Bible Versions
Bible Books

Psalms 148 (ORV) Oriya Old BSI Version

1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର ତୁମ୍ଭେମାନେ ଆକାଶମଣ୍ତଳରୁ ତାହାଙ୍କର ପ୍ରଶଂସା କର; ଊର୍ଦ୍ଧ୍ଵସ୍ଥାନରେ ତାହାଙ୍କର ପ୍ରଶଂସା କର
2 ହେ ତାହାଙ୍କର ଦୂତସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର; ହେ ତାହାଙ୍କର ସୈନ୍ୟସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର
3 ହେ ସୂର୍ଯ୍ୟ ଚନ୍ଦ୍ର, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର ହେ ଦୀପ୍ତିମୟ ତାରାସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର
4 ହେ ସ୍ଵର୍ଗର ସ୍ଵର୍ଗ ଗଗନୋପରିସ୍ଥ ଜଳସମୂହ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର
5 ଏମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରନ୍ତୁ; କାରଣ ସେ ଆଜ୍ଞା କରନ୍ତେ, ଏମାନେ ସୃଷ୍ଟ ହେଲେ
6 ଆହୁରି, ସେ ସଦାକାଳ ପାଇଁ ଏମାନଙ୍କୁ ସ୍ଥାପନ କରିଅଛନ୍ତି; ସେ ନିୟମ କରିଅଛନ୍ତି, ତାହା ଲୁପ୍ତ ହେବ ନାହିଁ
7 ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର, ହେ ତିମିଙ୍ଗିଳ ସକଳ ବାରିଧି;
8 ଅଗ୍ନି ଶିଳା, ହିମ ବାଷ୍ପ; ତାହାଙ୍କ ବାକ୍ୟସାଧକ ପ୍ରଚଣ୍ତ ବାୟୁ;
9 ପର୍ବତ ସକଳ ଉପପର୍ବତ; ଫଳବାନ ବୃକ୍ଷ ସକଳ ଏରସ ବୃକ୍ଷ;
10 ବନ୍ୟ ସକଳ ଗ୍ରାମ୍ୟ ପଶୁ; ଉରୋଗାମୀ ଉଡ୍ଡୀୟମାନ ପକ୍ଷୀଗଣ;
11 ପୃଥିବୀର ରାଜଗଣ ସକଳ ଗୋଷ୍ଠୀ; ଅଧିପତିଗଣ ପୃଥିବୀର ସକଳ ବିଚାରକର୍ତ୍ତା
12 ଯୁବକ ଯୁବତୀମାନେ; ବୃଦ୍ଧ ବାଳକମାନେ;
13 ସେସମସ୍ତେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରନ୍ତୁ; କାରଣ କେବଳ ତାହାଙ୍କ ନାମ ଉନ୍ନତ ଅଟେ;
14 ସେ ଆପଣା ଲୋକମାନଙ୍କ ଶୃଙ୍ଗ ଉଠାଇ ଅଛନ୍ତି, ତାହା ତାହାଙ୍କ ସଦ୍ଭକ୍ତମାନଙ୍କର ତାହାଙ୍କ ନିକଟବର୍ତ୍ତୀ ଇସ୍ରାଏଲ-ସନ୍ତାନଗଣର ପ୍ରଶଂସାର ବିଷୟ ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×