Bible Versions
Bible Books

Isaiah 8 (ORV) Oriya Old BSI Version

1 ପୁଣି, ସଦାପ୍ରଭୁ ମୋତେ କହିଲେ, ତୁମ୍ଭେ ଏକ ଖଣ୍ତ ବୃହତ ଫଳକ ନେଇ ପ୍ରଚଳିତ ଅକ୍ଷରରେ ତହିଁ ଉପରେ ଏହି କଥା ଲେଖ, ମହେର-ଶାଲଲହାଶ୍-ବସ୍ (ଲୁଟ ଶୀଘ୍ର ଆସୁଅଛି, ଲୁଟିତ ଦ୍ରବ୍ୟ ଶୀଘ୍ର ଗମନ କରୁଅଛି);
2 ଆଉ, ମୁଁ ପ୍ରମାଣର ନିମନ୍ତେ ଉରୀୟ ଯାଜକ ଯିବୋରିଖୀୟର ପୁତ୍ର ସଖରିଅକୁ ଆପଣାର ବିଶ୍ଵସ୍ତ ସାକ୍ଷୀ କରିବି
3 ଅନନ୍ତର ମୁଁ ଭବିଷ୍ୟଦ୍ବକ୍ତ୍ରୀଠାରେ ଗମନ କରନ୍ତେ, ସେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କଲା ତେବେ ସଦାପ୍ରଭୁ ମୋତେ କହିଲେ, ତାହାର ନାମ ମହେରଶାଲଲହାଶ୍-ବସ୍ ରଖ
4 କାରଣ ବାଳକ ମୋହର ପିତା ମୋହର ମାତା ବୋଲି ଡାକିବା ପାଇଁ ଜ୍ଞାନ ପାଇବା ପୂର୍ବେ ଦାମାସ୍କସ୍ ଧନ ଶମରୀୟାର ଲୁଟ ଅଶୂର ରାଜାର ଆଗେ ଆଗେ ବହି ନିଆଯିବ
5 ଅନନ୍ତର ସଦାପ୍ରଭୁ ମୋତେ ପୁନର୍ବାର କହିଲେ,
6 ଏହି ଲୋକମାନେ ଶୀଲୋହର ମନ୍ଦଗାମୀ ସ୍ରୋତ ଅଗ୍ରାହ୍ୟ କରି ରତ୍ସୀନ ରମଲୀୟର ପୁତ୍ରଠାରେ ଆନନ୍ଦ କରୁଅଛନ୍ତି;
7 ଏହେତୁ ଦେଖ, ପ୍ରଭୁ ଏବେ ନଦୀର ପ୍ରବଳ ଅପାର ଜଳ ସ୍ଵରୂପ ଅଶୂରର ରାଜାକୁ ତାହାର ସମସ୍ତ ପ୍ରତାପକୁ ସେମାନଙ୍କ ଉପରେ ଆଣୁଅଛନ୍ତି; ତହୁଁ ସେ ଆପଣାର ସମସ୍ତ ଜଳପ୍ରଣାଳୀ ଉପରେ ବଢ଼ି ଆପଣାର ବନ୍ଧ ଉପର ଦେଇ ଚାଲିଯିବ;
8 ଆଉ, ସେ ପ୍ରବଳ ରୂପେ ଆଗକୁ ବଢ଼ି ଯିହୁଦା ପର୍ଯ୍ୟନ୍ତ ଯିବ; ସେ ଉଚ୍ଛୁଳି ଉଠି ବ୍ୟାପି ଯିବ; ସେ କଣ୍ଠ ସରିକି ଉଠିବ; ପୁଣି, ହେ ଇମ୍ମାନୁୟେଲ, ତାହାର ପକ୍ଷର ବିସ୍ତୃତି ଦ୍ଵାରା ତୁମ୍ଭ ଦେଶର ପ୍ରସ୍ଥ ବ୍ୟାପ୍ତ ହେବ
9 ହେ ଗୋଷ୍ଠୀସମୂହ, ତୁମ୍ଭେମାନେ କୋଳାହଳ କର, ମଧ୍ୟ ତୁମ୍ଭେମାନେ ଭଗ୍ନ ହେବ; ପୁଣି, ହେ ଦୂରଦେଶୀୟ ଲୋକସମସ୍ତେ, ତୁମ୍ଭେମାନେ କର୍ଣ୍ଣପାତ କର; ତୁମ୍ଭେମାନେ କଟିବନ୍ଧନ କର, ମଧ୍ୟ ଭଗ୍ନ ହେବ
10 ଏକତ୍ର ମନ୍ତ୍ରଣା କର, ମଧ୍ୟ ତାହା ନିଷ୍ଫଳ ହେବ; କଥା କୁହ, ମଧ୍ୟ ତାହା ସ୍ଥିର ନୋହିବ; ଯେହେତୁ ପରମେଶ୍ଵର ଆମ୍ଭମାନଙ୍କ ସହିତ ଅଛନ୍ତି
11 କାରଣ ସଦାପ୍ରଭୁ ପ୍ରବଳ ହସ୍ତରେ ଧରି ମୋତେ ଏହିପରି କହିଲେ ମୁଁ ଯେପରି ଏହି ଲୋକମାନଙ୍କ ପଥରେ ଗମନ କରିବି, ଏଥିପାଇଁ ମୋତେ ଆଦେଶ ଦେଇ କହିଲେ,
12 ଏହି ଲୋକମାନେ ଯେଉଁସବୁ ବିଷୟକୁ ଚକ୍ରା; ବୋଲି କହିବେ; ତୁମ୍ଭେମାନେ ସେସବୁକୁ ଚକ୍ରା; ବୋଲି କୁହ ନାହିଁ; କିଅବା ସେମାନଙ୍କର ଭୟ ବିଷୟକୁ ତୁମ୍ଭେମାନେ ଭୟ କର ନାହିଁ, ଅବା ତହିଁ ବିଷୟରେ ତ୍ରାସଯୁକ୍ତ ହୁଅ ନାହିଁ
13 ସୈନ୍ୟାଧିପତି ସଦାପ୍ରଭୁଙ୍କୁ ହିଁ ତୁମ୍ଭେମାନେ ପବିତ୍ର ରୂପେ ମାନ୍ୟ କରିବ, ପୁଣି ସେ ତୁମ୍ଭମାନଙ୍କର ଭୟ-ସ୍ଥାନ ହେଉନ୍ତୁ ସେ ତୁମ୍ଭମାନଙ୍କର ତ୍ରାସ-ଭୂମି ହେଉନ୍ତୁ
14 ତହିଁରେ ସେ ପବିତ୍ର ଆଶ୍ରୟ ସ୍ଵରୂପ ହେବେ, ମାତ୍ର ଇସ୍ରାଏଲର ଉଭୟ ବଂଶ ପ୍ରତି ବିଘ୍ନଜନକ ପ୍ରସ୍ତର ବାଧାଜନକ ପାଷାଣ ହେବେ, ଯିରୂଶାଲମ ନିବାସୀମାନଙ୍କ ପ୍ରତି ପାଶ ଫାନ୍ଦ ସ୍ଵରୂପ ହେବେ
15 ଆଉ, ଅନେକ ଲୋକ ତଦ୍ଦ୍ଵାରା ବିଘ୍ନ ପାଇ ପତିତ ଭଗ୍ନ ହେବେ ଫାନ୍ଦରେ ପଡ଼ି ଧରାଯିବେ
16 ତୁମ୍ଭେ ଏହି ପ୍ରମାଣ-ବାକ୍ୟ ବାନ୍ଧ, ମୋʼ ଶିଷ୍ୟମାନଙ୍କ ମଧ୍ୟରେ ବ୍ୟବସ୍ଥା ମୁଦ୍ରାଙ୍କିତ କର
17 ପୁଣି, ଯେ ଯାକୁବ-ବଂଶଠାରୁ ଆପଣା ମୁଖ ଆଚ୍ଛାଦନ କରନ୍ତି, ମୁଁ ସେହି ସଦାପ୍ରଭୁଙ୍କର ଅପେକ୍ଷା କରିବି ତାହାଙ୍କ ପାଇଁ ଅନାଇ ରହିବି
18 ଦେଖ, ମୁଁ ସଦାପ୍ରଭୁଙ୍କ ଦ୍ଵାରା ମୋତେ ଦତ୍ତ ସନ୍ତାନଗଣ ସିୟୋନ ପର୍ବତନିବାସୀ ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଇସ୍ରାଏଲ ମଧ୍ୟରେ ଚିହ୍ନ ଅଦ୍ଭୁତ ଲକ୍ଷଣ ସ୍ଵରୂପ ଅଟୁ।
19 ପୁଣି, ଯେତେବେଳେ ସେମାନେ ତୁମ୍ଭମାନଙ୍କୁ କହିବେ, ଯେଉଁ ଭୂତୁଡ଼ିଆ ଗୁଣିଆମାନେ ଗଣ ଗଣ ଫୁସ୍ ଫୁସ୍ କରି କହନ୍ତି, ସେମାନଙ୍କର ଅନ୍ଵେଷଣ କର; (ତୁମ୍ଭେମାନେ କୁହ) ଲୋକମାନେ କʼଣ ଆପଣାମାନଙ୍କ ପରମେଶ୍ଵରଙ୍କ ଅନ୍ଵେଷଣ କରିବେ ନାହିଁ? ସେମାନେ କʼଣ ଜୀବିତମାନଙ୍କ ସପକ୍ଷରେ ମୃତମାନଙ୍କର ଅନ୍ଵେଷଣ କରିବୋ?
20 ବ୍ୟବସ୍ଥା ପ୍ରମାଣ-ବାକ୍ୟରେ ଅନ୍ଵେଷଣ କର ଯେବେ ସେମାନେ ଏହି ବାକ୍ୟାନୁସାରେ କଥା କହନ୍ତି, ତେବେ ନିଶ୍ଚୟ ସେମାନଙ୍କ ନିମନ୍ତେ ଅରୁଣୋଦୟ ନାହିଁ
21 ପୁଣି, ସେମାନେ ଅତି କ୍ଳିଷ୍ଟ କ୍ଷୁଧିତ ହୋଇ ଦେଶ ମଧ୍ୟ ଦେଇ ଗମନ କରିବେ, ଆଉ କ୍ଷୁଧିତ ହେଲେ, ସେମାନେ ବିରକ୍ତ ହୋଇ ଆପଣାମାନଙ୍କ ରାଜାଙ୍କ ଦ୍ଵାରା ଆପଣା-ମାନଙ୍କ ପରମେଶ୍ଵରଙ୍କ ଦ୍ଵାରା ଅଭିଶାପ ଦେଇ ଊର୍ଦ୍ଧ୍ଵ ଆଡ଼କୁ ଆପଣା ଆପଣା ମୁଖ କରିବେ;
22 ପୁଣି, ସେମାନେ ଭୂମି ଆଡ଼େ ନିରୀକ୍ଷଣ କରିବେ, ଆଉ ଦେଖ, ସଙ୍କଟ ଅନ୍ଧକାର, ଯାତନାରୂପ ତିମିର; ପୁଣି, ସେମାନେ ନିବିଡ଼ ଅନ୍ଧକାରକୁ ତାଡ଼ିତ ହେବେ
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×