Bible Versions
Bible Books

Leviticus 12 (ORV) Oriya Old BSI Version

1 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,
2 ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଯେବେ କୌଣସି ସ୍ତ୍ରୀ ଗର୍ଭଧାରଣ କରି ପୁତ୍ର ପ୍ରସବ କରେ, ତେବେ ସେ ଯେପରି ସ୍ତ୍ରୀଧର୍ମର ଅଶୌଚ ସମୟରେ, ସେପରି ସାତ ଦିନଯାଏ ଅଶୁଚି ରହିବ
3 ତହୁଁ ଅଷ୍ଟମ ଦିନରେ ବାଳକର ପୁରୁଷାଙ୍ଗଚର୍ମର ଛେଦ ହେବ
4 ପୁଣି ସେ ସ୍ତ୍ରୀ ତେତିଶ୍ ଦିନ ପର୍ଯ୍ୟନ୍ତ ଆପଣାର ଶୌଚ ନିମନ୍ତେ ରକ୍ତସ୍ରାବ ଅବସ୍ଥାରେ ରହିବ; ଆଉ ଯେପର୍ଯ୍ୟନ୍ତ ଶୌଚର ଦିନ ପୂର୍ଣ୍ଣ ହୁଏ, ସେପର୍ଯ୍ୟନ୍ତ ସେ କୌଣସି ପବିତ୍ର ବସ୍ତୁ ଛୁଇଁବ ନାହିଁ; କିଅବା ପବିତ୍ର ସ୍ଥାନରେ ପ୍ରବେଶ କରିବ ନାହିଁ
5 ମାତ୍ର ଯେବେ ସେ କନ୍ୟା ପ୍ରସବ କରେ, ତେବେ ସେ ଯେପରି ସ୍ତ୍ରୀଧର୍ମର ଅଶୌଚ ସମୟରେ, ସେପରି ଦୁଇ ସପ୍ତାହ ଅଶୁଚି ରହିବ; ପୁଣି ସେ ଛଷଠି ଦିନ ଆପଣା ଶୌଚ ନିମନ୍ତେ ରକ୍ତସ୍ରାବ ଅବସ୍ଥାରେ ରହିବ
6 ତହିଁ ଉତ୍ତାରେ ପୁତ୍ର ବା କନ୍ୟା ପ୍ରସବର ଅଶୌଚ ଦିନ ପୂର୍ଣ୍ଣ ହେଲେ, ସେ ହୋମବଳି ନିମନ୍ତେ ଏକବର୍ଷୀୟ ଏକ ମେଷବତ୍ସ ପାପାର୍ଥକ ବଳି ନିମନ୍ତେ ଏକ କାପ୍ତାଛୁଆ ବା ଏକ ଘୁଘୁ ସମାଗମ-ତମ୍ଵୁଦ୍ଵାରର ଯାଜକ ନିକଟକୁ ଆଣିବ
7 ତହୁଁ ସେ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଉତ୍ସର୍ଗ କରି ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଆପଣା ରକ୍ତସ୍ରାବରୁ ଶୁଚି ହେବ; ପୁତ୍ର ବା କନ୍ୟା ପ୍ରସବକାରିଣୀ ନିମନ୍ତେ ଏହି ବ୍ୟବସ୍ଥା
8 ମାତ୍ର ଯେବେ ସେ ମେଷବତ୍ସ ଆଣିବାକୁ ଅସମର୍ଥ ହୁଏ, ତେବେ ସେ ଦୁଇ ଘୁଘୁ ଅବା ଦୁଇ କାପ୍ତାଛୁଆ ନେଇ, ତହିଁରୁ ଗୋଟିକି ହୋମାର୍ଥେ ଅନ୍ୟଟିକି ପାପାର୍ଥେ ଉତ୍ସର୍ଗ କରିବ; ପୁଣି ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଶୁଚି ହେବ
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×