|
|
1. ଅନନ୍ତର ମୋଶାଙ୍କର ପର୍ବତରୁ ଓହ୍ଲାଇବାର ବିଳମ୍ଵଦେଖି ଲୋକମାନେ ହାରୋଣଙ୍କ ନିକଟରେ ରୁଣ୍ତ ହୋଇ ତାଙ୍କୁ କହିଲେ, ଉଠ, ଆମ୍ଭମାନଙ୍କର ଅଗ୍ରଗାମୀ ହେବା ପାଇଁ ଆମ୍ଭମାନଙ୍କ ନିମନ୍ତେ ଦେବତା ନିର୍ମାଣ କର, ଯେହେତୁ ଯେଉଁ ବ୍ୟକ୍ତି ମିସର ଦେଶରୁ ଆମ୍ଭମାନଙ୍କୁ ବାହାର କରି ଆଣିଲେ, ସେହି ମୋଶାଙ୍କ ପ୍ରତି କଅଣ ଘଟିଲା, ତାହା ଆମ୍ଭେମାନେ ଜାଣୁନାହୁଁକ୍ତ ।
|
1. And when the people H5971 saw H7200 that H3588 Moses H4872 delayed H954 to come down H3381 out of H4480 the mount H2022 , the people H5971 gathered themselves together H6950 unto H5921 Aaron H175 , and said H559 unto H413 him, Up H6965 , make H6213 us gods H430 , which H834 shall go H1980 before H6440 us; for H3588 as for this H2088 Moses H4872 , the man H376 that H834 brought us up H5927 out of the land H4480 H776 of Egypt H4714 , we know H3045 not H3808 what H4100 is become H1961 of him.
|
2. ତହୁଁ ହାରୋଣ ସେମାନଙ୍କୁ କହିଲେ, ତେବେ ତୁମ୍ଭେମାନେ ଆପଣା ଆପଣା ଭାର୍ଯ୍ୟା ଓ ପୁତ୍ରକନ୍ୟାଗଣର କର୍ଣ୍ଣରୁ ସ୍ଵର୍ଣ୍ଣକୁଣ୍ତଳ କାଢ଼ି ମୋʼ ପାଖକୁ ଆଣ ।
|
2. And Aaron H175 said H559 unto H413 them , Break off H6561 the golden H2091 earrings H5141 , which H834 are in the ears H241 of your wives H802 , of your sons H1121 , and of your daughters H1323 , and bring H935 them unto H413 me.
|
3. ତହିଁରେ ସମସ୍ତ ଲୋକ ଆପଣା ଆପଣା କର୍ଣ୍ଣରୁ ସ୍ଵର୍ଣ୍ଣକୁଣ୍ତଳସବୁ କାଢ଼ି ହାରୋଣଙ୍କ କତିକି ଆଣିଲେ ।
|
3. And all H3605 the people H5971 broke off H6561 H853 the golden H2091 earrings H5141 which H834 were in their ears H241 , and brought H935 them unto H413 Aaron H175 .
|
4. ସେ ସେମାନଙ୍କ ହସ୍ତରୁ ତାହା ନେଇ ଶିଳ୍ପାସ୍ତ୍ରରେ ଛାଞ୍ଚ ପ୍ରସ୍ତୁତ କରି ଏକ ଢଳା ବାଛୁରି ନିର୍ମାଣ କଲେ; ତହୁଁ ଲୋକମାନେ କହିଲେ, ହେ ଇସ୍ରାଏଲ, ଯେଉଁ ଦେବତା ତୁମ୍ଭଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେ ଏହି ।
|
4. And he received H3947 them at their hand H4480 H3027 , and fashioned H6696 it with a graving tool H2747 , after he had made H6213 it a molten H4541 calf H5695 : and they said H559 , These H428 be thy gods H430 , O Israel H3478 , which H834 brought thee up H5927 out of the land H4480 H776 of Egypt H4714 .
|
5. ତହିଁରେ ହାରୋଣ ତାହା ଦେଖି ତାହାର ସମ୍ମୁଖରେ ଗୋଟିଏ ବେଦି ନିର୍ମାଣ କଲେ, ପୁଣି କାଲି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସବ ହେବ, ଏହା ଘୋଷଣା କରାଇଲେ ।
|
5. And when Aaron H175 saw H7200 it , he built H1129 an altar H4196 before H6440 it ; and Aaron H175 made proclamation H7121 , and said H559 , Tomorrow H4279 is a feast H2282 to the LORD H3068 .
|
6. ଏଥିରେ ଲୋକମାନେ ଆର ଦିନ ପ୍ରଭାତରେ ଉଠି ହୋମବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ନୈବେଦ୍ୟ ଆଣିଲେ; ତହୁଁ ଲୋକମାନେ ଭୋଜନପାନ କରିବାକୁ ବସିଲେ; ଏଉତ୍ତାରେ ଲୀଳା କରିବାକୁ ଉଠିଲେ ।
|
6. And they rose up early H7925 on the morrow H4480 H4283 , and offered H5927 burnt offerings H5930 , and brought H5066 peace offerings H8002 ; and the people H5971 sat down H3427 to eat H398 and to drink H8354 , and rose up H6965 to play H6711 .
|
7. ତେବେ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଓହ୍ଲାଇ ଯାଅ, କାରଣ ତୁମ୍ଭର ଯେଉଁ ଲୋକମାନଙ୍କୁ ତୁମ୍ଭେ ମିସରରୁ ବାହାର କରି ଆଣିଲ, ସେମାନେ ଆପଣାମାନଙ୍କୁ ଭ୍ରଷ୍ଟ କରିଅଛନ୍ତି ।
|
7. And the LORD H3068 said H1696 unto H413 Moses H4872 , Go H1980 , get thee down H3381 ; for H3588 thy people H5971 , which H834 thou broughtest H5927 out of the land H4480 H776 of Egypt H4714 , have corrupted H7843 themselves :
|
8. ଆମ୍ଭେ ସେମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଲୁ, ସେମାନେ ଶୀଘ୍ର ତହିଁରୁ ବିମୁଖ ହେଲେ; ସେମାନେ ଆପଣାମାନଙ୍କ ନିମନ୍ତେ ଏକ ଛାଞ୍ଚରେ ଢଳା ବାଛୁରି ନିର୍ମାଣ କରି ତାକୁ ପୂଜା କଲେ, ପୁଣି ତାହା ନିକଟରେ ବଳିଦାନ କରି କହିଲେ, ହେ ଇସ୍ରାଏଲ, ଯେଉଁ ଦେବତା ତୁମ୍ଭଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେ ଏହି ।
|
8. They have turned aside H5493 quickly H4118 out of H4480 the way H1870 which H834 I commanded H6680 them : they have made H6213 them a molten H4541 calf H5695 , and have worshiped H7812 it , and have sacrificed H2076 thereunto , and said H559 , These H428 be thy gods H430 , O Israel H3478 , which H834 have brought thee up H5927 out of the land H4480 H776 of Egypt H4714 .
|
9. ସଦାପ୍ରଭୁ ମୋଶାଙ୍କୁ ଆହୁରି କହିଲେ, ଆମ୍ଭେ ଏହି ଲୋକମାନଙ୍କୁ ଦେଖିଲୁ; ଦେଖ, ସେମାନେ ଅତିଶୟ ଶକ୍ତଗ୍ରୀବ ଲୋକ।
|
9. And the LORD H3068 said H559 unto H413 Moses H4872 , I have seen H7200 H853 this H2088 people H5971 , and, behold H2009 , it H1931 is a stiffnecked H7186 H6203 people H5971 :
|
10. ଏଣୁ ତୁମ୍ଭେ ଏବେ ଆମ୍ଭଙ୍କୁ ଛାଡ଼ି ଦିଅ, ଆମ୍ଭର କ୍ରୋଧ ସେମାନଙ୍କ ପ୍ରତିକୂଳରେ ପ୍ରଜ୍ଵଳିତ ହେଉ, ତହିଁରେ ଆମ୍ଭେ ସେମାନଙ୍କୁ ସଂହାର କରିବା; ମାତ୍ର ଆମ୍ଭେ ତୁମ୍ଭକୁ ମହାଗୋଷ୍ଠୀ କରିବା ।
|
10. Now H6258 therefore let me alone H5117 , that my wrath H639 may wax hot H2734 against them , and that I may consume H3615 them : and I will make H6213 of thee a great H1419 nation H1471 .
|
11. ତହିଁରେ ମୋଶା ଆପଣା ସଦାପ୍ରଭୁ ପରମେଶ୍ଵରଙ୍କୁ ନିବେଦନ କରି କହିଲେ, ହେ ସଦାପ୍ରଭୋ, ତୁମ୍ଭେ ଆପଣାର ଯେଉଁ ଲୋକମାନଙ୍କୁ ଆପଣା ମହାପରାକ୍ରମ ଓ ବାହୁ ବଳରେ ମିସର ଦେଶରୁ ବାହାର କରି ଆଣିଲ, ସେମାନଙ୍କ ପ୍ରତି-କୂଳରେ ତୁମ୍ଭର କ୍ରୋଧ କାହିଁକି ପ୍ରଜ୍ଵଳିତ ହେବ?
|
11. And Moses H4872 besought H2470 H853 the LORD H3068 his God H430 , and said H559 , LORD H3068 , why H4100 doth thy wrath H639 wax hot H2734 against thy people H5971 , which H834 thou hast brought forth H3318 out of the land H4480 H776 of Egypt H4714 with great H1419 power H3581 , and with a mighty H2389 hand H3027 ?
|
12. ସେ ପର୍ବତମୟ ଅଞ୍ଚଳରେ ସେମାନଙ୍କୁ ନଷ୍ଟ କରି ପୃଥିବୀରୁ ଲୋପ କରିବା ପାଇଁ, ଅନିଷ୍ଟ ନିମନ୍ତେ ବାହାର କରି ଆଣିଲେ, ଏପରି କଥା ମିସ୍ରୀୟମାନେ କାହିଁକି ଗଳ୍ପ କରିବେ? ତୁମ୍ଭେ ଆପଣା ପ୍ରଚଣ୍ତ କ୍ରୋଧରୁ ଫେର ଓ ଆପଣା ଲୋକମାନଙ୍କ ପ୍ରତିକୂଳରେ ଏପରି ଅନିଷ୍ଟ ବିଷୟରୁ ନିବୃତ୍ତ ହୁଅ ।
|
12. Wherefore H4100 should the Egyptians H4714 speak H559 , and say H559 , For mischief H7451 did he bring them out H3318 , to slay H2026 them in the mountains H2022 , and to consume H3615 them from H4480 H5921 the face H6440 of the earth H127 ? Turn H7725 from thy fierce wrath H4480 H2740 H639 , and repent H5162 of H5921 this evil H7451 against thy people H5971 .
|
13. ଆପଣା ଦାସ ଅବ୍ରହାମ ଓ ଇସ୍ହାକ ଓ ଇସ୍ରାଏଲଙ୍କୁ ସ୍ମରଣ କର, ତୁମ୍ଭେ ଆପଣା ନିଜ ନାମରେ ଶପଥ କରି ସେମାନଙ୍କୁ କହିଅଛ, ଆମ୍ଭେ ଆକାଶର ତାରାଗଣ ନ୍ୟାୟ ତୁମ୍ଭମାନଙ୍କ ବଂଶ ବୃଦ୍ଧି କରିବା ଓ ଏହି ଯେଉଁସବୁ ଦେଶର କଥା କହିଲୁ, ତାହା ତୁମ୍ଭମାନଙ୍କ ବଂଶକୁ ଦେବା, ସେମାନେ ଅନନ୍ତକାଳ ପର୍ଯ୍ୟନ୍ତ ତାହା ଅଧିକାର କରିବେ ।
|
13. Remember H2142 Abraham H85 , Isaac H3327 , and Israel H3478 , thy servants H5650 , to whom H834 thou sworest H7650 by thine own self , and saidst H1696 unto H413 them , I will multiply H7235 H853 your seed H2233 as the stars H3556 of heaven H8064 , and all H3605 this H2063 land H776 that H834 I have spoken H559 of will I give H5414 unto your seed H2233 , and they shall inherit H5157 it forever H5769 .
|
14. ତେବେ ସଦାପ୍ରଭୁ ଆପଣା ଲୋକମାନଙ୍କ ପ୍ରତି ଯେଉଁ ଅନିଷ୍ଟ କରିବାର କଥା କହିଥିଲେ, ତହିଁରୁ ନିବୃତ୍ତ ହେଲେ ।
|
14. And the LORD H3068 repented H5162 of H5921 the evil H7451 which H834 he thought H1696 to do H6213 unto his people H5971 .
|
15. ଅନନ୍ତର ମୋଶା ମୁଖ ଫେରାଇ ସାକ୍ଷ୍ୟ ସ୍ଵରୂପ ଦୁଇ ପ୍ରସ୍ତର ପଟା ହସ୍ତରେ ଘେନି ପର୍ବତରୁ ଓହ୍ଲାଇଲେ; ସେହି ପ୍ରସ୍ତର ପଟାର ଏପାର୍ଶ୍ଵରେ ଓ ସେପାର୍ଶ୍ଵରେ ଉଭୟ ପାର୍ଶ୍ଵରେ ଲେଖାଥିଲା ।
|
15. And Moses H4872 turned H6437 , and went down H3381 from H4480 the mount H2022 , and the two H8147 tables H3871 of the testimony H5715 were in his hand H3027 : the tables H3871 were written H3789 on both H4480 H8147 their sides H5676 ; on the one side H4480 H2088 and on the other H4480 H2088 were they H1992 written H3789 .
|
16. ସେହି ପ୍ରସ୍ତର ପଟା ପରମେଶ୍ଵରଙ୍କ-ନିର୍ମିତ; ପୁଣି ତହିଁରେ ଖୋଦିତ ଲିଖନ ହିଁ ପରମେଶ୍ଵରଙ୍କ ଲିଖନ ଥିଲା ।
|
16. And the tables H3871 were the work H4639 of God H430 , and the writing H4385 was the writing H4385 of God H430 , graven H2801 upon H5921 the tables H3871 .
|
17. ଅନନ୍ତର ଲୋକମାନେ ଉଚ୍ଚ ରବ କରନ୍ତେ, ଯିହୋଶୂୟ ଲୋକମାନଙ୍କର କୋଳାହଳ ଶୁଣି ମୋଶାଙ୍କୁ କହିଲେ, ଛାଉଣିରେ ଯୁଦ୍ଧ ଶଦ୍ଦ ହେଉଅଛି ।
|
17. And when Joshua H3091 heard H8085 H853 the noise H6963 of the people H5971 as they shouted H7452 , he said H559 unto H413 Moses H4872 , There is a noise H6963 of war H4421 in the camp H4264 .
|
18. ତହିଁରେ ସେ କହିଲେ, ଏହା ଜୟଧ୍ଵନିର ଶଦ୍ଦ ନୁହେଁ, କିଅବା ପରାଜୟ ସ୍ଵରର ଶଦ୍ଦ ନୁହେଁ, ମାତ୍ର ମୁଁ ଗାୟନର ଶଦ୍ଦ ଶୁଣୁଅଛି ।
|
18. And he said H559 , It is not H369 the voice H6963 of them that shout H6030 for mastery H1369 , neither H369 is it the voice H6963 of them that cry H6030 for being overcome H2476 : but the noise H6963 of them that sing H6031 do I H595 hear H8085 .
|
19. ଏଥିରେ ସେ ଛାଉଣିର ନିକଟବର୍ତ୍ତୀ ହେବା ମାତ୍ରେ ସେହି ବାଛୁରି ଓ ନୃତ୍ୟ ଦେଖିଲେ; ତହିଁରେ ମୋଶାଙ୍କର କ୍ରୋଧ ପ୍ରଜ୍ଵଳିତ ହେଲା; ଏଣୁ ସେ ଆପଣା ହସ୍ତରୁ ସେହି ଦୁଇ ପ୍ରସ୍ତର ପଟା ଫୋପାଡ଼ି ଦେଇ ପର୍ବତ ତଳେ ତାହା ଭାଙ୍ଗିଲେ ।
|
19. And it came to pass H1961 , as soon as H834 he came nigh H7126 unto H413 the camp H4264 , that he saw H7200 H853 the calf H5695 , and the dancing H4246 : and Moses H4872 ' anger H639 waxed hot H2734 , and he cast H7993 H853 the tables H3871 out of his hands H4480 H3027 , and broke H7665 them beneath H8478 the mount H2022 .
|
20. ପୁଣି ସେମାନଙ୍କ ନିର୍ମିତ ବାଛୁରି ଘେନି ଅଗ୍ନିରେ ପୋଡ଼ିଲେ ଓ ତାହା ପେଷି ଧୂଳି କଲେ, ଆଉ ଜଳ ଉପରେ ବିଞ୍ଚି ଦେଇ ଇସ୍ରାଏଲ-ସନ୍ତାନଗଣକୁ ପିଆଇଲେ।
|
20. And he took H3947 H853 the calf H5695 which H834 they had made H6213 , and burnt H8313 it in the fire H784 , and ground H2912 it to H5704 powder H834 H1854 , and strewed H2219 it upon H5921 H6440 the water H4325 , and made H853 the children H1121 of Israel H3478 drink H8248 of it .
|
21. ତହୁଁ ମୋଶା ହାରୋଣଙ୍କୁ କହିଲେ, ଏହି ଲୋକମାନେ ତୁମ୍ଭ ପ୍ରତି କʼଣ କଲେ ଯେ, ତୁମ୍ଭେ ସେମାନଙ୍କ ଉପରେ ଏପରି ମହାପାପ ବର୍ତ୍ତାଇଲ?
|
21. And Moses H4872 said H559 unto H413 Aaron H175 , What H4100 did H6213 this H2088 people H5971 unto thee, that H3588 thou hast brought H935 so great H1419 a sin H2401 upon H5921 them?
|
22. ତହିଁରେ ହାରୋଣ କହିଲେ, ଆମ୍ଭ ପ୍ରଭୁଙ୍କର କ୍ରୋଧ ପ୍ରଜ୍ଵଳିତ ନ ହେଉ; ଆପଣ ଜାଣନ୍ତି ଯେ, ଏହି ଲୋକମାନେ ଦୁଷ୍ଟତାରେ ଆସକ୍ତ।
|
22. And Aaron H175 said H559 , Let not H408 the anger H639 of my lord H113 wax hot H2734 : thou H859 knowest H3045 H853 the people H5971 , that H3588 they H1931 are set on mischief H7451 .
|
23. ଏମାନେ ମୋତେ କହିଲେ, ଆମ୍ଭମାନଙ୍କର ଅଗ୍ରଗାମୀ ହେବା ପାଇଁ ଆମ୍ଭମାନଙ୍କ ନିମନ୍ତେ ଦେବତା ନିର୍ମାଣ କର; କାରଣ ଯେଉଁ ବ୍ୟକ୍ତି ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେହି ମୋଶାଙ୍କର କଅଣ ହେଲା, ତାହା ଆମ୍ଭେମାନେ ଜାଣୁନାହୁଁ ।
|
23. For they said H559 unto me, Make H6213 us gods H430 , which H834 shall go H1980 before H6440 us: for H3588 as for this H2088 Moses H4872 , the man H376 that H834 brought us up H5927 out of the land H4480 H776 of Egypt H4714 , we know H3045 not H3808 what H4100 is become H1961 of him.
|
24. ତେବେ ମୁଁ କହିଲି, ତୁମ୍ଭମାନଙ୍କ ମଧ୍ୟରେ ଯାହାର ଯେ ସୁନା ଥାଏ, ତାହା ସେମାନେ କାଢ଼ି ଦିଅନ୍ତୁ; ତହିଁରେ ସେମାନେ ମୋତେ ତାହା ଦେଲେ; ମୁଁ ତାହା ନେଇ ଅଗ୍ନିରେ ପକାଇଲି, ତହୁଁ ଏହି ବାଛୁରି ବାହାରି ଆସିଲା ।
|
24. And I said H559 unto them, Whosoever H4310 hath any gold H2091 , let them break it off H6561 . So they gave H5414 it me : then I cast H7993 it into the fire H784 , and there came out H3318 this H2088 calf H5695 .
|
25. ଆଉ ମୋଶା ଲୋକମାନଙ୍କୁ ସ୍ଵେଚ୍ଛାଚାରୀ ଦେଖିଲେ, କାରଣ ହାରୋଣ ସେମାନଙ୍କୁ ଶତ୍ରୁଗଣ ମଧ୍ୟରେ ହାସ୍ୟାସ୍ପଦ ହେବା ଭଳି ସ୍ଵେଚ୍ଛାଚାରୀ କରି ଛାଡ଼ିଥିଲେ ।
|
25. And when Moses H4872 saw H7200 that H3588 H853 the people H5971 were naked H6544 ; ( for H3588 Aaron H175 had made them naked H6544 unto their shame H8103 among their enemies H6965 :)
|
26. ଏଥିରେ ମୋଶା ଛାଉଣି ଦ୍ଵାରରେ ଠିଆ ହୋଇ କହିଲେ, ସଦାପ୍ରଭୁଙ୍କ ପକ୍ଷରେ କିଏ ଅଛି? ସେ ମୋʼ ନିକଟକୁ ଆସୁ; ତହିଁରେ ଲେବୀର ସନ୍ତାନଗଣ ତାଙ୍କ ନିକଟରେ ଏକତ୍ର ହେଲେ ।
|
26. Then Moses H4872 stood H5975 in the gate H8179 of the camp H4264 , and said H559 , Who H4310 is on the LORD H3068 's side? let him come unto H413 me . And all H3605 the sons H1121 of Levi H3878 gathered themselves together H622 unto H413 him.
|
27. ତହୁଁ ସେ ସେମାନଙ୍କୁ କହିଲେ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ଵର ଏହି କଥା କହନ୍ତି, ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଜଙ୍ଘରେ ଖଡ଼୍ଗ ବାନ୍ଧି ଛାଉଣିର ମଧ୍ୟଦେଇ ଏକ ଦ୍ଵାରରୁ ଆନ ଦ୍ଵାର ପର୍ଯ୍ୟନ୍ତ ଗତାୟାତ କର ଓ ପ୍ରତି ଜଣ ଆପଣା ଆପଣା ଭ୍ରାତା ଓ ମିତ୍ର ଓ ପ୍ରତିବାସୀକି ବଧ କର ।
|
27. And he said H559 unto them, Thus H3541 saith H559 the LORD H3068 God H430 of Israel H3478 , Put H7760 every man H376 his sword H2719 by H5921 his side H3409 , and go in H5674 and out H7725 from gate H4480 H8179 to gate H8179 throughout the camp H4264 , and slay H2026 every man H376 H853 his brother H251 , and every man H376 H853 his companion H7453 , and every man H376 H853 his neighbor H7138 .
|
28. ତହିଁରେ ଲେବୀର ସନ୍ତାନମାନେ ମୋଶାଙ୍କର ବାକ୍ୟାନୁସାରେ ତଦ୍ରୂପ କରନ୍ତେ, ସେହିଦିନ ଲୋକମାନଙ୍କ ମଧ୍ୟରୁ ଊଣାଧିକ ତିନି ହଜାର ଲୋକ ମଲେ ।
|
28. And the children H1121 of Levi H3878 did H6213 according to the word H1697 of Moses H4872 : and there fell H5307 of H4480 the people H5971 that H1931 day H3117 about three H7969 thousand H505 men H376 .
|
29. ଆଉ ମୋଶା କହିଥିଲେ, ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ପୁତ୍ର ଓ ଭ୍ରାତୃଗଣର ବିପକ୍ଷ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କୁ ନିଯୁକ୍ତ କର, ତହିଁରେ ସେ ଏହି ଦିନରେ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ।
|
29. For Moses H4872 had said H559 , Consecrate H4390 H3027 yourselves today H3117 to the LORD H3068 , even H3588 every man H376 upon his son H1121 , and upon his brother H251 ; that he may bestow H5414 upon H5921 you a blessing H1293 this day H3117 .
|
30. ତହିଁ ଆର ଦିନ ମୋଶା ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ମହାପାପ କରିଅଛ, ଏବେ ମୁଁ ସଦାପ୍ରଭୁଙ୍କ ନିକଟକୁ ଆରୋହଣ କରୁଅଛି; ଯେବେ ହୋଇପାରେ, ତେବେ ମୁଁ ତୁମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ କରିବି, ।
|
30. And it came to pass H1961 on the morrow H4480 H4283 , that Moses H4872 said H559 unto H413 the people H5971 , Ye H859 have sinned H2398 a great H1419 sin H2401 : and now H6258 I will go up H5927 unto H413 the LORD H3068 ; peradventure H194 I shall make an atonement H3722 for H1157 your sin H2403 .
|
31. ଅନନ୍ତର ମୋଶା ସଦାପ୍ରଭୁଙ୍କ ନିକଟକୁ ଫେରି ଯାଇ କହିଲେ, ହାୟ, ହାୟ, ଏହି ଲୋକମାନେ ମହାପାପ କରି ଆପଣାମାନଙ୍କ ନିମନ୍ତେ ସ୍ଵର୍ଣ୍ଣଦେବତା ନିର୍ମାଣ କଲେ ।
|
31. And Moses H4872 returned H7725 unto H413 the LORD H3068 , and said H559 , Oh H577 , this H2088 people H5971 have sinned H2398 a great H1419 sin H2401 , and have made H6213 them gods H430 of gold H2091 .
|
32. ତଥାପି ଏବେ, ତୁମ୍ଭେ ଯେବେ ସେମାନଙ୍କ ପାପ କ୍ଷମା କରିବ- ଯେବେ ନ କରିବ, ତେବେ ମୁଁ ବିନୟ କରୁଅଛି, ତୁମ୍ଭର ଲିଖିତ ପୁସ୍ତକରୁ ମୋହର ନାମ କାଟି ପକାଅ ।
|
32. Yet now H6258 , if H518 thou wilt forgive H5375 their sin H2403 ; and if H518 not H369 , blot H4229 me , I pray thee H4994 , out of thy book H4480 H5612 which H834 thou hast written H3789 .
|
33. ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ଯେଉଁ ଲୋକ ଆମ୍ଭ ବିରୁଦ୍ଧରେ ପାପ କରିଅଛି, ଆମ୍ଭେ ଆପଣା ପୁସ୍ତକରୁ ତାହାର ନାମ କାଟି ପକାଇବା ।
|
33. And the LORD H3068 said H559 unto H413 Moses H4872 , Whosoever H4310 H834 hath sinned H2398 against me , him will I blot out H4229 of my book H4480 H5612 .
|
34. ଏବେ ଯାଅ, ଆମ୍ଭେ ଯେଉଁ ଦେଶ ବିଷୟରେ ତୁମ୍ଭକୁ କହିଅଛୁ, ସେହି ଦେଶକୁ ଲୋକମାନଙ୍କୁ ନେଇ ଯାଅ; ଦେଖ, ଆମ୍ଭ ଦୂତ ତୁମ୍ଭ ଆଗେ ଆଗେ ଗମନ କରିବେ; ମାତ୍ର ଆମ୍ଭେ ପ୍ରତିଫଳ ଦେବା ଦିନରେ ସେମାନଙ୍କ ପାପର ପ୍ରତିଫଳ ସେମାନଙ୍କୁ ଦେବା ।
|
34. Therefore now H6258 go H1980 , lead H5148 H853 the people H5971 unto H413 the place of which H834 I have spoken H1696 unto thee: behold H2009 , mine Angel H4397 shall go H1980 before H6440 thee : nevertheless in the day H3117 when I visit H6485 I will visit H6485 their sin H2403 upon H5921 them.
|
35. ପୁଣି ସଦାପ୍ରଭୁ ଲୋକମାନଙ୍କୁ ଆଘାତ କଲେ, ଯେହେତୁ ହାରୋଣ-ନିର୍ମିତ ବାଛୁରି ସେମାନେ ନିର୍ମାଣ କରିଥିଲେ।
|
35. And the LORD H3068 plagued H5062 H853 the people H5971 , because H5921 H834 they made H6213 H853 the calf H5695 , which H834 Aaron H175 made H6213 .
|