Bible Versions
Bible Books

Psalms 149 (ORV) Oriya Old BSI Version

1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର ଭକ୍ତମାନଙ୍କ ସମାଜରେ ତାହାଙ୍କର ପ୍ରଶଂସା ଗାନ କର
2 ଇସ୍ରାଏଲ ଆପଣା ନିର୍ମାଣକର୍ତ୍ତାଙ୍କଠାରେ ଆନନ୍ଦ କରୁ; ସିୟୋନର ସନ୍ତାନଗଣ ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହେଉନ୍ତୁ
3 ସେମାନେ ନୃତ୍ୟ କରି ତାହାଙ୍କ ନାମର ପ୍ରଶଂସା କରନ୍ତୁ; ସେମାନେ ଦାରା ବୀଣା ବଜାଇ ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରନ୍ତୁ
4 କାରଣ ସଦାପ୍ରଭୁ ଆପଣା ଲୋକଙ୍କଠାରେ ସନ୍ତୋଷ ପାଆନ୍ତି; ସେ ନମ୍ର ଲୋକମାନଙ୍କୁ ପରିତ୍ରାଣରେ ସୁଶୋଭିତ କରିବେ
5 ଭକ୍ତଗଣ ଗୌରବରେ ଉଲ୍ଲସିତ ହେଉନ୍ତୁ; ସେମାନେ ଆନନ୍ଦ ହେତୁ ଆପଣା ଆପଣା ଶଯ୍ୟାରେ ଗାନ କରନ୍ତୁ ସେମାନଙ୍କ କଣ୍ଠରେ ପରମେଶ୍ଵରଙ୍କ ଉଚ୍ଚ ପ୍ରଶଂସା ଥାଉ;
6 ପୁଣି, ସେମାନଙ୍କ ହସ୍ତରେ ଦ୍ଵିବିଧ ଖଡ଼୍‍ଗ ଥାଉ
7 ଗୋଷ୍ଠୀୟମାନଙ୍କୁ ପ୍ରତିଫଳ ଦେବା ପାଇଁ, ଜନବୃନ୍ଦଙ୍କୁ ଶାସ୍ତି ଦେବା ପାଇଁ,
8 ସେମାନଙ୍କ ରାଜଗଣକୁ ଶିକୁଳିରେ ସେମାନଙ୍କ ପ୍ରଧାନବର୍ଗକୁ ଲୌହବେଡ଼ିରେ ବାନ୍ଧିବା ପାଇଁ,
9 ସେମାନଙ୍କ ପ୍ରତିକୂଳରେ ଲିଖିତ ବିଚାର ନିଷ୍ପନ୍ନ କରିବା ପାଇଁ, ତାହାଙ୍କ ଭକ୍ତବୃନ୍ଦର ଏହି ମର୍ଯ୍ୟାଦା ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×