Bible Versions
Bible Books

Isaiah 34 (ORV) Oriya Old BSI Version

1 ହେ ଦେଶୀୟଗଣ, ନିକଟକୁ ଆସି ଶ୍ରବଣ କର, ହେ ଗୋଷ୍ଠୀ-ଗଣ, ତୁମ୍ଭେମାନେ ମନୋ-ଯୋଗ କର; ପୃଥିବୀ ତତ୍ପ ୂର୍ଣ୍ଣତା ଶ୍ରବଣ କରୁ; ଜଗତ ତଦୁତ୍ପନ୍ନ ସକଳ ପଦାର୍ଥ ଶ୍ରବଣ କରୁ।
2 କାରଣ ଦେଶୀୟ ସମସ୍ତଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କର କ୍ରୋଧ ସେମାନଙ୍କର ସମସ୍ତ ସୈନ୍ୟ-ସାମନ୍ତର ପ୍ରତିକୂଳରେ ତାହାଙ୍କର ପ୍ରଚଣ୍ତ କୋପ ଅଛି; ସେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛନ୍ତି, ସେ ସେମାନଙ୍କୁ ହତ ହେବା ନିମନ୍ତେ ସମର୍ପଣ କରିଅଛନ୍ତି
3 ସେମାନଙ୍କର ହତ ଲୋକମାନେ ବାହାରେ ନିକ୍ଷିପ୍ତ ହେବେ, ସେମାନଙ୍କ ଶବରୁ ଦୁର୍ଗନ୍ଧ ଉଠିବ ସେମାନଙ୍କ ରକ୍ତରେ ପର୍ବତମାନ ତରଳି ଯିବ
4 ପୁଣି, ଆକାଶମଣ୍ତଳର ସୈନ୍ୟସମସ୍ତେ କ୍ଷୟ ପାଇବେ ଗଗନମଣ୍ତଳ ଲେଖାପତ୍ର ତୁଲ୍ୟ ଗୁଡ଼ା ହେବ; ଆଉ, ଯେପରି ଦ୍ରାକ୍ଷାଲତାର ଜୀର୍ଣ୍ଣପତ୍ର ଡିମିରି ବୃକ୍ଷର ଜୀର୍ଣ୍ଣପତ୍ର, ସେପରି ସେମାନଙ୍କର ସୈନ୍ୟସାମନ୍ତସବୁ କ୍ଷୟ ପାଇବେ
5 କାରଣ ଆମ୍ଭର ଖଡ଼୍‍ଗ ସ୍ଵର୍ଗରେ ପରିତୃପ୍ତ ରୂପେ ପାନ କରିଅଛି; ଦେଖ, ବିଚାର ସାଧନାର୍ଥେ ତାହା ଇଦୋମର ଆମ୍ଭର ଅଭିଶପ୍ତ ଲୋକମାନଙ୍କର ଉପରେ ପଡ଼ିବ
6 ସଦାପ୍ରଭୁଙ୍କ ଖଡ଼୍‍ଗ ରକ୍ତରେ ପରିତୃପ୍ତ ମେଦରେ ଛାଗଗଣର ଗୁରୁଦାର ମେଦରେ ପୁଷ୍ଟ ହୋଇଅଛି; କାରଣ ବସ୍ରାରେ ସଦାପ୍ରଭୁଙ୍କର ଏକ ଯଜ୍ଞ ଇଦୋମ ଦେଶରେ ଏକ ମହାହତ୍ୟାକାଣ୍ତ ହେବ
7 ପୁଣି, ସେମାନଙ୍କ ସଙ୍ଗେ ବନ୍ୟଗୋରୁ, ବୃଷଭ ସଙ୍ଗେ ଯୁବା ବୃଷ ଆସିବେ; ତହିଁରେ ସେମାନଙ୍କ ଦେଶ ରକ୍ତରେ ମତ୍ତ ସେମାନଙ୍କ ଧୂଳି ମେଦରେ ପୁଷ୍ଟ ହେବ
8 କାରଣ ଏହା ସଦାପ୍ରଭୁଙ୍କର ପ୍ରତିଶୋଧର ଦିନ, ଏହା ସିୟୋନର ବିବାଦ ସମ୍ଵନ୍ଧୀୟ ପ୍ରତିଫଳର ବର୍ଷ
9 ପୁଣି, ତହିଁର ସ୍ରୋତସବୁ ଝୁଣାରେ ତହିଁର ଧୂଳି ଗନ୍ଧକରେ ପରିଣତ ହେବ ତହିଁର ଭୂମି ପ୍ରଜ୍ଵଳିତ ଝୁଣା ହେବ
10 ତାହା ଦିବାରାତ୍ର ନିର୍ବାଣ ନୋହିବ; ତହିଁର ଧୂମ ସଦାକାଳ ଉଠିବ; ପୁରୁଷାନୁକ୍ରମେ ତାହା ମରୁଭୂମି ହୋଇ ରହିବ; ଅନ; କାଳ ତାହାର ମଧ୍ୟ ଦେଇ କେହି ଗମନ କରିବ ନାହିଁ
11 ମାତ୍ର ପାଣିଭେଳା ଝିଙ୍କ ତାହା ଅଧିକାର କରିବେ; ଆଉ, ପେଚା ଡାମରାକାଉ ତହିଁ ମଧ୍ୟରେ ବାସ କରିବେ; ପୁଣି, ସେ ତହିଁ ଉପରେ ଅବସ୍ତୁତାରୂପ ମାନରଜ୍ଜୁ ଶୂନ୍ୟତାରୂପ ଓଳମ ଟାଣିବେ
12 ସେମାନେ ତହିଁର କୁଳୀନମାନଙ୍କୁ ରାଜତ୍ଵ କରିବାକୁ ଡାକିବେ; ମାତ୍ର କେହି ସେଠାରେ ଥିବେ ତହିଁର ଅଧିପତି ସମସ୍ତେ ଲୁପ୍ତ ହେବେ
13 ତହିଁର ଅଟ୍ଟାଳିକାସକଳରେ କଣ୍ଟକ ତହିଁର ଦୁର୍ଗସବୁରେ ବିଛୁଆତି କଣ୍ଟକ ଲତା ବଢ଼ିବ ତାହା ଶୃଗାଳଗଣର ବାସସ୍ଥାନ ଉଷ୍ଟ୍ରପକ୍ଷୀ-ଗଣର ଚରାସ୍ଥାନ ହେବ
14 ପୁଣି, ସେଠାରେ ବନ୍ୟ ପଶୁଗଣ କେନ୍ଦୁଆମାନଙ୍କ ସଙ୍ଗେ ମିଳିବେ ଛାଗ ଦେବତା ଆପଣା ସଙ୍ଗୀକି ଡାକିବ; ଆହୁରି, ନିଶାଚର ସେଠାରେ ବାସ କରି ବିଶ୍ରାମ ସ୍ଥାନ ପାଇବ
15 ସେସ୍ଥାନରେ ଡିଆଁ ସର୍ପ ଆପଣା ବସା କରି ଡିମ୍ଵ ଦେବ ଛୁଆ ଫୁଟାଇ ଆପଣା ଛାୟା ତଳେ ଏକତ୍ର କରିବ; ଆହୁରି, ଚିଲମାନେ ପ୍ରତ୍ୟେକେ ଆପଣା ଆପଣା ସଙ୍ଗିନୀ ସହିତ ସେଠାରେ ଏକତ୍ର ହେବେ
16 ତୁମ୍ଭେମାନେ ସଦାପ୍ରଭୁଙ୍କ ପୁସ୍ତକରୁ ଅନୁସନ୍ଧାନ କରି ପାଠ କର; ଏମାନଙ୍କ ମଧ୍ୟରୁ କେହି ଅନୁପସ୍ଥିତ ନୋହିବ, କେହି ଆପଣା ସଙ୍ଗିନୀବିହୀନ ନୋହିବ; କାରଣ ମୋʼ ମୁଖ ଦ୍ଵାରା ସେ ଏହା ଆଜ୍ଞା କରିଅଛନ୍ତି ତାହାଙ୍କର ଆତ୍ମା ସେମାନଙ୍କୁ ସଂଗ୍ରହ କରିଅଛି
17 ପୁଣି, ସେ ସେମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିଅଛନ୍ତି ତାହାଙ୍କର ହସ୍ତ ପରିମାପକ ରଜ୍ଜୁ ଦ୍ଵାରା ତାହା ବିଭାଗ କରି ସେମାନଙ୍କୁ ଦେଇଅଛି; ସେମାନେ ତାହା ସଦା କାଳ ଅଧିକାର କରିବେ, ସେମାନେ ପୁରୁଷାନୁକ୍ରମେ ତହିଁ ମଧ୍ୟରେ ବାସ କରିବେ
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×