|
|
1. ଅନନ୍ତର ଶାମୁୟେଲ ବୃଦ୍ଧ ହୁଅନ୍ତେ, ଆପଣା ପୁତ୍ରମାନଙ୍କୁ ଇସ୍ରାଏଲ ଉପରେ ବିଚାରକର୍ତ୍ତା କଲେ⇧ ।
|
1. And it came to pass H1961 , when H834 Samuel H8050 was old H2204 , that he made H7760 H853 his sons H1121 judges H8199 over Israel H3478 .
|
2. ତାଙ୍କର ଜ୍ୟେଷ୍ଠ ପୁତ୍ରର ନାମ ଯୋୟେଲ ଓ ଦ୍ଵିତୀୟର ନାମ ଅବୀୟ; ଏମାନେ ବେରଶେବାରେ ବିଚାରକର୍ତ୍ତା ଥିଲେ ।
|
2. Now the name H8034 of his firstborn H1060 was H1961 Joel H3100 ; and the name H8034 of his second H4932 , Abiah H29 : they were judges H8199 in Beer H884 -sheba.
|
3. ମାତ୍ର ତାଙ୍କର ପୁତ୍ରମାନେ ତାଙ୍କର ପଥରେ ନ ଚାଲି ଅନ୍ୟାୟଲାଭର ଅନୁଗାମୀ ହେଲେ ଓ ଲାଞ୍ଚ ନେଇ ବିଚାର ବିପରୀତ କଲେ ।
|
3. And his sons H1121 walked H1980 not H3808 in his ways H1870 , but turned aside H5186 after H310 lucre H1215 , and took H3947 bribes H7810 , and perverted H5186 judgment H4941 .
|
4. ତହିଁରେ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଏକତ୍ର ହୋଇ ରାମାରେ ଶାମୁୟେଲଙ୍କ ନିକଟକୁ ଆସିଲେ;
|
4. Then all H3605 the elders H2205 of Israel H3478 gathered themselves together H6908 , and came H935 to H413 Samuel H8050 unto Ramah H7414 ,
|
5. ପୁଣି ସେମାନେ ତାଙ୍କୁ କହିଲେ, ଦେଖ, ତୁମ୍ଭେ ବୃଦ୍ଧ ହେଲ, ପୁଣି ତୁମ୍ଭର ପୁତ୍ରମାନେ ତୁମ୍ଭ ପଥରେ ଚାଲୁ ନାହାନ୍ତି; ଏହେତୁ ଅନ୍ୟ ସକଳ ଦେଶୀୟମାନଙ୍କ ପରି ଆମ୍ଭମାନଙ୍କର ବିଚାର କରିବାକୁ ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ରାଜା କର ।
|
5. And said H559 unto H413 him, Behold H2009 , thou H859 art old H2204 , and thy sons H1121 walk H1980 not H3808 in thy ways H1870 : now H6258 make H7760 us a king H4428 to judge H8199 us like all H3605 the nations H1471 .
|
6. ମାତ୍ର ଆମ୍ଭମାନଙ୍କର ବିଚାର କରିବା ପାଇଁ ଆମ୍ଭମାନଙ୍କୁ ଏକ ରାଜା ଦିଅ, ସେମାନେ ଏହି କଥା କହିବା ବେଳେ ଶାମୁୟେଲଙ୍କର ଦୃଷ୍ଟିରେ ତାହା ମନ୍ଦ ବୋଧ ହେଲା । ଏଥିରେ ଶାମୁୟେଲ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ।
|
6. But the thing H1697 displeased H3415 H5869 Samuel H8050 , when H834 they said H559 , Give H5414 us a king H4428 to judge H8199 us . And Samuel H8050 prayed H6419 unto H413 the LORD H3068 .
|
7. ସେତେବେଳେ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା ଯାହା କହନ୍ତି, ସେହିସବୁ ରବରେ କର୍ଣ୍ଣପାତ କର; କାରଣ ସେମାନେ କେବଳ ତୁମ୍ଭକୁ ଅଗ୍ରାହ୍ୟ କରି ନାହାନ୍ତି, ମାତ୍ର ଆମ୍ଭେ ଯେପରି ସେମାନଙ୍କ ଉପରେ ରାଜା ନୋହିବା, ଏଥିପାଇଁ ସେମାନେ ଆମ୍ଭକୁ ଅଗ୍ରାହ୍ୟ କରିଅଛନ୍ତି ।
|
7. And the LORD H3068 said H559 unto H413 Samuel H8050 , Hearken H8085 unto the voice H6963 of the people H5971 in all H3605 that H834 they say H559 unto H413 thee: for H3588 they have not H3808 rejected H3988 thee, but H3588 they have rejected H3988 me , that I should not reign H4480 H4427 over H5921 them.
|
8. ଆମ୍ଭେ ସେମାନଙ୍କୁ ମିସରରୁ ବାହାର କରି ଆଣିବା ଦିନାବଧି ଆଜି ପର୍ଯ୍ୟନ୍ତ ସେମାନେ ଆମ୍ଭକୁ ପରିତ୍ୟାଗ କରି ଅନ୍ୟ ଦେବଗଣର ସେବା କରି ଯେସମସ୍ତ କର୍ମ କରିଅଛନ୍ତି, ତଦନୁସାରେ ସେମାନେ ତୁମ୍ଭ ପ୍ରତି ମଧ୍ୟ କରୁଅଛନ୍ତି ।
|
8. According to all H3605 the works H4639 which H834 they have done H6213 since the day H4480 H3117 that I brought them up H5927 H853 out of Egypt H4480 H4714 even unto H5704 this H2088 day H3117 , wherewith they have forsaken H5800 me , and served H5647 other H312 gods H430 , so H3651 do H6213 they H1992 also H1571 unto thee.
|
9. ଏହେତୁ ଏବେ ସେମାନଙ୍କ ରବରେ କର୍ଣ୍ଣପାତ କର; ତଥାପି ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ସ୍ପଷ୍ଟ ସାକ୍ଷ୍ୟ ଦିଅ ଓ ସେମାନଙ୍କ ଉପରେ ଯେ ରାଜତ୍ଵ କରିବ, ସେହି ରାଜାର ବିଧି ସେମାନଙ୍କୁ ଜଣାଅ ।
|
9. Now H6258 therefore hearken H8085 unto their voice H6963 : howbeit H389 yet H3588 protest solemnly H5749 H5749 unto them , and show H5046 them the manner H4941 of the king H4428 that H834 shall reign H4427 over H5921 them.
|
10. ଏଉତ୍ତାରେ ଯେଉଁମାନେ ଶାମୁୟେଲଙ୍କୁ ରାଜା ମାଗିଥିଲେ, ସେହି ଲୋକମାନଙ୍କୁ ସେ ସଦାପ୍ରଭୁଙ୍କର ସମସ୍ତ କଥା ଜଣାଇଲେ ।
|
10. And Samuel H8050 told H559 all H3605 the words H1697 of the LORD H3068 unto H413 the people H5971 that asked H7592 of H4480 H854 him a king H4428 .
|
11. ଆହୁରି ସେ କହିଲେ, ତୁମ୍ଭମାନଙ୍କ ଉପରେ ଯେ ରାଜତ୍ଵ କରିବ, ସେହି ରାଜାର ଏହି ପ୍ରକାର ବିଧି ହେବ; ସେ ତୁମ୍ଭମାନଙ୍କର ପୁତ୍ରଗଣକୁ ନେଇ ଆପଣା ରଥ ନିମନ୍ତେ ଓ ଆପଣାର ଅଶ୍ଵାରୋହୀ ହେବା ନିମନ୍ତେ ନିଯୁକ୍ତ କରିବ ଓ ସେମାନେ ତାହାର ରଥ ଆଗେ ଆଗେ ଦୌଡ଼ିବେ ।
|
11. And he said H559 , This H2088 will be H1961 the manner H4941 of the king H4428 that H834 shall reign H4427 over H5921 you : He will take H3947 H853 your sons H1121 , and appoint H7760 them for himself , for his chariots H4818 , and to be his horsemen H6571 ; and some shall run H7323 before H6440 his chariots H4818 .
|
12. ପୁଣି ସେ ସେମାନଙ୍କୁ ଆପଣାର ସହସ୍ରପତି ଓ ପଚାଶତ୍ପତି କରି ନିଯୁକ୍ତ କରିବ ଓ ସେ ଆପଣା ଭୂମି ଚାଷ କରିବାକୁ ଓ ଆପଣା ଶସ୍ୟ କାଟିବାକୁ ଓ ଆପଣା ଯୁଦ୍ଧାସ୍ତ୍ର ଓ ଆପଣା ରଥସଜ୍ଜା ନିର୍ମାଣ କରିବାକୁ ସେମାନଙ୍କୁ କାହାକୁ କାହାକୁ ନିଯୁକ୍ତ କରିବ ।
|
12. And he will appoint H7760 him captains H8269 over thousands H505 , and captains H8269 over fifties H2572 ; and will set them to ear H2790 his ground H2758 , and to reap H7114 his harvest H7105 , and to make H6213 his instruments H3627 of war H4421 , and instruments H3627 of his chariots H7393 .
|
13. ଆଉ ସେ ତୁମ୍ଭମାନଙ୍କ କନ୍ୟାଗଣକୁ ନେଇ ଗନ୍ଧଦ୍ରବ୍ୟ ପ୍ରସ୍ତୁତକାରିଣୀ ଓ ପାଚିକା ଓ ସୂପକାରିଣୀ କରିବ ।
|
13. And he will take H3947 your daughters H1323 to be confectionaries H7548 , and to be cooks H2879 , and to be bakers H644 .
|
14. ଆହୁରି ସେ ତୁମ୍ଭମାନଙ୍କ ଶସ୍ୟକ୍ଷେତ୍ର ଓ ତୁମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ଓ ତୁମ୍ଭମାନଙ୍କ ଜୀତକ୍ଷେତ୍ର ମଧ୍ୟରୁ ସର୍ବୋତ୍ତମ କ୍ଷେତ୍ରସବୁ ନେଇ ଆପଣା ଦାସମାନଙ୍କୁ ଦେବ ।
|
14. And he will take H3947 your fields H7704 , and your vineyards H3754 , and your oliveyards H2132 , even the best H2896 of them , and give H5414 them to his servants H5650 .
|
15. ପୁଣି, ସେ ତୁମ୍ଭମାନଙ୍କ ବିହନର ଓ ତୁମ୍ଭମାନଙ୍କ ଦ୍ରାକ୍ଷାର ଦଶମାଂଶ ନେଇ ଆପଣାର ଗୃହାଧ୍ୟକ୍ଷ ଓ ଦାସମାନଙ୍କୁ ଦେବ ।
|
15. And he will take the tenth H6237 of your seed H2233 , and of your vineyards H3754 , and give H5414 to his officers H5631 , and to his servants H5650 .
|
16. ଆଉ ସେ ତୁମ୍ଭମାନଙ୍କ ଦାସମାନଙ୍କୁ ଓ ତୁମ୍ଭମାନଙ୍କ ଦାସୀମାନଙ୍କୁ ଓ ତୁମ୍ଭମାନଙ୍କ ସର୍ବୋତ୍ତମ ଯୁବା ପୁରୁଷମାନଙ୍କୁ ଓ ତୁମ୍ଭମାନଙ୍କ ଗର୍ଦ୍ଦଭ ସକଳ ନେଇ ଆପଣା କାର୍ଯ୍ୟରେ ଲଗାଇବ ।
|
16. And he will take H3947 your menservants H5650 , and your maidservants H8198 , and your goodliest H2896 young men H970 , and your asses H2543 , and put H6213 them to his work H4399 .
|
17. ସେ ତୁମ୍ଭମାନଙ୍କ ମେଷପଲର ଦଶମାଂଶ ନେବ ଓ ତୁମ୍ଭେମାନେ ତାହାର ଦାସ ହେବ ।
|
17. He will take the tenth H6237 of your sheep H6629 : and ye H859 shall be H1961 his servants H5650 .
|
18. ପୁଣି ସେ ସମୟରେ ତୁମ୍ଭେମାନେ ଆପଣା ମନୋନୀତ ରାଜା ସକାଶୁ କ୍ରନ୍ଦନ କରିବ; ମାତ୍ର ସେସମୟରେ ସଦାପ୍ରଭୁ ତୁମ୍ଭମାନଙ୍କୁ ଉତ୍ତର ଦେବେ ନାହିଁ ।
|
18. And ye shall cry out H2199 in that H1931 day H3117 because H4480 H6440 of your king H4428 which H834 ye shall have chosen H977 you ; and the LORD H3068 will not H3808 hear H6030 you in that H1931 day H3117 .
|
19. ତଥାପି ଲୋକମାନେ ଶାମୁୟେଲଙ୍କର ରବ ଶୁଣିବାକୁ ନାସ୍ତି କଲେ; ଆଉ ସେମାନେ କହିଲେ, ନା; ଆମ୍ଭମାନଙ୍କ ଉପରେ ଜଣେ ରାଜା ହେଉନ୍ତୁ;
|
19. Nevertheless the people H5971 refused H3985 to obey H8085 the voice H6963 of Samuel H8050 ; and they said H559 , Nay H3808 ; but H3588 H518 we will have H1961 a king H4428 over H5921 us;
|
20. ତହିଁରେ ଆମ୍ଭେମାନେ ମଧ୍ୟ ଅନ୍ୟ ସବୁ ଦେଶୀୟଙ୍କ ପରି ହେବା; ଆମ୍ଭମାନଙ୍କ ରାଜା ଆମ୍ଭମାନଙ୍କୁ ବିଚାର କରିବେ ଓ ଆମ୍ଭମାନଙ୍କ ଅଗ୍ରସର ହୋଇ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବେ ।
|
20. That we H587 also H1571 may be H1961 like all H3605 the nations H1471 ; and that our king H4428 may judge H8199 us , and go out H3318 before H6440 us , and fight H3898 H853 our battles H4421 .
|
21. ଏଥିରେ ଶାମୁୟେଲ ଲୋକମାନଙ୍କର ସମସ୍ତ କଥା ଶୁଣି ସଦାପ୍ରଭୁଙ୍କ କର୍ଣ୍ଣଗୋଚରରେ ତାହା କହିଲେ ।
|
21. And Samuel H8050 heard H8085 H853 all H3605 the words H1697 of the people H5971 , and he rehearsed H1696 them in the ears H241 of the LORD H3068 .
|
22. ତହୁଁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ସେମାନଙ୍କ ରବ ଶୁଣ ଓ ସେମାନଙ୍କ ପାଇଁ ଜଣେ ରାଜା ସ୍ଥିର କର । ଏଉତ୍ତାରେ ଶାମୁୟେଲ ଇସ୍ରାଏଲ-ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ନଗରକୁ ଯାଅ ।
|
22. And the LORD H3068 said H559 to H413 Samuel H8050 , Hearken H8085 unto their voice H6963 , and make them a king H4427 H4428 . And Samuel H8050 said H559 unto H413 the men H376 of Israel H3478 , Go H1980 ye every man H376 unto his city H5892 .
|