Bible Versions
Bible Books

2 Kings 2 (ORV) Oriya Old BSI Version

1 ଏଥିଉତ୍ତାରେ ସଦାପ୍ରଭୁ ଏଲୀୟଙ୍କୁ ଘୂର୍ଣ୍ଣିବାୟୁରେ ସ୍ଵର୍ଗକୁ ଘେନି ଯିବା ପାଇଁ ଉଦ୍ୟତ ହୁଅନ୍ତେ, ଏଲୀୟ ଇଲୀଶାୟଙ୍କ ସହିତ ଗିଲ୍ଗଲ୍ରୁ ଗଲେ
2 ପୁଣି ଏଲୀୟ ଇଲୀଶାୟଙ୍କୁ କହିଲେ, ମୁଁ ବିନୟ କରୁଅଛି, ତୁମ୍ଭେ ଏଠାରେ ଥାଅ; କାରଣ ସଦାପ୍ରଭୁ ମୋତେ ବୈଥେଲ ପର୍ଯ୍ୟନ୍ତ ପଠାଇଅଛନ୍ତି ତହିଁରେ ଇଲୀଶାୟ କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ ତହୁଁ ସେମାନେ ବୈଥେଲକୁ ଗଲେ
3 ସେତେବେଳେ ବୈଥେଲ ନିବାସୀ ଭବିଷ୍ୟଦ୍ବକ୍ତାଗଣର ପୁତ୍ରମାନେ ଇଲୀଶାୟଙ୍କ ନିକଟକୁ ବାହାରି ଆସି ତାଙ୍କୁ କହିଲେ, ଆଜି ସଦାପ୍ରଭୁ ତୁମ୍ଭ ମସ୍ତକରୁ ତୁମ୍ଭ ପ୍ରଭୁଙ୍କୁ ନେଇଯିବେ ବୋଲି ତୁମ୍ଭେ କʼଣ ଜାଣୁଅଛ? ତହୁଁ ସେ କହିଲେ, ହଁ, ମୁଁ ଜାଣୁଅଛି; ତୁମ୍ଭେମାନେ ତୁନି ହୁଅ
4 ଏଉତ୍ତାରେ ଏଲୀୟ ତାଙ୍କୁ କହିଲେ, ହେ ଇଲୀଶାୟ, ମୁଁ ବିନୟ କରୁଅଛି, ତୁମ୍ଭେ ଏଠାରେ ଥାଅ; କାରଣ ସଦାପ୍ରଭୁ ମୋତେ ଯିରୀହୋକୁ ପଠାଇଅଛନ୍ତି ଏଥିରେ ସେ କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ ତହୁଁ ସେମାନେ ଯିରୀହୋକୁ ଗଲେ
5 ଏଥିରେ ଯିରୀହୋ ନିବାସୀ ଭବିଷ୍ୟଦ୍ବକ୍ତାଗଣର ପୁତ୍ରମାନେ ଇଲୀଶାୟଙ୍କ ନିକଟକୁ ଆସି ତାଙ୍କୁ କହିଲେ, ସଦାପ୍ରଭୁ ଆଜି ତୁମ୍ଭ ମସ୍ତକରୁ ତୁମ୍ଭ ପ୍ରଭୁଙ୍କୁ ନେଇଯିବେ ବୋଲି ତୁମ୍ଭେ କʼଣ ଜାଣୁଅଛ? ସେ ଉତ୍ତର କଲେ, ହଁ, ମୁଁ ଜାଣୁଅଛି; ତୁମ୍ଭେମାନେ ତୁନି ହୁଅ
6 ଏଉତ୍ତାରେ ଏଲୀୟ ତାଙ୍କୁ କହିଲେ, ମୁଁ ବିନୟ କରୁଅଛି, ଏଠାରେ ଥାଅ; କାରଣ ସଦାପ୍ରଭୁ ମୋତେ ଯର୍ଦ୍ଦନକୁ ପଠାଇଅଛନ୍ତି ତହୁଁ ସେ କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ ଏଥିରେ ସେ ଦୁହେଁ ଅଗ୍ରସର ହେଲେ
7 ପୁଣି ଭବିଷ୍ୟଦ୍ବକ୍ତାଗଣଙ୍କ ପୁତ୍ରମାନଙ୍କ ମଧ୍ୟରୁ ପଚାଶ ଜଣ ଯାଇ ସେମାନଙ୍କ ସମ୍ମୁଖରେ ଦୂରରେ ଠିଆ ହେଲେ; ଆଉ ସେ ଦୁହେଁ ଯର୍ଦ୍ଦନ ନିକଟରେ ଠିଆ ହେଲେ
8 ଏଥିରେ ଏଲୀୟ ଆପଣା ବସ୍ତ୍ର ନେଇ ଏକତ୍ର ଗୁଡ଼ାଇ ଜଳକୁ ଆଘାତ କଲେ, ତହିଁରେ ଜଳ ଏପାଖେ ସେପାଖେ ବିଭକ୍ତ ହୋଇଯାʼନ୍ତେ, ସେ ଦୁହେଁ ଶୁଷ୍କ ଭୂମି ଦେଇ ପାର ହୋଇଗଲେ
9 ପୁଣି ସେମାନେ ପାର ହୋଇ ଗଲା ଉତ୍ତାରେ ଏଲୀୟ ଇଲୀଶାୟଙ୍କୁ କହିଲେ, ମୁଁ ତୁମ୍ଭ ପାଇଁ କଅଣ କରିବି, ଏହା ମୁଁ ତୁମ୍ଭ ନିକଟରୁ ଅନ୍ତରିତ ହେବା ପୂର୍ବରୁ ମାଗ ତହିଁରେ ଇଲୀଶାୟ କହିଲେ, ମୁଁ ବିନୟ କରୁଅଛି, ଆପଣଙ୍କ ଆତ୍ମାର ଦୁଇଗୁଣ ଅଂଶ ମୋʼ ଉପରେ ବର୍ତ୍ତୁ
10 ଏଥିରେ ସେ କହିଲେ, ତୁମ୍ଭେ ଦୁଃସାଧ୍ୟ ବିଷୟ ମାଗିଲ; ତଥାପି ମୁଁ ତୁମ୍ଭ ନିକଟରୁ ଅନ୍ତରିତ ହେବା ବେଳେ ଯେବେ ତୁମ୍ଭେ ମୋତେ ଦେଖିବ, ତେବେ ତୁମ୍ଭ ପ୍ରତି ତଦ୍ରୂପ ବର୍ତ୍ତିବ; ମାତ୍ର ତାହା ହେଲେ, ବର୍ତ୍ତିବ ନାହିଁ
11 ଏହିରୂପେ ସେମାନେ ଯାଉ ଯାଉ କଥାବାର୍ତ୍ତା କରୁ କରୁ ଦେଖ, ଏକ ଅଗ୍ନିମୟ ରଥ ଅଗ୍ନିମୟ ଅଶ୍ଵମାନ ଉପସ୍ଥିତ ହୋଇ ସେ ଦୁହିଁଙ୍କି ପୃଥକ୍ କଲା; ପୁଣି ଏଲୀୟ ଘୂର୍ଣ୍ଣିବାୟୁରେ ସ୍ଵର୍ଗାରୋହଣ କଲେ
12 ଆଉ ଇଲୀଶାୟ ତାହା ଦେଖି ଉଚ୍ଚୈଃସ୍ଵରରେ କହିଲେ, ହେ ଆମ୍ଭ ପିତଃ, ହେ ଆମ୍ଭ ପିତଃ, ହେ ଇସ୍ରାଏଲର ରଥ ତହିଁର ଅଶ୍ଵାରୋହୀଗଣଣ! ଏଉତ୍ତାରେ ସେ ତାଙ୍କୁ ଆଉ ଦେଖିଲେ ନାହିଁ; ଏଣୁ ସେ ଆପଣା ବସ୍ତ୍ର ଧରି ଦୁଇ ଖଣ୍ତ କରି ଚିରିଲେ
13 ମଧ୍ୟ ସେ ଏଲୀୟଙ୍କଠାରୁ ପଡ଼ିଥିବା ବସ୍ତ୍ରଖଣ୍ତ ଉଠାଇ ନେଲେ ଫେରିଯାଇ ଯର୍ଦ୍ଦନ ତୀରରେ ଠିଆ ହେଲେ
14 ପୁଣି ସେ ଏଲୀୟଙ୍କଠାରୁ ପଡ଼ିଥିବା ବସ୍ତ୍ର ନେଇ ଜଳକୁ ଆଘାତ କରି କହିଲେ, ସଦାପ୍ରଭୁ ଏଲୀୟଙ୍କର ପରମେଶ୍ଵର କାହାନ୍ତି? ପୁଣି ସେ ମଧ୍ୟ ଜଳକୁ ଆଘାତ କରନ୍ତେ, ତାହା ଏପାଖେ ସେପାଖେ ବିଭକ୍ତ ହୋଇଗଲା; ତହିଁରେ ଇଲୀଶାୟ ପାର ହୋଇଗଲେ
15 ଆଉ ଯିରୀହୋ ନିବାସୀ ଭବିଷ୍ୟଦ୍ବକ୍ତାଗଣର ଯେଉଁ ପୁତ୍ରମାନେ ତାଙ୍କ ସମ୍ମୁଖରେ ଥିଲେ, ସେମାନେ ତାଙ୍କୁ ଦେଖି କହିଲେ, ଏଲୀୟଙ୍କର ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା ତହୁଁ ସେମାନେ ତାଙ୍କୁ ଭେଟିବାକୁ ଆସି ତାଙ୍କ ସମ୍ମୁଖରେ ଭୂମିଷ୍ଠ ପ୍ରଣାମ କଲେ
16 ଆଉ ସେମାନେ ତାଙ୍କୁ କହିଲେ, ଏବେ ଦେଖନ୍ତୁ, ଆପଣଙ୍କ ଦାସମାନଙ୍କ ସଙ୍ଗେ ପଚାଶ ବଳବାନ ଲୋକ ଅଛନ୍ତି; ଆମ୍ଭେମାନେ ବିନୟ କରୁଅଛୁ, ସେମାନେ ଯାଇ ଆପଣଙ୍କ ପ୍ରଭୁଙ୍କୁ ଖୋଜନ୍ତୁ; ହୋଇପାରେ, ସଦାପ୍ରଭୁଙ୍କ ଆତ୍ମା ତାଙ୍କୁ ଊର୍ଦ୍ଧ୍ଵକୁ ନେଇ କୌଣସି ପର୍ବତ ଅବା ଉପତ୍ୟକାରେ ପକାଇ ଦେଇଥିବେ ଏଥିରେ ସେ କହିଲେ, ତୁମ୍ଭେମାନେ ପଠାଅ ନାହିଁ
17 ତଥାପି ସେ ଲଜ୍ଜିତ ହେବା ପର୍ଯ୍ୟନ୍ତ ସେମାନେ ତାଙ୍କୁ ପ୍ରବର୍ତ୍ତାନ୍ତେ, ସେ କହିଲେ, ପଠାଅ ଏହେତୁ ସେମାନେ ପଚାଶ ଲୋକ ପଠାଇଲେ, ଆଉ ସେମାନେ ତାଙ୍କୁ ତିନି ଦିନ ଖୋଜିଲେ, ମାତ୍ର ପାଇଲେ ନାହିଁ
18 ପୁଣି ଇଲୀଶାୟ ଯିରୀହୋରେ ଥାଉ ଥାଉ ସେମାନେ ତାଙ୍କ ନିକଟକୁ ଫେରି ଆସିଲେ; ଏଥିରେ ସେ ସେମାନଙ୍କୁ କହିଲେ, ଯାଅ ବୋଲି ମୁଁ କʼଣ ତୁମ୍ଭମାନଙ୍କୁ କହି ଥିଲି?
19 ଅନନ୍ତର ନଗରସ୍ଥ ଲୋକମାନେ ଇଲୀଶାୟଙ୍କୁ କହିଲେ, ଦେଖନ୍ତୁ, ଆମ୍ଭେମାନେ ବିନୟ କରୁଅଛୁ, ଆମ୍ଭମାନଙ୍କ ପ୍ରଭୁ ଦେଖୁଅଛନ୍ତି ଯେ, ଏହି ନଗରର ସ୍ଥାନ ମନୋରମ; ମାତ୍ର ଜଳ ମନ୍ଦ ଭୂମି ଫଳନାଶକ
20 ତହିଁରେ ସେ କହିଲେ, ମୋʼ କତିକି ଗୋଟିଏ ନୂତନ ପାତ୍ର ଆଣ ତହିଁରେ ଲବଣ ଦିଅ ତହୁଁ ସେମାନେ ତାଙ୍କ ନିକଟକୁ ତାହା ଆଣିଲେ
21 ଏଥିରେ ସେ ଜଳନିର୍ଝର ନିକଟକୁ ଗଲେ ତହିଁରେ ଲବଣ ପକାଇ କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ମୁଁ ଏହି ଜଳ ଭଲ କଲି; ତାହା ମୃତ୍ୟୁଜନକ ଅବା ଫଳନାଶକ ଆଉ ହେବ ନାହିଁ
22 ଏହିରୂପେ ଇଲୀଶାୟଙ୍କର ଉକ୍ତ ବାକ୍ୟାନୁସାରେ ସେହି ଜଳ ଆଜି ପର୍ଯ୍ୟନ୍ତ ଭଲ ହୋଇଅଛି
23 ଏଥିଉତ୍ତାରେ ସେ ସେଠାରୁ ବୈଥେଲକୁ ଗଲେ; ପୁଣି ସେ ପଥରେ ଯାଉ ଯାଉ କେତେକ କ୍ଷୁଦ୍ର ବାଳକ ନଗରରୁ ବାହାରି ଆସି ତାଙ୍କୁ ପରିହାସ କରି କହିଲେ, ଆରେ ଟାଙ୍ଗରାମୁଣ୍ତା, ଉପରକୁ ଯା; ଆରେ ଟାଙ୍ଗରାମୁଣ୍ତା, ଉପରକୁ ଯା
24 ଏଥିରେ ସେ ଆପଣା ପଛକୁ ଅନାଇ ସେମାନଙ୍କୁ ଦେଖିଲେ ସଦାପ୍ରଭୁଙ୍କ ନାମରେ ସେମାନଙ୍କୁ ଶାପ ଦେଲେ ସେତେବେଳେ ବନରୁ ଦୁଇ ଭଲ୍ଲୁକୀ ବାହାରି ଆସି ସେମାନଙ୍କ ମଧ୍ୟରୁ ବୟାଳିଶ ଜଣ ବାଳକଙ୍କୁ ବିଦୀର୍ଣ୍ଣ କଲେ
25 ଏଉତ୍ତାରେ ସେ ସେଠାରୁ କର୍ମିଲ ପର୍ବତକୁ ଗଲେ ସେଠାରୁ ଶମରୀୟାକୁ ଫେରିଗଲେ
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×