Bible Versions
Bible Books

Romans 1 (ORV) Oriya Old BSI Version

1 ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ଆହୂତଣଜଣେ ପ୍ରେରିତ, ପୁଣି ଈଶ୍ଵର ଆପଣା ପୁତ୍ର ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ଵନ୍ଧରେ ନିଜର ଯେଉଁ ସୁସମାଚାର ଧର୍ମଶାସ୍ତ୍ରରେ ଆପଣା ଭାବବାଦୀମାନଙ୍କ ଦ୍ଵାରା ପୂର୍ବରେ ପ୍ରତିଜ୍ଞା କରିଥିଲେ⇧, ସେହି ସୁସମାଚାର ନିମନ୍ତେ ପୃଥକୀକୃତ,
2 ସେ ରୋମରେ ଥିବା ଈଶ୍ଵରଙ୍କ ପ୍ରିୟ ଆହୂତ ସମସ୍ତ ସାଧୁଙ୍କ ନିକଟକୁ ପତ୍ର ଲେଖୁଅଛି
3 ସେହି ଯୀଶୁ ଖ୍ରୀଷ୍ଟ ଶରୀର ସମ୍ଵନ୍ଧରେ ଦାଉଦଙ୍କ ବଂଶଜାତ,
4 କିନ୍ତୁ ଧର୍ମମୟ ଆତ୍ମା ସମ୍ଵନ୍ଧରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଦ୍ଵାରା ଈଶ୍ଵରଙ୍କ ପୁତ୍ର ବୋଲି ଶକ୍ତି ସହ ନିର୍ଦ୍ଦିଷ୍ଟ ହେଲେ;
5 ଆଉ, ଯେଉଁ ବିଜାତିମାନଙ୍କ ମଧ୍ୟରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ଆହ୍ଵାନ ପ୍ରାପ୍ତ ହୋଇଅଛ,
6 ତାହାଙ୍କ ନାମର ଗୌରବ ନିମନ୍ତେ ସେହି ବିଜାତି ସମସ୍ତେ ଯେପରି ବିଶ୍ଵାସ କରି ଆଜ୍ଞାକାରୀ ହୁଅନ୍ତି, ଏଥିନିମନ୍ତେ ଆମ୍ଭେମାନେ ତାହାଙ୍କଠାରୁ ଅନୁଗ୍ରହ ପ୍ରେରିତ ପଦ ପାଇଅଛୁ
7 ଆମ୍ଭମାନଙ୍କ ପିତା ଈଶ୍ଵର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ
8 ପ୍ରଥମରେ, ତୁମ୍ଭମାନଙ୍କ ବିଶ୍ଵାସର ସୁସମ୍ଵାଦ ଯେ ସମୁଦାୟ ଜଗତରେ ଶୁଣା ଯାଉଅଛି, ଏଥିନିମନ୍ତେ ମୁଁ ତୁମ୍ଭ ସମସ୍ତଙ୍କ ସକାଶେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ମୋହର ଈଶ୍ଵରଙ୍କୁ ଧନ୍ୟବାଦ ଦେଉଅଛି
9 କାରଣ ଯେପରି କୌଣସି ପ୍ରକାରେ ଏତେ ଦିନ ପରେ ଈଶ୍ଵରଙ୍କ ଇଚ୍ଛା ହେଲେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଥରେ ସୁଯୋଗ ପାଇ ପାରେ,
10 ଏଥିନିମନ୍ତେ ମୁଁ କିପରି ନିରନ୍ତର ତୁମ୍ଭମାନଙ୍କ ନାମ ଉଲ୍ଲେଖ କରି ମୋହର ସମସ୍ତ ପ୍ରାର୍ଥନାରେ ସର୍ବଦା ନିବେଦନ କରି ଆସୁଅଛି, ସେ ବିଷୟରେ ଯେଉଁ ଈଶ୍ଵରଙ୍କୁ ମୁଁ ମୋହର ଆତ୍ମା ଦେଇ ତାହାଙ୍କ ପୁତ୍ରଙ୍କ ସୁସମାଚାରରେ ସେବା କରେ, ସେ ମୋହର ସାକ୍ଷୀ ଅଟନ୍ତି
11 ଯେଣୁ ତୁମ୍ଭେମାନେ ଯେପରି ସ୍ଥିରୀକୃତ ହୋଇ ପାର, ସେଥିପାଇଁ ମୁଁ ତୁମ୍ଭମାନଙ୍କୁ କୌଣସି ଆତ୍ମିକ ଦାନ ଦେବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଏକା; ଇଚ୍ଛା କରୁଅଛି,
12 ବରଂ ଯେପରି ତୁମ୍ଭମାନଙ୍କର ମୋହର, ଉଭୟ ପକ୍ଷର ବିଶ୍ଵାସ ଦ୍ଵାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ତୁମ୍ଭମାନଙ୍କ ସହିତ ଉତ୍ସାହ ପ୍ରାପ୍ତ ହୁଏ
13 ହେ ଭାଇମାନେ, ଅବଶିଷ୍ଟ ବିଜାତିମାନଙ୍କ ମଧ୍ୟରେ ଯେପ୍ରକାରେ, ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହିପ୍ରକାରେ ମୁଁ ଯେପରି କିଛି ଫଳ ପ୍ରାପ୍ତ ହୋଇପାରେ, ସେଥିନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଯେ ଥରକୁଥର ମନସ୍ଥ କରିଥିଲି - କିନ୍ତୁ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇ ଆସିଅଛିଣ- ସେ ବିଷୟରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ
14 ଗ୍ରୀକ୍ କି ବର୍ବର, ଶିକ୍ଷିତ କି ଅଶିକ୍ଷିତ, ସମସ୍ତଙ୍କ ନିକଟରେ ମୁଁ ଋଣୀ
15 ଅତଏବ, ରୋମବାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାର କରିବାକୁ ମୁଁ ଇଚ୍ଛୁକ ଅଟେ
16 କାରଣ ମୁଁ ସୁସମାଚାର ସମ୍ଵନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ପ୍ରତ୍ୟେକ ବିଶ୍ଵାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ଵରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୁଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ୍ ପକ୍ଷରେ
17 ସେଥିରେ ଈଶ୍ଵରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ଵାସମୂଳକ ବିଶ୍ଵାସଜନକ, ଯେପରି ଲେଖାଅଛି, “ଧାର୍ମିକ ବିଶ୍ଵାସ ଦ୍ଵାରା ବଞ୍ଚିବ”
18 କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରତା ଅଧର୍ମ ବିରୁଦ୍ଧରେ ସ୍ଵର୍ଗରୁ ଈଶ୍ଵରଙ୍କ କ୍ରୋଧ ପ୍ରକାଶିତ ହେଉଅଛି,
19 ଯେଣୁ ଈଶ୍ଵରଙ୍କ ସମ୍ଵନ୍ଧରେ ଯାହା ଜ୍ଞାତବ୍ୟ, ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି; ଈଶ୍ଵର ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି
20 ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍ ତାହାଙ୍କର ଅନାଦି ଅନ; ଶକ୍ତି ଈଶ୍ଵରତ୍ଵ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ଵାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ଥାଏ
21 କାରଣ ସେମାନେ ଈଶ୍ଵରଙ୍କୁ ଜାଣି ତାହାଙ୍କୁ ଈଶ୍ଵର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କବିତର୍କରେ ଜଡ଼ିତ ହେଲେ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା;
22 ନିଜ ନିଜକୁ ଜ୍ଞାନୀ ବୋଲି ମନେ କରି ସେମାନେ ମୂର୍ଖ ହେଲେ,
23 ପୁଣି, ଅକ୍ଷୟ ଈଶ୍ଵରଙ୍କ ଗୌରବକୁ କ୍ଷୟଣୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପାଦିଙ୍କ ଆକୃତିଯୁକ୍ତ ପ୍ରତିମାରେ ପରିଣତ କଲେ
24 ଏଣୁ ଈଶ୍ଵର ସେମାନଙ୍କ ହୃଦୟର କୁଅଭିଳାଷ ଅନୁସାରେ ସେମାନଙ୍କୁ ଅଶୁଚିତାରେ ସମର୍ପଣ କଲେ, ଯେପରି ସେମାନଙ୍କ ଶରୀର ପରସ୍ପର ଦ୍ଵାରା କଳୁଷିତ ହୁଏ
25 କାରଣ ସେମାନେ ଈଶ୍ଵରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ସ୍ରଷ୍ଟାଙ୍କ ପରିବର୍ତ୍ତେ ସୃଷ୍ଟ ବସ୍ତୁର ପୂଜା ସେବା କଲେ; ସେ ଯୁଗେ ଯୁଗେ ଧନ୍ୟ ଆମେନ୍
26 ଏହି କାରଣରୁ ଈଶ୍ଵର ସେମାନଙ୍କୁ ଜଘନ୍ୟ ପାପପ୍ରବୃତ୍ତିରେ ସମର୍ପଣ କଲେ, କାରଣ ସେମାନଙ୍କ ସ୍ତ୍ରୀମାନେ ସ୍ଵାଭାବିକ ବ୍ୟବହାର ପରିବର୍ତ୍ତେ ଅସ୍ଵାଭାବିକ ବ୍ୟବହାର କଲେ,
27 ପୁଣି ସେହିପରି ପୁରୁଷମାନେ ମଧ୍ୟ ସ୍ଵାଭାବିକ ସ୍ତ୍ରୀସଙ୍ଗ ପରିତ୍ୟାଗ କରି ପରସ୍ପର ଆପଣା ଆପଣା କାମାନଳରେ ଦଗ୍ଧ ହେଲେ, ପୁରୁଷ ସହିତ ପୁରୁଷ କୁତ୍ସିତ କର୍ମ କଲେ, ପୁଣି ଆପଣା ଆପଣାଠାରେ ସ୍ଵ ସ୍ଵ ଭ୍ରଷ୍ଟତାର ସମୁଚିତ ପ୍ରତିଫଳ ପାଇଲେ
28 ଆଉ, ଯେପରି ସେମାନେ ଈଶ୍ଵର ବିଷୟକ ଜ୍ଞାନ ଗ୍ରହଣ କରିବାକୁ ଅସ୍ଵୀକୃତ ହେଲେ, ସେହିପରି ଈଶ୍ଵର ଅନୁଚିତ କର୍ମ କରିବା ନିମନ୍ତେ ସେମାନଙ୍କୁ ଭ୍ରଷ୍ଟ ମତିରେ ସମର୍ପଣ କଲେ
29 ସେମାନେ ସର୍ବପ୍ରକାର ଅଧର୍ମ, ଦୁଷ୍ଟତା, ଲୋଭ, ହିଂସା, ଈର୍ଷା, ବଧ, ବିବାଦ, ଛଳ ମନ୍ଦତାରେ ପରିପୂର୍ଣ୍ଣ;
30 ସେମାନେ କର୍ଣ୍ଣେଜପ, ନିନ୍ଦକ, ଈଶ୍ଵରଙ୍କ ଘୃଣ୍ୟ, ଅତ୍ୟାଚାରୀ, ଦାମ୍ଭିକ, ଅହଂକାରୀ, ଦୁଷ୍ଟକର୍ମର ଉତ୍ପାଦକ,
31 ପିତାମାତାଙ୍କ ଅନାଜ୍ଞାବହ, ନିର୍ବୋଧ, ନିୟମ ଭଗ୍ନକାରୀ, ସ୍ଵାଭାବିକ ସ୍ନେହ-ରହିତ ନିର୍ଦ୍ଦୟ ଅଟନ୍ତି
32 ଯେଉଁମାନେ ଏହିପରି ଆଚରଣ କରନ୍ତି, ସେମାନେ ଯେ ମୃତ୍ୟୁର ଯୋଗ୍ୟ, ଈଶ୍ଵରଙ୍କର ଏହି ବିଧାନ ସେମାନେ ଜାଣିଲେ ସୁଦ୍ଧା କେବଳ ଯେ ଏହିପ୍ରକାର ଆଚରଣ କରନ୍ତି, ତାହା ନୁହେଁ, କିନ୍ତୁ ଏହିପରି ଆଚରଣ କରୁଥିବା ଲୋକମାନଙ୍କ ପକ୍ଷ ଆନନ୍ଦରେ ସମର୍ଥନ କରନ୍ତି
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×