Bible Versions
Bible Books

Ezra 10 (ORV) Oriya Old BSI Version

1 ଏଜ୍ରା ପରମେଶ୍ଵରଙ୍କ ଗୃହ ସମ୍ମୁଖରେ ପ୍ରାର୍ଥନା ସ୍ଵୀକାର, କ୍ରନ୍ଦନ ପ୍ରଣାମ କରିବା ସମୟରେ ଇସ୍ରାଏଲ ମଧ୍ୟରୁ ପୁରୁଷ ସ୍ତ୍ରୀ ବାଳକ ବାଳିକାର ଏକ ମହାସମାଜ ତାହା ନିକଟରେ ଏକତ୍ରିତ ହୋଇଥିଲେ; କାରଣ ଲୋକମାନେ ଅତିଶୟ କ୍ରନ୍ଦନ କଲେ
2 ଏଥିରେ ଏଲମର ସନ୍ତାନଗଣ ମଧ୍ୟରୁ ଯିହୀୟେଲର ପୁତ୍ର ଶଖନୀୟ ଏଜ୍ରାକୁ ଉତ୍ତର କରି କହିଲା, ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ଵରଙ୍କ ବିରୁଦ୍ଧରେ ସତ୍ୟଲଙ୍ଘନ କରି ଅନ୍ୟଦେଶୀ ଗୋଷ୍ଠୀୟମାନଙ୍କର ସ୍ତ୍ରୀମାନଙ୍କୁ ବିବାହ କରିଅଛୁ; ତଥାପି ଏବିଷୟରେ ଏବେ ମଧ୍ୟ ଇସ୍ରାଏଲ ପକ୍ଷରେ ଭରସା ଅଛି
3 ଏହେତୁ ଆମ୍ଭେମାନେ ଏବେ ଆମ୍ଭ ପ୍ରଭୁଙ୍କର ଆମ୍ଭମାନଙ୍କ ପରମେଶ୍ଵରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହି ସକଳ ଭାର୍ଯ୍ୟା ଏମାନଙ୍କଠାରୁ ଜାତ ସମସ୍ତଙ୍କୁ ଦୂର କରି ଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ସହିତ ନିୟମ କରୁ; ଆଉ, ଏହା ବ୍ୟବସ୍ଥାନୁସାରେ କରାଯାଉ
4 ଉଠନ୍ତୁ, କାରଣ ଆପଣଙ୍କ ଉପରେ ଏହି କାର୍ଯ୍ୟର ଭାର ଅଛି ଆମ୍ଭେମାନେ ଆପଣଙ୍କର ସହକାରୀ ଅଛୁ; ସାହସିକ ହୋଇ ଏହି କାର୍ଯ୍ୟ କରନ୍ତୁ
5 ଏଥିରେ ଏଜ୍ରା ଉଠି ଏହି ବାକ୍ୟାନୁସାରେ କାର୍ଯ୍ୟ କରିବା ପାଇଁ ଯାଜକମାନଙ୍କର, ଲେବୀୟମାନଙ୍କର ସମଗ୍ର ଇସ୍ରାଏଲର ପ୍ରଧାନବର୍ଗଙ୍କୁ ଶପଥ କରାଇଲା ତହିଁରେ ସେମାନେ ଶପଥ କଲେ
6 ତହୁଁ ଏଜ୍ରା ପରମେଶ୍ଵରଙ୍କ ଗୃହ ସମ୍ମୁଖରୁ ଉଠି ଇଲିୟାଶୀବର ପୁତ୍ର ଯିହୋହାନନର କୋଠରିକି ଗଲା; ଆଉ, ସେଠାରେ ଉପସ୍ଥିତ ହୁଅନ୍ତେ,ରୋଟୀ ଭୋଜନ କି ଜଳପାନ କଲା ନାହିଁ; କାରଣ ସେ ବନ୍ଦୀତ୍ଵର ଲୋକମାନଙ୍କ ସତ୍ୟଲଙ୍ଘନ ସକାଶୁ ଶୋକ କରୁଥିଲା
7 ଏଉତ୍ତାରେ ଲୋକମାନେ ଯିହୁଦା ଯିରୂଶାଲମର ସର୍ବତ୍ର ବନ୍ଦୀତ୍ଵର ସନ୍ତାନ ସମସ୍ତଙ୍କ ନିକଟରେ ଘୋଷଣା କରି କହିଲେ ଯେ, ସେମାନେ ଯିରୂଶାଲମରେ ଏକତ୍ରିତ ହେବେ;
8 ଆଉ, ଅଧିପତିମାନଙ୍କର ପ୍ରାଚୀନବର୍ଗର ମନ୍ତ୍ରଣାନୁସାରେ ଯେକେହି ତିନି ଦିନ ମଧ୍ୟରେ ଉପସ୍ଥିତ ହେବ ନାହିଁ, ତାହାର ସର୍ବସ୍ଵ ହରଣ କରାଯିବ ସେ ନିଜେ ବନ୍ଦୀତ୍ଵର ସମାଜରୁ ପୃଥକ୍ କରାଯିବ
9 ତହୁଁ ଯିହୁଦା ବିନ୍ୟାମୀନର ସମଗ୍ର ଲୋକ ତିନି ଦିନ ମଧ୍ୟରେ ଯିରୂଶାଲମରେ ଏକତ୍ରିତ ହେଲେ, ସେହି ଦିନ ନବମ ମାସର ବିଂଶତିତମ ଦିନ ଥିଲା; ଆଉ, ସମଗ୍ର ଲୋକ ପରମେଶ୍ଵରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷୟ ମହାବୃଷ୍ଟି ସକାଶୁ କମ୍ପିତ ହେଉଥିଲେ
10 ତହିଁରେ ଏଜ୍ରା ଯାଜକ ଠିଆ ହୋଇ ସେମାନଙ୍କୁ କହିଲା, ତୁମ୍ଭେମାନେ ସତ୍ୟଲଙ୍ଘନ କରିଅଛ ଇସ୍ରାଏଲର ଦୋଷ ବଢ଼ାଇବା ପାଇଁ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛ
11 ଏହେତୁ ଏବେ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ଵର ସଦାପ୍ରଭୁଙ୍କ ନିକଟରେ ସ୍ଵୀକାର କର ତାହାଙ୍କର ତୁଷ୍ଟିଜନକ କର୍ମ କର; ଆଉ, ଦେଶସ୍ଥ ଅନ୍ୟ ଗୋଷ୍ଠୀୟମାନଙ୍କଠାରୁ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ୍ କର
12 ସେତେବେଳେ ସମଗ୍ର ସମାଜ ଉତ୍ତର କରି ଉଚ୍ଚୈଃସ୍ଵରରେ କହିଲେ, ଆପଣ ଆମ୍ଭମାନଙ୍କ ବିଷୟରେ ଯେପରି କହିଲେ, ଆମ୍ଭମାନଙ୍କୁ ସେପରି କରିବାକୁ ହେବ
13 ମାତ୍ର ଲୋକ ଅନେକ ଏବେ ଭାରୀ ବୃଷ୍ଟି ସମୟ, ଆଉ ଆମ୍ଭେମାନେ ବାହାରେ ଠିଆ ହେବାକୁ ଅସମର୍ଥ, କିଅବା ଏହା ଏକ କି ଦୁଇ ଦିନର କାର୍ଯ୍ୟ ନୁହେଁ; ଯେଣୁ ଏବିଷୟରେ ଆମ୍ଭେମାନେ ମହାଅପରାଧ କରିଅଛୁ
14 ଏହେତୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହେଉନ୍ତୁ, ପୁଣି ଆମ୍ଭମାନଙ୍କ ପରମେଶ୍ଵରଙ୍କ ପ୍ରଚଣ୍ତ କୋପ ଆମ୍ଭମାନଙ୍କଠାରୁ ନିବୃତ୍ତ ହେବା ପର୍ଯ୍ୟନ୍ତ ଏବିଷୟର ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ନଗରସ୍ଥ ଯେଉଁ ଲୋକମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛନ୍ତି, ସେସମସ୍ତେ ନିରୂପିତ ସମୟରେ ଆସନ୍ତୁ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ବିଚାରକର୍ତ୍ତୃଗଣ ଆସନ୍ତୁ
15 ଏହି କଥା ବିରୁଦ୍ଧରେ କେବଳ ଅସାହେଲର ପୁତ୍ର ଯୋନାଥନ୍ ତିକ୍ବର ପୁତ୍ର ଯହସୀୟ ଉଠିଲେ, ଆଉ ମଶୁଲ୍ଲମ୍ ଲେବୀୟ ଶବ୍ବଥୟ ସେମାନଙ୍କର ସାହାଯ୍ୟ କଲେ
16 ମାତ୍ର ବନ୍ଦୀତ୍ଵର ସନ୍ତାନମାନେ ସେହିପରି କର୍ମ କଲେ ପୁଣି, ଏଜ୍ରା ଯାଜକ ଆପଣା ଆପଣା ପିତୃବଂଶାନୁସାରେ ନାମାନୁସାରେ ନିର୍ଦ୍ଦିଷ୍ଟ ପିତୃବଂଶ-ପ୍ରଧାନ କେତେକ ଲୋକ ପୃଥକ୍ କରାଗଲେ; ଆଉ, ସେମାନେ ଦଶମ ମାସର ପ୍ରଥମ ଦିନ ସେହି ବିଷୟ ଅନୁସନ୍ଧାନ କରିବାକୁ ବସିଲେ
17 ପୁଣି, ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ଅନ୍ୟ ଦେଶୀୟା ସ୍ତ୍ରୀ-ବିବାହକାରୀ ପୁରୁଷ ସମସ୍ତଙ୍କର ବିଚାର ସମାପ୍ତ କଲେ
18 ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ ଯେଉଁମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନେ ଏହି, ଯଥା, ଯୋଷାଦକର ପୁତ୍ର ଯେଶୂୟର ସନ୍ତାନଗଣ ତାହାର ଭ୍ରାତୃଗଣ ମଧ୍ୟରୁ ମାସେୟ, ଇଲୀୟେଷର, ଯାରିବ ଗଦଲୀୟ
19 ଏମାନେ ଆପଣା ଆପଣା ଭାର୍ଯ୍ୟାକୁ ଦୂର କରି ଦେବେ ବୋଲି ହସ୍ତ ଦେଲେ; ଆଉ, ଦୋଷୀ ହେବାରୁ ସେମାନେ ଆପଣା ଆପଣା ଦୋଷ ସକାଶେ ପଲରୁ ଏକ ଏକ ମେଷ ଉତ୍ସର୍ଗ କଲେ
20 ଆଉ, ଇମ୍ମେରର ସନ୍ତାନମାନଙ୍କ ମଧ୍ୟରୁ ହନାନି ସବଦୀୟ
21 ହାରିମର ସନ୍ତାନମାନଙ୍କ ମଧ୍ୟରୁ ମାସେୟ ଏଲୀୟ ଶମୟୀୟ ଯିହୀୟେଲ ଉଷୀୟ;
22 ଆଉ, ପଶହୂରର ସନ୍ତାନମାନଙ୍କ ମଧ୍ୟରୁ ଇଲୀୟୋ-ଐନୟ, ମାସେୟ, ଇଶ୍ମାୟେଲ, ନଥନେଲ୍, ଯୋଷାବଦ୍ ଇଲିସାୟ
23 ଆଉ, ଲେବୀୟମାନଙ୍କ ମଧ୍ୟରୁ ଯୋଷାବଦ୍ ଶିମୀୟି କଲାୟ, ଏହାକୁ କଲିଟ୍ କହନ୍ତି, ପଥାହୀୟ, ଯିହୁଦା ଇଲୀୟେଷର;
24 ଆଉ, ଗାୟକମାନଙ୍କ ମଧ୍ୟରୁ ଇଲୀୟାଶୀବ୍; ଦ୍ଵାରପାଳମାନଙ୍କ ମଧ୍ୟରୁ ଶଲ୍ଲୁମ୍ ଟେଲମ୍ ଊରି
25 ଇସ୍ରାଏଲ ମଧ୍ୟରେ ପରିୟୋଶର ସନ୍ତାନମାନଙ୍କ ମଧ୍ୟରୁ ରମୀୟ ଯିଷୀୟ ମଲ୍‍କୀୟ ମିୟାମୀନ୍ ଇଲିୟାସର ମଲ୍‍କୀୟ ବନାୟ
26 ଆଉ, ଏଲମର ସନ୍ତାନଗଣ ମଧ୍ୟରୁ ମତ୍ତନୀୟ, ଜିଖରୀୟ ଯିହୀୟେଲ ଅବ୍ଦି ଯିରେମୋତ୍ ଏଲୀୟ
27 ଆଉ, ସତ୍ତୂର ସନ୍ତାନଗଣ ମଧ୍ୟରୁ ଇଲୀୟୋ-ଐନୟ, ଇଲୀୟାଶୀବ ମତ୍ତନୀୟ ଯିରେମୋତ୍ ସାବଦ୍ ଅସୀସା
28 ବେବୟର ସନ୍ତାନଗଣ ମଧ୍ୟରୁ ଯିହୋହାନନ୍, ହନାନୀୟ, ସଜୟ, ଅତ୍ତଲୟ;
29 ଆଉ, ବାନିର ସନ୍ତାନଗଣ ମଧ୍ୟରୁ ମଶୁଲ୍ଲମ୍, ମଲ୍ଲୁକ ଅଦାୟା, ଯାଶୂବ୍ ଶାଲ, ଯିରେମୋତ୍
30 ଆଉ, ପହତ୍-ମୋୟାବର ସନ୍ତାନଗଣ ମଧ୍ୟରୁ ଅଦନ୍ କଲାଲ, ବନାୟ, ମାସେୟ, ମତ୍ତନୀୟ, ବତ୍ସଲେଲ ବିନ୍ନୁୟି ମନଃଶି;
31 ଆଉ, ହାରିମର ସନ୍ତାନଗଣ ମଧ୍ୟରୁ ଇଲୀୟେଷର, ଯିଶୀୟ, ମଲ୍‍କୀୟ, ଶମୟୀୟ, ଶିମୀୟୋନ୍;
32 ବିନ୍ୟାମୀନ, ମଲ୍ଲୁକ, ଶମରୀୟ;
33 ହଶୂମର ସନ୍ତାନଗଣ ମଧ୍ୟରୁ ମତ୍ତନୟ, ମତ୍ତତ୍ତ, ସାବଦ୍, ଇଲିଫେଲଟ୍, ଯିରେମୟ, ମନଃଶି, ଶିମୀୟି;
34 ବାନିର ସନ୍ତାନଗଣ ମଧ୍ୟରୁ ମାଦୟ, ଅମ୍ରାମ୍ ଉୟେଲ;
35 ବନାୟ, ବେଦୀୟା, କଲୂହୂ;
36 ବନୀୟ, ମରେମୋତ୍, ଇଲୀୟାଶୀବ୍;
37 ମତ୍ତନୀୟ, ମତ୍ତନୟ ଯାଶୟ;
38 ଆଉ, ବାନି ବିନ୍ନୁୟି, ଶିମୀୟି;
39 ଶେଲିମୀୟ ନାଥନ୍ ଅଦାୟା;
40 ମଗ୍ନଦ୍ବୟ, ଶାଶୟ, ଶାରୟ;
41 ଅସରେଲ ଶେଲିମୀୟ, ଶମରୀୟ;
42 ଶଲ୍ଲୁମ୍, ଅମରୀୟ, ଯୋଷେଫ୍
43 ନବୋର ସନ୍ତାନଗଣ ମଧ୍ୟରୁ ଯୀୟୟେଲ, ମତ୍ତଥୀୟ, ସାବଦ୍, ସବୀନଃ, ଇଦ୍ଦୋ ଯୋୟେଲ, ବନାୟ;
44 ଏସମସ୍ତେ ଅନ୍ୟ ଦେଶୀୟା ଭାର୍ଯ୍ୟା ଗ୍ରହଣ କରିଥିଲେ; ଆଉ, ସେହି ଭାର୍ଯ୍ୟାମାନଙ୍କଠାରୁ କାହାରି କାହାରି ସନ୍ତାନସନ୍ତତି ଜାତ ହୋଇଥିଲେ
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×