Bible Language

Genesis 10 (ORV) Oriya Old BSI Version

1 ଶେମ, ହାମ, ଯେଫତ୍ ନାମକ ନୋହଙ୍କର ପୁତ୍ରମାନଙ୍କ ବଂଶାବଳୀ ଏହି ଜଳପ୍ଳାବନ ଉତ୍ତାରେ ସେମାନଙ୍କର ଏହି ସମସ୍ତ ସନ୍ତାନ ଜନ୍ମିଥିଲେ
2 ଗୋମର ମାଗୋଗ୍ ମାଦୟ ଯବନ ତୂବଲ ମେଶକ୍ ତିରସ, ଏମାନେ ଯେଫତ୍ର ସନ୍ତାନ
3 ଅସ୍କିନସ୍ ରୀଫତ୍ ତୋଗର୍ମ, ଏମାନେ ଗୋମରର ସନ୍ତାନ
4 ପୁଣି ଇଲୀଶା ତର୍ଶୀଶ କିତ୍ତୀମ ଦୋଦାନୀମ, ଏମାନେ ଯବନର ସନ୍ତାନ
5 ଏମାନଙ୍କଠାରୁ ଅନ୍ୟଦେଶୀୟମାନଙ୍କର ଦ୍ଵୀପନିବାସୀଗଣ ଆପଣାମାନଙ୍କ ଦେଶବିଦେଶରେ ସ୍ଵ ସ୍ଵ ଭାଷାନୁସାରେ ବ୍ୟାପ୍ତ ହୋଇ ଆପଣା ଆପଣା ବଂଶ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲେ
6 କୂଶ ମିସର ପୂଟ୍ କିଣାନ, ଏମାନେ ହାମର ସନ୍ତାନ
7 ସବା ହବୀଲା ସପ୍ତା ରୟମା ସପ୍ତକା, ଏମାନେ କୂଶର ସନ୍ତାନ ଶିବା ଦାଦାନ, ଏମାନେ ରୟମାର ସନ୍ତାନ
8 ନିମ୍ରୋଦ୍ କୂଶର ପୁତ୍ର; ସେ ପୃଥିବୀ ମଧ୍ୟରେ ପରାକ୍ରମୀ ହେବାକୁ ଲାଗିଲା
9 ସେ ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରା; ବ୍ୟାଧ ହେଲା; ଏଣୁ ଲୋକମାନେ ଏପର୍ଯ୍ୟନ୍ତ ଏହି ଦୃଷ୍ଟାନ୍ତ କହନ୍ତି, ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରା; ବ୍ୟାଧ ନିମ୍ରୋଦ୍ ତୁଲ୍ୟ
10 ପୁଣି ଶିନୀୟର ଦେଶରେ ବାବିଲ ଏରକ ଅକ୍କଦ୍ କଲନୀ, ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା
11 ସେହି ଦେଶରୁ ଅଶୂର ନିର୍ଗତ ହୋଇ ନୀନିବୀ ରହୋବୋତ୍ ପୁରୀ କେଲହ,
12 ପୁଣି ନୀନିବୀ କେଲହର ମଧ୍ୟସ୍ଥିତ ରେଷନ୍ ନଗର ସ୍ଥାପନ କଲା; ଏହି ରେଷନ୍ ମହାନଗର
13 ପୁଣି ଲୁଦୀୟ ଅନାମୀୟ ଲହାବୀୟ ନପ୍ତୁହୀୟ
14 ପଥ୍ରୋଷୀୟ ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ କପ୍ତୋରୀୟ, ଏମାନେ ମିସରର ସନ୍ତାନ
15 ପୁଣି କିଣାନର ଜ୍ୟେଷ୍ଠ ପୁତ୍ର ସୀଦୋନ, ତାହା ଉତ୍ତାରେ ହେତ୍
16 ଯିବୁଷୀୟ ଇମୋରୀୟ ଗୀର୍ଗାଶୀୟ
17 ହିବ୍ବୀୟ ଅର୍କୀୟ ସିନୀୟ
18 ଅର୍ବଦୀୟ ସମାରୀୟ ହମାତୀୟ; ଅନନ୍ତର କିଣାନୀୟମାନଙ୍କ ବଂଶ ବ୍ୟାପିଗଲେ
19 ତହିଁରେ ସୀଦୋନଠାରୁ ଗରାର ଦିଗକୁ ଘସା ପର୍ଯ୍ୟନ୍ତ, ପୁଣି ସଦୋମ ହମୋରା ଅଦ୍ମା ସବୋୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ (ବସତିର) ସୀମା ଥିଲା
20 ଆପଣା ଆପଣା ଦେଶ ଗୋଷ୍ଠୀରେ ସେମାନଙ୍କ ବଂଶ ଭାଷାନୁସାରେ ଏସମସ୍ତେ ହାମର ସନ୍ତାନ
21 ଯେଫତ୍ର ଜ୍ୟେଷ୍ଠ ଭ୍ରାତା ଶେମର ମଧ୍ୟ ସନ୍ତାନସନ୍ତତି ଥିଲେ, ଅର୍ଥାତ୍, ସେ ଏବରର ସନ୍ତାନମାନଙ୍କ ଆଦିପୁରୁଷ ଥିଲା
22 ଶେମର ଏହି ସବୁ ସନ୍ତାନ, ଏଲମ୍ ଅଶୂର ଅର୍ଫକ୍ଷଦ ଲୂଦ ଅରାମ୍
23 ଏହି ଅରାମର ସନ୍ତାନ ଊଷ୍ ହୂଲ ଗେଥର ମଶ୍
24 ପୁଣି ଅର୍ଫକ୍ଷଦର ସନ୍ତାନ ଶେଲହ ଶେଲହର ସନ୍ତାନ ଏବର
25 ଏହି ଏବରର ଦୁଇ ପୁତ୍ର; ଏକର ନାମ ପେଲଗ୍ (ବିଭାଗ), କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା; ତାହାର ଭ୍ରାତାର ନାମ ଯକ୍ତନ୍
26 ପୁଣି ଯକ୍ତନ୍ର ପୁତ୍ର ଅଲମୋଦଦ ଶେଲପ୍ ହତ୍ସର୍ମାବତ୍ ଯେରହ
27 ହଦୋରାମ ଊଷଲ ଦିକ୍ଳ
28 ଓବଲ ଅବୀମାୟେଲ୍ ଶିବା
29 ଓଫୀର ହବୀଲା ଯୋବବ୍, ଏହି ସମସ୍ତ ଯକ୍ତନର ସନ୍ତାନ
30 ମେଷା ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ଯ୍ୟନ୍ତ ସେମାନଙ୍କର ବସତି ଥିଲା
31 ଆପଣା ଆପଣା ଦେଶରେ ସେମାନଙ୍କର ବଂଶ ଭାଷା ଗୋଷ୍ଠୀ ଅନୁସାରେ ଏସମସ୍ତେ ଶେମର ସନ୍ତାନ
32 ଆପଣା ଆପଣା ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ; ପୁଣି ଜଳପ୍ଳାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ