|
|
1. ଥରେ ସେ ବିଶ୍ରାମବାରରେ ଭୋଜନ କରିବା ନିମନ୍ତେ ଫାରୂଶୀମାନଙ୍କର ଜଣେ ନେତାଙ୍କ ଗୃହରେ ପ୍ରବେଶ କରନ୍ତେ, ସେମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ ।
|
1. And G2532 it came to pass G1096 , as he G846 went G2064 into G1519 the house G3624 of one G5100 of the G3588 chief G758 Pharisees G5330 to eat G5315 bread G740 on the sabbath day G4521 , that G2532 they G846 watched G2258 G3906 him G846 .
|
2. ଆଉ ଦେଖ, ତାହାଙ୍କ ସମ୍ମୁଖରେ ଜଣେ ଜଳୋଦର ରୋଗରେ ପୀଡ଼ିତ ଲୋକ ଥିଲା ।
|
2. And G2532 , behold G2400 , there was G2258 a certain G5100 man G444 before G1715 him G846 which had the dropsy G5203 .
|
3. ସେଥିରେ ଯୀଶୁ ବ୍ୟବସ୍ଥାଶାସ୍ତ୍ରଜ୍ଞ ଓ ଫାରୂଶୀମାନଙ୍କୁ ଉତ୍ତର ଦେଲେ, ବିଶ୍ରାମବାରରେ ସୁସ୍ଥ କରିବା ବିଧିସଙ୍ଗତ କି ନା? କିନ୍ତୁ ସେମାନେ ନୀରବ ରହିଲେ ।
|
3. And G2532 Jesus G2424 answering G611 spake G2036 unto G4314 the G3588 lawyers G3544 and G2532 Pharisees G5330 , saying G3004 G1487 , Is it lawful G1832 to heal G2323 on the G3588 sabbath day G4521 ?
|
4. ପୁଣି, ସେ ତାହାକୁ ଧରି ସୁସ୍ଥ କଲେ ଓ ବିଦାୟ ଦେଲେ ।
|
4. And G1161 they G3588 held their peace G2270 . And G2532 he took G1949 him, and healed G2390 him G846 , and G2532 let him go G630 ;
|
5. ଆଉ, ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ମଧ୍ୟରୁ କେହି ଆପଣା ପୁଅ ବା ବଳଦ କୂଅରେ ପଡ଼ିଲେ କଅଣ ତାହାକୁ ବିଶ୍ରାମବାରରେ ତତ୍କ୍ଷଣାତ୍ ଉଠାଇବ ନାହିଁ?
|
5. And G2532 answered G611 them G846 , saying G2036 , Which G5101 of you G5216 shall have an ass G3688 or G2228 an ox G1016 fallen G1706 into G1519 a pit G5421 , and G2532 will not G3756 straightway G2112 pull him out G385 G846 on G1722 the G3588 sabbath G4521 day G2250 ?
|
6. ଆଉ, ସେମାନେ ଏହି ସମସ୍ତ କଥାର କୌଣସି ଉତ୍ତର ଦେଇ ପାରିଲେ ନାହିଁ ।
|
6. And G2532 they could G2480 not G3756 answer him again G470 G846 to G4314 these things G5023 .
|
7. ପୁଣି, ନିମନ୍ତ୍ରିତ ଲୋକମାନେ କିପ୍ରକାରେ ପ୍ରଧାନ ପ୍ରଧାନ ଆସନ ବାଛୁଥିଲେ, ଏହା ଲକ୍ଷ୍ୟ କରି ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ ଦେଇ କହିଲେ,
|
7. And G1161 he put forth G3004 a parable G3850 to G4314 those which were bidden G2564 , when he marked G1907 how G4459 they chose out G1586 the G3588 chief rooms G4411 ; saying G3004 unto G4314 them G846 ,
|
8. ଯେତେବେଳେ ତୁମ୍ଭେ କୌଣସି ଲୋକ ଦ୍ଵାରା ବିବାହଭୋଜକୁ ନିମନ୍ତ୍ରିତ ହୁଅ, ସେତେବେଳେ ପ୍ରଧାନ ଆସନରେ ବସ ନାହିଁ, କାଳେ ତୁମ୍ଭଠାରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଦ୍ଵାରା ନିମନ୍ତ୍ରିତ ହୋଇଥିବେ,
|
8. When G3752 thou art bidden G2564 of G5259 any G5100 man to G1519 a wedding G1062 , sit not down G2625 G3361 in G1519 the G3588 highest room G4411 ; lest G3379 a more honorable man G1784 than thou G4675 be G5600 bidden G2564 of G5259 him G846 ;
|
9. ଆଉ ଯେ ତୁମ୍ଭକୁ ଓ ତାଙ୍କୁ ନିମନ୍ତ୍ରଣ କଲେ, ସେ ଆସି ତୁମ୍ଭକୁ କହିବେ, ଏହାଙ୍କୁ ସ୍ଥାନ ଦିଅ; ଆଉ, ସେତେବେଳେ ତୁମ୍ଭେ ଲଜ୍ଜାରେ ନିମ୍ନତମ ସ୍ଥାନ ଗ୍ରହଣ କରିବାକୁ ଯିବ ।
|
9. And G2532 he that bade G2564 thee G4571 and G2532 him G846 come G2064 and say G2046 to thee G4671 , Give G1325 this man G5129 place G5117 ; and G2532 thou G5119 begin G756 with G3326 shame G152 to take G2722 the G3588 lowest G2078 room G5117 .
|
10. କିନ୍ତୁ ଯେତେବେଳେ ତୁମ୍ଭେ ନିମନ୍ତ୍ରିତ ହୁଅ, ସେତେବେଳେ ଯାଇ ନିମ୍ନତମ ସ୍ଥାନରେ ବସ, ଯେପରି ତୁମ୍ଭର ନିମନ୍ତ୍ରଣକାରୀ ବ୍ୟକ୍ତି ଆସି ତୁମ୍ଭକୁ କହିବେ, ହେ ବନ୍ଧୁ, ଉଚ୍ଚତର ସ୍ଥାନକୁ ଆସ; ସେତେବେଳେ ତୁମ୍ଭ ସହିତ ଭୋଜନରେ ବସୁଥିବା ସମସ୍ତ ଲୋକଙ୍କ ସାକ୍ଷାତରେ ତୁମ୍ଭର ଗୌରବ ହେବ ।
|
10. But G235 when G3752 thou art bidden G2564 , go G4198 and sit down G377 in G1519 the G3588 lowest G2078 room G5117 ; that G2443 when G3752 he bade G2564 thee G4571 cometh G2064 , he may say G2036 unto thee G4671 , Friend G5384 , go up G4320 higher G511 : then G5119 shalt thou G4671 have G2071 worship G1391 in the presence G1799 of them that sit at meat with G4873 thee G4671 .
|
11. କାରଣ ଯେକେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ ।
|
11. For G3754 whosoever G3956 exalteth G5312 himself G1438 shall be abased G5013 ; and G2532 he that humbleth G5013 himself G1438 shall be exalted G5312 .
|
12. ପୁଣି, ସେ ଆପଣା ନିମନ୍ତ୍ରଣକାରୀଙ୍କି ମଧ୍ୟ କହିଲେ, ଦିବସ ବା ରାତ୍ରିରେ ଭୋଜି ଦେଲେ ଆପଣା ବନ୍ଧୁ କି ଭ୍ରାତା କି ଆତ୍ମୀୟ କି ଧନୀ ପ୍ରତିବାସୀମାନଙ୍କୁ ନିମନ୍ତ୍ରଣ କର ନାହିଁ, କାଳେ ସେମାନେ ମଧ୍ୟ ଫେରି ତୁମ୍ଭକୁ ନିମନ୍ତ୍ରଣ କରିବେ ଓ ତୁମ୍ଭେ ପ୍ରତିଦାନ ପାଇବ ।
|
12. Then G1161 said G3004 he also G2532 to him that bade G2564 him G846 , When G3752 thou makest G4160 a dinner G712 or G2228 a supper G1173 , call G5455 not G3361 thy G4675 friends G5384 , nor G3366 thy G4675 brethren G80 , neither G3366 thy G4675 kinsmen G4773 , nor G3366 thy rich G4145 neighbors G1069 ; lest G3379 they G846 also G2532 bid thee again G479 G4571 , and G2532 a recompense G468 be made G1096 thee G4671 .
|
13. କିନ୍ତୁ ଭୋଜ ପ୍ରସ୍ତୁତ କଲେ ଦରିଦ୍ର, ପଙ୍ଗୁ, ଖଞ୍ଜ ଓ ଅନ୍ଧମାନଙ୍କୁ ନିମନ୍ତ୍ରଣ କର;
|
13. But G235 when G3752 thou makest G4160 a feast G1403 , call G2564 the poor G4434 , the maimed G376 , the lame G5560 , the blind G5185 :
|
14. ତାହାହେଲେ ତୁମ୍ଭେ ଧନ୍ୟ ହେବ, କାରଣ ତୁମ୍ଭକୁ ପ୍ରତିଦାନ ଦେବା ନିମନ୍ତେ ସେମାନଙ୍କର କିଛି ନାହିଁ; ଆଉ, ଧାର୍ମିକମାନଙ୍କ ପୁନରୁତ୍ଥାନ ସମୟରେ ତୁମ୍ଭକୁ ପ୍ରତିଦାନ ଦିଆଯିବ ।
|
14. And G2532 thou shalt be G2071 blessed G3107 ; for G3754 they cannot G2192 G3756 recompense G467 thee G4671 : for G1063 thou G4671 shalt be recompensed G467 at G1722 the G3588 resurrection G386 of the G3588 just G1342 .
|
15. ତାହା ଶୁଣି ତାହାଙ୍କ ସହିତ ଭୋଜନରେ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଯେଉଁ ଲୋକ ଈଶ୍ଵରଙ୍କ ରାଜ୍ୟରେ ଭୋଜନ କରିବ, ସେ ଧନ୍ୟ ।
|
15. And G1161 when one G5100 of them that sat at meat with G4873 him heard G191 these things G5023 , he said G2036 unto him G846 , Blessed G3107 is he G3739 that shall eat G5315 bread G740 in G1722 the G3588 kingdom G932 of God G2316 .
|
16. କିନ୍ତୁ ସେ ତାଙ୍କୁ କହିଲେ, ଜଣେ ବ୍ୟକ୍ତି ରାତ୍ର ସମୟରେ ମହାଭୋଜ ଦେବାକୁ ଇଚ୍ଛା କରି ଅନେକଙ୍କୁ ନିମନ୍ତ୍ରଣ କଲେ;
|
16. Then G1161 said G2036 he G3588 unto him G846 , A certain G5100 man G444 made G4160 a great G3173 supper G1173 , and G2532 bade G2564 many G4183 :
|
17. ଆଉ, ଭୋଜନର ସମୟ ଉପସ୍ଥିତ ହୁଅନ୍ତେ, ସେ ନିମନ୍ତ୍ରିତ ଲୋକମାନଙ୍କ ନିକଟକୁ ଆପଣା ଦାସକୁ ପଠାଇ କହିଲେ, ଆପଣମାନେ ଆସନ୍ତୁ, କାରଣ ସମସ୍ତ ପ୍ରସ୍ତୁତ ହେଲାଣି ।
|
17. And G2532 sent G649 his G848 servant G1401 at supper G1173 time G5610 to say G2036 to them that were bidden G2564 , Come G2064 ; for G3754 all things G3956 are G2076 now G2235 ready G2092 .
|
18. କିନ୍ତୁ ସମସ୍ତେ ଏକମତରେ କ୍ଷମା ପ୍ରାର୍ଥନା କରିବାକୁ ଲାଗିଲେ । ପ୍ରଥମ ଜଣ ତାହାକୁ କହିଲା, ମୁଁ ଖଣ୍ତେ କ୍ଷେତ କିଣିଅଛି, ମୋତେ ତାହା ଦେଖିବାକୁ ପଡ଼ିବ; ଅନୁରୋଧ କରେ, ମୁଁ କ୍ଷମା ପାଇଅଛି ବୋଲି ମନେ କର ।
|
18. And G2532 they all G3956 with G575 one G3391 consent began G756 to make excuse G3868 . The G3588 first G4413 said G2036 unto him G846 , I have bought G59 a piece of ground G68 , and G2532 I must G2192 needs G318 go G1831 and G2532 see G1492 it G846 : I pray G2065 thee G4571 have G2192 me G3165 excused G3868 .
|
19. ଆଉ ଜଣେ କହିଲା, ମୁଁ ପାଞ୍ଚ ହଳ ବଳଦ କିଣିଅଛି, ଆଉ ମୁଁ ସେମାନଙ୍କୁ ପରୀକ୍ଷା କରିବାକୁ ଯାଉଅଛି; ଅନୁରୋଧ କରେ, ମୁଁ କ୍ଷମା ପାଇଅଛି ବୋଲି ମନେ କର ।
|
19. And G2532 another G2087 said G2036 , I have bought G59 five G4002 yoke G2201 of oxen G1016 , and G2532 I go G4198 to prove G1381 them G846 : I pray G2065 thee G4571 have G2192 me G3165 excused G3868 .
|
20. ଅନ୍ୟ ଜଣେ କହିଲା, ମୁଁ ବିବାହ କରିଅଛି, ତେଣୁ ଯାଇ ପାରୁ ନାହିଁ ।
|
20. And G2532 another G2087 said G2036 , I have married G1060 a wife G1135 , and G2532 therefore G1223 G5124 I cannot G1410 G3756 come G2064 .
|
21. ପୁଣି, ସେହି ଦାସ ଆସି ଆପଣା ପ୍ରଭୁଙ୍କୁ ସେହିସବୁ ଜଣାଇଲା । ସେଥିରେ ଗୃହକର୍ତ୍ତା କ୍ରୋଧାନ୍ଵିତ ହୋଇ ଆପଣା ଦାସକୁ କହିଲେ, ଶୀଘ୍ର ନଗରର ଦାଣ୍ତ ଓ ଗଳିଗୁଡ଼ିକୁ ଯାଇ ଦରିଦ୍ର, ପଙ୍ଗୁ, ଅନ୍ଧ ଓ ଖଞ୍ଜମାନଙ୍କୁ ଏଠାକୁ ଘେନିଆସ ।
|
21. So G2532 that G1565 servant G1401 came G3854 , and showed G518 his G848 lord G2962 these things G5023 . Then G5119 the G3588 master of the house G3617 being angry G3710 said G2036 to his G848 servant G1401 , Go out G1831 quickly G5030 into G1519 the G3588 streets G4113 and G2532 lanes G4505 of the G3588 city G4172 , and G2532 bring in G1521 hither G5602 the G3588 poor G4434 , and G2532 the maimed G376 , and G2532 the halt G5560 , and G2532 the blind G5185 .
|
22. ପରେ ସେହି ଦାସ କହିଲା, ହେ ପ୍ରଭୁ, ଆପଣଙ୍କ ଆଜ୍ଞାନୁସାରେ କରାଯାଇଛି, ତଥାପି ଆହୁରି ସ୍ଥାନ ଅଛି ।
|
22. And G2532 the G3588 servant G1401 said G2036 , Lord G2962 , it is done G1096 as G5613 thou hast commanded G2004 , and G2532 yet G2089 there is G2076 room G5117 .
|
23. ସେଥିରେ ପ୍ରଭୁ ସେହି ଦାସକୁ କହିଲେ, ରାଜଦାଣ୍ତ ଓ ଗଛମୂଳକୁ ଯାଇ, ମୋର ଗୃହ ଯେପରି ପୂର୍ଣ୍ଣ ହୁଏ, ସେଥିପାଇଁ ଲୋକମାନଙ୍କୁ ଆସିବା ପାଇଁ ବଳାଅ ।
|
23. And G2532 the G3588 lord G2962 said G2036 unto G4314 the G3588 servant G1401 , Go out G1831 into G1519 the G3588 highways G3598 and G2532 hedges G5418 , and G2532 compel G315 them to come in G1525 , that G2443 my G3450 house G3624 may be filled G1072 .
|
24. ଯେଣୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ନିମନ୍ତ୍ରିତ ଲୋକମାନଙ୍କ ମଧ୍ୟରୁ କେହି ମୋର ଭୋଜର ଆସ୍ଵାଦ ପାଇବ ନାହିଁ ।
|
24. For G1063 I say G3004 unto you G5213 , That G3754 none G3762 of those G1565 men G435 which were bidden G2564 shall taste G1089 of my G3450 supper G1173 .
|
25. ବହୁସଂଖ୍ୟକ ଲୋକ ତାହାଙ୍କ ସହିତ ଯାତ୍ରା କରୁଥିଲେ, ଆଉ ସେ ବୁଲିପଡ଼ି ସେମାନଙ୍କୁ କହିଲେ,
|
25. And G1161 there went great multitudes with G4848 G4183 G3793 him G846 : and G2532 he turned G4762 , and said G2036 unto G4314 them G846 ,
|
26. କେହି ଯେବେ ମୋʼ ନିକଟକୁ ଆସି ଆପଣା ପିତା, ମାତା, ଭାର୍ଯ୍ୟା, ସନ୍ତାନ, ଭ୍ରାତା ଓ ଭଗ୍ନୀମାନଙ୍କୁ, ଏପରିକି ଆପଣା ପ୍ରାଣକୁ ସୁଦ୍ଧା ଅପ୍ରିୟ ଜ୍ଞାନ ନ କରେ, ତେବେ ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ ।
|
26. If any G1536 man come G2064 to G4314 me G3165 , and G2532 hate G3404 not G3756 his G1438 father G3962 , and G2532 mother G3384 , and G2532 wife G1135 , and G2532 children G5043 , and G2532 brethren G80 , and G2532 sisters G79 , yea G2089 , and G1161 his own G1438 life G5590 also G2532 , he cannot G1410 G3756 be G1511 my G3450 disciple G3101 .
|
27. ଯେକେହି ଆପଣା କ୍ରୁଶ ବହନ କରି ମୋହର ଅନୁଗମନ ନ କରେ, ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ ।
|
27. And G2532 whosoever G3748 doth not G3756 bear G941 his G848 cross G4716 , and G2532 come G2064 after G3694 me G3450 , cannot G1410 G3756 be G1511 my G3450 disciple G3101 .
|
28. କାରଣ ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରହରୀଗୃହ ନିର୍ମାଣ କରିବାକୁ ଇଚ୍ଛା କରି ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ତାହାର ଅର୍ଥବଳ ଅଛି କି ନାହିଁ, ଏହା ପ୍ରଥମେ ବସି ବ୍ୟୟହିସାବ ଦେଖିବ ନାହିଁ?
|
28. For G1063 which G5101 of G1537 you G5216 , intending G2309 to build G3618 a tower G4444 , sitteth not down G2523 G3780 first G4412 , and counteth G5585 the G3588 cost G1160 , whether G1487 he have G2192 sufficient to finish G4314 G535 it ?
|
29. କାଳେ ସେ ମୂଳଦୁଆ ବସାଇ ଶେଷ କରି ନ ପାରିଲେ, ଯେତେ ଲୋକ ତାହା ଦେଖିବେ, ସମସ୍ତେ ତାହାକୁ ପରିହାସ କରି କହିବାକୁ ଲାଗିବେ,
|
29. Lest haply G3379 , after G2443 he G846 hath laid G5087 the foundation G2310 , and G2532 is not able G2480 G3361 to finish G1615 it, all G3956 that behold G2334 it begin G756 to mock G1702 him G846 ,
|
30. ଏ ଲୋକଟା ତୋଳିବାକୁ ଆରମ୍ଭ କରି ଶେଷ କରି ପାରିଲା ନାହିଁ ।
|
30. Saying G3004 , This G3778 man G444 began G756 to build G3618 , and G2532 was not able G2480 G3756 to finish G1615 .
|
31. କିମ୍ଵା କେଉଁ ରାଜା ଅନ୍ୟ ଜଣେ ରାଜାଙ୍କ ସହିତ ଯୁଦ୍ଧ କରିବାକୁ ଯାଉଥିବା ସମୟରେ, କୋଡ଼ିଏ ହଜାର ସୈନ୍ୟ ଘେନି ତାଙ୍କ ବିରୁଦ୍ଧରେ ଆସୁଥିବା ରାଜାଙ୍କ ସହିତ ଦଶହଜାର ସୈନ୍ୟ ନେଇ ଯୁଦ୍ଧ କରିବାକୁ ସକ୍ଷମ କି ନାହିଁ, ତାହା ପ୍ରଥମେ ବସି ବିବେଚନା କରିବେ ନାହିଁ?
|
31. Or G2228 what G5101 king G935 , going G4198 to make war G4820 G1519 G4171 against another G2087 king G935 , sitteth not down G2523 G3780 first G4412 , and G2532 consulteth G1011 whether G1487 he be G2076 able G1415 with G1722 ten G1176 thousand G5505 to meet G528 him that cometh G2064 against G1909 him G846 with G3326 twenty G1501 thousand G5505 ?
|
32. ଯଦି ପାରନ୍ତି ନାହିଁ, ତେବେ ଅନ୍ୟ ରାଜା ଦୂରରେ ଥାଉ ଥାଉ ସେ ଦୂତ ପଠାଇ ସନ୍ଧି ପ୍ରାର୍ଥନା କରନ୍ତି ।
|
32. Or else G1490 , while the other G846 is G5607 yet G2089 a great way off G4206 , he sendeth G649 ambassadors G4242 , and desireth G2065 conditions G3588 of G4314 peace G1515 .
|
33. ସେହିପ୍ରକାରେ ତୁମ୍ଭମାନଙ୍କ ମଧ୍ୟରୁ ଯେକେହି ଆପଣାର ସର୍ବସ୍ଵ ତ୍ୟାଗ ନ କରେ, ସେ ମୋହର ଶିଷ୍ୟ ହୋଇ ପାରେ ନାହିଁ ।
|
33. So G3767 likewise G3779 , whosoever G3956 he be of G1537 you G5216 that G3739 forsaketh G657 not G3756 all G3956 that he hath G5224 G1438 , he cannot G1410 G3756 be G1511 my G3450 disciple G3101 .
|
34. ଲବଣ ତ ଉତ୍ତମ; କିନ୍ତୁ ଲବଣ ମଧ୍ୟ ଯଦି ସ୍ଵାଦବିହୀନ ହୁଏ, ତେବେ ତାହା କାହିଁରେ ସ୍ଵାଦଯୁକ୍ତ କରାଯିବ?
|
34. Salt G217 is good G2570 : but G1161 if G1437 the G3588 salt G217 have lost his savor G3471 , wherewith G1722 G5101 shall it be seasoned G741 ?
|
35. ତାହା ଭୂମି କିମ୍ଵା ଖତଗଦା ନିମନ୍ତେ ଯୋଗ୍ୟ ନୁହେଁ; ଲୋକେ ତାହା ବାହାରେ ଫୋପାଡ଼ି ଦିଅନ୍ତି । ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ ।
|
35. It is G2076 neither G3777 fit G2111 for G1519 the land G1093 , nor yet G3777 for G1519 the dunghill G2874 ; but men cast G906 it G846 out G1854 . He that hath G2192 ears G3775 to hear G191 , let him hear G191 .
|