Bible Versions
Bible Books

Genesis 1 (ORV) Oriya Old BSI Version

1 ଆଦ୍ୟରେ ପରମେଶ୍ଵର ସ୍ଵର୍ଗ ପୃଥିବୀର ସୃଷ୍ଟି କଲେ
2 ପୃଥିବୀ ନିର୍ଜ୍ଜନ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା; ପୁଣି ପରମେଶ୍ଵରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ
3 ଅନନ୍ତର ପରମେଶ୍ଵର କହିଲେ, ଦୀପ୍ତି ହେଉ; ତହିଁରେ ଦୀପ୍ତି ହେଲା
4 ଆଉ ପରମେଶ୍ଵର ଦୀପ୍ତିକି ଦେଖିଲେ ଯେ ତାହା ଉତ୍ତମ; ତହୁଁ ପରମେଶ୍ଵର ଅନ୍ଧକାରରୁ ଦୀପ୍ତିକି ଭିନ୍ନ କଲେ
5 ପୁଣି ପରମେଶ୍ଵର ଦୀପ୍ତିର ନାମ ଦିବସ ଅନ୍ଧକାରର ନାମ ରାତ୍ରି ଦେଲେ ତହୁଁ ସନ୍ଧ୍ୟା ପ୍ରାତଃକାଳ ହୋଇ ପ୍ରଥମ ଦିବସ ହେଲା
6 ଅନନ୍ତର ପରମେଶ୍ଵର କହିଲେ, ଜଳ ମଧ୍ୟରେ ଶୂନ୍ୟ ଜାତ ହୋଇ ଜଳକୁ ଦୁଇ ଭାଗରେ ଭିନ୍ନ କରୁ
7 ଏହିରୂପେ ପରମେଶ୍ଵର ଶୂନ୍ୟ ନିର୍ମାଣ କରି ଶୂନ୍ୟର ଊର୍ଦ୍ଧ୍ଵସ୍ଥ ଜଳରୁ ଶୂନ୍ୟର ଅଧଃସ୍ଥ ଜଳକୁ ଭିନ୍ନ କଲେ; ତହିଁରେ ସେହିରୂପ ହେଲା
8 ଆଉ ପରମେଶ୍ଵର ସେହି ଶୂନ୍ୟର ନାମ ଆକାଶମଣ୍ତଳ ଦେଲେ ପୁଣି ସନ୍ଧ୍ୟା ପ୍ରାତଃକାଳ ହୋଇ ଦ୍ଵିତୀୟ ଦିବସ ହେଲା
9 ଅନନ୍ତର ପରମେଶ୍ଵର କହିଲେ, ଆକାଶମଣ୍ତଳର ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ ସ୍ଥଳ ପ୍ରକାଶ ହେଉ; ତହିଁରେ ସେହିରୂପ ହେଲା
10 ପୁଣି ପରମେଶ୍ଵର ସ୍ଥଳର ନାମ ପୃଥିବୀ ଜଳରାଶିର ନାମ ସମୁଦ୍ର ଦେଲେ; ଆଉ ପରମେଶ୍ଵର ତାହା ଉତ୍ତମ ଦେଖିଲେ
11 ଏଉତ୍ତାରୁ ପରମେଶ୍ଵର କହିଲେ, ପୃଥିବୀ ତୃଣ ସବୀଜ ଶାକ ବୀଜସମ୍ଵଳିତ ସ୍ଵ ସ୍ଵ ଜାତି ଅନୁଯାୟୀ ଫଳୋତ୍ପାଦକ ଫଳବୃକ୍ଷଭୂମି ଉପରେ ଉତ୍ପନ୍ନ କରୁ; ତହିଁରେ ସେପରି ହେଲା
12 ଅର୍ଥାତ୍, ପୃଥିବୀ ତୃଣ ସ୍ଵ ସ୍ଵ ଜାତି ଅନୁସାରେ ବୀଜୋତ୍ପାଦକ ଶାକ ସ୍ଵ ସ୍ଵ ଜାତି ଅନୁସାରେ ସବୀଜ ଫଳୋତ୍ପାଦକ ବୃକ୍ଷ ଉତ୍ପନ୍ନ କଲା; ପୁଣି ପରମେଶ୍ଵର ତାହା ଉତ୍ତମ ଦେଖିଲେ
13 ତହିଁରେ ସନ୍ଧ୍ୟା ପ୍ରାତଃକାଳ ହୋଇ ତୃତୀୟ ଦିବସ ହେଲା
14 ଅନନ୍ତର ପରମେଶ୍ଵର କହିଲେ, ରାତ୍ରିରୁ ଦିବସକୁ ପୃଥକ୍ କରିବା ନିମନ୍ତେ ଆକାଶମଣ୍ତଳରେ ଜ୍ୟୋତିର୍ଗଣ ଉତ୍ପନ୍ନ ହେଉନ୍ତୁ; ପୁଣି ସେ ସବୁ ଚିହ୍ନ ଋତୁ ଦିବସ ଆଉ ବର୍ଷର କାରଣ ହେଉନ୍ତୁ
15 ଆଉ ପୃଥିବୀରେ ଆଲୁଅ ଦେବା ପାଇଁ ଆକାଶମଣ୍ତଳରେ ସେହି ଜ୍ୟୋତିର୍ଗଣ ଥାଉନ୍ତୁ; ତହିଁରେ ସେପରି ହେଲା
16 ଏହି ପ୍ରକାରେ ପରମେଶ୍ଵର ଦିବସରେ କର୍ତ୍ତୃତ୍ଵ କରିବାକୁ ଏକ ମହାଜ୍ୟୋତି ରାତ୍ରିରେ କର୍ତ୍ତୃତ୍ଵ କରିବାକୁ ତାହାଠାରୁ ସାନ ଏକ ଜ୍ୟୋତି, ଏହି ଦୁଇ ମହାଜ୍ୟୋତି, ଆଉ ମଧ୍ୟ ତାରାଗଣ, ନିର୍ମାଣ କଲେ
17 ତହୁଁ ପୃଥିବୀରେ ଦୀପ୍ତି ଦେବା ପାଇଁ ଦିବା ରାତ୍ରି ଉପରେ କର୍ତ୍ତୃତ୍ଵ କରିବା ପାଇଁ,
18 ଆଉ ଦୀପ୍ତିକି ଅନ୍ଧକାରରୁ ପୃଥକ୍ କରିବା ପାଇଁ, ପରମେଶ୍ଵର ଆକାଶମଣ୍ତଳରେ ସେହି ଜ୍ୟୋତିର୍ଗଣ ସ୍ଥାପନ କଲେ; ଆଉ ପରମେଶ୍ଵର ଏହି ସମସ୍ତ ଉତ୍ତମ ଦେଖିଲେ
19 ତହିଁରେ ସନ୍ଧ୍ୟା ପ୍ରାତଃକାଳ ହୋଇ ଚତୁର୍ଥ ଦିବସ ହେଲା
20 ଏଥିଉତ୍ତାରୁ ପରମେଶ୍ଵର କହିଲେ, ଜଳ ବହୁଳ ରୂପେ ଜଙ୍ଗମ ପ୍ରାଣୀବର୍ଗରେ ପ୍ରାଣୀମୟ ହେଉ ପୃଥିବୀର ଉପରିସ୍ଥ ଆକାଶମଣ୍ତଳରେ ପକ୍ଷୀଗଣ ଉଡ଼ନ୍ତୁ
21 ଆଉ ପରମେଶ୍ଵର ବୃହତ ତିମିଙ୍ଗିଳ ପ୍ରଭୃତି ସ୍ଵ ସ୍ଵ ଜାତି ଅନୁସାରେ ବହୁଳ ରୂପେ ଜଳଜ ଜଙ୍ଗମ ପ୍ରାଣୀବର୍ଗ ସ୍ଵ ସ୍ଵ ଜାତି ଅନୁସାରେ ପକ୍ଷୀଗଣର ସୃଷ୍ଟି କଲେ ପରମେଶ୍ଵର ଏହି ସମସ୍ତ ଉତ୍ତମ ଦେଖିଲେ
22 ପୁଣି ପରମେଶ୍ଵର ସେମାନଙ୍କୁ ଆଶୀର୍ବାଦ କରି କହିଲେ, ପ୍ରଜାବ; ବହୁବଂଶ ହୋଇ ସମୁଦ୍ରର ଜଳ ପରିପୂର୍ଣ୍ଣ କର, ଆଉ ପୃଥିବୀରେ ପକ୍ଷୀଗଣ ବହୁସଂଖ୍ୟକ ହେଉନ୍ତୁ
23 ତହିଁରେ ସନ୍ଧ୍ୟା ପ୍ରାତଃକାଳ ହୋଇ ପଞ୍ଚମ ଦିବସ ହେଲା
24 ଅନନ୍ତର ପରମେଶ୍ଵର କହିଲେ, ପୃଥିବୀରେ ସ୍ଵ ସ୍ଵ ଜାତି ଅନୁସାରେ ପ୍ରାଣୀବର୍ଗ, (ଅର୍ଥାତ୍), ଗ୍ରାମ୍ୟପଶୁ ଉରୋଗାମୀ ଜନ୍ତୁ ସ୍ଵ ସ୍ଵ ଜାତି ଅନୁସାରେ ପୃଥିବୀର ବନ୍ୟପଶୁଗଣ ଉତ୍ପନ୍ନ ହେଉନ୍ତୁ; ତହିଁରେ ସେପରି ହେଲା
25 ଏହି ରୂପେ ପରମେଶ୍ଵର ସ୍ଵ ସ୍ଵ ଜାତି ଅନୁଯାୟୀ ବନ୍ୟପଶୁଗଣ ସ୍ଵ ସ୍ଵ ଜାତି ଅନୁଯାୟୀ ଗ୍ରାମ୍ୟପଶୁଗଣ ସ୍ଵ ସ୍ଵ ଜାତି ଅନୁଯାୟୀ ପ୍ରତ୍ୟେକ ଭୂଚର ଉରୋଗାମୀ ଜନ୍ତୁ ନିର୍ମାଣ କଲେ; ଆଉ ପରମେଶ୍ଵର ସେ ସମସ୍ତ ଉତ୍ତମ ଦେଖିଲେ
26 ଏଥିଉତ୍ତାରୁ ପରମେଶ୍ଵର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ ସେମାନେ ଜଳଚର ମତ୍ସ୍ୟଗଣ ଖେଚର ପକ୍ଷୀଗଣ ପଶୁଗଣ ସମସ୍ତ ପୃଥିବୀ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ଵ କରିବେ
27 ଅନନ୍ତର ପରମେଶ୍ଵର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ; ପରମେଶ୍ଵରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ; ପୁରୁଷ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ
28 ଆଉ ପରମେଶ୍ଵର ସେମାନଙ୍କୁ ଆଶୀର୍ବାଦ କଲେ; ପୁଣି ପରମେଶ୍ଵର ସେମାନଙ୍କୁ କହିଲେ, ପ୍ରଜାବ; ବହୁବଂଶ ହୁଅ, ପୁଣି ପୃଥିବୀକି ପରିପୂର୍ଣ୍ଣ କରି ବଶୀଭୂତ କର, ଆଉ ଜଳଚର ମତ୍ସ୍ୟଗଣ ଖେଚର ପକ୍ଷୀଗଣ ଭୂଚର ଉରୋଗାମୀ ଜନ୍ତୁଗଣ ଉପରେ କର୍ତ୍ତୃତ୍ଵ କର
29 ପରମେଶ୍ଵର ଆହୁରି କହିଲେ, ଦେଖ, ଆମ୍ଭେ ଭୂମିସ୍ଥ ସବୁ ସବୀଜ ଶାକ ସବୁ ସବୀଜ ଫଳଦାୟକ ବୃକ୍ଷ ତୁମ୍ଭମାନଙ୍କୁ ଦେଲୁ, ତାହା ତୁମ୍ଭମାନଙ୍କର ଖାଦ୍ୟ ହେବ
30 ପୁଣି ପୃଥିବୀସ୍ଥ ସମସ୍ତ ପଶୁ ଖେଚର ପକ୍ଷୀ ଭୂଚର ଉରୋଗାମୀ ଜନ୍ତୁ, ଏହି ସମସ୍ତ ପ୍ରାଣୀଙ୍କ ଭକ୍ଷ୍ୟ ନିମନ୍ତେ ଆମ୍ଭେ ସବୁ ହରିତ ଶାକ ଦେଲୁ; ତହିଁରେ ସେପରି ହେଲା
31 ପରମେଶ୍ଵର ଆପଣା ନିର୍ମିତ ପ୍ରତ୍ୟେକ ବସ୍ତୁ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସମସ୍ତ ଅତ୍ୟୁତ୍ତମ ତହିଁରେ ସନ୍ଧ୍ୟା ପ୍ରାତଃକାଳ ହୋଇ ଷଷ୍ଠ ଦିବସ ହେଲା
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×