|
|
1. {ସଦାପ୍ରଭୁଙ୍କ ମନୋନୀତ ଗୋଷ୍ଠୀ} PS ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରବେଶ କରାଇବେ ଓ ତୁମ୍ଭ ସାକ୍ଷାତରୁ ନାନା ଗୋଷ୍ଠୀୟ ଲୋକମାନଙ୍କୁ, ହିତ୍ତୀୟ, ଗିର୍ଗାଶୀୟ, ଇମୋରୀୟ, କିଣାନୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟ, ତୁମ୍ଭଠାରୁ ମହାନ୍ ଓ ବଳବାନ ଏହି ସାତ ଗୋଷ୍ଠୀଙ୍କୁ ଦୂର କରିବେ;
|
1. When H3588 the LORD H3068 thy God H430 shall bring H935 thee into H413 the land H776 whither H834 H8033 thou H859 goest H935 to possess H3423 it , and hath cast out H5394 many H7227 nations H1471 before H4480 H6440 thee , the Hittites H2850 , and the Girgashites H1622 , and the Amorites H567 , and the Canaanites H3669 , and the Perizzites H6522 , and the Hivites H2340 , and the Jebusites H2983 , seven H7651 nations H1471 greater H7227 and mightier H6099 than H4480 thou;
|
2. ପୁଣି ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରେ ସେମାନଙ୍କୁ ସମର୍ପଣ କରିବେ ଓ ତୁମ୍ଭେ ସେମାନଙ୍କୁ ପରାସ୍ତ କରିବ; ସେତେବେଳେ ତୁମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବ; ତୁମ୍ଭେ ସେମାନଙ୍କ ସହିତ କୌଣସି ନିୟମ କରିବ ନାହିଁ, କିଅବା ସେମାନଙ୍କ ପ୍ରତି ଦୟା ପ୍ରକାଶ କରିବ ନାହିଁ।
|
2. And when the LORD H3068 thy God H430 shall deliver H5414 them before H6440 thee ; thou shalt smite H5221 them, and utterly destroy H2763 H2763 them ; thou shalt make H3772 no H3808 covenant H1285 with them, nor H3808 show mercy H2603 unto them:
|
3. ଅଥବା ତୁମ୍ଭେ ସେମାନଙ୍କ ସହିତ ବିବାହ-ସମ୍ବନ୍ଧ କରିବ ନାହିଁ; ତୁମ୍ଭେ ତାହାର ପୁତ୍ରକୁ ଆପଣା କନ୍ୟା ଦେବ ନାହିଁ, ଅବା ଆପଣା ପୁତ୍ର ନିମନ୍ତେ ତାହାର କନ୍ୟା ଗ୍ରହଣ କରିବ ନାହିଁ।
|
3. Neither H3808 shalt thou make marriages H2859 with them ; thy daughter H1323 thou shalt not H3808 give H5414 unto his son H1121 , nor H3808 his daughter H1323 shalt thou take H3947 unto thy son H1121 .
|
4. କାରଣ ସେ ତୁମ୍ଭ ପୁତ୍ରକୁ ଆମ୍ଭ ଅନୁସରଣରୁ ଫେରାଇବ, ତହିଁରେ ସେମାନେ ଅନ୍ୟ ଦେବଗଣର ସେବା କରିବେ ତାହା ହେଲେ, ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେବ ଓ ସେ ତୁମ୍ଭକୁ ଶୀଘ୍ର ବିନାଶ କରିବେ।
|
4. For H3588 they will turn away H5493 H853 thy son H1121 from following H4480 H310 me , that they may serve H5647 other H312 gods H430 : so will the anger H639 of the LORD H3068 be kindled H2734 against you , and destroy H8045 thee suddenly H4118 .
|
5. ମାତ୍ର ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପ ବ୍ୟବହାର କରିବ; ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦିସକଳ ଭଗ୍ନ କରିବ ଓ ସେମାନଙ୍କ ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସକଳ ହାଣି ପକାଇବ, ପୁଣି ସେମାନଙ୍କ ଖୋଦିତ ପ୍ରତିମାସକଳ ଅଗ୍ନିରେ ଦଗ୍ଧ କରିବ।
|
5. But H3588 H518 thus H3541 shall ye deal H6213 with them ; ye shall destroy H5422 their altars H4196 , and break down H7665 their images H4676 , and cut down H1438 their groves H842 , and burn H8313 their graven images H6456 with fire H784 .
|
6. କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ; ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଅଛନ୍ତି।
|
6. For H3588 thou H859 art a holy H6918 people H5971 unto the LORD H3068 thy God H430 : the LORD H3068 thy God H430 hath chosen H977 thee to be H1961 a special H5459 people H5971 unto himself , above all H4480 H3605 people H5971 that H834 are upon H5921 the face H6440 of the earth H127 .
|
7. ତୁମ୍ଭେମାନେ ଅନ୍ୟ ଲୋକଙ୍କ ଅପେକ୍ଷା ଅଧିକ ସଂଖ୍ୟକ ଥିଲ ବୋଲି ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ସ୍ନେହ ରଖିଲେ ନାହିଁ କି ତୁମ୍ଭମାନଙ୍କୁ ମନୋନୀତ କଲେ ନାହିଁ, କାରଣ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଅଳ୍ପସଂଖ୍ୟକ ଥିଲ।
|
7. The LORD H3068 did not H3808 set his love H2836 upon you , nor choose H977 you , because ye were more in number H4480 H7230 than any H4480 H3605 people H5971 ; for H3588 ye H859 were the fewest H4592 of all H4480 H3605 people H5971 :
|
8. ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ସ୍ନେହ କରିବାରୁ ଓ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ସେ ଯେଉଁ ଶପଥ କରିଥିଲେ, ତାହା ପ୍ରତିପାଳନ କରିବାକୁ ଇଚ୍ଛୁକ ହେବାରୁ ସଦାପ୍ରଭୁ ବଳବାନ ହସ୍ତ ଦ୍ୱାରା ତୁମ୍ଭମାନଙ୍କୁ ବାହାର କରି ଆଣିଅଛନ୍ତି ଓ ଦାସ୍ୟଗୃହରୁ, ମିସରର ରାଜା ଫାରୋର ହସ୍ତରୁ ତୁମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି।
|
8. But H3588 because the LORD H3068 loved H4480 H160 you , and because he would keep H4480 H8104 H853 the oath H7621 which H834 he had sworn H7650 unto your fathers H1 , hath the LORD H3068 brought you out H3318 H853 with a mighty H2389 hand H3027 , and redeemed H6299 you out of the house H4480 H1004 of bondmen H5650 , from the hand H4480 H3027 of Pharaoh H6547 king H4428 of Egypt H4714 .
|
9. ଏହେତୁ ଜାଣ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର, କେବଳ ସେ ପରମେଶ୍ୱର ଅଟନ୍ତି; ସେ ବିଶ୍ୱସନୀୟ ପରମେଶ୍ୱର ଅଟନ୍ତି; ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ସେ ସହସ୍ର ପିଢ଼ି ପର୍ଯ୍ୟନ୍ତ ନିୟମ ଓ ଦୟା ରକ୍ଷା କରନ୍ତି।
|
9. Know H3045 therefore that H3588 the LORD H3068 thy God H430 , he H1931 is God H430 , the faithful H539 God H410 , which keepeth H8104 covenant H1285 and mercy H2617 with them that love H157 him and keep H8104 his commandments H4687 to a thousand H505 generations H1755 ;
|
10. ପୁଣି ଯେଉଁମାନେ ତାହାଙ୍କୁ ଘୃଣା କରନ୍ତି, ସେମାନଙ୍କୁ ସଂହାର କରିବା ନିମନ୍ତେ ସେ ସେମାନଙ୍କ ସମ୍ମୁଖରେ ପରିଶୋଧ କରନ୍ତି; ଯେ ତାହାଙ୍କୁ ଘୃଣା କରେ, ସେ ତାହା ପ୍ରତି ବିଳମ୍ବ କରିବେ ନାହିଁ, ସେ ତାହାର ସମ୍ମୁଖରେ ପରିଶୋଧ କରିବେ।
|
10. And repayeth H7999 them that hate H8130 him to H413 their face H6440 , to destroy H6 them : he will not H3808 be slack H309 to him that hateth H8130 him , he will repay H7999 him to H413 his face H6440 .
|
11. ଏ ନିମନ୍ତେ ମୁଁ ଆଜି ତୁମ୍ଭକୁ ଯେଉଁ ଯେଉଁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା ଦେଉଅଛି, ତାହା ମାନ୍ୟ କରି ପାଳନ କରିବ। PS
|
11. Thou shalt therefore keep H8104 H853 the commandments H4687 , and the statutes H2706 , and the judgments H4941 , which H834 I H595 command H6680 thee this day H3117 , to do H6213 them.
|
12. {ଆଜ୍ଞାବହତାର ଆଶୀର୍ବାଦ} PS ତୁମ୍ଭେମାନେ ଏହି ସକଳ ଶାସନ ଶୁଣି, ମାନି ଓ ପାଳନ କରିବାରୁ ଏପରି ହେବ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ ଓ ଦୟା ବିଷୟରେ ଶପଥ କରିଅଛନ୍ତି, ସେ ତାହା ତୁମ୍ଭ ପକ୍ଷରେ ରକ୍ଷା କରିବେ।
|
12. Wherefore it shall come to pass H1961 , if H6118 ye hearken H8085 H853 to these H428 judgments H4941 , and keep H8104 , and do H6213 them , that the LORD H3068 thy God H430 shall keep H8104 unto thee H853 the covenant H1285 and the mercy H2617 which H834 he swore H7650 unto thy fathers H1 :
|
13. ପୁଣି ସେ ତୁମ୍ଭକୁ ସ୍ନେହ କରିବେ, ତୁମ୍ଭକୁ ଆଶୀର୍ବାଦ କରିବେ ଓ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ; ମଧ୍ୟ ସେ ତୁମ୍ଭକୁ ଯେଉଁ ଦେଶ ଦେବା ପାଇଁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେହି ଦେଶରେ ସେ ତୁମ୍ଭ ଗର୍ଭଫଳ, ତୁମ୍ଭ ଭୂମିଫଳ, ତୁମ୍ଭ ଶସ୍ୟ, ତୁମ୍ଭ ଦ୍ରାକ୍ଷାରସ, ତୁମ୍ଭ ତୈଳ, ତୁମ୍ଭ ଗୋରୁମାନଙ୍କ ବତ୍ସ ଓ ତୁମ୍ଭ ପଲର ଶାବକ, ଏହି ସମସ୍ତଙ୍କୁ ଆଶୀର୍ବାଦ କରିବେ।
|
13. And he will love H157 thee , and bless H1288 thee , and multiply H7235 thee : he will also bless H1288 the fruit H6529 of thy womb H990 , and the fruit H6529 of thy land H127 , thy corn H1715 , and thy wine H8492 , and thine oil H3323 , the increase H7698 of thy kine H504 , and the flocks H6251 of thy sheep H6629 , in H5921 the land H127 which H834 he swore H7650 unto thy fathers H1 to give H5414 thee.
|
14. ତୁମ୍ଭେ ସମସ୍ତ ଲୋକଙ୍କ ଅପେକ୍ଷା ଅଧିକ ଆଶୀର୍ବାଦ ପାଇବ; ତୁମ୍ଭମାନଙ୍କ ମଧ୍ୟରେ ପୁରୁଷ କି ସ୍ତ୍ରୀ କିଅବା ତୁମ୍ଭମାନଙ୍କ ପଶୁଗଣ ମଧ୍ୟରେ କେହି ନିଃସନ୍ତାନ ହେବେ ନାହିଁ।
|
14. Thou shalt be H1961 blessed H1288 above all H4480 H3605 people H5971 : there shall not H3808 be H1961 male H6135 or female barren H6135 among you , or among your cattle H929 .
|
15. ପୁଣି ସଦାପ୍ରଭୁ ତୁମ୍ଭଠାରୁ ସମସ୍ତ ରୋଗ ଦୂର କରିବେ; ଆଉ ତୁମ୍ଭେ ଯେଉଁ ସବୁ ମିସ୍ରୀୟ ମନ୍ଦ-ବ୍ୟାଧି ଜାଣିଅଛ, ତାହା ସେ ତୁମ୍ଭ ଉପରେ ବର୍ତ୍ତାଇବେ ନାହିଁ, ମାତ୍ର ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସେହି ସମସ୍ତଙ୍କ ଉପରେ ତାହା ବର୍ତ୍ତାଇବେ।
|
15. And the LORD H3068 will take away H5493 from H4480 thee all H3605 sickness H2483 , and will put H7760 none H3605 H3808 of the evil H7451 diseases H4064 of Egypt H4714 , which H834 thou knowest H3045 , upon thee ; but will lay H5414 them upon all H3605 them that hate H130 thee.
|
16. ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତରେ ଯେଉଁ ଲୋକମାନଙ୍କୁ ସମର୍ପଣ କରିବେ, ତୁମ୍ଭେ ସେମାନଙ୍କୁ ଗ୍ରାସ କରିବ; ତୁମ୍ଭର ଚକ୍ଷୁ ସେମାନଙ୍କୁ ଦୟା କରିବ ନାହିଁ; କିଅବା ତୁମ୍ଭେ ସେମାନଙ୍କ ଦେବଗଣକୁ ସେବା କରିବ ନାହିଁ, କାରଣ ତାହା ତୁମ୍ଭର ଫାନ୍ଦ ସ୍ୱରୂପ ହେବ।
|
16. And thou shalt consume H398 H853 all H3605 the people H5971 which H834 the LORD H3068 thy God H430 shall deliver H5414 thee ; thine eye H5869 shall have no pity H2347 H3808 upon H5921 them: neither H3808 shalt thou serve H5647 H853 their gods H430 ; for H3588 that H1931 will be a snare H4170 unto thee.
|
17. ଯେବେ ତୁମ୍ଭେ ଆପଣା ମନେ ମନେ କହିବ, ଏହି ଗୋଷ୍ଠୀୟ ଲୋକମାନେ ଆମ୍ଭଠାରୁ ଅଧିକ; ଆମ୍ଭେ କିପରି ସେମାନଙ୍କୁ ଅଧିକାରଚ୍ୟୁତ କରି ପାରିବା ? ତଥାପି ତୁମ୍ଭେ ସେମାନଙ୍କଠାରୁ ଭୀତ ହେବ ନାହିଁ।
|
17. If H3588 thou shalt say H559 in thine heart H3824 , These H428 nations H1471 are more H7227 than H4480 I; how H349 can H3201 I dispossess H3423 them?
|
18. ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଫାରୋ ଓ ସମସ୍ତ ମିସର ପ୍ରତି ଯେଉଁ ଯେଉଁ କର୍ମ କରିଅଛନ୍ତି;
|
18. Thou shalt not H3808 be afraid H3372 of H4480 them: but shalt well remember H2142 H2142 H853 what H834 the LORD H3068 thy God H430 did H6213 unto Pharaoh H6547 , and unto all H3605 Egypt H4714 ;
|
19. ତୁମ୍ଭେ ନିଜ ଆଖିରେ ଯେଉଁ ମହା ମହା ପରଖ ଦେଖିଅଛ, ଯେଉଁ ଯେଉଁ ଚିହ୍ନ, ଆଶ୍ଚର୍ଯ୍ୟ କ୍ରିୟା, ପରାକ୍ରାନ୍ତ ହସ୍ତ ଓ ବିସ୍ତାରିତ ବାହୁ ଦ୍ୱାରା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ବାହାର କରି ଆଣିଅଛନ୍ତି, ତାହାସବୁ ଉତ୍ତମ ରୂପେ ସ୍ମରଣ କରିବ। ତୁମ୍ଭେ ଯେଉଁମାନଙ୍କୁ ଭୟ କରୁଅଛ, ସେସମସ୍ତ ଲୋକଙ୍କ ପ୍ରତି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେହିପରି କରିବେ।
|
19. The great H1419 temptations H4531 which H834 thine eyes H5869 saw H7200 , and the signs H226 , and the wonders H4159 , and the mighty H2389 hand H3027 , and the stretched out H5186 arm H2220 , whereby H834 the LORD H3068 thy God H430 brought thee out H3318 : so H3651 shall the LORD H3068 thy God H430 do H6213 unto all H3605 the people H5971 of whom H834 thou H859 art afraid H3372 H4480 H6440 .
|
20. ଆହୁରି ଯେଉଁମାନେ ଅବଶିଷ୍ଟ ରହିବେ ଓ ଆପଣାମାନଙ୍କୁ ଲୁଚାଇ ରଖିବେ, ସେମାନେ ତୁମ୍ଭ ସମ୍ମୁଖରୁ ବିନଷ୍ଟ ନ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କ ମଧ୍ୟକୁ ବିରୁଡ଼ି * କିଅବା ମହାମାରୀ ପଠାଇବେ।
|
20. Moreover H1571 the LORD H3068 thy God H430 will send H7971 H853 the hornet H6880 among them, until H5704 they that are left H7604 , and hide themselves H5641 from H4480 H6440 thee , be destroyed H6 .
|
21. ତୁମ୍ଭେ ସେମାନଙ୍କଠାରୁ ଭୟଯୁକ୍ତ ହେବ ନାହିଁ, କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ମଧ୍ୟବର୍ତ୍ତୀ, ସେ ମହାନ୍ ଓ ଭୟଙ୍କର ପରମେଶ୍ୱର ଅଟନ୍ତି।
|
21. Thou shalt not H3808 be frightened H6206 at H4480 H6440 them: for H3588 the LORD H3068 thy God H430 is among H7130 you , a mighty H1419 God H410 and terrible H3372 .
|
22. ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେହି ଗୋଷ୍ଠୀୟ ଲୋକମାନଙ୍କୁ ଅଳ୍ପ ଅଳ୍ପ କରି କାଢ଼ି ଦେବେ; ତୁମ୍ଭେ ସେମାନଙ୍କୁ ଏକାବେଳେ ବିନାଶ କରିବ ନାହିଁ, କଲେ ବନ ପଶୁମାନେ ତୁମ୍ଭ ପ୍ରତିକୂଳରେ ବଢ଼ି ଉଠିବେ।
|
22. And the LORD H3068 thy God H430 will put out H5394 H853 those H411 nations H1471 before H4480 H6440 thee by little H4592 and little H4592 : thou mayest H3201 not H3808 consume H3615 them at once H4118 , lest H6435 the beasts H2416 of the field H7704 increase H7235 upon H5921 thee.
|
23. ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଆଗରେ ସେମାନଙ୍କୁ ସମର୍ପଣ କରିବେ ଓ ସେମାନେ ବିନଷ୍ଟ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ମହାବ୍ୟାକୁଳତାରେ ବ୍ୟାକୁଳ କରିବେ।
|
23. But the LORD H3068 thy God H430 shall deliver H5414 them unto H6440 thee , and shall destroy H1949 them with a mighty H1419 destruction H4103 , until H5704 they be destroyed H8045 .
|
24. ଆଉ ସେ ସେମାନଙ୍କ ରାଜାଗଣକୁ ତୁମ୍ଭ ହସ୍ତରେ ସମର୍ପଣ କରିବେ, ତହିଁରେ ତୁମ୍ଭେ ଆକାଶମଣ୍ଡଳର ତଳୁ ସେମାନଙ୍କ ନାମ ଲୋପ କରିବ; ତୁମ୍ଭେ ସେମାନଙ୍କୁ ବିନାଶ କରିବା ପର୍ଯ୍ୟନ୍ତ କେହି ତୁମ୍ଭ ସମ୍ମୁଖରେ ଠିଆ ହେବାକୁ ସମର୍ଥ ହେବ ନାହିଁ।
|
24. And he shall deliver H5414 their kings H4428 into thine hand H3027 , and thou shalt destroy H6 H853 their name H8034 from under H4480 H8478 heaven H8064 : there shall no H3808 man H376 be able to stand H3320 before H6440 thee, until H5704 thou have destroyed H8045 them.
|
25. ତୁମ୍ଭେମାନେ ସେମାନଙ୍କ ଦେବଗଣର ଖୋଦିତ ପ୍ରତିମାସକଳ ଅଗ୍ନିରେ ଦଗ୍ଧ କରିବ; ତୁମ୍ଭେ ଯେପରି ଫାନ୍ଦରେ ନ ପଡ଼ିବ, ଏଥିପାଇଁ ସେହିସବୁରେ ଥିବା ରୂପା କି ସୁନା ପ୍ରତି ଲୋଭ କରିବ ନାହିଁ, କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ, କାରଣ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣିତ ବସ୍ତୁ;
|
25. The graven images H6456 of their gods H430 shall ye burn H8313 with fire H784 : thou shalt not H3808 desire H2530 the silver H3701 or gold H2091 that is on H5921 them , nor take H3947 it unto thee, lest H6435 thou be snared H3369 therein: for H3588 it H1931 is an abomination H8441 to the LORD H3068 thy God H430 .
|
26. ପୁଣି ତୁମ୍ଭେ ସେହି ଘୃଣିତ ବସ୍ତୁ ଆପଣା ଗୃହକୁ ଆଣିବ ନାହିଁ, ଆଣିଲେ ତାହା ତୁଲ୍ୟ ବର୍ଜିତ ହେବ; ତୁମ୍ଭେ ତାହା ଅତିଶୟ ଘୃଣା କରିବ ଓ ଅତିଶୟ ତୁଚ୍ଛଜ୍ଞାନ କରିବ; ଯେହେତୁ ତାହା ବର୍ଜନୀୟ ବସ୍ତୁ। PE
|
26. Neither H3808 shalt thou bring H935 an abomination H8441 into H413 thine house H1004 , lest thou be H1961 a cursed thing H2764 like it H3644 : but thou shalt utterly detest H8262 H8262 it , and thou shalt utterly abhor H8581 H8581 it; for H3588 it H1931 is a cursed thing H2764 .
|