|
|
1. {କୁମନ୍ତ୍ରଣାକାରୀଙ୍କ ବିଚାର} PS ଏଥିଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉଠାଇ ସଦାପ୍ରଭୁଙ୍କ ଗୃହର ପୂର୍ବାଭିମୁଖ ପୂର୍ବ-ଦ୍ୱାର ନିକଟକୁ ଆଣିଲେ; ଆଉ ଦେଖ, ସେହି ଦ୍ୱାର ନିକଟରେ ପଚିଶ ଜଣ ପୁରୁଷ ଥିଲେ; ପୁଣି, ସେମାନଙ୍କ ମଧ୍ୟରେ ମୁଁ ଲୋକମାନଙ୍କର ଅଧିପତି ଅସ୍ସୁରର ପୁତ୍ର ଯାସନୀୟ ଓ ବନାୟର ପୁତ୍ର ପ୍ଲଟୀୟକୁ ଦେଖିଲି।
|
1. Moreover the spirit H7307 lifted me up H5375 H853 , and brought H935 me unto H413 the east H6931 gate H8179 of the LORD H3068 's house H1004 , which looketh H6437 eastward H6921 : and behold H2009 at the door H6607 of the gate H8179 five H2568 and twenty H6242 men H376 ; among H8432 whom I saw H7200 H853 Jaazaniah H2970 the son H1121 of Azur H5809 , and Pelatiah H6410 the son H1121 of Benaiah H1141 , princes H8269 of the people H5971 .
|
2. ଆଉ, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଏହି ଲୋକମାନେ ଅଧର୍ମ ସଂକଳ୍ପ କରନ୍ତି ଓ ଏହି ନଗର ମଧ୍ୟରେ କୁମନ୍ତ୍ରଣା ଦିଅନ୍ତି;
|
2. Then said H559 he unto H413 me, Son H1121 of man H120 , these H428 are the men H376 that devise H2803 mischief H205 , and give H3289 wicked H7451 counsel H6098 in this H2063 city H5892 :
|
3. ସେମାନେ କହନ୍ତି, ଗୃହ ନିର୍ମାଣ କରିବାର ସମୟ ସନ୍ନିକଟ ହୋଇ ନାହିଁ; ଏହି ନଗର ହଣ୍ଡା ଓ ଆମ୍ଭେମାନେ ମାଂସ।
|
3. Which say H559 , It is not H3808 near H7138 ; let us build H1129 houses H1004 : this H1931 city is the caldron H5518 , and we H587 be the flesh H1320 .
|
4. ଏହେତୁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର, ଭବିଷ୍ୟଦ୍ବାକ୍ୟ ପ୍ରଚାର କର।”
|
4. Therefore H3651 prophesy H5012 against H5921 them, prophesy H5012 , O son H1121 of man H120 .
|
5. ତହିଁରେ ସଦାପ୍ରଭୁଙ୍କ ଆତ୍ମା ମୋ’ଠାରେ ଅଧିଷ୍ଠିତ ହୋଇ ମୋତେ କହିଲେ, “କୁହ, ସଦାପ୍ରଭୁ ଏହି କଥା କହନ୍ତି; ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ଏପ୍ରକାର କଥା କହିଅଛ; ତୁମ୍ଭମାନଙ୍କ ମନରେ ଯେଉଁ ଯେଉଁ ବିଷୟ ଉଠୁଅଛି, ତାହା ଆମ୍ଭେ ଜାଣୁ।
|
5. And the Spirit H7307 of the LORD H3068 fell H5307 upon H5921 me , and said H559 unto H413 me, Speak H559 ; Thus H3541 saith H559 the LORD H3068 ; Thus H3651 have ye said H559 , O house H1004 of Israel H3478 : for I H589 know H3045 the things that come H4609 into your mind H7307 , every one of them.
|
6. ତୁମ୍ଭେମାନେ ଏହି ନଗରରେ ଆପଣାମାନଙ୍କର ହତ ଲୋକଙ୍କ ସଂଖ୍ୟା ବୃଦ୍ଧି କରିଅଛ ଓ ତହିଁର ପଥସବୁ ହତ ଲୋକରେ ପୂର୍ଣ୍ଣ କରିଅଛ।
|
6. Ye have multiplied H7235 your slain H2491 in this H2063 city H5892 , and ye have filled H4390 the streets H2351 thereof with the slain H2491 .
|
7. ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭମାନଙ୍କର ଯେଉଁ ହତ ଲୋକଙ୍କୁ ତୁମ୍ଭେମାନେ ନଗର ମଧ୍ୟରେ ରଖିଅଛ, ସେମାନେ ମାଂସ, ପୁଣି ଏହି ନଗର ହଣ୍ଡା ଅଟେ; ମାତ୍ର ତୁମ୍ଭମାନଙ୍କୁ ତହିଁ ମଧ୍ୟରୁ ବାହାର କରାଯିବ।
|
7. Therefore H3651 thus H3541 saith H559 the Lord H136 GOD H3069 ; Your slain H2491 whom H834 ye have laid H7760 in the midst H8432 of it, they H1992 are the flesh H1320 , and this H1931 city is the caldron H5518 : but I will bring you forth H3318 H853 out of the midst H4480 H8432 of it.
|
8. ତୁମ୍ଭେମାନେ ଖଡ୍ଗକୁ ଭୟ କରିଅଛ; ଆଉ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ୍ଗ ଆଣିବା।
|
8. Ye have feared H3372 the sword H2719 ; and I will bring H935 a sword H2719 upon H5921 you, saith H5002 the Lord H136 GOD H3069 .
|
9. ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ତହିଁ ମଧ୍ୟରୁ ବାହାର କରି ଆଣି ବିଦେଶୀମାନଙ୍କ ହସ୍ତରେ ସମର୍ପଣ କରିବା ଓ ତୁମ୍ଭମାନଙ୍କ ମଧ୍ୟରେ ବିଚାର ସାଧନ କରିବା।
|
9. And I will bring H3318 you out of the midst H4480 H8432 thereof , and deliver H5414 you into the hands H3027 of strangers H2114 , and will execute H6213 judgments H8201 among you.
|
10. ତୁମ୍ଭେମାନେ ଖଡ୍ଗରେ ପତିତ ହେବ; ଆମ୍ଭେ ଇସ୍ରାଏଲର ସୀମା ମଧ୍ୟରେ ତୁମ୍ଭମାନଙ୍କର ବିଚାର କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
|
10. Ye shall fall H5307 by the sword H2719 ; I will judge H8199 you in H5921 the border H1366 of Israel H3478 ; and ye shall know H3045 that H3588 I H589 am the LORD H3068 .
|
11. ଏହି ନଗର ତୁମ୍ଭମାନଙ୍କ ପାଇଁ ହଣ୍ଡା ହେବ ନାହିଁ, କିଅବା ତୁମ୍ଭେମାନେ ତହିଁ ମଧ୍ୟରେ ମାଂସ ହେବ ନାହିଁ; ଆମ୍ଭେ ଇସ୍ରାଏଲର ସୀମା ମଧ୍ୟରେ ତୁମ୍ଭମାନଙ୍କର ବିଚାର କରିବା।
|
11. This H1931 city shall not H3808 be H1961 your caldron H5518 , neither shall ye H859 be H1961 the flesh H1320 in the midst H8432 thereof; but I will judge H8199 you in H413 the border H1366 of Israel H3478 :
|
12. ପୁଣି, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ; କାରଣ ତୁମ୍ଭେମାନେ ଆମ୍ଭର ବିଧିମତେ ଆଚରଣ କରି ନାହଁ, କିଅବା ଆମ୍ଭର ଦଣ୍ଡାଜ୍ଞା ସଫଳ କରି ନାହଁ, ମାତ୍ର ତୁମ୍ଭମାନଙ୍କର ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣର ବିଧାନାନୁସାରେ କର୍ମ କରିଅଛ।”
|
12. And ye shall know H3045 that H3588 I H589 am the LORD H3068 : for H834 ye have not H3808 walked H1980 in my statutes H2706 , neither H3808 executed H6213 my judgments H4941 , but have done H6213 after the manners H4941 of the heathen H1471 that H834 are round about H5439 you.
|
13. ପୁଣି, ମୁଁ ଏହି ଭବିଷ୍ୟଦ୍ବାକ୍ୟ ପ୍ରଚାର କଲା ବେଳେ ବନାୟର ପୁତ୍ର ପ୍ଲଟୀୟ ମଲା। ତହିଁରେ ମୁଁ ଉବୁଡ଼ ହୋଇ ପଡ଼ି ଉଚ୍ଚସ୍ୱରରେ କ୍ରନ୍ଦନ କରି କହିଲି, “ଆହା, ପ୍ରଭୁ, ସଦାପ୍ରଭୁ ! ତୁମ୍ଭେ କି ଇସ୍ରାଏଲର ଅବଶିଷ୍ଟାଂଶକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବ ?” PS
|
13. And it came to pass H1961 , when I prophesied H5012 , that Pelatiah H6410 the son H1121 of Benaiah H1141 died H4191 . Then fell I down H5307 upon H5921 my face H6440 , and cried H2199 with a loud H1419 voice H6963 , and said H559 , Ah H162 Lord H136 GOD H3069 ! wilt thou H859 make H6213 a full end H3617 H853 of the remnant H7611 of Israel H3478 ?
|
14. {ନୂତନ ହୃଦୟ ପ୍ରଦାନ} PS ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
|
14. Again the word H1697 of the LORD H3068 came H1961 unto H413 me, saying H559 ,
|
15. “ହେ ମନୁଷ୍ୟ-ସନ୍ତାନ, ଯିରୂଶାଲମ ନିବାସୀମାନେ ତୁମ୍ଭର ଭ୍ରାତୃଗଣକୁ, ହଁ, ତୁମ୍ଭର ଭ୍ରାତୃଗଣକୁ, ତୁମ୍ଭର କୁଟୁମ୍ବବର୍ଗୀୟ ଲୋକମାନଙ୍କୁ ଓ ସମୁଦାୟ ଇସ୍ରାଏଲ ବଂଶୀୟ ସମସ୍ତଙ୍କୁ କହିଅଛନ୍ତି, ତୁମ୍ଭେମାନେ ସଦାପ୍ରଭୁଙ୍କଠାରୁ ଦୂରକୁ ଯାଅ; ଏହି ଦେଶ ଅଧିକାରାର୍ଥେ ଆମ୍ଭମାନଙ୍କୁ ଦତ୍ତ ହୋଇଅଛି;
|
15. Son H1121 of man H120 , thy brethren H251 , even thy brethren H251 , the men H376 of thy kindred H1353 , and all H3605 the house H1004 of Israel H3478 wholly H3605 , are they unto whom H834 the inhabitants H3427 of Jerusalem H3389 have said H559 , Get you far H7368 from H4480 H5921 the LORD H3068 : unto us is this H1931 land H776 given H5414 in possession H4181 .
|
16. ଏହେତୁ ତୁମ୍ଭେ କୁହ, ସଦାପ୍ରଭୁ ଏହି କଥା କହନ୍ତି; “ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଗୋଷ୍ଠୀଗଣ ମଧ୍ୟକୁ ଦୂରୀକୃତ କରିଅଛୁ ଓ ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଦେଶ ମଧ୍ୟରେ ଛିନ୍ନଭିନ୍ନ କରିଅଛୁ, ତଥାପି ସେମାନେ ଯେଉଁ ଯେଉଁ ସ୍ଥାନକୁ ଯାଇଅଛନ୍ତି, ସେହିସବୁ ଦେଶରେ ଆମ୍ଭେ ଅଳ୍ପ କାଳ ନିମନ୍ତେ ସେମାନଙ୍କର ଧର୍ମଧାମ ହେବା।
|
16. Therefore H3651 say H559 , Thus H3541 saith H559 the Lord H136 GOD H3069 ; Although H3588 I have cast them far off H7368 among the heathen H1471 , and although H3588 I have scattered H6327 them among the countries H776 , yet will I be H1961 to them as a little H4592 sanctuary H4720 in the countries H776 where H834 H8033 they shall come H935 .
|
17. ଏଥିପାଇଁ ତୁମ୍ଭେ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଗୋଷ୍ଠୀଗଣ ମଧ୍ୟରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ତୁମ୍ଭେମାନେ ଯେଉଁ ଯେଉଁ ସ୍ଥାନରେ ଛିନ୍ନଭିନ୍ନ ହୋଇଅଛ, ସେହିସବୁ ଦେଶରୁ ତୁମ୍ଭମାନଙ୍କୁ ଏକତ୍ର କରିବା ଓ ଇସ୍ରାଏଲ ଦେଶ ତୁମ୍ଭମାନଙ୍କୁ ଦେବା।
|
17. Therefore H3651 say H559 , Thus H3541 saith H559 the Lord H136 GOD H3069 ; I will even gather H6908 you from H4480 the people H5971 , and assemble H622 you out of H4480 the countries H776 where H834 ye have been scattered H6327 , and I will give H5414 you H853 the land H127 of Israel H3478 .
|
18. ପୁଣି, ସେମାନେ ସେହି ଦେଶକୁ ଯିବେ ଓ ତହିଁର ଯାବତୀୟ ଅଶୁଚି ବସ୍ତୁ ଓ ଘୃଣାଯୋଗ୍ୟ ବିଷୟସବୁ ସେହି ସ୍ଥାନରୁ ଦୂର କରିବେ।
|
18. And they shall come H935 thither H8033 , and they shall take away H5493 H853 all H3605 the detestable things H8251 thereof and all H3605 the abominations H8441 thereof from H4480 thence.
|
19. ଆଉ, ଆମ୍ଭେ ସେମାନଙ୍କୁ ଏକ ଚିତ୍ତ ଦେବା ଓ ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା ଓ ଆମ୍ଭେ ସେମାନଙ୍କ ମାଂସରୁ ପ୍ରସ୍ତରମୟ ହୃଦୟ ଦୂର କରିବା ଓ ସେମାନଙ୍କୁ ମାଂସମୟ ହୃଦୟ ଦେବା।
|
19. And I will give H5414 them one H259 heart H3820 , and I will put H5414 a new H2319 spirit H7307 within H7130 you ; and I will take H5493 the stony H68 heart H3820 out of their flesh H4480 H1320 , and will give H5414 them a heart H3820 of flesh H1320 :
|
20. ତହିଁରେ ସେମାନେ ଆମ୍ଭର ବିଧିମତେ ଆଚରଣ କରିବେ ଓ ଆମ୍ଭର ନିୟମସବୁ ମାନ୍ୟ କରି ପାଳନ କରିବେ; ପୁଣି, ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।
|
20. That H4616 they may walk H1980 in my statutes H2708 , and keep H8104 mine ordinances H4941 , and do H6213 them H853 : and they shall be H1961 my people H5971 , and I H589 will be H1961 their God H430 .
|
21. ମାତ୍ର ଯେଉଁମାନଙ୍କ ହୃଦୟ ଆପଣାମାନଙ୍କର ଅଶୁଚି ଓ ଘୃଣାଯୋଗ୍ୟ ବସ୍ତୁସକଳର ହୃଦୟ ଅନୁସାରେ ଆଚରଣ କରେ, ଆମ୍ଭେ ସେମାନଙ୍କର ଆଚରଣର ପ୍ରତିଫଳ ସେମାନଙ୍କ ମସ୍ତକରେ ବର୍ତ୍ତାଇବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”
|
21. But as for them whose heart H3820 walketh H1980 after H413 the heart H3820 of their detestable things H8251 and their abominations H8441 , I will recompense H5414 their way H1870 upon their own heads H7218 , saith H5002 the Lord H136 GOD H3069 .
|
22. ଏଥିଉତ୍ତାରେ କିରୂବଗଣ ଆପଣା ଆପଣା ପକ୍ଷଗୁଡିକ ଉଠାଇଲେ, ଆଉ ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଥିଲା; ଆଉ, ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତାପ ସେମାନଙ୍କ ଉର୍ଦ୍ଧ୍ୱରେ ବିଦ୍ୟମାନ ଥିଲା।
|
22. Then did the cherubims H3742 lift up H5375 H853 their wings H3671 , and the wheels H212 beside H5980 them ; and the glory H3519 of the God H430 of Israel H3478 was over H5921 them above H4480 H4605 .
|
23. ଏଉତ୍ତାରେ ସଦାପ୍ରଭୁଙ୍କର ପ୍ରତାପ ନଗର ମଧ୍ୟରୁ ଉର୍ଦ୍ଧ୍ୱଗମନ କରି ନଗରର ପୂର୍ବଦିଗସ୍ଥିତ ପର୍ବତ ଉପରେ ସ୍ଥଗିତ ହେଲା।
|
23. And the glory H3519 of the LORD H3068 went up H5927 from H4480 H5921 the midst H8432 of the city H5892 , and stood H5975 upon H5921 the mountain H2022 which H834 is on the east side H4480 H6924 of the city H5892 .
|
24. ତହିଁରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉଠାଇ ଦର୍ଶନରେ କଲ୍ଦୀୟ ଦେଶକୁ ନିର୍ବାସିତ ଲୋକମାନଙ୍କ ନିକଟକୁ ଆଣିଲେ। ତହୁଁ ମୁଁ ଯେଉଁ ଦର୍ଶନ ପାଇଥିଲି, ତାହା ମୋ’ ନିକଟରୁ ଊର୍ଦ୍ଧ୍ୱଗମନ କଲା।
|
24. Afterwards the spirit H7307 took me up H5375 , and brought H935 me in a vision H4758 by the Spirit H7307 of God H430 into Chaldea H3778 , to H413 them of the captivity H1473 . So the vision H4758 that H834 I had seen H7200 went up H5927 from H4480 H5921 me.
|
25. ଏଥିରେ ସଦାପ୍ରଭୁ ମୋତେ ଯେଉଁ ଯେଉଁ ବିଷୟ ଦେଖାଇ ଥିଲେ, ସେହି ସକଳ ବିଷୟ ମୁଁ ନିର୍ବାସିତ ଲୋକମାନଙ୍କୁ ଜଣାଇଲି। PE
|
25. Then I spoke H1696 unto H413 them of the captivity H1473 H853 all H3605 the things H1697 that H834 the LORD H3068 had showed H7200 me.
|