Bible Language

2 Chronicles 5 (ORV) Oriya Old BSI Version

1 ଏହିରୂପେ ସଦାପ୍ରଭୁଙ୍କ ଗୃହ ନିମନ୍ତେ ଶଲୋମନଙ୍କର କୃତ ସମସ୍ତ କାର୍ଯ୍ୟ ସମାପ୍ତ ହେଲା ପୁଣି ଶଲୋମନ ଆପଣା ପିତା ଦାଉଦଙ୍କର ପବିତ୍ରୀକୃତ ଦ୍ରବ୍ୟସବୁ, ଅର୍ଥାତ୍, ରୂପା ସୁନା ସମସ୍ତ ସାମଗ୍ରୀ ଭିତରକୁ ଆଣି ପରମେଶ୍ଵରଙ୍କ ଗୃହର ଭଣ୍ତାରରେ ରଖିଲେ
2 ତହୁଁ ଶଲୋମନ ଦାଉଦ-ନଗର ସିୟୋନରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବା ପାଇଁ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ବଂଶୀୟ ପ୍ରଧାନ ସମସ୍ତଙ୍କୁ, ଇସ୍ରାଏଲ-ସନ୍ତାନଗଣର ପିତୃବଂଶାଧିପତିମାନଙ୍କୁ ଯିରୂଶାଲମରେ ଏକତ୍ର କଲେ
3 ତହିଁରେ ସପ୍ତମ ମାସର ପର୍ବ ସମୟରେ ସମସ୍ତ ଇସ୍ରାଏଲ-ଲୋକ ରାଜାଙ୍କ ନିକଟରେ ଏକତ୍ର ହେଲେ
4 ପୁଣି ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଉପସ୍ଥିତ ହୁଅନ୍ତେ, ଲେବୀୟମାନେ ସିନ୍ଦୁକ ଉଠାଇଲେ।
5 ପୁଣି ସେମାନେ ସିନ୍ଦୁକ ସମାଗମ-ତମ୍ଵୁ ତମ୍ଵୁସ୍ଥିତ ସମସ୍ତ ପବିତ୍ର ପାତ୍ର ଆଣିଲେ; ଲେବୀୟ ଯାଜକମାନେ ତାହାସବୁ ଆଣିଲେ
6 ଆଉ ଶଲୋମନ ରାଜା ତାଙ୍କ ନିକଟରେ ଏକତ୍ରିତ ଇସ୍ରାଏଲର ସମଗ୍ର ମଣ୍ତଳୀ ସିନ୍ଦୁକ ସମ୍ମୁଖରେ ଥାଇ ମେଷ ଗୋରୁ ବଳିଦାନ କଲେ, ବାହୁଲ୍ୟପ୍ରଯୁକ୍ତ ତାହାସବୁ ଅସଂଖ୍ୟ ଅଗଣ୍ୟ ଥିଲା
7 ତହୁଁ ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ତହିଁର ସ୍ଥାନକୁ, ଅର୍ଥାତ୍, ଗୃହର ଗର୍ଭାଗାର, ମହାପବିତ୍ର ସ୍ଥାନ, କିରୂବଦ୍ଵୟର ପକ୍ଷ ତଳକୁ ଆଣିଲେ
8 ସେହି କିରୂବମାନେ ସିନ୍ଦୁକ-ସ୍ଥାନ ଉପରେ ପକ୍ଷ ବିସ୍ତାର କରିଥିଲେ କିରୂବମାନେ ଊର୍ଦ୍ଧ୍ଵରୁ ସିନ୍ଦୁକ ତହିଁର ସାଙ୍ଗୀ ଆଚ୍ଛାଦନ କଲେ
9 ପୁଣି ସେହି ସାଙ୍ଗୀ ଏତେ ଲମ୍ଵ ଥିଲା ଯେ, ତହିଁର ଅଗ୍ରଭାଗ ଗର୍ଭାଗାର ସମ୍ମୁଖରେ ସିନ୍ଦୁକଠାରୁ ଦେଖାଗଲା; ମାତ୍ର ବାହାରକୁ ଦେଖାଗଲା ନାହିଁ; ଆଜି ପର୍ଯ୍ୟନ୍ତ ତାହା ସେହି ସ୍ଥାନରେ ଅଛି
10 ଇସ୍ରାଏଲ-ସନ୍ତାନଗଣ ମିସର ଦେଶରୁ ବାହାର ହୋଇ ଆସିବା ବେଳେ ସଦାପ୍ରଭୁ ସେମାନଙ୍କ ସହିତ ନିୟମ କରିବା ସମୟରେ ମୋଶା ହୋରେବ୍ ନିକଟରେ ଯେଉଁ ଦୁଇ ପ୍ରସ୍ତରଫଳକ ସିନ୍ଦୁକ ମଧ୍ୟରେ ରଖିଥିଲେ, ତଦ୍ଭିନ୍ନ ତହିଁରେ ଆଉ କିଛି ଥିଲା
11 ଉପସ୍ଥିତ ଯାଜକ ସମସ୍ତେ ଆପଣାମାନଙ୍କୁ ପବିତ୍ର କରିଥିଲେ ଆପଣା ଆପଣା ପାଳିର କର୍ମ କରୁ ଥିଲେ
12 ମଧ୍ୟ ଲେବୀୟ ଗାୟକ ସମସ୍ତେ, ଅର୍ଥାତ୍, ଆସଫ, ହେମନ୍, ଯିଦୂଥୂନ୍ ସେମାନଙ୍କ ପୁତ୍ର ଭାତ୍ରୁଗଣ କ୍ଷୌମବସ୍ତ୍ର ପିନ୍ଧି କରତାଳ ନେବଲ ବୀଣା ଧରି ଯଜ୍ଞବେଦିର ପୂର୍ବ ଦିଗରେ ଠିଆ ହୋଇଥିଲେ ସେମାନଙ୍କ ସଙ୍ଗେ ତୂରୀବାଦକ ଏକ ଶହ କୋଡ଼ିଏ ଜଣ ଯାଜକ ଥିଲେ; ତହୁଁ ଯାଜକମାନେ ପବିତ୍ର ସ୍ଥାନରୁ ବାହାର ହୋଇ ଆସନ୍ତେ,
13 ସେହି ତୂରୀବାଦକ ଗାୟକ ସମସ୍ତେ ଏକସ୍ଵରରେ ସଦାପ୍ରଭୁଙ୍କ ପ୍ରଶଂସା ଧନ୍ୟବାଦ କରିବାକୁ ଏକ ହୁଅନ୍ତେ, ପୁଣି ସଦାପ୍ରଭୁ ମଙ୍ଗଳମୟ, କାରଣ ତାହାଙ୍କର କରୁଣା ସଦାକାଳସ୍ଥାୟୀ, ଏହା ବୋଲି ସେମାନେ ତୂରୀ କରତାଳ ବାଦ୍ୟଯନ୍ତ୍ର ସହିତ ଉଚ୍ଚୈଃସ୍ଵରରେ ତାହାଙ୍କର ପ୍ରଶଂସାଧ୍ଵନି କରନ୍ତେ, ସେହି ଗୃହ, ଅର୍ଥାତ୍, ସଦାପ୍ରଭୁଙ୍କ ଗୃହ ଏକ ମେଘରେ ଏରୂପ ପରିପୂର୍ଣ୍ଣ ହେଲା ପ୍ର.ବଂ. ୧୬:୩୪,୪୧
14 ଯେ, ଯାଜକମାନେ ସେହି ମେଘ ସକାଶୁ ପରିଚର୍ଯ୍ୟା କରିବାକୁ ଠିଆ ହୋଇ ପାରିଲେ ନାହିଁ; କାରଣ ସଦାପ୍ରଭୁଙ୍କ ପ୍ରତାପ ସଦାପ୍ରଭୁଙ୍କ ଗୃହକୁ ପରିପୂର୍ଣ୍ଣ କଲା