Bible Versions
Bible Books

Psalms 67 (ORV) Oriya Old BSI Version

1 ହେ ପରମେଶ୍ବର, ଆମ୍ଭମାନଙ୍କ ଉପରେ ଦୟାକରନ୍ତୁ, ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଦୟାକରି ଆମ୍ଭମାନଙ୍କ ଉପରେ ପ୍ରସନ୍ନ କରନ୍ତୁ।
2 ତା'ପରେ ପୃଥିବୀର ଲୋକେ ତୁମ୍ଭ୍ ବିଷଯରେ ଜାଣିବେ ଏବଂ ସମସ୍ତ ଜାତିଗଣ ତୁମ୍ଭର ଲୋକମାନଙ୍କୁ ରକ୍ଷା କରିବାର ତୁମ୍ଭର ଶକ୍ତିର କ୍ଷମତା ଜାଣିବେ।
3 ହେ ପରମେଶ୍ବର, ଗୋଷ୍ଠୀଯମାନେ ତୁମ୍ଭର ପ୍ରଶଂସା କରନ୍ତୁ। ସମସ୍ତ ଲୋକମାନେ ତୁମ୍ଭର ପ୍ରଶଂସା କରନ୍ତୁ।
4 ଜାତିଗଣ ଖୁସି ହୁଅ ଆନନ୍ଦରେ ଜଯଗାନ କର, କାରଣ ତୁମ୍ଭେ ଲୋକମାନଙ୍କୁ ପରଖିବାରେ ସକ୍ଷମ ଅଟ ତୁମ୍ଭେ ପୃଥିବୀରେ ରାଷ୍ଟ୍ରମାନଙ୍କୁ ଆଗଇେ ନିଅ।
5 ହେ ପରମେଶ୍ବର, ଗୋଷ୍ଠୀଯମାନେ ତୁମ୍ଭର ପ୍ରଶଂସା କରନ୍ତୁ। ସମସ୍ତ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ।
6 ଭୂମି ତା'ର ଫସଲ ଦିଏ। ହେ ପରମେଶ୍ବର, ଆମ୍ଭର ପରମେଶ୍ବର, ଆମ୍ଭକୁ ଆଶୀର୍ବାଦ କରିବା ଚାଲୁ ରଖ।
7 ପରମେଶ୍ବର ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ପୃଥିବୀର ସମସ୍ତ ଲୋକ ପରମେଶ୍ବରଙ୍କୁ ଭୟ ସମ୍ମାନ କରନ୍ତୁ।
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×