Bible Versions
Bible Books

Exodus 11 (ORV) Oriya Old BSI Version

1 ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମ୍ଭେ ଫାରୋ ମିସର ଉପରେ ଆଉ ଏକ ଉତ୍ପାତ ଆଣିବା; ତହିଁ ଉତ୍ତାରେ ସେ ତୁମ୍ଭମାନଙ୍କୁ ସ୍ଥାନରୁ ଛାଡ଼ି ଦେବ; ପୁଣି ଛାଡ଼ିଦେବା ସମୟରେ ସେ ତୁମ୍ଭମାନଙ୍କୁ ନିତା; ତଡ଼ିଦେବ
2 ଏହେତୁ ଏବେ ଲୋକମାନଙ୍କ କର୍ଣ୍ଣଗୋଚରରେ କୁହ, ପ୍ରତ୍ୟେକ ପୁରୁଷ ଆପଣା ଆପଣା ପ୍ରତିବାସୀଠାରୁ ପ୍ରତ୍ୟେକ ସ୍ତ୍ରୀ ଆପଣା ଆପଣା ପ୍ରତିବାସିନୀଠାରୁ ରୌପ୍ୟ-ଅଳଙ୍କାର ସ୍ଵର୍ଣ୍ଣ-ଅଳଙ୍କାର ମାଗି ଘେନନ୍ତୁ
3 ଆଉ ସଦାପ୍ରଭୁ ମିସ୍ରୀୟମାନଙ୍କ ଦୃଷ୍ଟିରେ ଲୋକମାନଙ୍କୁ ଅନୁଗ୍ରହପ୍ରାପ୍ତ କଲେ ପୁଣି ମିସର ଦେଶରେ ଫାରୋଙ୍କର ଦାସମାନଙ୍କ ଲୋକମାନଙ୍କ ଦୃଷ୍ଟିରେ ମୋଶା ଅତି ସମ୍ଭ୍ରାନ୍ତ ପୁରୁଷ ହେଲେ
4 ଅନନ୍ତର ମୋଶା କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଦୁଇପ୍ରହର ରାତ୍ରିରେ ମିସରର ମଧ୍ୟଦେଇ ଗମନ କରିବା
5 ତହିଁରେ ସିଂହାସନୋପବିଷ୍ଟ ଫାରୋଙ୍କର ପ୍ରଥମଜାତଠାରୁ ଚକି ପେଷଣକାରିଣୀ ଦାସୀର ପ୍ରଥମଜାତ ପର୍ଯ୍ୟନ୍ତ ମିସର ଦେଶସ୍ଥିତ ସମସ୍ତ ପ୍ରଥମଜାତ ପଶୁମାନଙ୍କର ପ୍ରଥମଜାତ ମରିବେ
6 ଏଣୁ ସମୁଦାୟ ମିସର ଦେଶରେ, ଯେପରି କେବେ ହୋଇ ନାହିଁ ହେବ ନାହିଁ, ଏପରି ମହାରୋଦନ ହେବ
7 ମାତ୍ର ସଦାପ୍ରଭୁ ମିସ୍ରୀୟ ଲୋକଙ୍କଠାରୁ ଇସ୍ରାଏଲୀୟ ଲୋକଙ୍କୁ ବିଶେଷ କରନ୍ତି, ଏହା ଯେପରି ତୁମ୍ଭେମାନେ ଜ୍ଞାତ ହେବ, ଏଥିପାଇଁ ଇସ୍ରାଏଲ-ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟ କି ପଶୁ ପ୍ରତି ଗୋଟିଏ କୁକ୍କୁର ସୁଦ୍ଧା ଜିହ୍ଵା ପଜାଇବ ନାହିଁ
8 ତହିଁରେ ତୁମ୍ଭର ଏହି ସମସ୍ତ ଦାସମାନେ ମୋʼ ନିକଟକୁ ନତ ହୋଇ ଆସିବେ ମୋତେ ପ୍ରଣାମ କରି କହିବେ, ତୁମ୍ଭେ ତୁମ୍ଭର ଅନୁଗତ ସମସ୍ତ ଲୋକ ବାହାରି ଯାଅ; ତହିଁ ଉତ୍ତାରେ ମୁଁ ବାହାରି ଯିବି ଅନନ୍ତର ସେ ପ୍ରଚଣ୍ତ କ୍ରୋଧରେ ଫାରୋଙ୍କ ନିକଟରୁ ବାହାରି ଗଲେ।
9 ସଦାପ୍ରଭୁ ମୋଶାଙ୍କୁ କହିଥିଲେ, ଆମ୍ଭେ ଯେପରି ମିସର ଦେଶରେ ଆପଣା ଆଶ୍ଚର୍ଯ୍ୟକ୍ରିୟା ବହୁସଂଖ୍ୟକ କରିବା, ଏଥିପାଇଁ ଫାରୋ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବ ନାହିଁ
10 ପୁଣି ମୋଶା ହାରୋଣ ଫାରୋଙ୍କ ସମ୍ମୁଖରେ ଏହି ସମସ୍ତ ଆଶ୍ଚର୍ଯ୍ୟକର୍ମ କରିଥିଲେ; ମାତ୍ର ସଦାପ୍ରଭୁ ଫାରୋଙ୍କର ହୃଦୟ କଠିନ କରନ୍ତେ, ସେ ଆପଣା ଦେଶରୁ ଇସ୍ରାଏଲ-ସନ୍ତାନଗଣକୁ ଛାଡ଼ି ଦେଲେ ନାହିଁ
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×