Bible Versions
Bible Books

Psalms 76 (IRVOR) Indian Revised Version - Oriya

1 {ବିଜୟୀ ପରମେଶ୍ୱର} PS ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି;
ଇସ୍ରାଏଲ ମଧ୍ୟରେ ତାହାଙ୍କ ନାମ ମହତ।
2 ମଧ୍ୟ ଶାଲେମ୍‍ରେ * ଶାଲେମ୍‍ରେ ଯିରୂଶାଲେମରେ ତାହାଙ୍କର ଆବାସ
ସିୟୋନରେ ତାହାଙ୍କର ବାସସ୍ଥାନ।
3 ସେଠାରେ ସେ ଧନୁତୀରସବୁ,
ଢାଲ, ଖଡ୍ଗ ଯୁଦ୍ଧ ଭଙ୍ଗ କଲେ। ସେଲା
4 ମୃଗୟାର ପର୍ବତଗଣଠାରୁ ତୁମ୍ଭେ ତେଜୋମୟ ମହିମାନ୍ୱିତ।
5 ସାହସିକଚିତ୍ତମାନେ ଲୁଟିତ ହୋଇଅଛନ୍ତି,
ସେମାନେ ନିଦ୍ରାରେ ନିଦ୍ରିତ ନିଦ୍ରାରେ ନିଦ୍ରିତ ଅର୍ଥାତ୍ ମରିଅଛନ୍ତି ହୋଇଅଛନ୍ତି;
ପୁଣି, ବୀରମାନଙ୍କ ମଧ୍ୟରୁ କେହି ଆପଣା ହସ୍ତ ପାଇ ନାହିଁ।
6 ହେ ଯାକୁବର ପରମେଶ୍ୱର,
ତୁମ୍ଭ ତର୍ଜ୍ଜନରେ ରଥ ଅଶ୍ୱ ମହାନିଦ୍ରିତ ହୋଇଅଛନ୍ତି।
7 ତୁମ୍ଭେ, ତୁମ୍ଭେ ହିଁ ଭୟପାତ୍ର
ତୁମ୍ଭେ ଥରେ କ୍ରୋଧ ହେଲେ କିଏ ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବ ?
8 ତୁମ୍ଭେ ସ୍ୱର୍ଗରୁ ବିଚାରାଜ୍ଞା ଶୁଣାଇଲ;
ପରମେଶ୍ୱର ପୃଥିବୀର ନମ୍ର ଲୋକମାନଙ୍କୁ ପରିତ୍ରାଣ କରିବା ପାଇଁ
9 ବିଚାର କରିବାକୁ ଉଠିବା ବେଳେ
ପୃଥିବୀ ଭୀତ ନୀରବ ହେଲା। ସେଲା
10 ମନୁଷ୍ୟର କ୍ରୋଧ ନିତାନ୍ତ ତୁମ୍ଭର ପ୍ରଶଂସା କରିବ;
ତୁମ୍ଭେ କ୍ରୋଧର ଅବଶେଷ ଦ୍ୱାରା ଆପଣା କଟିବନ୍ଧନ କରିବ।
11 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ମାନତ କରି ପୂର୍ଣ୍ଣ କର;
ଯେ ଭୟପାତ୍ର, ତାହାଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତେ ତାହାଙ୍କ ନିକଟକୁ ଦର୍ଶନୀ ଆଣନ୍ତୁ।
12 ସେ ଅଧିପତିମାନଙ୍କ ଗର୍ବ ଖର୍ବ କରନ୍ତି;
ସେ ଭୂପତିମାନଙ୍କ ପ୍ରତି ଭୟଙ୍କର ଅଟନ୍ତି। PE
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×