Bible Versions
Bible Books

Micah 1 (ORV) Oriya Old BSI Version

1 ଯିହୁଦା ଦେଶୀୟ ଯୋଥମ୍, ଆହସ ହିଜକୀୟ ରାଜାମାନଙ୍କର ଅଧିକାର ସମୟରେ, ମୋରେଷ୍ଟୀୟ ମୀଖାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା; ସେ ଶମରୀୟା ଯିରୂଶାଲମ ବିଷୟରେ ଏହି ଦର୍ଶନ ପାଇଲେ
2 ହେ ଗୋଷ୍ଠୀଗଣ, ତୁମ୍ଭେ ସମସ୍ତେ ଶୁଣ; ହେ ପୃଥିବୀ ତନ୍ମଧ୍ୟସ୍ଥ ସମସ୍ତେ, ମନୋଯୋଗ କର; ପ୍ରଭୁ ସଦାପ୍ରଭୁ, ଆପଣା ପବିତ୍ର ମନ୍ଦିରରୁ ପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷୀ ହେଉନ୍ତୁ
3 କାରଣ ଦେଖ, ସଦାପ୍ରଭୁ ଆପଣା ସ୍ଥାନରୁ ବାହାରି ଆସୁଅଛନ୍ତି ସେ ଓହ୍ଳାଇ ଆସି ପୃଥିବୀର ଉଚ୍ଚସ୍ଥଳୀ-ସକଳ ଉପରେ ଗମନ କରିବେ
4 ତହିଁରେ ଅଗ୍ନି ଆଗରେ ଯେପରି ମହମ ତରଳି ଯାଏ ଗଡ଼ନ୍ତି ସ୍ଥାନରେ ଜଳ ଗଡ଼ିପଡ଼େ, ସେପରି ତାହାଙ୍କ ପଦ ତଳେ ପର୍ବତଗଣ ତରଳି ଯିବେ ତଳଭୂମିସକଳ ବିଦୀର୍ଣ୍ଣ ହେବ
5 କାରଣ ଯାକୁବର ଆଜ୍ଞାଲଙ୍ଘନ ଇସ୍ରାଏଲ-ବଂଶର ପାପ ସକାଶୁ ଏସବୁ ହେଉଅଛି ଯାକୁବର ଆଜ୍ଞାଲଙ୍ଘନ କଅଣ? ତାହା କି ଶମରୀୟା ନୁହେଁ? ଯିହୁଦାର ଉଚ୍ଚସ୍ଥଳୀସକଳ କଅଣ? ସେସବୁ କି ଯିରୂଶାଲମ ନୁହେଁ?
6 ଏଥିପାଇଁ ଆମ୍ଭେ ଶମରୀୟାକୁ କ୍ଷେତ୍ରସ୍ଥ ଢିପି ଦ୍ରାକ୍ଷାଲତା ରୋପଣର ସ୍ଥାନ ତୁଲ୍ୟ କରିବା; ଆଉ, ଆମ୍ଭେ ତହିଁର ପ୍ରସ୍ତରସକଳ ଉପତ୍ୟକାରେ ପକାଇ ତହିଁର ଭିତ୍ତିମୂଳ ଅନାବୃତ କରିବା
7 ପୁଣି, ତାହାର ଖୋଦିତ ପ୍ରତିମାସକଳ ଖଣ୍ତ ଖଣ୍ତ କରାଯିବ ତାହାର ବର୍ତ୍ତନସକଳ ଅଗ୍ନିରେ ଦଗ୍ଧ ହେବ, ଆଉ ଆମ୍ଭେ ତାହାର ଦେବତାସକଳକୁ ଧ୍ଵଂସ କରିବା; କାରଣ ବେଶ୍ୟାର ବର୍ତ୍ତନ ଦ୍ଵାରା ସେ ତାହା ସଞ୍ଚୟ କରିଅଛି ତାହା ପୁନର୍ବାର ବେଶ୍ୟାର ବର୍ତ୍ତନ ହୋଇଯିବ
8 ଏଥି ସକାଶୁ ଆମ୍ଭେ ବିଳାପ ହାହାକାର କରିବା, ଆମ୍ଭେ ବିବସ୍ତ୍ର ଉଲଙ୍ଗ ହୋଇ ବୁଲିବା; ଆମ୍ଭେ ଶୃଗାଳ ପରି ବିଳାପ କରିବା ଉଷ୍ଟ୍ର ପକ୍ଷୀ ପରି ଶୋକ କରିବା
9 କାରଣ ତାହାର କ୍ଷତ ଅପ୍ରତିକାର୍ଯ୍ୟ; ଯେହେତୁ ତାହା ଯିହୁଦା ପର୍ଯ୍ୟନ୍ତ ହିଁ ଆସିଅଛି; ତାହା ଆମ୍ଭ ଲୋକମାନଙ୍କର ନଗର-ଦ୍ଵାର, ଯିରୂଶାଲମ ପର୍ଯ୍ୟନ୍ତ ହିଁ ପହଞ୍ଚୁଅଛି
10 ଗାଥ୍ ନଗରରେ କଥା ଜଣାଅ ନାହିଁ, କିଛି ହିଁ ରୋଦନ କର ନାହିଁ; ବୈଥ୍-ଲି-ଅଫ୍ରାରେ ଆମ୍ଭେ ଧୂଳିରେ ଗଡ଼ିଅଛୁ
11 ହେ ଶାଫୀର ନିବାସିନୀ, ତୁମ୍ଭେ ଉଲଙ୍ଗ ଲଜ୍ଜିତ ହୋଇ ଚାଲିଯାଅ; ସାନନ ନିବାସିନୀ ବାହାର ହୋଇ ଆସି ନାହିଁ; ବୈଥେତ୍ସଲର ବିଳାପ ତୁମ୍ଭମାନଙ୍କଠାରୁ ତାହାର ଅବଲମ୍ଵନ ହରଣ କରିବ
12 କାରଣ ମାରୋତ୍ ନିବାସିନୀ ଭାବିତା ହୋଇ ମଙ୍ଗଳର ଅପେକ୍ଷା କରଇ; ଯେହେତୁ ଯିରୂଶାଲମର ଦ୍ଵାର ପର୍ଯ୍ୟନ୍ତ ସଦାପ୍ରଭୁଙ୍କଠାରୁ ଅମଙ୍ଗଳ ଉପସ୍ଥିତ ହୋଇଅଛି
13 ହେ ଲାଖୀଶ୍ ନିବାସିନୀ, ତୁମ୍ଭେ ରଥରେ ଦ୍ରୁତଗାମୀ ଅଶ୍ଵ ଯୋଚ; ସେ ସିୟୋନ-କନ୍ୟା ପ୍ରତି ଆଦ୍ୟ ପାପ ସ୍ଵରୂପ ଥିଲା; କାରଣ ଇସ୍ରାଏଲର ଆଜ୍ଞାଲଙ୍ଘନସକଳ ତୁମ୍ଭ ମଧ୍ୟରେ ଦେଖାଗଲା
14 ଏଥିପାଇଁ ତୁମ୍ଭେ ମୋରେଷତ୍ ଗାଥ୍କୁ ବିଦାୟକାଳୀନ ଦାନ ଦେବ; ଅକ୍ଷୀବର ଗୃହସକଳ ଇସ୍ରାଏଲର ରାଜଗଣ ପ୍ରତି ପ୍ରବଞ୍ଚନାଜନକ ବସ୍ତୁ ତୁଲ୍ୟ ହେବ
15 ଆହୁରି, ହେ ମାରେଶା ନିବାସିନୀ, ଯେ ତୁମ୍ଭକୁ ଅଧିକାର କରିବ, ତାହାକୁ ଆମ୍ଭେ ତୁମ୍ଭ ନିକଟକୁ ଆଣିବା; ଇସ୍ରାଏଲର ଗୌରବ ଅଦୁଲ୍ଲମକୁ ହିଁ ଆସିବ
16 ତୁମ୍ଭେ ଆପଣାର ଆହ୍ଲାଦଜନକ ସନ୍ତାନଗଣ ନିମନ୍ତେ ମସ୍ତକ ମୁଣ୍ତନ କର କେଶ କାଟି ପକାଅ; ଶାଗୁଣା ପରି ଆପଣାର କେଶ-ଶୂନ୍ୟତା ବୃଦ୍ଧି କର; କାରଣ ସେମାନେ ତୁମ୍ଭ ନିକଟରୁ ନିର୍ବାସିତ ହୋଇ ଯାଇଅଛନ୍ତି
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×