Bible Versions
Bible Books

Exodus 2 (ORV) Oriya Old BSI Version

1 ଅନନ୍ତର ଲେବୀ ବଂଶଜାତ ଜଣେ ମନୁଷ୍ୟ ଯାଇ ଲେବୀ ବଂଶଜାତା ଏକ କନ୍ୟାକୁ ବିବାହ କଲା
2 ତହୁଁ ସେ ସ୍ତ୍ରୀ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କଲା; ପୁଣି ବାଳକକୁ ଅତି ସୁନ୍ଦର ଦେଖି ସେ ତାକୁ ତିନ ମାସ ଯାଏ ଗୋପନରେ ରଖିଲା
3 ତହିଁ ଉତ୍ତାରେ ଆଉ ଗୋପନ କରି ପାରି ସେ ଗୋଟିଏ ନଳନିର୍ମିତ ପେଡ଼ି ଘେନି ମାଟିଆ ତେଲ ଝୁଣା ଲେପନ କରି ତହିଁ ମଧ୍ୟରେ ସେହି ବାଳକକୁ ଥୋଇ ନଦୀ ତୀରସ୍ଥ ନଳବନରେ ରଖିଲା
4 ପୁଣି ତାହାର କି ଦଶା ହେବ, ତାହା ଦେଖିବା ନିମନ୍ତେ ତାହାର ଭଗିନୀ ଦୂରରେ ଠିଆ ହୋଇ ରହିଲା
5 ଅନନ୍ତର ଫାରୋଙ୍କ କନ୍ୟା ସ୍ନାନ ନିମନ୍ତେ ନଦୀକି ଆସନ୍ତେ, ତାହାର ସହଚରୀଗଣ ନଦୀ ତୀରରେ ଭ୍ରମଣ କରୁଥିଲେ ଏଥିମଧ୍ୟରେ ସେ ନଳବନରେ ଗୋଟିଏ ପେଡ଼ି ଦେଖି ତାହା ଆଣିବାକୁ ଆପଣା ଦାସୀକି ପଠାଇଲା
6 ସେ ପେଡ଼ି ଫିଟାଇ ସେହି ବାଳକକୁ ଦେଖିଲା; ଆଉ ଦେଖ, ସେହି ବାଳକ କାନ୍ଦୁଅଛି; ତହିଁରେ ସେ ଦୟା ବହି କହିଲା, ଏଇଟି ଏବ୍ରୀୟ ବାଳକ
7 ସେତେବେଳେ ତାହାର ଭଗିନୀ ଫାରୋଙ୍କର କନ୍ୟାକୁ କହିଲା, ମୁଁ ଯାଇ ଆପଣଙ୍କ ନିମନ୍ତେ ଏହି ବାଳକକୁ ସ୍ତନ୍ୟପାନ କରାଇବା ପାଇଁ କି ଏବ୍ରୀୟା ସ୍ତ୍ରୀଗଣ ମଧ୍ୟରୁ ଜଣେ ଧାତ୍ରୀକି ଡାକି ଆଣିବି?
8 ତହିଁରେ ଫାରୋଙ୍କର କନ୍ୟା କହିଲା, ଯାଅ; ତହୁଁ ସେ ବାଳିକା ଯାଇ ସେହି ବାଳକର ମାତାକୁ ଡାକି ଆଣିଲା
9 ତେବେ ଫାରୋଙ୍କର କନ୍ୟା ତାହାକୁ କହିଲା, ତୁମ୍ଭେ ବାଳକକୁ ନେଇ ମୋʼ ନିମନ୍ତେ ସ୍ତନ୍ୟପାନ କରାଅ; ମୁଁ ତୁମ୍ଭକୁ ବର୍ତ୍ତନ ଦେବି; ତହିଁରେ ସେ ସ୍ତ୍ରୀ ବାଳକକୁ ନେଇ ସ୍ତନ୍ୟପାନ କରାଇଲା
10 ଅନନ୍ତର ବାଳକ ବଢ଼ନ୍ତେ, ସେ ତାକୁ ନେଇ ଫାରୋଙ୍କର କନ୍ୟାକୁ ଦେଲା ତହିଁରେ ବାଳକ ତାହାର ପୁତ୍ର ହେଲା ତେଣୁ ସେ ତାହାର ନାମ ମୋଶା (ଆକର୍ଷିତ) ଦେଲା; କାରଣ ସେ କହିଲା, ମୁଁ ଜଳରୁ ଏହାକୁ ଆକର୍ଷଣ କଲି ମୋଶାଙ୍କର ମିଦୀୟନକୁ ପଳାୟନ
11 କାଳକ୍ରମେ ମୋଶା ବଡ଼ ହେଲା ଉତ୍ତାରେ ଦିନକରେ ସେ ଆପଣା ଭ୍ରାତୃଗଣ ନିକଟକୁ ଯାଇ ସେମାନଙ୍କୁ ଭାର ବହିବାର ଦେଖିଲେ; ପୁଣି ଜଣେ ମିସ୍ରୀୟ ତାହାର ଭ୍ରାତୃଗଣ ମଧ୍ୟରୁ ଜଣେ ଏବ୍ରୀକି ପ୍ରହାର କରୁଥିବାର ଦେଖିଲେ
12 ଏହେତୁ ସେ ଏଣେତେଣେ ଅନାଇ କାହାକୁ ଦେଖି ସେହି ମିସ୍ରୀୟକୁ ବଧ କରି ବାଲିରେ ପୋତି ଦେଲେ।
13 ଆଉ ଦ୍ଵିତୀୟ ଦିନ ସେ ବାହାରକୁ ଯାଇ ଦୁଇ ଜଣ ଏବ୍ରୀଙ୍କୁ ବିବାଦ କରୁଥିବାର ଦେଖି ଦୋଷୀ ଲୋକକୁ କହିଲେ, ତୁମ୍ଭେ ଆପଣା ଭାଇକି କାହିଁକି ପ୍ରହାର କରୁଅଛ?
14 ତହିଁରେ ସେ କହିଲା, କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ରାଜା ବିଚାରକର୍ତ୍ତା କରି ନିଯୁକ୍ତ କରିଅଛି? ତୁମ୍ଭେ ଯେପରି ସେହି ମିସ୍ରୀୟ ଲୋକକୁ ବଧ କଲ, ସେହିପରି କି ମୋତେ ବଧ କରିବାକୁ ପାଞ୍ଚୁଅଛ? ତହିଁରେ ମୋଶା ଭୟ ପାଇ କହିଲେ, କଥା ଅବଶ୍ୟ ପ୍ରକାଶିତ ହୋଇଅଛି
15 ଅନନ୍ତର ଫାରୋ କଥା ଶୁଣି ମୋଶାଙ୍କୁ ବଧ କରିବା ପାଇଁ ଚେଷ୍ଟା କଲେ ମାତ୍ର ମୋଶା ଫାରୋଙ୍କ ସମ୍ମୁଖରୁ ପଳାଇ ମିଦୀୟନ ଦେଶରେ ବାସ କରିବାକୁ ଯାଇଗୋଟିଏ କୂପ ନିକଟରେ ବସିଲେ
16 ମିଦୀୟନୀୟ ଯାଜକର ସାତଟି କନ୍ୟା ଥିଲେ; ସେମାନେ ସେହି ସ୍ଥାନକୁ ଆସି ପିତାଙ୍କ ମେଷପଲକୁ ଜଳପାନ କରାଇବା ପାଇଁ ଜଳ କାଢ଼ିକୁଣ୍ତ ପରିପୂର୍ଣ୍ଣ କଲେ
17 ଏଥିମଧ୍ୟରେ ମେଷପାଳକମାନେ ଆସି ସେମାନଙ୍କୁ ତଡ଼ି ଦେବାକୁ ଲାଗିଲେ, ମାତ୍ର ମୋଶା ଉଠି ସେମାନଙ୍କର ସାହାଯ୍ୟ କରି ସେମାନଙ୍କ ମେଷପଲକୁ ଜଳପାନ କରାଇଲେ।
18 ଅନନ୍ତର ସେମାନେ ଆପଣା ପିତା ରୁୟେଲ ନିକଟକୁ ଯାଆନ୍ତେ, ସେ ସେମାନଙ୍କୁ ପଚାରିଲା, ଆଜି ତୁମ୍ଭେମାନେ ଏତେ ଶୀଘ୍ର କିପରି ଆସିଲ?
19 ତହିଁରେ ସେମାନେ କହିଲେ, ଜଣେ ମିସ୍ରୀୟ ଲୋକ ମେଷପାଳକମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କଲା, ପୁଣି ଆମ୍ଭମାନଙ୍କ ନିମନ୍ତେ ଜଳ କାଢ଼ି ମେଷପଲକୁ ଜଳପାନ କରାଇଲା
20 ତେବେ ସେ ଆପଣା କନ୍ୟାମାନଙ୍କୁ କହିଲା, ସେ କେଉଁଠାରେ? ତୁମ୍ଭେମାନେ ତାକୁ କାହିଁକି ଛାଡ଼ି ଆସିଲ? ତାକୁ ଡାକ; ସେ ଆମ୍ଭମାନଙ୍କ ସହିତ ଭୋଜନ କରିବ
21 ଅନନ୍ତର ମୋଶା ସେହି ମନୁଷ୍ୟ ସହିତ ବାସ କରିବାକୁ ସମ୍ମତ ହେଲେ; ପୁଣି ସେ ମୋଶାଙ୍କ ସହିତ ଆପଣା କନ୍ୟା ସିପ୍ପୋରାର ବିବାହ ଦେଲା
22 ଏଥିଉତ୍ତାରେ ସେ ସ୍ତ୍ରୀ ପୁତ୍ର ପ୍ରସବ କରନ୍ତେ, ମୋଶା ତାହାର ନାମ ଗେର୍ଶୋମ୍ (ଅତ୍ର-ପ୍ରବାସୀ) ଦେଲେ; କାରଣ ସେ କହିଲେ, ମୁଁ ବିଦେଶରେ ପ୍ରବାସୀ ହୋଇଅଛି
23 ବହୁ କାଳ ଉତ୍ତାରେ ମିସ୍ରୀୟ ରାଜାଙ୍କର ମୃତ୍ୟୁ ହେଲା, ପୁଣି ଇସ୍ରାଏଲ-ସନ୍ତାନଗଣ ଦାସ୍ୟକର୍ମ ହେତୁରୁ ହାହାକାର କ୍ରନ୍ଦନ କଲେ ଦାସ୍ୟକର୍ମ ସକାଶୁ ସେମାନଙ୍କ ଆର୍ତ୍ତନାଦ ପରମେଶ୍ଵରଙ୍କ ଛାମୁରେ ଉପସ୍ଥିତ ହେଲା।
24 ତହିଁରେ ପରମେଶ୍ଵର ସେମାନଙ୍କ ଆର୍ତ୍ତସ୍ଵର ଶୁଣିଲେ, ଆଉ ଅବ୍ରହାମ ଇସ୍‍ହାକ ଯାକୁବଙ୍କ ସହିତ କୃତ ଆପଣା ନିୟମ ସ୍ମରଣ କରି,
25 ଇସ୍ରାଏଲ ସନ୍ତାନଗଣ ପ୍ରତି ଦୃଷ୍ଟିପାତ କଲେ ସେମାନଙ୍କ ଅବସ୍ଥା ଜାଣିଲେ।
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×