Bible Language

Revelation 15:7 (ORV) Oriya Old BSI Version

1 ତତ୍ପରେ ମୁଁ ସ୍ଵର୍ଗରେ ଆଉ ଏକ ମହା ଅଦ୍ଭୁତ ଲକ୍ଷଣ ଦେଖିଲି, ସପ୍ତ ଦୂତ, ସେମାନଙ୍କ ହସ୍ତରେ ସପ୍ତ କ୍ଳେଶ, ଏହା ହିଁ ଶେଷ, କାରଣ ଏହି କ୍ଳେଶମାନଙ୍କରେ ଈଶ୍ଵରଙ୍କ କ୍ରୋଧ ସମାପ୍ତ
2 ଆଉ, ମୁଁ ଦେଖିଲି, ଯେପରି ଅଗ୍ନିମିଶ୍ରିତ ଗୋଟିଏ କାଚମୟ ସମୁଦ୍ର, ପୁଣି ଯେଉଁମାନେ ପଶୁ, ତାହାର ପ୍ରତିମା, ତାହା ନାମର ସଂଖ୍ୟା ଉପରେ ବିଜୟୀ ହୋଇଅଛନ୍ତି, ସେମାନେ ଈଶ୍ଵରଙ୍କ ବୀଣା ଧାରଣ କରି ସେହି କାଚମୟ ସମୁଦ୍ର ତୀରରେ ଦଣ୍ତାୟମାନ ହୋଇଅଛନ୍ତି
3 ସେମାନେ ଈଶ୍ଵରଙ୍କ ଦାସ ମୋଶା ମେଷଶାବକଙ୍କ ଗୀତ ଗାନ କରି କହୁଅଛନ୍ତି, ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ଵର, ତୁମ୍ଭର କର୍ମସମୂହ ମହତ୍ ଆଶ୍ଚର୍ଯ୍ୟ; ହେ ଜାତିସମୂହର ରାଜା, ତୁମ୍ଭର ପଥସମସ୍ତ ନ୍ୟାଯ୍ୟ ସତ୍ୟ
4 ହେ ପ୍ରଭୁ, କିଏ ତୁମ୍ଭକୁ ଭୟ କରିବ? କିଏ ତୁମ୍ଭ ନାମର ଗୌରବ କୀର୍ତ୍ତନ କରିବ? କାରଣ କେବଳ ତୁମ୍ଭେ ହିଁ ପବିତ୍ର; ଜାତିସମୂହ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ; ତେଣୁ ତୁମ୍ଭର ନ୍ୟାଯ୍ୟ କର୍ମସମୂହ ପ୍ରକାଶିତ ହୋଇଅଛି
5 ଏଥିଉତ୍ତାରେ ମୁଁ ଦେଖିଲି, ସ୍ଵର୍ଗସ୍ଥ ସାକ୍ଷ୍ୟତମ୍ଵୁର ମନ୍ଦିରର ଦ୍ଵାର ଉନ୍ମୁକ୍ତ ହେଲା,
6 ଆଉ ମନ୍ଦିରରୁ ସେହି ସପ୍ତକ୍ଳେଶଧାରୀ ସପ୍ତ ଦୂତ ବାହାରି ଆସିଲେ, ସେମାନେ ମଣିଖଚିତ ନିର୍ମଳ ଉଜ୍ଜ୍ଵଳ ମସୀନା ବସ୍ତ୍ର ପରିହିତ ପୁଣି ସେମାନଙ୍କ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ବଦ୍ଧ
7 ସେଥିରେ ଚାରି ପ୍ରାଣୀଙ୍କ ମଧ୍ୟରୁ ଗୋଟିଏ ପ୍ରାଣୀ ଅନନ୍ତଜୀବୀ ଈଶ୍ଵରଙ୍କ କ୍ରୋଧରେ ପରିପୂର୍ଣ୍ଣ ସପ୍ତ ସୁବର୍ଣ୍ଣ ପାତ୍ର ସେହି ସପ୍ତ ଦୂତଙ୍କୁ ଦେଲେ
8 ଆଉ ଈଶ୍ଵରଙ୍କ ଗୌରବ ଶକ୍ତିର ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା, ସପ୍ତ ଦୂତଙ୍କ ସପ୍ତ କ୍ଳେଶ ସମାପ୍ତ ହେବା ପର୍ଯ୍ୟନ୍ତ କେହି ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ