Bible Versions
Bible Books

Psalms 24 (ORV) Oriya Old BSI Version

1 ଦାଉଦଙ୍କର ଗୀତ ପୃଥିବୀ ତହିଁର ପୂର୍ଣ୍ଣତା, ଜଗତ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର
2 କାରଣ ସେ ସମୁଦ୍ର ଉପରେ ତାହା ସ୍ଥାପନ କରିଅଛନ୍ତି ନଦୀ ଉପରେ ତାହା ଦୃଢ଼ କରିଅଛନ୍ତି
3 କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ? କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ?
4 ଯାହାର ହସ୍ତ ଶୁଚି ଅନ୍ତଃକରଣ ନିର୍ମଳ; ଯାହାର ମନ ଅସାରତା ପ୍ରତି ଉଠି ନାହିଁ, ପୁଣି ଯେ ଛଳ ଭାବରେ ଶପଥ କରି ନାହିଁ, ସେ
5 ସେ ସଦାପ୍ରଭୁଙ୍କଠାରୁ ଆଶୀର୍ବାଦ ଆପଣାର ପରିତ୍ରାଣ ସ୍ଵରୂପ ପରମେଶ୍ଵରଙ୍କଠାରୁ ଧାର୍ମିକତା ପ୍ରାପ୍ତ ହେବ
6 ଯେଉଁମାନେ ପରମେଶ୍ଵରଙ୍କୁ ଅନ୍ଵେଷଣ କରନ୍ତି, ସେମାନଙ୍କର ବଂଶ ଏହି, ହେ ଯାକୁବର ପରମେଶ୍ଵର, ଏମାନେ ତୁମ୍ଭର ମୁଖ ଅନ୍ଵେଷଣ କରନ୍ତି ସେଲା
7 ହେ ନଗରଦ୍ଵାରସକଳ, ମସ୍ତକ ଟେକ; ହେ ଚିରସ୍ଥାୟୀ କବାଟସବୁ, ଟେକି ହୁଅ; ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ
8 ଗୌରବମୟ ରାଜା କିଏ? ବଳବାନ ବୀର ସଦାପ୍ରଭୁ, ସଂଗ୍ରାମରେ ବୀର ସଦାପ୍ରଭୁ
9 ହେ ନଗରଦ୍ଵାରସକଳ, ମସ୍ତକ ଟେକ; ହେ ଚିରସ୍ଥାୟୀ କବାଟସବୁ, ମସ୍ତକ ଟେକ; ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ
10 ଏହି ଗୌରବମୟ ରାଜା କିଏ? ବାହିନୀଗଣର ସଦାପ୍ରଭୁ, ସେ ଗୌରବମୟ ରାଜା ଅଟନ୍ତି ସେଲା
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×