Bible Language

2 Samuel 4:5 (ORV) Oriya Old BSI Version

1 ଆଉ ଶାଉଲଙ୍କର ପୁତ୍ର ଈଶ୍ବୋଶତ ଯେତେବେଳେ ଶୁଣିଲା ଯେ, ହିବ୍ରୋଣରେ ଅବ୍ନର ମରିଅଛି, ସେତେବେଳେ ତାହାର ହସ୍ତ ଦୁର୍ବଳ ହେଲା ଏବଂ ସମୁଦାୟ ଇସ୍ରାଏଲ ବିହ୍ଵଳ ହେଲେ
2 ପୁଣି ଶାଉଲଙ୍କର ପୁତ୍ର ଈଶ୍ବୋଶତର ଦୁଇ ଜଣ ଦଳପତି ଥିଲେ; ଜଣକର ନାମ ବାନା ଅନ୍ୟର ନାମ ରେଖବ୍; ଏମାନେ ବିନ୍ୟାମୀନ ବଂଶଜାତ ବୋରୋତୀୟ ରିମ୍ମୋଣର ପୁତ୍ର (କାରଣ ବେରୋତ୍ ମଧ୍ୟ ବିନ୍ୟାମୀନର ଅଧିକାରରେ ଗଣିତ;
3 ମାତ୍ର ବେରୋତୀୟମାନେ ଗିତ୍ତୟିମକୁ ପଳାଇଲେ ସେହି ସ୍ଥାନରେ ଆଜି ପର୍ଯ୍ୟନ୍ତ ପ୍ରବାସ କରୁଅଛନ୍ତି ।)
4 ଶାଉଲଙ୍କର ପୁତ୍ର ଯୋନାଥନଙ୍କର ଗୋଟିଏ ପୁତ୍ର ଥିଲା, ତାହାର ଦୁଇ ପାଦ ଛୋଟା ଯିଷ୍ରିୟେଲରୁ ଶାଉଲ ଯୋନାଥନ ବିଷୟକ ସମ୍ଵାଦ ଆସିବା ବେଳେ ତାହାକୁ ପାଞ୍ଚ ବର୍ଷ ହୋଇଥିଲା, ପୁଣି ତାହାର ଧାତ୍ରୀ ତାହାକୁ ନେଇ ପଳାଇଲା; ମାତ୍ର ପଳାଇବା ପାଇଁ ଚଞ୍ଚଳ ହେବାରୁ ପିଲା ପଡ଼ି ଯାଇ ଛୋଟା ହେଲା ତାହାର ନାମ ମଫୀବୋଶତ୍
5 ଅନନ୍ତର ଈଶ୍ବୋଶତ ମଧ୍ୟାହ୍ନ ସମୟରେ ବିଶ୍ରାମ ନେବା ବେଳେ ବେରୋତୀୟ ରିମ୍ମୋଣର ପୁତ୍ର ରେଖବ୍ ବାନା ଯାଇ ପ୍ରାୟ ଖରା ବେଳେ ତାହାର ଗୃହରେ ଉପସ୍ଥିତ ହେଲେ
6 ପୁଣି ସେମାନେ ସେଠାରେ ପ୍ରବେଶ କରି ଗହମ ଆଣିବା ଛଳରେ ଗୃହ ଭିତରକୁ ଯାଇ ତାହାର ପେଟରେ ଆଘାତ କଲେ ତହୁଁ ରେଖବ୍ ତାହାର ଭାଇ ବାନା ପଳାଇ ଗଲେ
7 (ଘଟଣା) ଏରୂପ ହେଲା ଯେ, ସେମାନେ ଗୃହ ଭିତରକୁ ଆସି ସେ ଆପଣା ଶୟନ ଗୃହରେ ଶଯ୍ୟା ଉପରେ ଶୋଇଥିବା ବେଳେ ତାହାକୁ ଆଘାତ କରି ବଧ କଲେ ତାହାର ମସ୍ତକ କାଟି ସେହି ମସ୍ତକ ନେଇ ପଦାଭୂମିର ପଥ ଦେଇ ରାତ୍ରିଯାକ ଗମନ କଲେ
8 ଏଉତ୍ତାରେ ସେମାନେ ଈଶ୍ବୋଶତର ମସ୍ତକ ହିବ୍ରୋଣରେ ଦାଉଦଙ୍କ କତିକି ଆଣିଲେ ରାଜାଙ୍କୁ କହିଲେ, ଦେଖନ୍ତୁ, ଆପଣଙ୍କ ପ୍ରାଣ ଅନ୍ଵେଷଣକାରୀ ଶତ୍ରୁ ଯେ ଶାଉଲ, ତାଙ୍କର ପୁତ୍ର ଈଶ୍ବୋଶତର ମସ୍ତକ ଏହି; ସଦାପ୍ରଭୁ ଆଜି ମୋʼ ପ୍ରଭୁ ମହାରାଜାଙ୍କ ପକ୍ଷରେ ଶାଉଲ ତାଙ୍କର ବଂଶଠାରୁ ପରିଶୋଧ ନେଇଅଛନ୍ତି
9 ମାତ୍ର ଦାଉଦ ବୋରୋତୀୟ ରିମ୍ମୋଣର ପୁତ୍ର ରେଖବ୍କୁ ତାହାର ଭାଇ ବାନାକୁ ଉତ୍ତର ଦେଇ କହିଲେ, ଯେ ସମୁଦାୟ କ୍ଳେଶରୁ ମୋʼ ପ୍ରାଣକୁ ମୁକ୍ତ କରିଅଛନ୍ତି, ସେହି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ କହୁଅଛି,
10 ଯେତେବେଳେ ଜଣେ ଆପଣାକୁ ଶୁଭ ବାର୍ତ୍ତାବାହକ ମନେକରି ମୋତେ କହିଲା, ଦେଖନ୍ତୁ, ଶାଉଲ ମରିଅଛି, ସେତେବେଳେ ମୁଁ ତହିଁର ପୁରସ୍କାର ଦେବା ନିମନ୍ତେ ତାହାକୁ ଧରି ସିକ୍ଳଗ୍ରେ ବଧ କଲି
11 ତେବେ ଯେଉଁମାନେ ଧାର୍ମିକ ଲୋକକୁ ତାହାର ନିଜ ଗୃହ ଭିତରେ, ତାହାର ଶଯ୍ୟା ଉପରେ ମାରି ପକାଇଅଛନ୍ତି, ଏପରି ଦୁଷ୍ଟ ଲୋକଙ୍କୁ କି ତତୋଧିକ କରିବି, ଏବେ ମୁଁ କି ତୁମ୍ଭମାନଙ୍କ ହସ୍ତରୁ ତାହାର ରକ୍ତର ପରିଶୋଧ ନେବି ପୃଥିବୀରୁ ତୁମ୍ଭମାନଙ୍କୁ ଉଚ୍ଛିନ୍ନ କରିବି?
12 ତହିଁରେ ଦାଉଦ ଆପଣା ଯୁବାମାନଙ୍କୁ ଆଜ୍ଞା ଦିଅନ୍ତେ, ସେମାନେ ସେମାନଙ୍କୁ ବଧ କଲେ, ଆଉ ସେମାନଙ୍କର ହସ୍ତ ପାଦ ଛେଦନ କରି ହିବ୍ରୋଣସ୍ଥ ପୁଷ୍କରିଣୀ ନିକଟରେ ଟଙ୍ଗାଇ ଦେଲେ ମାତ୍ର ସେମାନେ ଈଶ୍ବୋଶତର ମସ୍ତକ ନେଇ ହିବ୍ରୋଣରେ ଅବ୍ନର-କବରରେ କବର ଦେଲେ