Bible Versions
Bible Books

2 Chronicles 24 (ORV) Oriya Old BSI Version

1 ଯୋୟାଶ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ସାତ ବର୍ଷ ବୟସ୍କ ହୋଇଥିଲେ; ଆଉ, ସେ ଯିରୂଶାଲମରେ ଚାଳିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ସିବୀୟା, ସେ ବେର୍ଶେବା-ନିବାସିନୀ ଥିଲେ
2 ପୁଣି, ଯିହୋୟାଦା ଯାଜକର ଜୀବନଯାଏ ଯୋୟାଶ୍ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ
3 ଯିହୋୟାଦା ତାଙ୍କୁ ଦୁଇ କନ୍ୟା ବିବାହ କରାଇଲେ ତାଙ୍କର ପୁତ୍ର କନ୍ୟା ଜାତ ହେଲେ
4 ଏଥି ଉତ୍ତାରେ ସଦାପ୍ରଭୁଙ୍କ ଗୃହର ଜୀର୍ଣ୍ଣସଂସ୍କାର କରିବାକୁ ଯୋୟାଶ୍ଙ୍କର ମନ ହେଲା
5 ତହିଁରେ ସେ ଯାଜକମାନଙ୍କୁ ଲେବୀୟମାନଙ୍କୁ ଏକତ୍ର କରି କହିଲେ, ତୁମ୍ଭେମାନେ ଯିହୁଦାର ସମସ୍ତ ନଗରକୁ ଯାଅ ବର୍ଷକୁ ବର୍ଷ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହ ଦୃଢ଼ କରିବା ନିମନ୍ତେ ସମଗ୍ର ଇସ୍ରାଏଲ ନିକଟରୁ ମୁଦ୍ରା ସଂଗ୍ରହ କର, ଏହି କାର୍ଯ୍ୟ ଶୀଘ୍ର କର ତଥାପି ଲେବୀୟମାନେ ତାହା ଶୀଘ୍ର କଲେ ନାହିଁ
6 ଏଥିରେ ରାଜା ପ୍ରଧାନ ଯିହୋୟାଦାକୁ ଡାକି କହିଲେ, ସାକ୍ଷ୍ୟ-ତମ୍ଵୁ ନିମନ୍ତେ ସଦାପ୍ରଭୁଙ୍କ ସେବକ ମୋଶା ଇସ୍ରାଏଲ-ମଣ୍ତଳୀ ଦ୍ଵାରା ଯେଉଁ କର ନିରୂପିତ ହୋଇଅଛି, ତାହା ତୁମ୍ଭେ ଯିହୁଦା ଯିରୂଶାଲମରୁ ଆଣିବା ପାଇଁ କାହିଁକି ଲେବୀୟମାନଙ୍କୁ ଆଦେଶ କରି ନାହଁ?
7 କାରଣ ସେହି ଦୁଷ୍ଟା ସ୍ତ୍ରୀ ଅଥଲୀୟାର ପୁତ୍ରମାନେ ପରମେଶ୍ଵରଙ୍କ ଗୃହ ଭଗ୍ନ କରିଥିଲେ; ମଧ୍ୟ ସଦାପ୍ରଭୁଙ୍କ ଗୃହର ସମସ୍ତ ପବିତ୍ରୀକୃତ ବସ୍ତୁ ବାଲ୍ ଦେବଗଣକୁ ଦେଲେ
8 ରାଜା ଏହିପରି ଆଜ୍ଞା କରନ୍ତେ, ସେମାନେ ଏକ ସିନ୍ଦୁକ ନିର୍ମାଣ କରି ବାହାରେ ସଦାପ୍ରଭୁଙ୍କ ଗୃହର ଦ୍ଵାର ନିକଟରେ ରଖିଲେ
9 ଆଉ, ପରମେଶ୍ଵରଙ୍କ ସେବକ ମୋଶା ପ୍ରାନ୍ତରରେ ଇସ୍ରାଏଲ ଉପରେ ଯେଉଁ କର ବସାଇଥିଲେ, ତାହା ସଦାପ୍ରଭୁଙ୍କ ନିମନ୍ତେ ଆଣିବା ପାଇଁ ସେମାନେ ଯିହୁଦା ଯିରୂଶାଲମରେ ଘୋଷଣା କରାଇଲେ
10 ଏଥିରେ ଅଧିପତି ସମସ୍ତେ ସମଗ୍ର ଲୋକ ଆନନ୍ଦ କଲେ ସେମାନେ ସମାପ୍ତ କରିବା ପର୍ଯ୍ୟନ୍ତ ଆଣି ସିନ୍ଦୁକରେ ପକାଇଲେ
11 ତହୁଁ ଏପରି ହେଲା ଯେ, ଯେଉଁ ସମୟରେ ସିନ୍ଦୁକ ଲେବୀୟମାନଙ୍କ ହସ୍ତ ଦ୍ଵାରା ରାଜାଙ୍କ ନିରୂପିତ ସ୍ଥାନକୁ ଅଣାଗଲା ତହିଁରେ ବହୁତ ମୁଦ୍ରା ଅଛି ବୋଲି ସେମାନେ ଦେଖିଲେ, ସେତେବେଳେ ରାଜାଙ୍କର ଲେଖକ ପ୍ରଧାନ ଯାଜକର କର୍ମଚାରୀ ଆସି ସିନ୍ଦୁକ ଖାଲି କଲେ, ଆଉ ତାହା ନେଇ ପୁନର୍ବାର ସ୍ଵସ୍ଥାନରେ ରଖିଲେ ଏହିରୂପେ ସେମାନେ ଦିନକୁ ଦିନ କଲେ ବିସ୍ତର ମୁଦ୍ରା ସଂଗ୍ରହ କଲେ
12 ଆଉ, ରାଜା ଯିହୋୟାଦା ସଦାପ୍ରଭୁଙ୍କ ଗୃହର ସେବାର୍ଥକ କର୍ମକାରୀମାନଙ୍କୁ ତାହା ଦେଲେ; ତହିଁରେ ସେମାନେ ସଦାପ୍ରଭୁଙ୍କ ଗୃହର ଜୀର୍ଣ୍ଣସଂସ୍କାର ନିମନ୍ତେ ରାଜମିସ୍ତ୍ରୀ ସୂତ୍ରଧରମାନଙ୍କୁ, ମଧ୍ୟ ସଦାପ୍ରଭୁଙ୍କ ଗୃହ ଦୃଢ଼ କରିବା ନିମନ୍ତେ ଲୌହ ପିତ୍ତଳ କର୍ମକାରୀମାନଙ୍କୁ ବେତନ ଦେଇ ନିଯୁକ୍ତ କଲେ
13 ଏହିରୂପେ କର୍ମକାରୀମାନେ କାର୍ଯ୍ୟ କଲେ ସେମାନଙ୍କ ଦ୍ଵାରା କାର୍ଯ୍ୟ ସିଦ୍ଧ ହେଲା, ଆଉ ସେମାନେ ପରମେଶ୍ଵରଙ୍କ ଗୃହ ପୂର୍ବାବସ୍ଥାରେ ସ୍ଥାପନ କରି ତାହା ଦୃଢ଼ କଲେ
14 ପୁଣି, ସେମାନେ କାର୍ଯ୍ୟ ସମାପ୍ତ କରନ୍ତେ, ରାଜାଙ୍କର ଯିହୋୟାଦାର ସମ୍ମୁଖକୁ ଅବଶିଷ୍ଟ ମୁଦ୍ରା ଆଣିଲେ, ତଦ୍ଦ୍ଵାରା ସଦାପ୍ରଭୁଙ୍କ ଗୃହ ନିମନ୍ତେ ନାନା ପାତ୍ର, ଅର୍ଥାତ୍, ପରିଚର୍ଯ୍ୟାର୍ଥକ ବଳିଦାନାର୍ଥକ ପାତ୍ର, ପୁଣି ଚମସ ସ୍ଵର୍ଣ୍ଣମୟ ରୌପ୍ୟମୟ ପାତ୍ର ନିର୍ମାଣ କରାଗଲା ଆଉ, ସେମାନେ ଯିହୋୟାଦାର ଜୀବନଯାଏ ସଦାପ୍ରଭୁଙ୍କ ଗୃହରେ ନିତ୍ୟ ହୋମବଳି ଉତ୍ସର୍ଗ କଲେ
15 ମାତ୍ର ଯିହୋୟାଦା ବୃଦ୍ଧ ପୂର୍ଣ୍ଣାୟୁ ହୋଇ ମଲା; ମରଣ ସମୟରେ ତାହାର ବୟସ ଏକ ଶହ ତିରିଶ ବର୍ଷ ହୋଇଥିଲା
16 ପୁଣି ଲୋକମାନେ ଦାଉଦ-ନଗରରେ ରାଜାମାନଙ୍କ ମଧ୍ୟରେ ତାହାକୁ କବର ଦେଲେ, କାରଣ ସେ ଇସ୍ରାଏଲ ମଧ୍ୟରେ, ଆଉ ପରମେଶ୍ଵର ତାହାଙ୍କ ଗୃହ ବିଷୟରେ ଉତ୍ତମ କର୍ମ କରିଥିଲା
17 ଯିହୋୟାଦାର ମରଣ ଉତ୍ତାରେ ଯିହୁଦାର ଅଧିପତିମାନେ ଆସି ରାଜାଙ୍କୁ ପ୍ରଣାମ କଲେ ତହିଁରେ ରାଜା ସେମାନଙ୍କ କଥାରେ ମନୋଯୋଗ କଲେ
18 ଏଉତ୍ତାରେ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ଵରଙ୍କ ଗୃହ ପରିତ୍ୟାଗ କରି ଆଶେରା ମୂର୍ତ୍ତି ପ୍ରତିମାଗଣର ସେବା କଲେ; ତହିଁରେ ସେମାନଙ୍କର ଏହି ଅପରାଧ ସକାଶୁ ଯିହୁଦା ଯିରୂଶାଲମ ଉପରେ କୋପ ଉପସ୍ଥିତ ହେଲା
19 ତଥାପି ସଦାପ୍ରଭୁଙ୍କ ନିକଟକୁ ପୁନର୍ବାର ସେମାନଙ୍କୁ ଆଣିବା ପାଇଁ ସେ ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇଲେ; ତହିଁରେ ସେମାନେ ସେମାନଙ୍କ ପ୍ରତିକୂଳରେ ସାକ୍ଷ୍ୟ ଦେଲେ ମାତ୍ର ସେମାନେ କର୍ଣ୍ଣ ଦେବାକୁ ସମ୍ମତ ନୋହିଲେ
20 ଏଉତ୍ତାରେ ପରମେଶ୍ଵରଙ୍କ ଆତ୍ମା ଯିହୋୟାଦା ଯାଜକର ପୁତ୍ର ଜିଖରୀୟ ଉପରେ ଅଧିଷ୍ଠାନ କଲେ, ତହିଁରେ ସେ ଲୋକମାନଙ୍କ ମଧ୍ୟରେ ଉଚ୍ଚ ସ୍ଥାନରେ ଠିଆ ହୋଇ ସେମାନଙ୍କୁ କହିଲା, ପରମେଶ୍ଵର ଏହି କଥା କହନ୍ତି, ତୁମ୍ଭେମାନେ କିହେତୁ ସଦାପ୍ରଭୁଙ୍କର ଆଜ୍ଞାସବୁ ଲଙ୍ଘନ କରୁଅଛ? ଏଥିରେ କୃତକାର୍ଯ୍ୟ ନୋହିବ ତୁମ୍ଭେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିବାରୁ ସେ ମଧ୍ୟ ତୁମ୍ଭମାନଙ୍କୁ ପରିତ୍ୟାଗ କରିଅଛନ୍ତି
21 ତହିଁରେ ସେମାନେ ତାହା ବିରୁଦ୍ଧରେ ଚକ୍ରା; କଲେ ରାଜାଜ୍ଞାରେ ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ ତାହାକୁ ପ୍ରସ୍ତରାଘାତ କଲେ
22 ଏହିରୂପେ ତାହାର ପିତା ଯିହୋୟାଦା ଯୋୟାଶ୍ ରାଜାଙ୍କ ପ୍ରତି ଯେଉଁ ଦୟା ପ୍ରକାଶ କରିଥିଲା, ତାହା ସ୍ମରଣ କରି ସେ ତାହାର ପୁତ୍ରକୁ ବଧ କଲେ ପୁଣି, ସେ ମରଣ କାଳରେ କହିଲା, ସଦାପ୍ରଭୁ ଏଥିପ୍ରତି ଦୃଷ୍ଟିପାତ କରନ୍ତୁ ତହିଁର ପରିଶୋଧ ନେଉନ୍ତୁ
23 ଏଥି ଉତ୍ତାରେ ବର୍ଷ ଶେଷରେ ଅରାମୀୟ ସୈନ୍ୟ ତାଙ୍କର ପ୍ରତିକୂଳରେ ଆସିଲେ; ପୁଣି ସେମାନେ ଯିହୁଦା ଯିରୂଶାଲମକୁ ଆସି ଲୋକମାନଙ୍କ ମଧ୍ୟରୁ ସେମାନଙ୍କ ସମସ୍ତ ଅଧିପତିଙ୍କି ବିନାଶ କଲେ ସେମାନଙ୍କଠାରୁ ସକଳ ଲୁଟଦ୍ରବ୍ୟ ନେଇ ଦମ୍ମେଶକର ରାଜା ନିକଟକୁ ପଠାଇଲେ
24 ଅରାମୀୟ ସୈନ୍ୟ ଅଳ୍ପ ଲୋକଦଳ ନେଇ ଆସିଥିଲେ; ତଥାପି ସଦାପ୍ରଭୁ ସେମାନଙ୍କ ହସ୍ତରେ ମହାସୈନ୍ୟଦଳକୁ ସମର୍ପଣ କଲେ, କାରଣ ସେମାନେ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ଵରଙ୍କୁ ପରିତ୍ୟାଗ କରିଥିଲେ ଏହିରୂପେ ସେମାନେ ଯୋୟାଶ୍ଙ୍କ ଉପରେ ଦଣ୍ତାଜ୍ଞା ସଫଳ କଲେ⇧
25 ଆଉ, ସେମାନେ ତାଙ୍କ ନିକଟରୁ ପ୍ରସ୍ଥାନ କଲା ଉତ୍ତାରେ ତାଙ୍କର ନିଜ ଦାସମାନେ ଯିହୋୟାଦା ଯାଜକର ପୁତ୍ରମାନଙ୍କ ରକ୍ତପାତ ସକାଶୁ ତାଙ୍କ ବିରୁଦ୍ଧରେ ଚକ୍ରା; କରି ତାଙ୍କର ଶଯ୍ୟାରେ ତାଙ୍କୁ ବଧ କରନ୍ତେ, ସେ ମଲେ, କାରଣ ଅରାମୀୟ ସୈନ୍ୟ ତାଙ୍କୁ ମହାପୀଡ଼ିତାବସ୍ଥାରେ ଛାଡ଼ି ଯାଇଥିଲେ; ତହିଁରେ ଲୋକମାନେ ତାଙ୍କୁ ଦାଉଦ-ନଗରରେ କବର ଦେଲେ, ମାତ୍ର ରାଜାମାନଙ୍କ କବରରେ କବର ଦେଲେ ନାହିଁ
26 ଅମ୍ମୋନୀୟା ଶିମୀୟତର ପୁତ୍ର ସାବଦ୍ ମୋୟାବ ବଂଶୀୟା ଶିମ୍ରୀତର ପୁତ୍ର ଯିହୋଷାବଦ୍, ଏମାନେ ତାଙ୍କ ବିରୁଦ୍ଧରେ ଚକ୍ରା; କରିଥିଲେ
27 ତାଙ୍କ ପୁତ୍ରମାନଙ୍କ କଥା ତାଙ୍କ ଉପରେ ରକ୍ଷିତ ଭାର⇧ ଗୁରୁତ୍ଵ ପରମେଶ୍ଵରଙ୍କ ଗୃହର ପୁନର୍ନିର୍ମାଣ ବିବରଣ, ଦେଖ, ଏସବୁ ରାଜାବଳୀ ପୁସ୍ତକର ଟୀକାରେ ଲିଖିତ ଅଛି ଏଉତ୍ତାରେ ତାଙ୍କର ପୁତ୍ର ଅମତ୍ସୀୟ ତାଙ୍କ ପଦରେ ରାଜ୍ୟ କଲେ
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×