Bible Versions
Bible Books

Isaiah 20 (ORV) Oriya Old BSI Version

1 ଅଶୂରର ରାଜା ସର୍ଗୋନର ପ୍ରେରିତ ତର୍ତ୍ତନ ଯେଉଁ ବର୍ଷ ଅସ୍ଦୋଦକୁ ଆସି ତାହା ପ୍ରତିକୂଳରେ ଯୁଦ୍ଧ କରି ହସ୍ତଗତ କଲାନ୍ତଣଣଦ୍ଵି. ରା. ୧୮:୧୭
2 ସେହି ସମୟରେ ଆମୋସର ପୁତ୍ର ଯିଶାଇୟ ଦ୍ଵାରା ସଦାପ୍ରଭୁ ଏହି କଥା କହିଲେ, ଯାଅ, ତୁମ୍ଭ କଟିଦେଶରୁ ଚଟବସ୍ତ୍ର ଫିଟାଅ ତୁମ୍ଭ ପାଦରୁ ପାଦୁକା କାଢ଼, ତହିଁରେ ସେ ତାହା କରି ବିବସ୍ତ୍ର ଶୂନ୍ୟପଦ ହୋଇ ଭ୍ରମଣ କଲା
3 ତେବେ ସଦାପ୍ରଭୁ କହିଲେ, ଆମ୍ଭର ଦାସ ଯିଶାଇୟ ମିସର କୂଶ ଦେଶ ପ୍ରତି ଏକ ଚିହ୍ନ ଅଦ୍ଭୁତ ଲକ୍ଷଣ ସ୍ଵରୂପ ହେବା ପାଇଁ ଯେପରି ତିନି ବର୍ଷ ବିବସ୍ତ୍ର ଶୂନ୍ୟପଦ ହୋଇ ଭ୍ରମଣ କରିଅଛି;
4 ସେପରି ଅଶୂରର ରାଜା ମିସ୍ରୀୟମାନଙ୍କ ଲଜ୍ଜାର ନିମନ୍ତେ ଆବାଳବୃଦ୍ଧ ମିସ୍ରୀୟ ବନ୍ଦୀ କୂଶୀୟ ନିର୍ବାସିତ ଲୋକମାନଙ୍କୁ ବିବସ୍ତ୍ର ଶୂନ୍ୟପଦ ଅନାବୃତ କଟି କରି ଘେନିଯିବ
5 ତହିଁରେ ଲୋକମାନେ ଆପଣାମାନଙ୍କର ବିଶ୍ଵାସଭୂମି କୂଶ ଆପଣାମାନଙ୍କର ଦର୍ପ ସ୍ଵରୂପ ମିସର ସକାଶୁ ନିରାଶ ଲଜ୍ଜିତ ହେବେ
6 ପୁଣି, ସେହି ଦିନ ଏହି ସମୁଦ୍ର ଅଞ୍ଚଳସ୍ଥ ନିବାସୀମାନେ କହିବେ, ଦେଖ, ଅଶୂରର ରାଜାଠାରୁ ଉଦ୍ଧାର ପାଇବା ପାଇଁ ସାହାଯ୍ୟ ନିମନ୍ତେ ଯେଉଁଠାକୁ ପଳାଇଲୁ, ଆମ୍ଭମାନଙ୍କର ସେହି ବିଶ୍ଵାସଭୂମି ଏହି ପ୍ରକାର; ତେବେ ଆମ୍ଭେମାନେ ଅବା କିପ୍ରକାରେ ବଞ୍ଚିବା?
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×