Bible Versions
Bible Books

Psalms 87 (ORV) Oriya Old BSI Version

1 ଗୀତ; କୋରହ-ସନ୍ତାନଗଣର ଗୀତ ତାହାଙ୍କ ଭିତ୍ତିମୂଳ ପବିତ୍ର ପର୍ବତ- ଶ୍ରେଣୀରେ ସ୍ଥାପିତ
2 ସଦାପ୍ରଭୁ ଯାକୁବର ସମସ୍ତ ବାସସ୍ଥାନ ଅପେକ୍ଷା ସିୟୋନର ଦ୍ଵାରସମୂହକୁ ଅଧିକ ସ୍ନେହ କରନ୍ତି
3 ହେ ପରମେଶ୍ଵରଙ୍କ ନଗରୀ, ତୁମ୍ଭ ବିଷୟରେ ନାନାବିଧ ଗୌରବର କଥା କଥିତ ଅଛି ସେଲା
4 ମୋʼ ଜାଣିବା ଲୋକଙ୍କ ତୁଲ୍ୟ ମୁଁ ରାହବ ବାବିଲକୁ ଉଲ୍ଲେଖ କରିବି; ପଲେଷ୍ଟୀୟା ସୋର କୂଶକୁ ଦେଖ; ଏହି ଜଣ ସେଠାରେ ଜାତ ହେଲା
5 ଆହୁରି, ସିୟୋନ ବିଷୟରେ କୁହାଯିବ, ଏଜଣ ସେଜଣ ତହିଁ ମଧ୍ୟରେ ଜାତ ହେଲେ; ପୁଣି, ସର୍ବୋପରିସ୍ଥ ସ୍ଵୟଂ ତାହା ସୁସ୍ଥିର କରିବେ
6 ସଦାପ୍ରଭୁ ଗୋଷ୍ଠୀବର୍ଗର ନାମ ଲେଖିବା ସମୟରେ, ଏଜଣ ସେଠାରେ ଜାତ ହେଲା ବୋଲି ଗଣନା କରିବେ ସେଲା
7 ଗାୟକ ନର୍ତ୍ତକମାନେ କହିବେ, ମୋହର ସବୁ ଝର ତୁମ୍ଭଠାରେ ଅଛି
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×