Bible Books

:

1. ମୋ’ ପ୍ରାଣ ମୋ’ ଜୀବନ ବିଷୟରେ କ୍ଳାନ୍ତ ହୋଇଅଛି, ମୁଁ ଆପଣା ଦୁଃଖ ସ୍ୱଚ୍ଛନ୍ଦରେ କହିବି; ମୁଁ ଆପଣା ପ୍ରାଣର ତିକ୍ତତାରେ କହିବି।
2. ମୁଁ ପରମେଶ୍ୱରଙ୍କୁ କହିବି, “ମୋତେ ଦୋଷୀ କର ନାହିଁ; କାହିଁକି ମୋ’ ସଙ୍ଗେ ବିରୋଧ କରୁଅଛ, ତାହା ମୋତେ ଜଣାଅ।
3. ତୁମ୍ଭେ ଯେ ଉପଦ୍ରବ କରିବ, ତୁମ୍ଭେ ଯେ ଆପଣା ହସ୍ତର କର୍ମ ତୁଚ୍ଛ କରିବ ଦୁଷ୍ଟର ମନ୍ତ୍ରଣାରେ ପ୍ରସନ୍ନ ହେବ, ଏହା କ’ଣ ତୁମ୍ଭ ପ୍ରତି ଭଲ ?
4. ତୁମ୍ଭର କ’ଣ ଚର୍ମର ଚକ୍ଷୁ ଅଛି ? ଅବା ମନୁଷ୍ୟ ଯେପରି ଦେଖେ, ତୁମ୍ଭେ କ’ଣ ସେପରି ଦେଖୁଅଛ ?
5. ତୁମ୍ଭର ଆୟୁ କ’ଣ ମନୁଷ୍ୟର ଆୟୁ ତୁଲ୍ୟ, ଅବା ତୁମ୍ଭର ବର୍ଷସମୂହ କ’ଣ ମନୁଷ୍ୟର ଦିନସମୂହ ତୁଲ୍ୟ
6. ଯେ, ତୁମ୍ଭେ ମୋହର ଅଧର୍ମ ଅନୁସନ୍ଧାନ କରୁଅଛ ମୋହର ପାପ ଅନ୍ଵେଷଣ କରୁଅଛ ?
7. ତୁମ୍ଭେ ଜାଣ, ମୁଁ ଦୁଷ୍ଟ ନୁହେଁ ତୁମ୍ଭ ହସ୍ତରୁ ଉଦ୍ଧାର କରିବାକୁ କେହି ସମର୍ଥ ନୁହେଁ।
8. ତୁମ୍ଭର ହସ୍ତ ମୋତେ ଗଢ଼ିଅଛି ସର୍ବାଙ୍ଗ ସୁସଂଯୁକ୍ତ କରି ମୋତେ ନିର୍ମାଣ କରିଅଛି; ତଥାପି ତୁମ୍ଭେ ମୋତେ ସଂହାର କରୁଅଛ।
9. ମୁଁ ବିନୟ କରୁଅଛି, ସ୍ମରଣ କର, ତୁମ୍ଭେ ମୋତେ ମୃତ୍ତିକା ତୁଲ୍ୟ ଗଢ଼ିଅଛ ତୁମ୍ଭେ କ’ଣ ମୋତେ ପୁନର୍ବାର ଧୂଳି କରିବ ?
10. ତୁମ୍ଭେ କ’ଣ ଦୁଗ୍ଧ ନ୍ୟାୟ ମୋତେ ଢାଳି ନାହଁ ଛେନା ତୁଲ୍ୟ ମୋତେ ଶକ୍ତ କରି ନାହଁ ?
11. ତୁମ୍ଭେ ମୋତେ ଚର୍ମ ମାଂସରେ ବସ୍ତ୍ରାନ୍ୱିତ କରିଅଛ, ପୁଣି ଅସ୍ଥି ଶିରାରେ ମୋତେ ଏକତ୍ର ବୁଣିଅଛ।
12. ତୁମ୍ଭେ ମୋତେ ଜୀବନ ଅନୁଗ୍ରହ ଦାନ କରିଅଛ ତୁମ୍ଭର ତତ୍ତ୍ୱାବଧାରଣ ମୋର ଆତ୍ମାକୁ ରକ୍ଷା କରିଅଛି।
13. ତଥାପି ତୁମ୍ଭେ ଏହିସବୁ ବିଷୟ ଆପଣା ମନରେ ଗୁପ୍ତ କରି ରଖିଅଛ; ମୁଁ ଜାଣେ, ଏହା ହିଁ ତୁମ୍ଭର ବିଚାର;
14. ମୁଁ ପାପ କଲେ, ତୁମ୍ଭେ ମୋତେ ଲକ୍ଷ୍ୟ କରୁଅଛ ତୁମ୍ଭେ ମୋର ଅଧର୍ମରୁ ମୋତେ ମୁକ୍ତ କରିବ ନାହିଁ।
15. ମୁଁ ଦୁଷ୍ଟ ହେଲେ, ମୋର ସନ୍ତାପ ହେବ, ପୁଣି ମୁଁ ଧାର୍ମିକ ହେଲେ ହେଁ ଅବମାନନାରେ ପୂର୍ଣ୍ଣ ହେବାରୁ ଆପଣା କ୍ଳେଶ ପ୍ରତି ଅନାଇବାରୁ ଆପଣା ମସ୍ତକ ଟେକି ପାରୁ ନାହିଁ।
16. ମାତ୍ର ମୋର ମସ୍ତକ ଆପେ ଟେକି ହେଲେ, ତୁମ୍ଭେ ସିଂହ ପରି ମୋତେ ମୃଗୟା କରୁଅଛ ତୁମ୍ଭେ ପୁନର୍ବାର ମୋ’ ପ୍ରତି ଆପଣାକୁ ଅଦ୍ଭୁତ ଦେଖାଉଅଛ।
17. ତୁମ୍ଭେ ମୋ’ ବିରୁଦ୍ଧରେ ନୂଆ ନୂଆ ସାକ୍ଷୀ ଆଣୁଅଛ ତୁମ୍ଭେ ମୋ’ ଉପରେ ଆପଣା କ୍ରୋଧ ବୃଦ୍ଧି କରୁଅଛ; ନୂତନ ନୂତନ ସୈନ୍ୟଦଳ ମୋହର ପ୍ରତିକୂଳ।
18. ତେବେ ତୁମ୍ଭେ କାହିଁକି ମୋତେ ଗର୍ଭରୁ ବାହାର କରି ଆଣିଅଛ ? ମୁଁ ପ୍ରାଣତ୍ୟାଗ କରିଥା’ନ୍ତି କୌଣସି ଚକ୍ଷୁ ମୋତେ ଦେଖି ଥା’ନ୍ତା,
19. ମୁଁ ଅଜାତର ତୁଲ୍ୟ ହୋଇଥା’ନ୍ତି; ମୁଁ ଗର୍ଭରୁ କବରକୁ ଘେନା ଯାଇଥା’ନ୍ତି।
20. ମୋହର ଦିନ କ’ଣ ଅଳ୍ପ ନୁହେଁ ? ତେବେ କ୍ଷାନ୍ତ ହୁଅ,
21. ମୋତେ ଛାଡ଼ି ଦିଅ, ତହିଁରେ ମୁଁ ଯେଉଁ ସ୍ଥାନରୁ ଫେରି ଆସିବି ନାହିଁ, ଏପରି ଅନ୍ଧକାର ମୃତ୍ୟୁୁଚ୍ଛାୟାରୂପ ଦେଶକୁ ଯିବା ପୂର୍ବେ ମୁଁ କ୍ଷଣକାଳ ସାନ୍ତ୍ୱନା ପାଇବି;
22. ସେ ଦେଶ ଅନ୍ଧକାର ତୁଲ୍ୟ ନିବିଡ଼ ଅନ୍ଧକାରମୟ; ସେ ଦେଶ ମୃତ୍ୟୁୁଚ୍ଛାୟାମୟ, ସୁଧାରାବିହୀନ ସେଠାରେ ଦୀପ୍ତି ଅନ୍ଧକାରର ସମାନ।” PE
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×