Bible Versions
Bible Books

Psalms 48 (IRVOR) Indian Revised Version - Oriya

1 {ସଦାପ୍ରଭୁଙ୍କ ନଗରୀ ସିୟୋନ} PS ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରରେ,
ତାହାଙ୍କ ପବିତ୍ର ପର୍ବତରେ ସଦାପ୍ରଭୁ ମହାନ ଅତ୍ୟନ୍ତ
ପ୍ରଶଂସନୀୟ।
2 ଉତ୍ତର ଦିଗସ୍ଥ ସିୟୋନ ପର୍ବତ ଉଚ୍ଚତାରେ ମନୋହର,
ସମଗ୍ର ପୃଥିବୀର ଆନନ୍ଦଜନକ, ମହାରାଜଙ୍କର ନଗର।
3 ତହିଁର ଅଟ୍ଟାଳିକାସମୂହ ମଧ୍ୟରେ ପରମେଶ୍ୱର ଆଶ୍ରୟ
ସ୍ୱରୂପ ବୋଲି ଆପଣାର ପରିଚୟ ଦେଇଅଛନ୍ତି।
4 କାରଣ ଦେଖ, ରାଜାଗଣ ସଭାସ୍ଥ ହେଲେ, ସେମାନେ
ଏକସଙ୍ଗେ ଗମନ କଲେ।
5 ସେମାନେ ତାହା ଦେଖି ଚମତ୍କୃତ ହେଲେ;
ସେମାନେ ଉଦ୍‍ବିଗ୍ନ ହୋଇ ଶୀଘ୍ର ପଳାଇଲେ;
6 ସେଠାରେ ସେମାନେ କମ୍ପରେ ପ୍ରସବକାରିଣୀ ସ୍ତ୍ରୀର
ବେଦନା ତୁଲ୍ୟ ବେଦନାରେ ଆକ୍ରାନ୍ତ ହେଲେ।
7 ତୁମ୍ଭେ ପୂର୍ବୀୟ ବାୟୁ ଦ୍ୱାରା ତର୍ଶୀଶ ନଗରର ଜାହାଜସବୁ
ଭାଙ୍ଗିଥାଅ।
8 ଯେପରି ଆମ୍ଭେମାନେ ଶୁଣିଅଛୁ, ସେପରି
ସୈନ୍ୟାଧିପତି ସଦାପ୍ରଭୁଙ୍କ ନଗରରେ, ଆମ୍ଭମାନଙ୍କ
ପରମେଶ୍ୱରଙ୍କ ନଗରରେ ଦେଖିଅଛୁ;
ପରମେଶ୍ୱର ଅନନ୍ତକାଳ ତାହା ସୁସ୍ଥିର କରିବେ।
ସେଲା
9 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭ ମନ୍ଦିର ମଧ୍ୟରେ
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟ ଧ୍ୟାନ କରିଅଛୁ।
10 ହେ ପରମେଶ୍ୱର, ଯେପରି ତୁମ୍ଭର ନାମ, ସେହିପରି
ତୁମ୍ଭର ପ୍ରଶଂସା, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଅଟେ;
ତୁମ୍ଭର ଦକ୍ଷିଣ ହସ୍ତ ଧର୍ମରେ ପରିପୂର୍ଣ୍ଣ।
11 ତୁମ୍ଭର ସକଳ ଶାସନ ସକାଶୁ ସିୟୋନ ପର୍ବତ
ଆନନ୍ଦିତ ହେଉ,
ଯିହୁଦାର କନ୍ୟାଗଣ * କନ୍ୟାଗଣ ଅର୍ଥାତ୍ ନଗରର ଲୋକମାନେ ଉଲ୍ଲାସିତ ହେଉନ୍ତୁ।
12 ସିୟୋନକୁ ପ୍ରଦକ୍ଷିଣ କର ତାହାର ଚତୁର୍ଦ୍ଦିଗରେ
ଭ୍ରମଣ କର;
ତହିଁର ଦୁର୍ଗସବୁ ଗଣନା କର।
13 ଯେପରି ତୁମ୍ଭେମାନେ ଭବିଷ୍ୟତ ବଂଶକୁ ଜଣାଇ
ପାରିବ, ଏଥିପାଇଁ ତହିଁର ଦୃଢ଼ ପ୍ରାଚୀରମାନ ନିରୀକ୍ଷଣ
କର, ତହିଁର ଅଟ୍ଟାଳିକାସବୁ ବିବେଚନା କର।
14 କାରଣ ଏହି ପରମେଶ୍ୱର ଅନନ୍ତକାଳ ଆମ୍ଭମାନଙ୍କର
ପରମେଶ୍ୱର ଅଟନ୍ତି;
ସେ ଆମ୍ଭମାନଙ୍କର ମରଣ ପର୍ଯ୍ୟନ୍ତ ଆମ୍ଭମାନଙ୍କର ପଥଦର୍ଶକ ହେବେ। PE
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×