Bible Versions
Bible Books

2 Kings 8:1 (ORV) Oriya Old BSI Version

1 ଇଲୀଶାୟ ଯେଉଁ ସ୍ତ୍ରୀର ମୃତ ପୁତ୍ରକୁ ପୁନର୍ଜୀବିତ କରିଥିଲେ, ସେହି ସ୍ତ୍ରୀକି କହିଥିଲେ, ଉଠ, ତୁମ୍ଭେ ତୁମ୍ଭ ପରିବାର ଯାଇ ଯେଉଁଠାରେ ପ୍ରବାସ କରିପାର, ସେଠାରେ ପ୍ରବାସ କର; କାରଣ ସଦାପ୍ରଭୁ ଦୁର୍ଭିକ୍ଷ ଆଜ୍ଞା କରିଅଛନ୍ତି; ଆଉ ତାହା ମଧ୍ୟ ସାତ ବର୍ଷ ପର୍ଯ୍ୟନ୍ତ ଦେଶରେ ରହିବ
2 ତହିଁରେ ସେ ସ୍ତ୍ରୀ ଉଠି ପରମେଶ୍ଵରଙ୍କ ଲୋକଙ୍କର ବାକ୍ୟ ପ୍ରମାଣେ କର୍ମ କଲା; ଅର୍ଥାତ୍, ସେ ଆପଣା ପରିବାର ସହିତ ଯାଇ ପଲେଷ୍ଟୀୟମାନଙ୍କ ଦେଶରେ ସାତ ବର୍ଷ ପ୍ରବାସ କଲା
3 ପୁଣି ସାତ ବର୍ଷ ଶେଷରେ ସେ ସ୍ତ୍ରୀ ପଲେଷ୍ଟୀୟ-ମାନଙ୍କ ଦେଶରୁ ଫେରି ଆସିଲା; ଆଉ ସେ ଆପଣା ଗୃହ ଆପଣା ଭୂମି ନିମନ୍ତେ ଗୁହାରି କରିବାକୁ ରାଜାଙ୍କ ନିକଟକୁ ଗଲା
4 ସେହି ସମୟରେ ରାଜା ପରମେଶ୍ଵରଙ୍କ ଲୋକଙ୍କର ଦାସ ଗିହେଜୀ ସଙ୍ଗେ କଥାବାର୍ତ୍ତା କରୁ କରୁ କହିଲେ, ମୁଁ ବିନୟ କରୁଅଛି, ଇଲୀଶାୟ ଯେ ଯେ ମହତ କର୍ମ କରିଅଛନ୍ତି, ତାହାସବୁ ମୋତେ ଜଣାଅ
5 ତହିଁରେ ଇଲୀଶାୟ କିରୂପେ ମୃତ ଲୋକକୁ ପୁନର୍ଜୀବିତ କରିଥିଲେ, ଏହା ଗିହେଜୀ ରାଜାଙ୍କୁ କହିବା ବେଳେ, ଦେଖ, ଯେଉଁ ସ୍ତ୍ରୀର ପୁତ୍ରକୁ ସେ ପୁନର୍ଜୀବିତ କରିଥିଲେ, ସେ ସ୍ତ୍ରୀ ରାଜାଙ୍କ ନିକଟରେ ଆପଣା ଗୃହ ଆପଣା ଭୂମି ନିମନ୍ତେ ଗୁହାରି କରୁଅଛି ଏଥିରେ ଗିହେଜୀ କହିଲା, ହେ ମୋର ପ୍ରଭୋ, ମହାରାଜ, ସେହି ସ୍ତ୍ରୀ ତାହାର ପୁତ୍ର, ଏହାକୁ ଇଲୀଶାୟ ପୁନର୍ଜୀବିତ କରିଥିଲେ
6 ତହୁଁ ରାଜା ସେହି ସ୍ତ୍ରୀକି ପଚାରନ୍ତେ, ସେ ତାଙ୍କୁ ଜଣାଇଲା ତହିଁରେ ରାଜା ତାହା ନିମନ୍ତେ ଏକ କର୍ମଚାରୀକି ନିଯୁକ୍ତ କରି କହିଲେ, ଏହାର ଯେଉଁ ସର୍ବସ୍ଵ ଥିଲା ଯେଉଁ ଦିନ ଦେଶ ଛାଡ଼ିଲା, ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହାର କ୍ଷେତ୍ରୋତ୍ପନ୍ନ ସମସ୍ତ ଫଳ ଏହାକୁ ଫେରାଇଦିଅ
7 ଏକ ସମୟରେ ଇଲୀଶାୟ ଦମ୍ମେଶକରେ ଉପସ୍ଥିତ ହେଲେ; ସେତେବେଳେ ଅରାମର ରାଜା ବିନ୍ହଦଦ୍ ପୀଡ଼ିତ ଥିଲା; ପୁଣି ପରମେଶ୍ଵରଙ୍କ ଲୋକ ସ୍ଥାନକୁ ଆସିଅଛନ୍ତି ବୋଲି ତାହାକୁ ସମ୍ଵାଦ ଦିଆଗଲା
8 ତହିଁରେ ରାଜା ହସାୟେଲକୁ କହିଲା, ଆପଣା ହସ୍ତରେ ଉପହାର ନେଇ ପରମେଶ୍ଵରଙ୍କ ଲୋକଙ୍କୁ ସାକ୍ଷାତ କରିବାକୁ ଯାଅ, ଆଉ ମୁଁ ଏହି ପୀଡ଼ାରୁ ମୁକ୍ତ ହେବି କି ନାହିଁ, ଏହି କଥା ତାଙ୍କ ଦ୍ଵାରା ସଦାପ୍ରଭୁଙ୍କୁ ପଚାର
9 ଏଥିରେ ହସାୟେଲ ତାଙ୍କୁ ସାକ୍ଷାତ କରିବାକୁ ଗଲା ଦମ୍ମେଶକର ସକଳ ଉତ୍ତମ ବସ୍ତୁର ଚାଳିଶ ଉଷ୍ଟ୍ରର ବୋଝ ଉପହାର ସଙ୍ଗେ ନେଇ ଆସି ତାଙ୍କ ସମ୍ମୁଖରେ ଉଭା ହୋଇ କହିଲା, ଆପଣଙ୍କ ପୁତ୍ର ଅରାମର ରାଜା ବିନ୍ହଦଦ୍ ଆପଣଙ୍କ ନିକଟକୁ ମୋତେ ପଠାଇ ପଚାରୁଅଛନ୍ତି, ମୁଁ କʼଣ ଏହି ପୀଡ଼ାରୁ ମୁକ୍ତ ହେବି?
10 ତହିଁରେ ଇଲୀଶାୟ ତାହାକୁ କହିଲେ, ତୁମ୍ଭେ ଯାଇ ତାହାକୁ କୁହ, ତୁମ୍ଭେ ଅବଶ୍ୟ ମୁକ୍ତ ହେବ; ତଥାପି ସଦାପ୍ରଭୁ ମୋତେ ଜଣାଇଅଛନ୍ତି ଯେ, ସେ ଅବଶ୍ୟ ମରିବ
11 ସେତେବେଳେ ଇଲୀଶାୟ ତାହା ପ୍ରତି ଏପରି ସ୍ଥିରଦୃଷ୍ଟି କଲେ ଯେ, ସେ ଲଜ୍ଜିତ ହେଲା; ପୁଣି ପରମେଶ୍ଵରଙ୍କ ଲୋକ ରୋଦନ କଲେ
12 ତହିଁରେ ହସାୟେଲ ପଚାରିଲା, ମୋʼ ପ୍ରଭୁ କାହିଁକି ରୋଦନ କରୁଅଛନ୍ତି? ସେ ଉତ୍ତର କଲେ, କାରଣ ଏହି, ତୁମ୍ଭେ ଇସ୍ରାଏଲ-ସନ୍ତାନଗଣ ପ୍ରତି ଯେଉଁ ଅନିଷ୍ଟ କରିବ, ତାହା ମୁଁ ଜାଣେ; ତୁମ୍ଭେ ସେମାନଙ୍କ ଦୃଢ଼ ଗଡ଼ସବୁରେ ଅଗ୍ନି ଲଗାଇବ ତୁମ୍ଭେ ସେମାନଙ୍କ ଯୁବାମାନଙ୍କୁ ଖଡ଼୍‍ଗରେ ବଧ କରିବ ସେମାନଙ୍କ ଶିଶୁଗଣକୁ ଭୂମିରେ କଚାଡ଼ି ଚୂର୍ଣ୍ଣ କରିବ ସେମାନଙ୍କ ଗର୍ଭବତୀ ସ୍ତ୍ରୀମାନଙ୍କ ଉଦର ବିଦୀର୍ଣ୍ଣ କରିବ
13 ଏଥିରେ ହସାୟେଲ କହିଲା, ମାତ୍ର ଆପଣଙ୍କ ଦାସ, ଯେ ଗୋଟିଏ କୁକ୍କୁର ମାତ୍ର, ସେ କିଏ ଯେ, ଏହି ବଡ଼ କର୍ମ କରିବ? ତହୁଁ ଇଲୀଶାୟ ଉତ୍ତର କଲେ, ସଦାପ୍ରଭୁ ମୋତେ ଜଣାଇଅଛନ୍ତି ଯେ, ତୁମ୍ଭେ ଅରାମର ରାଜା ହେବ
14 ଏଉତ୍ତାରେ ସେ ଇଲୀଶାୟଙ୍କ ନିକଟରୁ ପ୍ରସ୍ଥାନ କରି ଆପଣା ପ୍ରଭୁ ନିକଟରେ ଉପସ୍ଥିତ ହୁଅନ୍ତେ, ସେ ତାହାକୁ ପଚାରିଲା, ଇଲୀଶାୟ ତୁମ୍ଭକୁ କଅଣ କହିଲେ? ତହୁଁ ସେ ଉତ୍ତର କଲା, ସେ ମୋତେ ଜଣାଇଲେ ଯେ, ଆପଣ ନିଶ୍ଚୟ ମୁକ୍ତ ହେବେ
15 ମାତ୍ର ପରଦିନ ହସାୟେଲ ଶଯ୍ୟାଚ୍ଛାଦନ ନେଇ ଜଳରେ ବୁଡ଼ାଇ ରାଜାର ମୁଖ ଉପରେ ବିଛାଇ ଦିଅନ୍ତେ, ସେ ମଲା; ପୁଣି ହସାୟେଲ ତାହାର ପଦରେ ରାଜ୍ୟ କଲା
16 ଆହାବଙ୍କର ପୁତ୍ର ଇସ୍ରାଏଲର ରାଜା ଯୋରାମ୍ଙ୍କର ଅଧିକାରର ପଞ୍ଚମ ବର୍ଷରେ ଯିହୁଦାର ରାଜା ଯିହୋଶାଫଟଙ୍କର ପୁତ୍ର ଯିହୋରାମ୍ ରାଜ୍ୟ କରିବାକୁ ଆରମ୍ଭ କଲେ, ସେସମୟରେ ଯିହୋଶାଫଟ ଯିହୁଦାର ରାଜା ଥିଲେ
17 ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବତିଶ ବର୍ଷ ବୟସ୍କ ହୋଇଥିଲେ ସେ ଯିରୂଶାଲମରେ ଆଠ ବର୍ଷ ରାଜ୍ୟ କଲେ
18 ପୁଣି ସେ ଆହାବଙ୍କର ବଂଶାନୁସାରେ ଇସ୍ରାଏଲ-ରାଜାମାନଙ୍କ ପଥରେ ଚାଲିଲେ; କାରଣ ସେ ଆହାବଙ୍କର କନ୍ୟାକୁ ବିବାହ କରିଥିଲେ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ
19 ତଥାପି ସଦାପ୍ରଭୁ ଦାଉଦଙ୍କୁ ତାଙ୍କର ସନ୍ତାନମାନଙ୍କ ନିମନ୍ତେ ନିତ୍ୟ ଏକ ପ୍ରଦୀପ ଦେବାକୁ ଯେଉଁ ପ୍ରତିଜ୍ଞା କରିଥିଲେ, ତଦନୁସାରେ ସେ ଆପଣା ଦାସ ଦାଉଦଙ୍କ ସକାଶୁ ଯିହୁଦାକୁ ବିନାଶ କରିବା ପାଇଁ ଅସମ୍ମତ ହେଲେ
20 ତାଙ୍କ ସମୟରେ ଇଦୋମୀୟ ଲୋକମାନେ ଯିହୁଦାର ଅଧୀନତାର ବିଦ୍ରୋହୀ ହୋଇ ଆପଣାମାନଙ୍କ ଉପରେ ଏକ ରାଜା କଲେ
21 ତହିଁରେ ଯୋରାମ୍ ତାଙ୍କ ସଙ୍ଗେ ସମସ୍ତ ରଥ ସାୟୀରକୁ ଯାତ୍ରା କଲେ; ପୁଣି ସେ ରାତ୍ରି କାଳରେ ଉଠି ଆପଣା ଚତୁର୍ଦ୍ଦିଗ-ବେଷ୍ଟିତ ଇଦୋମୀୟମାନଙ୍କୁ ରଥାଧ୍ୟକ୍ଷମାନଙ୍କୁ ସଂହାର କଲେ; ଏଥିରେ ଲୋକମାନେ ଆପଣା ଆପଣା ତମ୍ଵୁକୁ ପଳାଇଲେ
22 ଏହିରୂପେ ଇଦୋମ ଆଜି ପର୍ଯ୍ୟନ୍ତ ଯିହୁଦାର ଅଧୀନତାର ବିଦ୍ରୋହୀ ହେଲା ସେସମୟରେ ଲିବ୍ନା ମଧ୍ୟ ବିଦ୍ରୋହୀ ହେଲା
23 ଏହି ଯୋରାମ୍ଙ୍କର ଅବଶିଷ୍ଟ ବୃତ୍ତା; ତାଙ୍କର ସମସ୍ତ କ୍ରିୟା କି ଯିହୁଦା-ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
24 ଏଥି ଉତ୍ତାରେ ଯୋରାମ୍ ଆପଣା ପିତୃଗଣ ସହିତ ଶୟନ କରି ଦାଉଦ-ନଗରରେ ଆପଣା ପିତୃଗଣ ସହିତ କବର ପାଇଲେ ତାଙ୍କର ପୁତ୍ର ଅହସୀୟ ତାଙ୍କ ପଦରେ ରାଜ୍ୟ କଲେ
25 ଇସ୍ରାଏଲ-ରାଜା ଆହାବଙ୍କର ପୁତ୍ର ଯୋରାମ୍ଙ୍କର ଅଧିକାରର ଦ୍ଵାଦଶ ବର୍ଷରେ ଯିହୁଦା-ରାଜା ଯିହୋରାମ୍ଙ୍କର ପୁତ୍ର ଅହସୀୟ ରାଜ୍ୟ କରିବାକୁ ଆରମ୍ଭ କଲେ
26 ଅହସୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ବେଳେ ବାଇଶ ବର୍ଷ ବୟସ୍କ ହୋଇଥିଲେ ସେ ଯିରୂଶାଲମରେ ଏକ ବର୍ଷ ରାଜ୍ୟ କଲେ ତାଙ୍କର ମାତାଙ୍କ ନାମ ଅଥଲୀୟା, ସେ ଇସ୍ରାଏଲର ରାଜା ଅମ୍ରିଙ୍କର କନ୍ୟା ଥିଲେ
27 ପୁଣି ଅହସୀୟ ଆହାବ-ବଂଶର ପଥରେ ଚାଲି ଆହାବ-ବଂଶର କର୍ମାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; କାରଣ ସେ ଆହାବ-ବଂଶର ଜାମାତା ଥିଲେ
28 ଏଉତ୍ତାରେ ସେ ଆହାବଙ୍କର ପୁତ୍ର ଯୋରାମ୍ଙ୍କ ସଙ୍ଗେ ମିଶି ଅରାମର ରାଜା ହସାୟେଲ ବିରୁଦ୍ଧରେ ରାମୋତ୍-ଗିଲୀୟଦରେ ଯୁଦ୍ଧ କରିବାକୁ ଗଲେ; ତହିଁରେ ଅରାମୀୟ ଲୋକମାନେ ଯୋରାମ୍ଙ୍କୁ କ୍ଷତବିକ୍ଷତ କଲେ
29 ଏହେତୁ ଯୋରାମ୍ ରାଜା ଅରାମର ରାଜା ହସାୟେଲ ବିରୁଦ୍ଧରେ ଯୁଦ୍ଧ କରିବା ବେଳେ ଅରାମୀୟ ଲୋକମାନେ ରାମାରେ ତାଙ୍କୁ ଯେଉଁ କ୍ଷତବିକ୍ଷତ କରିଥିଲେ, ତହିଁରୁ ସେ ସୁସ୍ଥ ହେବା ନିମନ୍ତେ ଯିଷ୍ରିୟେଲକୁ ଫେରିଗଲେ ଆହାବଙ୍କର ପୁତ୍ର ଯୋରାମ୍ ପୀଡ଼ିତ ହେବା ସକାଶୁ ଯିହୁଦାର ରାଜା ଯିହୋରାମ୍ଙ୍କର ପୁତ୍ର ଅହସୀୟ ତାଙ୍କୁ ଦେଖିବା ପାଇଁ ଯିଷ୍ରିୟେଲକୁ ଗଲେ
1 Then spoke H1696 Elisha H477 unto H413 the woman, H802 whose H834 H853 son H1121 he had restored to life, H2421 saying, H559 Arise, H6965 and go H1980 thou H859 and thine household, H1004 and sojourn H1481 wheresoever H834 thou canst sojourn: H1481 for H3588 the LORD H3068 hath called H7121 for a famine; H7458 and it shall also H1571 come H935 upon H413 the land H776 seven H7651 years. H8141
2 And the woman H802 arose, H6965 and did H6213 after the saying H1697 of the man H376 of God: H430 and she H1931 went H1980 with her household, H1004 and sojourned H1481 in the land H776 of the Philistines H6430 seven H7651 years. H8141
3 And it came to pass H1961 at the seven H7651 years' H8141 end H4480 H7097 , that the woman H802 returned H7725 out of the land H4480 H776 of the Philistines: H6430 and she went forth H3318 to cry H6817 unto H413 the king H4428 for H413 her house H1004 and for H413 her land. H7704
4 And the king H4428 talked H1696 with H413 Gehazi H1522 the servant H5288 of the man H376 of God, H430 saying, H559 Tell H5608 me , I pray thee, H4994 H853 all H3605 the great things H1419 that H834 Elisha H477 hath done. H6213
5 And it came to pass, H1961 as he H1931 was telling H5608 the king H4428 H853 how H834 he had restored a dead body to life H2421 H853 H4191 , that, behold, H2009 the woman, H802 whose H834 H853 son H1121 he had restored to life, H2421 cried H6817 to H413 the king H4428 for H5921 her house H1004 and for H5921 her land. H7704 And Gehazi H1522 said, H559 My lord, H113 O king, H4428 this H2063 is the woman, H802 and this H2088 is her son, H1121 whom H834 Elisha H477 restored to life. H2421
6 And when the king H4428 asked H7592 the woman, H802 she told H5608 him . So the king H4428 appointed H5414 unto her a certain H259 officer, H5631 saying, H559 Restore H7725 H853 all H3605 that H834 was hers , and all H3605 the fruits H8393 of the field H7704 since the day H4480 H3117 that she left H5800 H853 the land, H776 even until H5704 now. H6258
7 And Elisha H477 came H935 to Damascus; H1834 and Ben- H1130 hadad the king H4428 of Syria H758 was sick; H2470 and it was told H5046 him, saying, H559 The man H376 of God H430 is come H935 hither H5704 H2008 .
8 And the king H4428 said H559 unto H413 Hazael, H2371 Take H3947 a present H4503 in thine hand, H3027 and go, H1980 meet H7122 the man H376 of God, H430 and inquire of the LORD H3068 by H4480 H854 him, saying, H559 Shall I recover H2421 of this disease H4480 H2483 H2088 ?
9 So Hazael H2371 went H1980 to meet H7122 him , and took H3947 a present H4503 with H3027 him , even of every H3605 good thing H2898 of Damascus, H1834 forty H705 camels' H1581 burden, H4853 and came H935 and stood H5975 before H6440 him , and said, H559 Thy son H1121 Ben- H1130 hadad king H4428 of Syria H758 hath sent H7971 me to H413 thee, saying, H559 Shall I recover H2421 of this disease H4480 H2483 H2088 ?
10 And Elisha H477 said H559 unto H413 him, Go, H1980 say H559 unto him , Thou mayest certainly recover H2421 H2421 : howbeit the LORD H3068 hath showed H7200 me that H3588 he shall surely die H4191 H4191 .
11 And he settled H5975 H853 his countenance H6440 steadfastly, H7760 until H5704 he was ashamed: H954 and the man H376 of God H430 wept. H1058
12 And Hazael H2371 said, H559 Why H4069 weepeth H1058 my lord H113 ? And he answered, H559 Because H3588 I know H3045 H853 the evil H7451 that H834 thou wilt do H6213 unto the children H1121 of Israel: H3478 their strongholds H4013 wilt thou set H7971 on fire, H784 and their young men H970 wilt thou slay H2026 with the sword, H2719 and wilt dash H7376 their children, H5768 and rip up H1234 their women with child. H2030
13 And Hazael H2371 said, H559 But H3588 what, H4100 is thy servant H5650 a dog, H3611 that H3588 he should do H6213 this H2088 great H1419 thing H1697 ? And Elisha H477 answered, H559 The LORD H3068 hath showed H7200 me that thou shalt be king H4428 over H5921 Syria. H758
14 So he departed H1980 from H4480 H854 Elisha, H477 and came H935 to H413 his master; H113 who said H559 to him, What H4100 said H559 Elisha H477 to thee? And he answered, H559 He told H559 me that thou shouldest surely recover H2421 H2421 .
15 And it came to pass H1961 on the morrow H4480 H4283 , that he took H3947 a thick cloth, H4346 and dipped H2881 it in water, H4325 and spread H6566 it on H5921 his face, H6440 so that he died: H4191 and Hazael H2371 reigned H4427 in his stead. H8478
16 And in the fifth H2568 year H8141 of Joram H3141 the son H1121 of Ahab H256 king H4428 of Israel, H3478 Jehoshaphat H3092 being then king H4428 of Judah, H3063 Jehoram H3088 the son H1121 of Jehoshaphat H3092 king H4428 of Judah H3063 began to reign. H4427
17 Thirty H7970 and two H8147 years H8141 old H1121 was H1961 he when he began to reign; H4427 and he reigned H4427 eight H8083 years H8141 in Jerusalem. H3389
18 And he walked H1980 in the way H1870 of the kings H4428 of Israel, H3478 as H834 did H6213 the house H1004 of Ahab: H256 for H3588 the daughter H1323 of Ahab H256 was H1961 his wife: H802 and he did H6213 evil H7451 in the sight H5869 of the LORD. H3068
19 Yet the LORD H3068 would H14 not H3808 destroy H7843 H853 Judah H3063 for David H1732 his servant's H5650 sake, H4616 as H834 he promised H559 him to give H5414 him always H3605 H3117 a light, H5216 and to his children. H1121
20 In his days H3117 Edom H123 revolted H6586 from under H4480 H8478 the hand H3027 of Judah, H3063 and made H4427 a king H4428 over H5921 themselves.
21 So Joram H3141 went over H5674 to Zair, H6811 and all H3605 the chariots H7393 with H5973 him : and he H1931 rose H6965 by night, H3915 and smote H5221 H853 the Edomites H123 which compassed him about H5437 H413 , and the captains H8269 of the chariots: H7393 and the people H5971 fled H5127 into their tents. H168
22 Yet Edom H123 revolted H6586 from under H4480 H8478 the hand H3027 of Judah H3063 unto H5704 this H2088 day. H3117 Then H227 Libnah H3841 revolted H6586 at the same H1931 time. H6256
23 And the rest H3499 of the acts H1697 of Joram, H3141 and all H3605 that H834 he did, H6213 are they H1992 not H3808 written H3789 in H5921 the book H5612 of the chronicles H1697 H3117 of the kings H4428 of Judah H3063 ?
24 And Joram H3141 slept H7901 with H5973 his fathers, H1 and was buried H6912 with H5973 his fathers H1 in the city H5892 of David: H1732 and Ahaziah H274 his son H1121 reigned H4427 in his stead. H8478
25 In the twelfth H8147 H6240 year H8141 of Joram H3141 the son H1121 of Ahab H256 king H4428 of Israel H3478 did Ahaziah H274 the son H1121 of Jehoram H3088 king H4428 of Judah H3063 begin to reign. H4427
26 Two H8147 and twenty H6242 years H8141 old H1121 was Ahaziah H274 when he began to reign; H4427 and he reigned H4427 one H259 year H8141 in Jerusalem. H3389 And his mother's H517 name H8034 was Athaliah, H6271 the daughter H1323 of Omri H6018 king H4428 of Israel. H3478
27 And he walked H1980 in the way H1870 of the house H1004 of Ahab, H256 and did H6213 evil H7451 in the sight H5869 of the LORD, H3068 as did the house H1004 of Ahab: H256 for H3588 he H1931 was the son- H2860 in-law of the house H1004 of Ahab. H256
28 And he went H1980 with H854 Joram H3141 the son H1121 of Ahab H256 to the war H4421 against H5973 Hazael H2371 king H4428 of Syria H758 in Ramoth- H7433 gilead ; and the Syrians H761 wounded H5221 H853 Joram. H3141
29 And king H4428 Joram H3141 went back H7725 to be healed H7495 in Jezreel H3157 of H4480 the wounds H4347 which H834 the Syrians H761 had given H5221 him at Ramah, H7414 when he fought H3898 against H854 Hazael H2371 king H4428 of Syria. H758 And Ahaziah H274 the son H1121 of Jehoram H3088 king H4428 of Judah H3063 went down H3381 to see H7200 H853 Joram H3141 the son H1121 of Ahab H256 in Jezreel, H3157 because H3588 he H1931 was sick. H2470
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×