Bible Versions
Bible Books

Psalms 52 (ORV) Oriya Old BSI Version

1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍; ଦାଉଦ ଅହୀମେଲକର ଗୃହକୁ ଆସିଅଛନ୍ତି ବୋଲି ଇଦୋମୀୟ ଦୋୟେଗ୍ ଶାଉଲଙ୍କୁ ସମ୍ଵାଦ ଦେବା ବେଳେ ରଚିତ ହେ ବୀର, ତୁମ୍ଭେ ଅନିଷ୍ଟ କର୍ମରେ କାହିଁକି ଦର୍ପ କରୁଅଛ?
2 ପରମେଶ୍ଵରଙ୍କ ଦୟା ନିତ୍ୟସ୍ଥାୟୀ ତୁମ୍ଭର ଜିହ୍ଵା ନିତା; ଦୁଷ୍ଟତା କଳ୍ପନା କରି ତୀକ୍ଷ୍ଣ କ୍ଷୁର ତୁଲ୍ୟ ପ୍ରବଞ୍ଚନାପୂର୍ବକ କାର୍ଯ୍ୟ କରୁଅଛି
3 ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଧର୍ମ କଥା ଅପେକ୍ଷା ମିଥ୍ୟା କଥାକୁ ଅଧିକ ଭଲ ପାଉଅଛ ସେଲା
4 ହେ ପ୍ରବଞ୍ଚନାପୂର୍ଣ୍ଣ ଜିହ୍ଵେ, ତୁମ୍ଭେ ଯାବତୀୟ ବିନାଶକ କଥା ଭଲ ପାଉଅଛ
5 ପରମେଶ୍ଵର ତଦ୍ରୂପ ତୁମ୍ଭକୁ ସଦାକାଳ ବିନାଶ କରିବେ, ସେ ତୁମ୍ଭକୁ ଧରି ତୁମ୍ଭ ତମ୍ଵୁକୁ ଟାଣି ନେବେ ଜୀବିତମାନଙ୍କ ଦେଶରୁ ତୁମ୍ଭର ମୂଳୋତ୍ପାଟନ କରିବେ ସେଲା
6 ଧାର୍ମିକମାନେ ମଧ୍ୟ ତାହା ଦେଖି ଭୟ କରିବେ ତାହା ପ୍ରତି ଉପହାସ କରି କହିବେ,
7 ଦେଖ, ଏହି ଲୋକ ପରମେଶ୍ଵରଙ୍କୁ ଆପଣାର ବଳ ସ୍ଵରୂପ କଲା ନାହିଁ; ମାତ୍ର ଆପଣା ଧନର ବାହୁଲ୍ୟରେ ନିର୍ଭର କଲା ପୁଣି, ଆପଣା ଦୁଷ୍ଟତାରେ ଆପଣାକୁ ବଳବାନ କଲା
8 ମାତ୍ର ମୁଁ ପରମେଶ୍ଵରଙ୍କ ଗୃହରେ ସତେଜ ଜୀତ ବୃକ୍ଷ ତୁଲ୍ୟ ଅଛି ମୁଁ ଅନନ୍ତକାଳ ପରମେଶ୍ଵରଙ୍କ ଦୟାରେ ବିଶ୍ଵାସ କଲି
9 ତୁମ୍ଭେ ଏହି କାର୍ଯ୍ୟ ସାଧନ କରିବା ସକାଶୁ ମୁଁ ସଦାକାଳ ତୁମ୍ଭକୁ ଧନ୍ୟବାଦ ଦେବି; ମୁଁ ତୁମ୍ଭ ସଦ୍ଭକ୍ତମାନଙ୍କ ସାକ୍ଷାତରେ ତୁମ୍ଭ ନାମର ଅନୁସରଣ କରିବି, ଯେହେତୁ ତାହା ଉତ୍ତମ
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×