ୍ଭ ନାମ ପାଇଁ ଗୃହ ନିର୍ମାଣ କରିବ; ସେ ଆମ୍ଭର ପୁତ୍ର ହେବ ଆମ୍ଭେ ତାହାର ପିତା ହେବା; ପୁଣି ଆମ୍ଭେ ଇସ୍ରାଏଲ ଉପରେ ତାହାର ରାଜସିଂହାସନ ଅନ; କାଳ ସ୍ଥାପନ କରିବା
11 ଏବେ ହେ ମୋହର ପୁତ୍ର, ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହେଉନ୍ତୁ; ତୁମ୍ଭେ କୃତକାର୍ଯ୍ୟ ହୁଅ ତୁମ୍ଭ ବିଷୟରେ ଉକ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ବାକ୍ୟାନୁସାରେ ତାହାଙ୍କର ଗୃହ ନିର୍ମାଣ କର
12 କେବଳ ସଦାପ୍ରଭୁ ତୁମ୍ଭକୁ ବୁଦ୍ଧି ବିବେଚନା ଦେଉନ୍ତୁ ଇସ୍ରାଏଲ ଉପରେ ତୁମ୍ଭକୁ ନିଯୁକ୍ତ କରନ୍ତୁ; ତାହାହେଲେ, ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କର ବ୍ୟବସ୍ଥା ପାଳନ କରି ପାରିବ
13 ସଦାପ୍ରଭୁ ଇସ୍ରାଏଲ ନିମନ୍ତେ ମୋଶାଙ୍କୁ ଯେ ଯେ ବିଧି ଶାସନ ଦେଇଅଛନ୍ତି, ସେସବୁ ଯେବେ ତୁମ୍ଭେ ପାଳିବାକୁ ମନୋଯୋଗ କରିବ, ତେବେ ତୁମ୍ଭେ କୃତକାର୍ଯ୍ୟ ହେବ; ବଳବାନ ସାହସିକ ହୁଅ; ଭୀତ କି ନିରାଶ ହୁଅ
14 ଆଉ ଦେଖ, ମୁଁ ଆପଣା କଷ୍ଟରେ ସଦାପ୍ରଭୁଙ୍କ ଗୃହ ନିମନ୍ତେ ଏକ ଲକ୍ଷ ତାଳ; ସୁନା ଦଶ ଲକ୍ଷ ତାଳ; ରୂପା; ଆଉ ଅପରିମିତ ବିସ୍ତର ପିତ୍ତଳ ଲୁହା ଆୟୋଜନ କରିଅଛି; ମଧ୍ୟ କଡ଼ି ପ୍ରସ୍ତର ପ୍ରସ୍ତୁତ କରିଅଛି, ତୁମ୍ଭେ ସେଥିରେ ଆହୁରି ଯୋଗ କରିବ
15 ଆହୁରି, ତୁମ୍ଭ ନିକଟରେ ଅନେକ ଶିଳ୍ପକାର ପଥର-କଟାଳି, ପୁଣି ପଥର କାଷ୍ଠର କର୍ମକାର ସର୍ବପ୍ରକାର କର୍ମରେ ବହୁତ ନିପୁଣ ଲୋକ ଅଛନ୍ତି;
16 ସୁନା, ରୂପା ପିତ୍ତଳ ଲୁହାର କିଛି ସଂଖ୍ୟା ନାହିଁ; ଉଠ, କର୍ମ କର ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହେଉନ୍ତୁ
17 ମଧ୍ୟ ଦାଉଦ ଇସ୍ରାଏଲର ସମସ୍ତ ଅଧିପତିଙ୍କି ଆପଣା ପୁତ୍ର ଶଲୋମନଙ୍କର ସାହାଯ୍ୟ କରିବାକୁ ଆଜ୍ଞା ଦେଇ କହିଲେ,
18 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର କʼଣ ତୁମ୍ଭମାନଙ୍କର ସହବର୍ତ୍ତୀ ନୁହନ୍ତି? ସେ କʼଣ ସବୁଆଡ଼େ ତୁମ୍ଭମାନଙ୍କୁ ବିଶ୍ରାମ ଦେଇ ନାହାନ୍ତି? ସେ ଦେଶ ନିବାସୀମାନଙ୍କୁ ମୋʼ ହସ୍ତରେ ସମର୍ପଣ କରିଅଛନ୍ତି; ଆଉ ସଦାପ୍ରଭୁଙ୍କ ତାହାଙ୍କ ଲୋକମାନଙ୍କ ସମ୍ମୁଖରେ ଦେଶ ବଶୀଭୂତ ରହିଅଛି
19 ଏଣୁ ଏବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କର ଅନ୍ଵେଷଣ କରିବା ପାଇଁ ଆପଣା ଆପଣା ଅନ୍ତଃକରଣ ପ୍ରାଣ ନିବେଶ କର; ଆଉ ଉଠ, ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଯେଉଁ ଗୃହ ନିର୍ମିତ ହେବ, ସେଠାକୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ପରମେଶ୍ଵରଙ୍କ ପବିତ୍ର ପାତ୍ରସକଳ ଆଣିବା ପାଇଁ ସଦାପ୍ରଭୁ ପରମେଶ୍ଵରଙ୍କର ଆବାସ ନିର୍ମାଣ କର