Bible Versions
Bible Books

Jeremiah 23 (ORV) Oriya Old BSI Version

1 ସଦାପ୍ରଭୁ କହନ୍ତି, ଯେଉଁ ପାଳକମାନେ ଆମ୍ଭ ଚରା-ସ୍ଥାନର ମେଷମାନଙ୍କୁ ନଷ୍ଟ ଛିନ୍ନଭିନ୍ନ କରନ୍ତି, ସେମାନେ ସନ୍ତାପର ପାତ୍ର!
2 ଏନିମନ୍ତେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଆପଣା ଲୋକମାନଙ୍କର ପାଳନକାରୀ ପାଳକମାନଙ୍କ ବିରୁଦ୍ଧରେ ଏହି କଥା କହନ୍ତି; ତୁମ୍ଭେମାନେ ଆମ୍ଭର ପଲକୁ ଛିନ୍ନଭିନ୍ନ କରି ଦୂରକୁ ତଡ଼ି ଦେଇଅଛ ସେମାନଙ୍କର ତତ୍ତ୍ଵାନୁସନ୍ଧାନ କରି ନାହଁ; ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ଦୁଷ୍କର୍ମର ପ୍ରତିଫଳ ଦେବା
3 ପୁଣି, ଆମ୍ଭେ ଯେଉଁ ଯେଉଁ ଦେଶକୁ ଆପଣା ପଲକୁ ତଡ଼ି ଦେଇଅଛୁ, ସେହିସବୁ ଦେଶରୁ ସେମାନଙ୍କର ଅବଶିଷ୍ଟାଂଶ ସଂଗ୍ରହ କରିବା, ଆଉ ପୁନର୍ବାର ସେମାନଙ୍କୁ ସେମାନଙ୍କ ଖୁଆଡ଼କୁ ଆଣିବା; ତହିଁରେ ସେମାନେ ପ୍ରଜାବ; ବହୁସଂଖ୍ୟକ ହେବେ
4 ଆଉ, ଆମ୍ଭେ ସେମାନଙ୍କ ଉପରେ ପାଳକଗଣ ନିଯୁକ୍ତ କରିବା, ସେମାନେ ସେମାନଙ୍କୁ ଚରାଇବେ; ପୁଣି, ସେମାନେ ଆଉ ଭୀତ କି ନିରାଶ ନୋହିବେ, କିଅବା ସେମାନଙ୍କର କେହି ଅନୁପସ୍ଥିତ ନୋହିବ, ଏହା ସଦାପ୍ରଭୁ କହନ୍ତି
5 ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଦାଉଦ-ବଂଶରେ ଏକ ଧାର୍ମିକ ଶାଖା ଉତ୍ପନ୍ନ କରିବା, ଏପରି ସମୟ ଆସୁଅଛି, ତହିଁରେ ସେ ରାଜା ହୋଇ ରାଜତ୍ଵ କରିବେ ଜ୍ଞାନରେ ବ୍ୟବହାର କରିବେ, ପୁଣି ଦେଶରେ ସୁବିଚାର ନ୍ୟାୟ ପ୍ରଚଳିତ କରିବେ
6 ତାହାଙ୍କ ସମୟରେ ଯିହୁଦା ପରିତ୍ରାଣ ପାଇବ ଇସ୍ରାଏଲ ନିରାପଦରେ ବାସ କରିବ; ପୁଣି, ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମରେ ସେ ବିଖ୍ୟାତ ହେବେ
7 ଏଣୁକରି ସଦାପ୍ରଭୁ କହନ୍ତି, ଦେଖ, ଇସ୍ରାଏଲ-ସନ୍ତାନଗଣକୁ ଯେ ମିସର ଦେଶରୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ, ଯେଉଁ ସମୟରେ ଲୋକମାନେ ଏହି କଥା କହିବେ ନାହିଁ;
8 ମାତ୍ର ଇସ୍ରାଏଲ କୁଳଜାତ ବଂଶକୁ ଉତ୍ତର ଦେଶରୁ ଯେଉଁ ଯେଉଁ ସ୍ଥାନରେ ଆମ୍ଭେ ସେମାନଙ୍କୁ ତଡ଼ି ଦେଇଥିଲୁ, ସେହିସବୁ ଦେଶରୁ ଯେ ସେମାନଙ୍କୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ ବୋଲି କହିବେ, ଏପରି ସମୟ ଆସୁଅଛି; ଆଉ, ସେମାନେ ଆପଣାମାନଙ୍କ ଦେଶରେ ବାସ କରିବେ
9 ଭବିଷ୍ୟଦ୍ବକ୍ତାମାନଙ୍କ ବିଷୟ ମୋର ଅନ୍ତରସ୍ଥ ହୃଦୟ ଭଗ୍ନ ହୋଇଅଛି, ମୋର ଅସ୍ଥିସବୁ କମ୍ପୁଅଛି; ସଦାପ୍ରଭୁଙ୍କର ତାହାଙ୍କ ପବିତ୍ର ବାକ୍ୟ ହେତୁରୁ ମୁଁ ମତ୍ତଲୋକ ତୁଲ୍ୟ ଦ୍ରାକ୍ଷାରସରେ ପରାଜିତ ଲୋକ ତୁଲ୍ୟ ଅଛି
10 କାରଣ ଦେଖ, ବ୍ୟଭିଚାରୀଗଣରେ ପରିପୂର୍ଣ୍ଣ ଅଭିଶାପ ସକାଶୁ ଦେଶ ଶୋକ କରୁଅଛି; ପ୍ରାନ୍ତରସ୍ଥ ଚରାସ୍ଥାନସବୁ ଶୁଷ୍କ ହୋଇଅଛି ଲୋକମାନଙ୍କର ବ୍ୟବହାର ମନ୍ଦ, ଆଉ ସେମାନଙ୍କର ପରାକ୍ରମ ନ୍ୟାୟ-ସଙ୍ଗତ ନୁହେଁ
11 କାରଣ ଭବିଷ୍ୟଦ୍ବକ୍ତା ଯାଜକ ଉଭୟ ପାଷାଣ୍ତ; ହଁ, ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ଗୃହ ମଧ୍ୟରେ ସେମାନଙ୍କର ଦୁଷ୍କ୍ରିୟା ଦେଖିଅଛୁ
12 ଏଣୁକରି ସେମାନଙ୍କର ପଥ ଅନ୍ଧକାରାବୃତ ଖସଡ଼ା ସ୍ଥାନ ହେବ; ସେମାନେ ତାଡ଼ିତ ହୋଇ ତହିଁରେ ପଡ଼ିବେ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍, ସେମାନଙ୍କୁ ପ୍ରତିଫଳ ଦେବାର ବର୍ଷ ଆଣିବା
13 ଆହୁରି, ଆମ୍ଭେ ଶମରୀୟାର ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଅଜ୍ଞାନତା ଦେଖିଅଛୁ; ସେମାନେ ବାଲ୍ଦେବ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି ଆମ୍ଭର ଇସ୍ରାଏଲ ଲୋକମାନଙ୍କୁ ଭ୍ରାନ୍ତ କରାଇଲେ
14 ଯିରୂଶାଲମର ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ହିଁ ଆମ୍ଭେ ରୋମାଞ୍ଚଜନକ ବିଷୟ ଦେଖିଅଛୁ; ସେମାନେ ପରଦାର ଗମନ କରନ୍ତି, ମିଥ୍ୟାଚରଣ କରନ୍ତି ଦୁଷ୍କର୍ମକାରୀମାନଙ୍କର ହସ୍ତ ଏପରି ସବଳ କରନ୍ତି ଯେ, ସେମାନଙ୍କର କେହି ଆପଣା ଆପଣା ଦୁଷ୍ଟତାରୁ ଫେରନ୍ତି ନାହିଁ; ସେ ସମସ୍ତେ ଆମ୍ଭ ପ୍ରତି ସଦୋମର ତୁଲ୍ୟ ତହିଁର ନିବାସୀମାନେ ହମୋରା ସମାନ ଅଟନ୍ତି
15 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଭବିଷ୍ୟଦ୍-ବକ୍ତାମାନଙ୍କ ବିଷୟରେ ଏହି କଥା କହନ୍ତି; ଦେଖ, ଆମ୍ଭେ ସେମାନଙ୍କୁ ନାଗଦଅଣା ଭୋଜନ କରାଇବା ବିଷ-ବୃକ୍ଷର ରସ ପାନ କରାଇବା; କାରଣ ଯିରୂଶାଲମର ଭବିଷ୍ୟଦ୍-ବକ୍ତାଗଣଠାରୁ ଦେଶଯାକରେ ପାଷାଣ୍ତତା ବ୍ୟାପି ଅଛି
16 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଯେଉଁ ଭବିଷ୍ୟଦ୍ବକ୍ତାମାନେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍-ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କର ବାକ୍ୟ ତୁମ୍ଭେମାନେ ଶୁଣ ନାହିଁ; ସେମାନେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି; ସେମାନେ ଆପଣା ହୃଦୟର ଦର୍ଶନ କଥା କହନ୍ତି ସେମାନେ ସଦାପ୍ରଭୁଙ୍କ ମୁଖର କଥା କହନ୍ତି ନାହିଁ
17 ସେମାନେ ଆମ୍ଭର ଅବଜ୍ଞାକାରୀମାନଙ୍କୁ ଅନୁକ୍ଷଣେ କହନ୍ତି, ସଦାପ୍ରଭୁ କହିଅଛନ୍ତି, ତୁମ୍ଭମାନଙ୍କର ଶାନ୍ତି ହେବ; ପୁଣି, ଯେଉଁମାନେ ଆପଣା ଆପଣା ହୃଦୟର ଅବାଧ୍ୟତାନୁସାରେ ଆଚରଣ କରନ୍ତି, ସେହି ପ୍ରତ୍ୟେକ ଲୋକଙ୍କୁ ସେମାନେ କହନ୍ତି, ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ଘଟିବ ନାହିଁ
18 ମାତ୍ର ସଦାପ୍ରଭୁଙ୍କର ବାକ୍ୟ ପ୍ରତ୍ୟକ୍ଷରେ ଶୁଣିବା ପାଇଁ କିଏ ତାହାଙ୍କ ଆଗରେ ଠିଆ ହୋଇ ଅଛି? କିଏ ଆମ୍ଭର ବାକ୍ୟ ମନ ଦେଇ ଶୁଣିଅଛି?
19 ଦେଖ, ସଦାପ୍ରଭୁଙ୍କର ତୋଫାନ, ତାହାଙ୍କର ପ୍ରଚଣ୍ତ କ୍ରୋଧ, ହଁ, ଘୂର୍ଣ୍ଣାୟମାନ ତୋଫାନ ବାହାର ହୋଇଅଛି; ତାହା ଦୁଷ୍ଟମାନଙ୍କ ମସ୍ତକରେ ଲାଗିବ
20 ଯେପର୍ଯ୍ୟନ୍ତ ସଦାପ୍ରଭୁ ଆପଣା ମନର ଅଭିପ୍ରାୟ ସଫଳ ସିଦ୍ଧ କରନ୍ତି, ସେପର୍ଯ୍ୟନ୍ତ ତାହାଙ୍କ କ୍ରୋଧ ଫେରିବ ନାହିଁ ତୁମ୍ଭେମାନେ ଶେଷ କାଳରେ ତାହା ସମ୍ପୂର୍ଣ୍ଣ ରୂପେ ବୁଝିବ
21 ଆମ୍ଭେ ଏହି ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇଲୁ ନାହିଁ, ତଥାପି ସେମାନେ ଦୌଡ଼ିଲେ; ଆମ୍ଭେ ସେମାନଙ୍କୁ କଥା କହିଲୁ ନାହିଁ, ତଥାପି ସେମାନେ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ
22 ମାତ୍ର ଯେବେ ସେମାନେ ଆମ୍ଭ ସଭାରେ ଠିଆ ହୋଇଥାʼନ୍ତେ, ତେବେ ଆମ୍ଭ ଲୋକମାନଙ୍କୁ ଆମ୍ଭର ବାକ୍ୟ ଶୁଣାଇଥାʼନ୍ତେ ସେମାନଙ୍କ କୁପଥରୁ, ସେମାନଙ୍କ କୁକ୍ରିୟାରୁ ସେମାନଙ୍କୁ ଫେରାଇଥାʼନ୍ତେ
23 ସଦାପ୍ରଭୁ କହନ୍ତି, ଆମ୍ଭେ କି ନିକଟରେ ପରମେଶ୍ଵର ଅଟୁ ଦୂରରେ ପରମେଶ୍ଵର ନୋହୁଁ?
24 ସଦାପ୍ରଭୁ କହନ୍ତି, ଆମ୍ଭେ ଯେଉଁ ସ୍ଥାନରେ ଦେଖି ପାରିବୁ, ଏପରି ଗୁପ୍ତ ସ୍ଥାନରେ କି କେହି ଆପଣାକୁ ଲୁଚାଇ ପାରେ? ସଦାପ୍ରଭୁ କହନ୍ତି, ଆମ୍ଭେ କି ସ୍ଵର୍ଗ ମର୍ତ୍ତ୍ୟ ବ୍ୟାପି ଥାଉ?
25 ଆମ୍ଭେ ସ୍ଵପ୍ନ ଦେଖିଅଛୁ, ଆମ୍ଭେ ସ୍ଵପ୍ନ ଦେଖିଅଛୁ ବୋଲି କହି ଯେଉଁ ଭବିଷ୍ୟଦ୍ବକ୍ତାମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କର କଥା ଆମ୍ଭେ ଶୁଣିଅଛୁ
26 ଯେଉଁ ଭବିଷ୍ୟଦ୍ବକ୍ତାମାନେ ମିଥ୍ୟା ଭବିଷ୍ୟଦ୍-ବାକ୍ୟ ପ୍ରଚାର କରନ୍ତି, ଅର୍ଥାତ୍, ଯେଉଁମାନେ ନିଜ ଅନ୍ତଃକରଣର କାପଟ୍ୟର ଭବିଷ୍ୟଦ୍ବକ୍ତା ଅଟନ୍ତି, ସେମାନଙ୍କ ଅନ୍ତଃକରଣରେ ଏହା କେତେକାଳ ଥିବ?
27 ସେମାନଙ୍କର ପିତୃପୁରୁଷମାନେ ଯେପରି ବାଲ୍ଦେବ ସକାଶେ ଆମ୍ଭ ନାମ ପାସୋରି ପକାଇଲେ, ସେପରି ସେମାନେ ଆପଣା ଆପଣା ପ୍ରତିବାସୀ ନିକଟରେ ନିଜ ସ୍ଵପ୍ନ କଥା କହି ଆମ୍ଭ ଲୋକମାନଙ୍କୁ ଆମ୍ଭର ନାମ ବିସ୍ମୃତ କରାଇବାକୁ ବିଚାର କରନ୍ତି
28 ଯେଉଁ ଭବିଷ୍ୟଦ୍ବକ୍ତା ସ୍ଵପ୍ନ ଦେଖିଅଛି, ସେ ସ୍ଵପ୍ନ କଥା ପ୍ରକାଶ କରୁ, ପୁଣି ଯେ ଆମ୍ଭର ବାକ୍ୟ ପାଇଅଛି, ସେ ବିଶ୍ଵସ୍ତ ରୂପେ ଆମ୍ଭର ବାକ୍ୟ କହୁ ସଦାପ୍ରଭୁ କହନ୍ତି, ଶସ୍ୟ ନିକଟରେ ପାଳ କଅଣ?
29 ସଦାପ୍ରଭୁ କହନ୍ତି, ଆମ୍ଭର ବାକ୍ୟ କି ଅଗ୍ନି ସ୍ଵରୂପ ନୁହେଁ? ପାଷାଣ ଖଣ୍ତବିଖଣ୍ତକାରୀ ହାତୁଡ଼ି ତୁଲ୍ୟ ନୁହେଁ?
30 ଏଥିପାଇଁ ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ଭବିଷ୍ୟଦ୍ବକ୍ତାମାନେ, ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀଠାରୁ ଆମ୍ଭର ବାକ୍ୟ ହରଣ କରନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ
31 ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ଭବିଷ୍ୟଦ୍ବକ୍ତାମାନେ ଆପଣା ଆପଣା ଜିହ୍ଵା ବ୍ୟବହାର କରି, “ସେ କହନ୍ତି” ବୋଲି କହନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ
32 ସଦାପ୍ରଭୁ କହନ୍ତି, ଦେଖ,ଯେଉଁମାନେ ମିଥ୍ୟା ସ୍ଵପ୍ନର ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି ତାହା ଜଣାଇ, ଆପଣାମାନଙ୍କର ମିଥ୍ୟା କଥା ଅସାର ଦାମ୍ଭିକତା ଦ୍ଵାରା ଆମ୍ଭ ଲୋକମାନଙ୍କୁ ଭ୍ରାନ୍ତ କରାନ୍ତି, ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ; ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ, କିଅବା ସେମାନଙ୍କୁ ଆଜ୍ଞା ଦେଇ ନାହୁଁ; ଅଥଚ ସେମାନେ ଏହି ଲୋକମାନଙ୍କର କିଛିମାତ୍ର ଉପକାର କରି ପାରିବେ ନାହିଁ
33 ପୁଣି, ଯେତେବେଳେ ଏହି ଲୋକମାନେ, ଅବା ଭବିଷ୍ୟଦ୍ବକ୍ତା, ଅବା କୌଣସି ଯାଜକ ତୁମ୍ଭକୁ ପଚାରିବେ, ସଦାପ୍ରଭୁଙ୍କର ଭାରୋକ୍ତି କଅଣ? ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ଭାରୋକ୍ତି କଅଣ! ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବା, ଏହା ସଦାପ୍ରଭୁଙ୍କର ଉକ୍ତି
34 ଆଉ, ସଦାପ୍ରଭୁଙ୍କର ଭାରୋକ୍ତି, ଏହି କଥା ଭବିଷ୍ୟଦ୍ବକ୍ତା ଯାଜକ ଲୋକମାନେ କହିଲେ, ଆମ୍ଭେ ସେ ଲୋକକୁ ତାହାର ବଂଶକୁ ଶାସ୍ତି ଦେବା
35 ତୁମ୍ଭେମାନେ ପ୍ରତ୍ୟେକ ଲୋକ ଆପଣା ଆପଣା ପ୍ରତିବାସୀକି ଆପଣା ଭ୍ରାତାକୁ ଏହି କଥା କହିବ, ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି? ସଦାପ୍ରଭୁ କି କଥା କହିଅଛନ୍ତି?
36 ପୁଣି, ସଦାପ୍ରଭୁଙ୍କର ଭାରୋକ୍ତି ବୋଲି ଆଉ ଉଚ୍ଚାରଣ କରିବ ନାହିଁ; କାରଣ ପ୍ରତ୍ୟେକ ମନୁଷ୍ୟର ନିଜ କଥା ତାହାର ଭାରୋକ୍ତି ହେବ; ଯେହେତୁ ତୁମ୍ଭେମାନେ ଜୀବିତ ପରମେଶ୍ଵରଙ୍କର, ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କର ବାକ୍ୟସକଳ ବିପରୀତ କରିଅଛ
37 ତୁମ୍ଭେ ଭବିଷ୍ୟଦ୍ବକ୍ତାକୁ ଏହି କଥା କହିବ, ସଦାପ୍ରଭୁ କି ଉତ୍ତର ଦେଇଅଛନ୍ତି? ସଦାପ୍ରଭୁ କି କଥା କହିଅଛନ୍ତି?
38 ମାତ୍ର ସଦାପ୍ରଭୁଙ୍କର ଭାରୋକ୍ତି, ଏହି କଥା ଯେବେ ତୁମ୍ଭେମାନେ କୁହ, ତେବେ ତହିଁ ସକାଶୁ ସଦାପ୍ରଭୁ କହନ୍ତିଣ: ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଲୋକ ପଠାଇ, ସଦାପ୍ରଭୁଙ୍କର ଭାରୋକ୍ତି ବୋଲି କହିବାକୁ ନିଷେଧ କରିଅଛୁ, ତଥାପି ତୁମ୍ଭେମାନେ ସଦାପ୍ରଭୁଙ୍କର ଭାରୋକ୍ତି ବୋଲି କହୁଅଛ
39 ଏଣୁକରି ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ନିତା; ପାସୋରିବା, ପୁଣି, ତୁମ୍ଭମାନଙ୍କୁ ଯେଉଁ ନଗର ଆମ୍ଭେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଅଛୁ, ତାହାକୁ ଆମ୍ଭ ଛାମୁରୁ ଦୂର କରିବା;
40 ଆଉ, ଯାହା ବିସ୍ମୃତ ନୋହିବ, ଏପରି ନିତ୍ୟସ୍ଥାୟୀ ଦୁର୍ନାମ ଚିରସ୍ଥାୟୀ ଲଜ୍ଜା ଆମ୍ଭେ ତୁମ୍ଭମାନଙ୍କୁ ଭୋଗ କରାଇବା
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×