Bible Versions
Bible Books

Psalms 120 (ORV) Oriya Old BSI Version

1 ଆରୋହଣ ଗୀତ ମୁଁ ଆପଣା ବିପଦରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି, ତହିଁରେ ସେ ମୋତେ ଉତ୍ତର ଦେଲେ
2 ହେ ସଦାପ୍ରଭୋ, ମିଥ୍ୟାବାଦୀ ଓଷ୍ଠାଧରରୁ ପ୍ରବଞ୍ଚକ ଜିହ୍ଵାରୁ ମୋʼ ପ୍ରାଣକୁ ଉଦ୍ଧାର କର
3 ହେ ପ୍ରବଞ୍ଚକ ଜିହ୍ଵେ, ତୁମ୍ଭକୁ କଅଣ ଦିଆଯିବ ତୁମ୍ଭ ପ୍ରତି ଅଧିକ କଅଣ କରାଯିବ?
4 ବୀରର ତୀକ୍ଷ୍ଣ ତୀର ରେତମ କାଷ୍ଠର ଅଙ୍ଗାର
5 ହାୟ, ହାୟ, ମୁଁ ମେଶକରେ ପ୍ରବାସ କରେ ମୁଁ କେଦାରର ତମ୍ଵୁସମୂହ ମଧ୍ୟରେ ବାସ କରେ
6 ଶାନ୍ତି ଘୃଣାକାରୀ ଲୋକ ସହିତ ମୋʼ ପ୍ରାଣ ଦୀର୍ଘ କାଳ ବାସ କରିଅଛି
7 ମୁଁ ଶାନ୍ତି ଚାହେଁ; ମାତ୍ର ମୁଁ କଥା କହିଲେ, ସେମାନେ ଯୁଦ୍ଧ ଚାହାନ୍ତି
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×