Bible Versions
Bible Books

Acts 2 (ORV) Oriya Old BSI Version

1 ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ, ସମସ୍ତେ ଏକ ସ୍ଥାନରେ ସମବେତ ଥିଲେ।
2 ଆଉ, ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ତ ପବନର ଶଦ୍ଦ ତୁଲ୍ୟ ଗୋଟିଏ ଶଦ୍ଦ ଅକସ୍ମାତ୍ ଆକାଶରୁ ଆସି, ଯେଉଁ ଗୃହରେ ସେମାନେ ବସିଥିଲେ, ସେହି ଗୃହର ସର୍ବତ୍ର ବ୍ୟାପିଗଲା,
3 ଆଉ ଅଗ୍ନିସାଦୃଶ୍ୟ ଜିହ୍ଵାଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରେ ଅଧିଷ୍ଠିତ ହେଲା
4 ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ପୁଣି, ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ
5 ଏହି ସମୟରେ ଆକାଶର ନିମ୍ନସ୍ଥିତ ପ୍ରତ୍ୟେକ ଜାତିରୁ ଆଗତ ହୋଇ ଯିରୂଶାଲମରେ ବାସ କରୁଥିବା ଭକ୍ତ ଯିହୁଦୀମାନେ ସେ ପାଖରେ ଥିଲେ;
6 ଆଉ, ସେହି ଶଦ୍ଦ ହୁଅନ୍ତେ, ବହୁ ଜନତା ଏକତ୍ର ହୋଇ ପ୍ରତ୍ୟେକ ଜଣ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହୁଥିବା ଶୁଣିବାରୁ ହତବୁଦ୍ଧି ହେଲେ
7 ପୁଣି, ସେମାନେ ଆଚମ୍ଵିତ ଚମତ୍କୃତ ହୋଇ କହିବାକୁ ଲାଗିଲେ, ଦେଖ, ଏହି ଯେଉଁ ଲୋକମାନେ କଥା କହୁଅଛନ୍ତି, ସେମାନେ କଅଣ ଗାଲିଲୀୟ ନୁହନ୍ତି?
8 ତେବେ, ଆମ୍ଭେମାନେ କିପରି ପ୍ରତ୍ୟେକ ଜଣ ଆପଣା ଆପଣା ଜନ୍ମଭୂମିର ଭାଷାରେ କଥା ଶୁଣୁଅଛୁ?
9 ପାର୍ଥୀୟ, ମାଦୀୟ ଏଲାମୀୟ, ପୁଣି ମେସପତାମିଆ, ଯିହୁଦା ଦେଶ କାପ୍‍ପାଦକିଆ, ପ; ଆସିଆ,
10 ଫ୍ରୁଗିଆ ପଂଫୂଲିଆ, ମିସର କୂରୀଣୀ ନିକଟବର୍ତ୍ତୀ ଲିବିଆ ଅଞ୍ଚଳନିବାସୀ ଏବଂ ରୋମରୁ ଆଗତ ଯିହୁଦୀ ଯିହୁଦୀଧର୍ମାବଲମ୍ଵୀ ପ୍ରବାସୀ,
11 ପୁଣି କ୍ରୀତୀୟ ଆରବୀୟ ଲୋକ ଯେ ଆମ୍ଭେମାନେ, ଆମ୍ଭେମାନେ ଆପଣା ଆପଣା ଭାଷାରେ ଏମାନଙ୍କୁ ଈଶ୍ଵରଙ୍କ ମହତ୍ ମହତ୍ କର୍ମର କଥା କହିବା ଶୁଣୁଅଛୁ
12 ଆଉ, ସମସ୍ତେ ଆଚମ୍ଵିତ ହତବୁଦ୍ଧି ହୋଇ ପରସ୍ପର କହିବାକୁ ଲାଗିଲେ, ଏହାର ଅର୍ଥ କଅଣ?
13 କିନ୍ତୁ ଅନ୍ୟମାନେ ବିଦ୍ରୂପ କରି କହିଲେ, ଏମାନେ ମିଷ୍ଟ ଦ୍ରାକ୍ଷାରସରେ ମତ୍ତ ହୋଇଅଛନ୍ତି
14 କିନ୍ତୁ ପିତର ଏକାଦଶଙ୍କ ସହିତ ଠିଆ ହୋଇ ଉଚ୍ଚସ୍ଵରରେ ସେମାନଙ୍କ ନିକଟରେ ବକ୍ତୃତା କରି କହିଲେ, ହେ ଯିହୁଦୀ ଲୋକେ ଯିରୂଶାଲମ ନିବାସୀସମସ୍ତେ, ଆପଣମାନେ ଏହା ଜ୍ଞାତ ହେଉନ୍ତୁ ମୋହର କଥାରେ କର୍ଣ୍ଣପାତ କରନ୍ତୁ
15 କାରଣ ଆପଣମାନେ ଯେପରି ମନେ କରୁଅଛନ୍ତି, ଏମାନେ ସେପରି ମାତାଲ୍ ନୁହନ୍ତି, ଯେଣୁ ବର୍ତ୍ତମାନ ସମୟ ସକାଳ ନଅ ଘଣ୍ଟା ମାତ୍ର
16 କିନ୍ତୁ ଯୋୟେଲ ଭାବବାଦୀଙ୍କ ଦ୍ଵାରା ଯାହା ଉକ୍ତ ଅଛି, ସେହି ଘଟଣା:-
17 ଈଶ୍ଵର କହନ୍ତି, ଶେଷକାଳରେ ଏପରି ଘଟିବ ଯେ, ଆମ୍ଭେ ସମସ୍ତ ମର୍ତ୍ତ୍ୟ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ତୁମ୍ଭମାନଙ୍କର ପୁତ୍ରକନ୍ୟାମାନେ ଭାବବାଣୀ କହିବେ ⇧, ଆଉ ତୁମ୍ଭମାନଙ୍କର ଯୁବାମାନେ ଦର୍ଶନ ପାଇବେ, ତୁମ୍ଭମାନଙ୍କର ପ୍ରାଚୀନମାନେ ସ୍ଵପ୍ନ ଦେଖିବେ
18 ହଁ, ସେହି କାଳରେ ଆମ୍ଭେ ନିଜ ଦାସଦାସୀମାନଙ୍କ ଉପରେ ଆପଣା ଆତ୍ମା ବୃଷ୍ଟି କରିବା, ସେଥିରେ ସେମାନେ ଭାବବାଣୀ କହିବେ
19 ଆମ୍ଭେ ଊର୍ଦ୍ଧ୍ଵସ୍ଥ ଆକାଶରେ ନାନା ଅଦ୍ଭୁତ କର୍ମ; ପୁଣି, ଅଧଃସ୍ଥ ପୃଥିବୀରେ ନାନା ଲକ୍ଷଣ, ରକ୍ତ, ଅଗ୍ନି ନିବିଡ଼ ଧୂମ ଦେଖାଇବା
20 ପ୍ରଭୁଙ୍କର ମହତ୍ ପ୍ରସିଦ୍ଧ ଦିନର ଆଗମନ ପୂର୍ବରେ, ସୂର୍ଯ୍ୟ ଅନ୍ଧକାରମୟ ଚନ୍ଦ୍ର ରକ୍ତମୟ ହୋଇଯିବ
21 ଆଉ, ଏପରି ଘଟିବ ଯେ, ଯେକେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ପରିତ୍ରାଣ ପାଇବ
22 ହେ ଇସ୍ରାଏଲୀୟ ଲୋକମାନେ, ଏହି ସମସ୍ତ କଥା ଶୁଣନ୍ତୁ ନାଜରିତୀୟ ଯୀଶୁ ନାନା ଶକ୍ତିର କାର୍ଯ୍ୟ, ଅଦ୍ଭୁତ କର୍ମ ଲକ୍ଷଣ ଦ୍ଵାରା ଆପଣମାନଙ୍କ ନିକଟରେ ଈଶ୍ଵରଙ୍କ ପ୍ରେରିତ ବ୍ୟକ୍ତି ବୋଲି ପ୍ରମାଣିତ ହୋଇଅଛନ୍ତି, ତାହାଙ୍କ ଦ୍ଵାରା ଈଶ୍ଵର ଯେ ଆପଣମାନଙ୍କ ମଧ୍ୟରେ ଏହିସମସ୍ତ କର୍ମ କରିଅଛନ୍ତି, ଏହା ଆପଣମାନେ ନିଜେ ନିଜେ ଜାଣନ୍ତି;
23 ସେହି ବ୍ୟକ୍ତି ଈଶ୍ଵରଙ୍କ ନିରୂପିତ ସଂକଳ୍ପ ପୂର୍ବାଜ୍ଞାନୁସାରେ ସମର୍ପିତ ହୁଅନ୍ତେ, ଆପଣମାନେ ତାହାଙ୍କୁ ଅଧାର୍ମିକମାନଙ୍କ ହସ୍ତ ଦ୍ଵାରା କ୍ରୁଶାରୋପଣ କରି ବଧ କରିଥିଲେ;
24 କିନ୍ତୁ ଈଶ୍ଵର ମୃତ୍ୟୁର ବନ୍ଧନ ମୁକ୍ତ କରି ତାହାଙ୍କୁ ଉଠାଇ ଅଛନ୍ତି, କାରଣ ସେ ଯେ ମୃତ୍ୟୁ ଦ୍ଵାରା ଆବଦ୍ଧ ରହିବେ, ତାହା ଅସମ୍ଭବ
25 ଦାଉଦ ତାହାଙ୍କ ବିଷୟରେ କହନ୍ତି, ‘ମୁଁ ସର୍ବଦା ମୋହର ସମ୍ମୁଖରେ ପ୍ରଭୁଙ୍କୁ ଦର୍ଶନ କରୁଥିଲି, କାରଣ ମୁଁ ଯେପରି ବିଚଳିତ ହୁଏ, ସେଥିପାଇଁ ସେ ମୋହର ଦକ୍ଷିଣ ପାର୍ଶ୍ଵରେ ଅଛନ୍ତି
26 ତେଣୁ ମୋହର ହୃଦୟ ପ୍ରଫୁଲ୍ଲ ମୋହର ଜିହ୍ଵା ଉଲ୍ଲସିତ ହେଲା, ଆହୁରି ମୋହର ଶରୀର ମଧ୍ୟ ଭରସାରେ ବାସ କରିବ,
27 କାରଣ ତୁମ୍ଭେ ମୋହର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ, କିଅବା ଆପଣା ଭକ୍ତକୁ କ୍ଷୟ ପାଇବାକୁ ଦେବ ନାହିଁ
28 ତୁମ୍ଭେ ମୋତେ ଜୀବନର ପଥ ଜ୍ଞାତ କରାଇଅଛ, ତୁମ୍ଭେ ଆପଣା ଛାମୁରେ ମୋତେ ଆନନ୍ଦରେ ପୂର୍ଣ୍ଣ କରିବ ।ʼ
29 ହେ ଭାଇମାନେ, ପିତୃକୁଳପତି ଦାଉଦଙ୍କ ବିଷୟରେ ମୁଁ ଆପଣମାନଙ୍କୁ ମୁକ୍ତ କଣ୍ଠରେ କହି ପାରେ, ଯେ, ସେ ମଲେ, ପୁଣି ସମାଧିପ୍ରାପ୍ତ ହେଲେ, ଆଉ ତାହାଙ୍କ ସମାଧି ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ମଧ୍ୟରେ ଅଛି
30 ତଥାପି ସେ ଭାବବାଦୀ ହେବାରୁ ଏବଂ ତାଙ୍କ ଔରସଜାତ ଜଣେ ବ୍ୟକ୍ତିଙ୍କି ଈଶ୍ଵର ଯେ ତାଙ୍କ ସିଂହାସନରେ ବସାଇବାକୁ ତାଙ୍କ ନିକଟରେ ଶପଥ କରି ପ୍ରତିଜ୍ଞା କରିଥିଲେ,
31 ଏହା ଜାଣିବାରୁ ସେ ଭବିଷ୍ୟଦ୍ ଦର୍ଶନ ଦ୍ଵାରା ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ କହିଥିଲେ, କାରଣ ସେ ପାତାଳରେ ପରିତ୍ୟକ୍ତ ହେଲେ ନାହିଁ, କିଅବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ
32 ଏହି ଯୀଶୁଙ୍କୁ ଈଶ୍ଵର ଉଠାଇ ଅଛନ୍ତି, ସେ ବିଷୟରେ ଆମ୍ଭେମାନେ ସମସ୍ତେ ସାକ୍ଷୀ
33 ଅତଏବ, ସେ ଈଶ୍ଵରଙ୍କ ଦକ୍ଷିଣ ହସ୍ତ ଦ୍ଵାରା ଉନ୍ନତ ପିତାଙ୍କଠାରୁ ପ୍ରତିଜ୍ଞାତ ପବିତ୍ର ଆତ୍ମା ପ୍ରାପ୍ତ ହୋଇ, ଏହି ଯାହା ଆପଣମାନେ ଦେଖୁଅଛନ୍ତି ଶୁଣୁଅଛନ୍ତି, ତାହା ସେ ବୃଷ୍ଟି କରିଅଛନ୍ତି
34 କାରଣ ଦାଉଦ ସ୍ଵର୍ଗାରୋହଣ କରି ଥିଲେ, କିନ୍ତୁ ସେ ନିଜେ କହନ୍ତି, ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ,
35 ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ
36 ଅତଏବ, ସମସ୍ତ ଇସ୍ରାଏଲକୁଳ ନିଶ୍ଚୟ ଜାଣନ୍ତୁ ଯେ, ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ବଧ କଲେ, ତାହାଙ୍କୁ ଈଶ୍ଵର, ପ୍ରଭୁ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି
37 ଏହି କଥା ଶୁଣି ସେମାନଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା, ପୁଣି ସେମାନେ ପିତର ଅବଶିଷ୍ଟ ପ୍ରେରିତମାନଙ୍କୁ କହିଲେ, ଭାଇମାନେ, ଆମ୍ଭେମାନେ କଅଣ କରିବା?
38 ତେଣୁ ପିତର ସେମାନଙ୍କୁ କହିଲେ, ଆପଣମାନେ ମନ ପରିବର୍ତ୍ତନ କରନ୍ତୁ, ଆଉ ନିଜ ନିଜ ପାପକ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ; ତାହାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବେ
39 କାରଣ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ଆପଣମାନଙ୍କର ସନ୍ତାନସନ୍ତତିମାନଙ୍କ ନିମନ୍ତେ, ପୁଣି ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମ୍ଭମାନଙ୍କ ଈଶ୍ଵର ଆପଣା ନିକଟକୁ ଡାକିବେ, ସେହି ସମସ୍ତଙ୍କ ନିମନ୍ତେ
40 ପୁଣି, ଅନ୍ୟାନ୍ୟ ଅନେକ କଥା ଦ୍ଵାରା ସେ ସାକ୍ଷ୍ୟ ଦେବାକୁ ଲାଗିଲେ ସେମାନଙ୍କୁ ଉପଦେଶ ଦେଇ କହିଲେ, ଏହି କୁଟିଳ ବଂଶଠାରୁ ଆପଣମାନେ ରକ୍ଷାପ୍ରାପ୍ତ ହେଉନ୍ତୁ
41 ସେଥିରେ ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ, ସେମାନେ ବାପ୍ତିଜିତ ହେଲେ, ଆଉ ସେହିଦିନ ପ୍ରାୟ ତିନି ସହସ୍ର ଲୋକ ମଣ୍ତଳୀ ସହିତ ସଂଯୁକ୍ତ ହେଲେ
42 ସେମାନେ ପ୍ରେରିତମାନଙ୍କର ଶିକ୍ଷାରେ, ସହଭାଗିତାରେ, ରୋଟୀ ଭାଙ୍ଗିବାରେ ପ୍ରାର୍ଥନା କରିବାରେ ନିବିଷ୍ଟଚିତ୍ତ ହୋଇ ରହିଲେ
43 ଆଉ, ଲୋକସମସ୍ତେ ଭୀତ ହେବାକୁ ଲାଗିଲେ; ପ୍ରେରିତମାନଙ୍କ ଦ୍ଵାରା ମଧ୍ୟ ଅନେକ ଅଦ୍ଭୁତ କର୍ମ ଲକ୍ଷଣ ସାଧିତ ହେବାକୁ ଲାଗିଲା
44 ମାତ୍ର ଯେଉଁମାନେ ବିଶ୍ଵାସ କଲେ, ସେମାନେ ସମସ୍ତେ ଏକତ୍ର ରହି ସବୁ ପଦାର୍ଥ ସାଧାରଣ ସମ୍ପତ୍ତି ବୋଲି ଜ୍ଞାନ କରୁଥିଲେ,
45 ପୁଣି ସେମାନେ ଆପଣା ଆପଣା ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୟ କରି, ଯାହାର ଯେପରି ପ୍ରୟୋଜନ, ସେହି ଅନୁସାରେ ସମସ୍ତଙ୍କୁ ବାଣ୍ଟିଦେବାକୁ ଲାଗିଲେ
46 ଆଉ, ସେମାନେ ଏକଚିତ୍ତ ହୋଇ ପ୍ରତିଦିନ ମନ୍ଦିରରେ ସମବେତ ହୋଇ ରହୁଥିଲେ ଘରେ ଘରେ ରୋଟୀ ଭାଙ୍ଗି ଆନନ୍ଦରେ ସରଳ ହୃଦୟରେ ଭୋଜନପାନ କରି ଈଶ୍ଵରଙ୍କ ପ୍ରଶଂସା କରୁଥିଲେ ପ୍ରେରିତ. ୧:୧୪ ଲୂକ. ୨୪:୫୩
47 ଏବଂ ସମସ୍ତ ଲୋକଙ୍କର ପ୍ରିୟପାତ୍ର ହେଉଥିଲେ ପୁଣି, ପ୍ରଭୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକଙ୍କୁ ପ୍ରତିଦିନ ମଣ୍ତଳୀ ସହିତ ସଂଯୁକ୍ତ କରିବାକୁ ଲାଗିଲେ
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×