|
|
1. {ଲୋକଙ୍କ ପାପ ସ୍ୱୀକାର} PS ସେହି ମାସର ଚବିଶତମ ଦିନରେ ଇସ୍ରାଏଲ ସନ୍ତାନଗଣ ଏକତ୍ରିତ ହୋଇ ଉପବାସ କରି, ଅଖା ପିନ୍ଧି ଓ ଆପଣା ଆପଣା ମସ୍ତକ ଉପରେ ମାଟି ଦେଲେ।
|
1. Now in the twenty H6242 and fourth H702 day H3117 of this H2088 month H2320 the children H1121 of Israel H3478 were assembled H622 with fasting H6685 , and with sackclothes H8242 , and earth H127 upon H5921 them.
|
2. ଆଉ, ଇସ୍ରାଏଲ-ବଂଶ ବିଦେଶୀୟ ସମସ୍ତଙ୍କଠାରୁ ଆପଣାମାନଙ୍କୁ ପୃଥକ୍ କଲେ, ପୁଣି ଠିଆ ହୋଇ ଆପଣା ଆପଣା ପାପ ଓ ଆପଣା ଆପଣା ପୂର୍ବପୁରୁଷଗଣଙ୍କ ଅପରାଧ ସ୍ୱୀକାର କଲେ।
|
2. And the seed H2233 of Israel H3478 separated themselves H914 from all H4480 H3605 strangers H1121 H5236 , and stood H5975 and confessed H3034 H5921 their sins H2403 , and the iniquities H5771 of their fathers H1 .
|
3. ପୁଣି, ସେମାନେ ସ୍ୱ ସ୍ୱ ସ୍ଥାନରେ ଠିଆ ହୋଇ ଦିନର ଚତୁର୍ଥାଂଶ ପର୍ଯ୍ୟନ୍ତ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ବ୍ୟବସ୍ଥା-ପୁସ୍ତକରୁ ପାଠ କଲେ ଓ ଅନ୍ୟ ଚତୁର୍ଥାଂଶ ପର୍ଯ୍ୟନ୍ତ ସେମାନେ ପାପ ସ୍ୱୀକାର କରି ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରଣାମ କଲେ।
|
3. And they stood up H6965 in H5921 their place H5977 , and read H7121 in the book H5612 of the law H8451 of the LORD H3068 their God H430 one fourth H7243 part of the day H3117 ; and another fourth H7243 part they confessed H3034 , and worshiped H7812 the LORD H3068 their God H430 .
|
4. ଆଉ, ଲେବୀୟମାନେ, ଯେଶୂୟ ଓ ବାନି, କଦ୍ମୀୟେଲ, ଶବନୀୟ, ବୁନ୍ନି, ଶେରେବୀୟ, ବାନି ଓ କନାନି ପାବଚ୍ଛରେ ଠିଆ ହୋଇ ସଦାପ୍ରଭୁ ପରମେଶ୍ୱରଙ୍କୁ ଉଚ୍ଚସ୍ୱରରେ ଡାକିଲେ।
|
4. Then stood up H6965 upon H5921 the stairs H4608 , of the Levites H3881 , Jeshua H3442 , and Bani H1137 , Kadmiel H6934 , Shebaniah H7645 , Bunni H1138 , Sherebiah H8274 , Bani H1137 , and Chenani H3662 , and cried H2199 with a loud H1419 voice H6963 unto H413 the LORD H3068 their God H430 .
|
5. ଯେଶୂୟ ଓ କଦ୍ମୀୟେଲ, ବାନି, ହଶବନୀୟ, ଶେରେବୀୟ, ହୋଦୀୟ, ଶବନୀୟ ଓ ପଥାହୀୟ, ଓ ଲେବୀୟମାନେ କହିଲେ, “ଉଠ, ଅନାଦି କାଳରୁ ଅନନ୍ତ କାଳସ୍ଥାୟୀ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଧନ୍ୟବାଦ କର; ପୁଣି, ସକଳ ଧନ୍ୟବାଦ ଓ ପ୍ରଶଂସାରୁ ଉନ୍ନତ ତୁମ୍ଭ ପ୍ରତାପାନ୍ୱିତ ନାମ ଧନ୍ୟ ହେଉ।
|
5. Then the Levites H3881 , Jeshua H3442 , and Kadmiel H6934 , Bani H1137 , Hashabniah H2813 , Sherebiah H8274 , Hodijah H1941 , Shebaniah H7645 , and Pethahiah H6611 , said H559 , Stand up H6965 and bless H1288 H853 the LORD H3068 your God H430 forever H4480 H5769 and H5704 ever H5769 : and blessed H1288 be thy glorious H3519 name H8034 , which is exalted H7311 above H5921 all H3605 blessing H1293 and praise H8416 .
|
6. କେବଳ ତୁମ୍ଭେ ହିଁ ସଦାପ୍ରଭୁ ଅଟ; ତୁମ୍ଭେ ସ୍ୱର୍ଗ, ସ୍ୱର୍ଗର ସ୍ୱର୍ଗ ଓ ତହିଁର ସମଗ୍ର ବାହିନୀ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ବସ୍ତୁ ନିର୍ମାଣ କରିଅଛ ଓ ତୁମ୍ଭେ ସେସବୁର ସ୍ଥିତି କରୁଅଛ ଓ ସ୍ୱର୍ଗୀୟ-ବାହିନୀ ତୁମ୍ଭକୁ ପ୍ରଣାମ କରନ୍ତି।
|
6. Thou H859 , even thou H1931 , art LORD H3068 alone H905 ; thou H859 hast made H6213 H853 heaven H8064 , the heaven H8064 of heavens H8064 , with all H3605 their host H6635 , the earth H776 , and all H3605 things that H834 are therein H5921 , the seas H3220 , and all H3605 that H834 is therein , and thou H859 preservest H2421 H853 them all H3605 ; and the host H6635 of heaven H8064 worshipeth H7812 thee.
|
7. ତୁମ୍ଭେ ହିଁ ସଦାପ୍ରଭୁ ପରମେଶ୍ୱର ଅଟ, ତୁମ୍ଭେ ଅବ୍ରାମକୁ ମନୋନୀତ କଲ ଓ କଲ୍ଦୀୟମାନଙ୍କ ଊର ଦେଶରୁ ତାହାକୁ ବାହାର କରି ଆଣି ଅବ୍ରହାମ ନାମ ଦେଲ;
|
7. Thou H859 art the LORD H3068 the God H430 , who H834 didst choose H977 Abram H87 , and broughtest him forth H3318 out of Ur H4480 H218 of the Chaldees H3778 , and gavest H7760 him the name H8034 of Abraham H85 ;
|
8. ତୁମ୍ଭେ ଆପଣା ସାକ୍ଷାତରେ ତାହାର ଅନ୍ତଃକରଣ ବିଶ୍ୱସ୍ତ ଦେଖିଲ, ପୁଣି କିଣାନୀୟ, ହିତ୍ତୀୟ, ଇମୋରୀୟ ଓ ପରିଷୀୟ ଓ ଯିବୂଷୀୟ ଓ ଗିର୍ଗାଶୀୟ ଲୋକମାନଙ୍କ ଦେଶ ଦେବାକୁ, ଅର୍ଥାତ୍, ତାହାର ବଂଶକୁ ଦେବା ପାଇଁ ତାହା ସଙ୍ଗେ ନିୟମ କଲ, ପୁଣି ଆପଣା ବାକ୍ୟ ସଫଳ କରିଅଛ; କାରଣ ତୁମ୍ଭେ ଧର୍ମମୟ।
|
8. And foundest H4672 H853 his heart H3824 faithful H539 before H6440 thee , and madest H3772 a covenant H1285 with H5973 him to give H5414 H853 the land H776 of the Canaanites H3669 , the Hittites H2850 , the Amorites H567 , and the Perizzites H6522 , and the Jebusites H2983 , and the Girgashites H1622 , to give H5414 it, I say , to his seed H2233 , and hast performed H6965 H853 thy words H1697 ; for H3588 thou H859 art righteous H6662 :
|
9. ଏଥିଉତ୍ତାରେ ତୁମ୍ଭେ ମିସର ଦେଶରେ ଆମ୍ଭ ପୂର୍ବପୁରୁଷଗଣର କ୍ଳେଶ ଦେଖିଲ ଓ ସୂଫ ସାଗର ନିକଟରେ ସେମାନଙ୍କର କ୍ରନ୍ଦନ ଶୁଣିଲ;
|
9. And didst see H7200 H853 the affliction H6040 of our fathers H1 in Egypt H4714 , and heardest H8085 their cry H2201 by H5921 the Red H5488 sea H3220 ;
|
10. ପୁଣି, ଫାରୋ ଓ ତାହାର ସମସ୍ତ ଦାସ ଓ ତାହାର ଦେଶସ୍ଥ ସମୁଦାୟ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମ ପ୍ରକାଶ କଲ; କାରଣ ମିସ୍ରୀୟମାନେ ସେମାନଙ୍କ ବିରୁଦ୍ଧରେ ଗର୍ବାଚରଣ କରିବାର ତୁମ୍ଭେ ଜାଣିଲ; ଏଣୁ ତୁମ୍ଭେ ଆଜି ପର୍ଯ୍ୟନ୍ତ ଆପଣା ନାମ ପ୍ରସିଦ୍ଧ କରିଅଛ।
|
10. And showedst H5414 signs H226 and wonders H4159 upon Pharaoh H6547 , and on all H3605 his servants H5650 , and on all H3605 the people H5971 of his land H776 : for H3588 thou knewest H3045 that H3588 they dealt proudly H2102 against H5921 them . So didst thou get H6213 thee a name H8034 , as it is this H2088 day H3117 .
|
11. ପୁଣି, ତୁମ୍ଭେ ସେମାନଙ୍କ ସାକ୍ଷାତରେ ସମୁଦ୍ରକୁ ବିଭାଗ କଲ, ତହୁଁ ସେମାନେ ଶୁଷ୍କ ଭୂମି ଦେଇ ଯିବା ପରି ସମୁଦ୍ର ମଧ୍ୟରେ ଗମନ କଲେ; ମାତ୍ର ଗଭୀର ଜଳରେ ପ୍ରସ୍ତର ତୁଲ୍ୟ ତୁମ୍ଭେ ସେମାନଙ୍କ ପଛେ ଗୋଡ଼ାଇବା ଲୋକମାନଙ୍କୁ ଅଗାଧ ସମୁଦ୍ରରେ ନିକ୍ଷେପ କଲ।
|
11. And thou didst divide H1234 the sea H3220 before H6440 them , so that they went through H5674 the midst H8432 of the sea H3220 on the dry land H3004 ; and their persecutors H7291 thou threwest H7993 into the deeps H4688 , as H3644 a stone H68 into the mighty H5794 waters H4325 .
|
12. ଆହୁରି, ତୁମ୍ଭେ ଦିବସରେ ମେଘସ୍ତମ୍ଭ ଦ୍ୱାରା ଓ ରାତ୍ରିରେ ସେମାନଙ୍କ ଗନ୍ତବ୍ୟ ପଥରେ ଦୀପ୍ତି ଦେବା ନିମନ୍ତେ ଅଗ୍ନିସ୍ତମ୍ଭ ଦ୍ୱାରା ସେମାନଙ୍କୁ ଗମନ କରାଇଲ।
|
12. Moreover thou leddest H5148 them in the day H3119 by a cloudy H6051 pillar H5982 ; and in the night H3915 by a pillar H5982 of fire H784 , to give them light H215 in H853 the way H1870 wherein H834 they should go H1980 .
|
13. ମଧ୍ୟ ତୁମ୍ଭେ ସୀନୟ ପର୍ବତକୁ ଓହ୍ଲାଇ ଆସି ସ୍ୱର୍ଗରୁ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କଲ ଓ ସେମାନଙ୍କୁ ଯଥାର୍ଥ ଶାସନ ଓ ସତ୍ୟ ବ୍ୟବସ୍ଥା, ଉତ୍ତମ ବିଧି ଓ ଆଜ୍ଞା ପ୍ରଦାନ କଲ;
|
13. Thou camest down H3381 also upon H5921 mount H2022 Sinai H5514 , and spakest H1696 with H5973 them from heaven H4480 H8064 , and gavest H5414 them right H3477 judgments H4941 , and true H571 laws H8451 , good H2896 statutes H2706 and commandments H4687 :
|
14. ଆଉ, ସେମାନଙ୍କୁ ଆପଣାର ପବିତ୍ର ବିଶ୍ରାମ ଦିନ ଜ୍ଞାତ କରାଇଲ ଓ ଆପଣା ଦାସ ମୋଶାଙ୍କ ହସ୍ତରେ ସେମାନଙ୍କୁ ଆଜ୍ଞା ଓ ବିଧି ଓ ବ୍ୟବସ୍ଥା ଆଦେଶ କଲ;
|
14. And madest known H3045 unto them thy holy H6944 sabbath H7676 , and commandedst H6680 them precepts H4687 , statutes H2706 , and laws H8451 , by the hand H3027 of Moses H4872 thy servant H5650 :
|
15. ପୁଣି, ସେମାନଙ୍କ କ୍ଷୁଧା ନିବାରଣାର୍ଥେ ସେମାନଙ୍କୁ ସ୍ୱର୍ଗରୁ ଭକ୍ଷ୍ୟ ଦେଲ ଓ ସେମାନଙ୍କ ତୃଷା ନିବାରଣାର୍ଥେ ଶୈଳରୁ ଜଳ ନିର୍ଗତ କଲେ, ଆଉ ତୁମ୍ଭେ ସେମାନଙ୍କୁ ଯେଉଁ ଦେଶ ଦେବା ପାଇଁ ହସ୍ତ ଉଠାଇଥିଲ, ସେହି ଦେଶ ଅଧିକାରାର୍ଥେ ତହିଁ ମଧ୍ୟରେ ପ୍ରବେଶ କରିବାକୁ ଆଜ୍ଞା କଲେ।
|
15. And gavest H5414 them bread H3899 from heaven H4480 H8064 for their hunger H7458 , and broughtest forth H3318 water H4325 for them out of the rock H4480 H5553 for their thirst H6772 , and promisedst H559 them that they should go in H935 to possess H3423 H853 the land H776 which H834 thou hadst sworn H5375 H853 H3027 to give H5414 them.
|
16. ମାତ୍ର ସେମାନେ ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଗର୍ବାଚରଣ କଲେ ଓ ଆପଣା ଆପଣାକୁ କଠିନ କଲେ ଓ ତୁମ୍ଭ ଆଜ୍ଞାରେ କର୍ଣ୍ଣପାତ କଲେ ନାହିଁ,
|
16. But they H1992 and our fathers H1 dealt proudly H2102 , and hardened H7185 H853 their necks H6203 , and hearkened H8085 not H3808 to H413 thy commandments H4687 ,
|
17. ଆଉ ସେମାନେ ପାଳିବାକୁ ଅସମ୍ମତ ହେଲେ, କିଅବା ତୁମ୍ଭେ ସେମାନଙ୍କ ମଧ୍ୟରେ ଯେଉଁ ଆଶ୍ଚର୍ଯ୍ୟ କର୍ମ କରିଥିଲ, ତାହା ସ୍ମରଣରେ ରଖିଲେ ନାହିଁ; ମାତ୍ର ଆପଣା ଆପଣା ମନ କଠିନ କଲେ ଓ ଦାସତ୍ୱାବସ୍ଥାକୁ ଫେରିଯିବା ନିମନ୍ତେ ବିଦ୍ରୋହ ଭାବରେ ଜଣକୁ ପ୍ରଧାନ କରି ନିଯୁକ୍ତ କଲେ; ତଥାପି ତୁମ୍ଭେ କ୍ଷମା କରିବାକୁ ଉଦ୍ୟତ, କୃପାମୟ ଓ ସ୍ନେହଶୀଳ, କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ ପରମେଶ୍ୱର ଅଟ, ଏଣୁ ସେମାନଙ୍କୁ ପରିତ୍ୟାଗ କଲ ନାହିଁ।
|
17. And refused H3985 to obey H8085 , neither H3808 were mindful H2142 of thy wonders H6381 that H834 thou didst H6213 among H5973 them ; but hardened H7185 H853 their necks H6203 , and in their rebellion H4805 appointed H5414 a captain H7218 to return H7725 to their bondage H5659 : but thou H859 art a God H433 ready to pardon H5547 , gracious H2587 and merciful H7349 , slow H750 to anger H639 , and of great H7227 kindness H2617 , and forsookest H5800 them not H3808 .
|
18. ହଁ, ଏପରିକି ସେମାନେ ଛାଞ୍ଚରେ ଢଳା ଏକ ଗୋବତ୍ସ ନିର୍ମାଣ କରି କହିଲେ, “ଯେଉଁ ଦେବତା ତୁମ୍ଭକୁ ମିସର ଦେଶରୁ ବାହାର କରି ଆଣିଲେ, ସେ ଏହି,” ଏହା କହି ପ୍ରଭୁଙ୍କୁ ମହା ଅପମାନ କଲେ;
|
18. Yea H637 , when H3588 they had made H6213 them a molten H4541 calf H5695 , and said H559 , This H2088 is thy God H430 that H834 brought thee up H5927 out of Egypt H4480 H4714 , and had wrought H6213 great H1419 provocations H5007 ;
|
19. ସେତେବେଳେ ତୁମ୍ଭେ ଆପଣା ବହୁବିଧ ଦୟାରେ ସେମାନଙ୍କୁ ପ୍ରାନ୍ତରରେ ପରିତ୍ୟାଗ କଲ ନାହିଁ; ପଥ କଢ଼ାଇବା ନିମନ୍ତେ ଦିବସରେ ମେଘସ୍ତମ୍ଭ, କିଅବା ସେମାନଙ୍କୁ ଆଲୁଅ ଓ ଗନ୍ତବ୍ୟ ପଥ ଦେଖାଇବା ନିମନ୍ତେ ରାତ୍ରିରେ ଅଗ୍ନିସ୍ତମ୍ଭ ସେମାନଙ୍କ ଆଗରୁ ପ୍ରସ୍ଥାନ କଲା ନାହିଁ।
|
19. Yet thou H859 in thy manifold H7227 mercies H7356 forsookest H5800 them not H3808 in the wilderness H4057 : H853 the pillar H5982 of the cloud H6051 departed H5493 not H3808 from H4480 H5921 them by day H3119 , to lead H5148 them in the way H1870 ; neither the pillar H5982 of fire H784 by night H3915 , to show them light H215 , and the way H1870 wherein H834 they should go H1980 .
|
20. ଆହୁରି, ତୁମ୍ଭେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଆପଣାର ମଙ୍ଗଳମୟ ଆତ୍ମା ପ୍ରଦାନ କଲ ଓ ସେମାନଙ୍କ ମୁଖରୁ ଆପଣା ମାନ୍ନା ଅଟକାଇଲ ନାହିଁ ଓ ସେମାନଙ୍କ ତୃଷା ନିବାରଣାର୍ଥେ ସେମାନଙ୍କୁ ଜଳ ଦେଲ।
|
20. Thou gavest H5414 also thy good H2896 spirit H7307 to instruct H7919 them , and withheldest H4513 not H3808 thy manna H4478 from their mouth H4480 H6310 , and gavest H5414 them water H4325 for their thirst H6772 .
|
21. ତୁମ୍ଭେ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେମାନଙ୍କୁ ପ୍ରତିପାଳନ କଲ, ସେମାନଙ୍କର କିଛି ଅଭାବ ହେଲା ନାହିଁ; ସେମାନଙ୍କ ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ସେମାନଙ୍କ ପାଦ ଫୁଲିଲା ନାହିଁ।
|
21. Yea, forty H705 years H8141 didst thou sustain H3557 them in the wilderness H4057 , so that they lacked H2637 nothing H3808 ; their clothes H8008 waxed not old H1086 H3808 , and their feet H7272 swelled H1216 not H3808 .
|
22. ଆହୁରି, ତୁମ୍ଭେ ସେମାନଙ୍କୁ ନାନା ରାଜ୍ୟ ଓ ଗୋଷ୍ଠୀ ଦେଲ ଓ ତାହା ସେମାନଙ୍କ ବାଣ୍ଟ ଅନୁସାରେ ନିରୂପଣ କଲ; ତହୁଁ ସେମାନେ ସୀହୋନ ଦେଶ, ଅର୍ଥାତ୍, ହିଷ୍ବୋନ ରାଜାର ଦେଶ ଓ ବାଶନର ଓଗ୍ ରାଜାର ଦେଶ ଅଧିକାର କଲେ।
|
22. Moreover thou gavest H5414 them kingdoms H4467 and nations H5971 , and didst divide H2505 them into corners H6285 : so they possessed H3423 H853 the land H776 of Sihon H5511 , and the land H776 of the king H4428 of Heshbon H2809 , and the land H776 of Og H5747 king H4428 of Bashan H1316 .
|
23. ଆହୁରି, ତୁମ୍ଭେ ସେମାନଙ୍କ ସନ୍ତାନଗଣକୁ ଆକାଶର ନକ୍ଷତ୍ରଗଣ ତୁଲ୍ୟ ବହୁସଂଖ୍ୟକ କଲ ଓ ଯେଉଁ ଦେଶ ସେମାନେ ଅଧିକାର କରିବାକୁ ଯିବେ ବୋଲି ତୁମ୍ଭେ ସେମାନଙ୍କ ପିତୃଗଣକୁ କହିଥିଲ, ସେହି ଦେଶକୁ ସେମାନଙ୍କୁ ଆଣିଲ।
|
23. Their children H1121 also multipliedst H7235 thou as the stars H3556 of heaven H8064 , and broughtest H935 them into H413 the land H776 , concerning which H834 thou hadst promised H559 to their fathers H1 , that they should go in H935 to possess H3423 it .
|
24. ଏହି ରୂପେ ସେହି ସନ୍ତାନଗଣ ଦେଶରେ ପ୍ରବେଶ କରି ଅଧିକାର କଲେ, ଆଉ ତୁମ୍ଭେ ସେମାନଙ୍କ ସମ୍ମୁଖରେ ସେହି ଦେଶବାସୀ କିଣାନୀୟମାନଙ୍କୁ ପରାସ୍ତ କଲ ଓ ସେମାନେ ଯେପରି ଆପଣା ଇଚ୍ଛାମତ ବ୍ୟବହାର କରିବେ, ଏଥିପାଇଁ ସେମାନଙ୍କୁ ଓ ସେମାନଙ୍କ ରାଜାଗଣକୁ ଓ ଦେଶସ୍ଥ ନାନା ଗୋଷ୍ଠୀକୁ ସେମାନଙ୍କ ହସ୍ତରେ ସମର୍ପଣ କଲ।
|
24. So the children H1121 went in H935 and possessed H3423 H853 the land H776 , and thou subduedst H3665 before H6440 them H853 the inhabitants H3427 of the land H776 , the Canaanites H3669 , and gavest H5414 them into their hands H3027 , with their kings H4428 , and the people H5971 of the land H776 , that they might do H6213 with them as they would H7522 .
|
25. ତହିଁରେ ସେମାନେ ପ୍ରାଚୀରବେଷ୍ଟିତ ନଗରସକଳ ଓ ଉର୍ବରା ଭୂମି ନେଲେ, ସର୍ବପ୍ରକାର ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ ଗୃହ, ଖୋଦିତ କୂପ, ଦ୍ରାକ୍ଷାକ୍ଷେତ୍ର ଓ ଜୀତକ୍ଷେତ୍ର ଓ ପ୍ରଚୁର ଫଳବୃକ୍ଷ ଅଧିକାର କଲେ; ତହୁଁ ସେମାନେ ଭୋଜନ କରି ତୃପ୍ତ ଓ ପୁଷ୍ଟ ହେଲେ ଓ ତୁମ୍ଭର ମହାମଙ୍ଗଳଦାନରେ ଆନନ୍ଦ କଲେ।
|
25. And they took H3920 strong H1219 cities H5892 , and a fat H8082 land H127 , and possessed H3423 houses H1004 full H4392 of all H3605 goods H2898 , wells H953 digged H2672 , vineyards H3754 , and oliveyards H2132 , and fruit H3978 trees H6086 in abundance H7230 : so they did eat H398 , and were filled H7646 , and became fat H8080 , and delighted themselves H5727 in thy great H1419 goodness H2898 .
|
26. ତଥାପି ସେମାନେ ଅନାଜ୍ଞାବହ ହେଲେ ଓ ତୁମ୍ଭ ବିରୁଦ୍ଧରେ ବିଦ୍ରୋହାଚରଣ କଲେ ଓ ତୁମ୍ଭ ବ୍ୟବସ୍ଥା ଆପଣା ପଛକୁ ପକାଇଲେ, ଆଉ ତୁମ୍ଭର ଯେଉଁ ଭବିଷ୍ୟଦ୍ବକ୍ତାମାନେ ସେମାନଙ୍କୁ ତୁମ୍ଭ ପ୍ରତି ପୁନର୍ବାର ଫେରାଇବା ପାଇଁ ସେମାନଙ୍କୁ ଚେତାବନୀ ଦେଲେ, ତେଣୁ ସେମାନଙ୍କୁ ବଧ କଲେ ଓ ଅପମାନଜନକ କାର୍ଯ୍ୟ କଲେ।
|
26. Nevertheless they were disobedient H4784 , and rebelled H4775 against thee , and cast H7993 H853 thy law H8451 behind H310 their backs H1458 , and slew H2026 thy prophets H5030 which H834 testified H5749 against them to turn H7725 them to H413 thee , and they wrought H6213 great H1419 provocations H5007 .
|
27. ଏହେତୁ ତୁମ୍ଭେ ସେମାନଙ୍କୁ ବିପକ୍ଷଗଣ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ କ୍ଳେଶ ଦେଲେ; ମାତ୍ର କ୍ଳେଶ ସମୟରେ ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କରନ୍ତେ, ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ; ଆଉ, ଆପଣାର ବହୁବିଧ ଦୟାନୁସାରେ ସେମାନଙ୍କୁ ସେମାନଙ୍କ ବିପକ୍ଷଗଣ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।
|
27. Therefore thou deliveredst H5414 them into the hand H3027 of their enemies H6862 , who vexed H6887 them : and in the time H6256 of their trouble H6869 , when they cried H6817 unto H413 thee, thou H859 heardest H8085 them from heaven H4480 H8064 ; and according to thy manifold H7227 mercies H7356 thou gavest H5414 them saviors H3467 , who saved H3467 them out of the hand H4480 H3027 of their enemies H6862 .
|
28. ମାତ୍ର ସେମାନେ ବିଶ୍ରାମ ପାଇଲା ଉତ୍ତାରେ ପୁନର୍ବାର ତୁମ୍ଭ ଦୃଷ୍ଟିରେ କୁକର୍ମ କଲେ; ଏହେତୁ ତୁମ୍ଭେ ସେମାନଙ୍କୁ ଶତ୍ରୁଗଣ ହସ୍ତରେ ସମର୍ପଣ କଲ, ସେମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କଲେ, ତଥାପି ଯେତେବେଳେ ସେମାନେ ଫେରି ତୁମ୍ଭ ନିକଟରେ କ୍ରନ୍ଦନ କଲେ, ସେତେବେଳେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ; ଆଉ, ଅନେକ ଥର ତୁମ୍ଭେ ଆପଣା ଦୟାନୁସାରେ ସେମାନଙ୍କୁ ଉଦ୍ଧାର କଲ।
|
28. But after they had rest H5117 , they did H6213 evil H7451 again H7725 before H6440 thee : therefore leftest H5800 thou them in the hand H3027 of their enemies H341 , so that they had the dominion H7287 over them : yet when they returned H7725 , and cried H2199 unto thee, thou H859 heardest H8085 them from heaven H4480 H8064 ; and many H7227 times H6256 didst thou deliver H5337 them according to thy mercies H7356 ;
|
29. ପୁଣି, ସେମାନଙ୍କୁ ପୁନର୍ବାର ଆପଣା ବ୍ୟବସ୍ଥାରୂପ ମାର୍ଗକୁ ଆଣିବା ନିମନ୍ତେ ସେମାନଙ୍କ ଚେତାବନୀ ଦେଲ; ତଥାପି ସେମାନେ ଗର୍ବାଚରଣ କଲେ ଓ ତୁମ୍ଭ ଆଜ୍ଞାରେ କର୍ଣ୍ଣପାତ କଲେ ନାହିଁ, ମାତ୍ର ଯାହା ପାଳନ କଲେ ମନୁଷ୍ୟ ବଞ୍ଚିବ, ତୁମ୍ଭର ସେହି ଶାସନ ବିରୁଦ୍ଧରେ ପାପ କଲେ, ପୁଣି ମନଯୋଗ କଲେ ନାହିଁ ଓ ଆପଣା ଆପଣା ମନ କଠିନ କଲେ ଓ ଶୁଣିବାକୁ ଅସମ୍ମତ ହେଲେ।
|
29. And testifiedst H5749 against them , that thou mightest bring them again H7725 unto H413 thy law H8451 : yet they H1992 dealt proudly H2102 , and hearkened H8085 not H3808 unto thy commandments H4687 , but sinned H2398 against thy judgments H4941 , ( which H834 if a man H120 do H6213 , he shall live H2421 in them;) and withdrew H5414 H5637 the shoulder H3802 , and hardened H7185 their neck H6203 , and would not H3808 hear H8085 .
|
30. ତଥାପି ବହୁ ବର୍ଷ ପର୍ଯ୍ୟନ୍ତ ତୁମ୍ଭେ ସେମାନଙ୍କୁ ସହ୍ୟ କଲ ଓ ଆପଣା ଆତ୍ମା ଦ୍ୱାରା ଆପଣା ଭବିଷ୍ୟଦ୍ବକ୍ତାଗଣ ଦେଇ ସେମାନଙ୍କୁ ଚେତାବନୀ ଦେଲ; ମାତ୍ର ସେମାନେ କର୍ଣ୍ଣପାତ କରିବାକୁ ସମ୍ମତ ହେଲେ ନାହିଁ; ଏହେତୁ ତୁମ୍ଭେ ସେମାନଙ୍କୁ ଅନ୍ୟଦେଶୀୟ ଗୋଷ୍ଠୀୟମାନଙ୍କ ହସ୍ତରେ ସମର୍ପଣ କଲ।
|
30. Yet many H7227 years H8141 didst thou forbear H4900 H5921 them , and testifiedst H5749 against them by thy spirit H7307 in H3027 thy prophets H5030 : yet would they not H3808 give ear H238 : therefore gavest H5414 thou them into the hand H3027 of the people H5971 of the lands H776 .
|
31. ତଥାପି ତୁମ୍ଭେ ଆପଣା ବହୁବିଧ ଦୟାରେ ସେମାନଙ୍କୁ ନିଃଶେଷ କଲ ନାହିଁ, ଅବା ସେମାନଙ୍କୁ ପରିତ୍ୟାଗ କଲ ନାହିଁ; କାରଣ ତୁମ୍ଭେ କୃପାମୟ ଓ ଦୟାଳୁ ପରମେଶ୍ୱର ଅଟ।
|
31. Nevertheless for thy great H7227 mercies's H7356ake thou didst not H3808 utterly consume H6213 H3617 them, nor H3808 forsake H5800 them; for H3588 thou H859 art a gracious H2587 and merciful H7349 God H410 .
|
32. ଏହେତୁ ହେ ଆମ୍ଭମାନଙ୍କ ପରମେଶ୍ୱର, ମହାନ, ପରାକ୍ରାନ୍ତ ଓ ଭୟଙ୍କର ପରମେଶ୍ୱର, ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ, ଅଶୂରୀୟ ରାଜାଗଣର ସମୟଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ଉପରେ, ଆମ୍ଭମାନଙ୍କ ରାଜାଗଣ ଉପରେ, ଆମ୍ଭମାନଙ୍କ ଅଧିପତିଗଣ ଉପରେ ଓ ଆମ୍ଭମାନଙ୍କ ଯାଜକଗଣ ଉପରେ ଓ ଆମ୍ଭମାନଙ୍କ ଭବିଷ୍ୟଦ୍ବକ୍ତାଗଣ ଉପରେ ଓ ଆମ୍ଭମାନଙ୍କ ପିତୃଗଣ ଉପରେ ଓ ତୁମ୍ଭର ସମସ୍ତ ଲୋକଙ୍କ ଉପରେ ଯେ ଯେ କ୍ଳେଶ ଘଟିଅଛି, ତାହାସବୁ ତୁମ୍ଭ ଦୃଷ୍ଟିରେ କ୍ଷୁଦ୍ର ଦେଖା ନ ଯାଉ।
|
32. Now H6258 therefore , our God H430 , the great H1419 , the mighty H1368 , and the terrible H3372 God H410 , who keepest H8104 covenant H1285 and mercy H2617 , let not H408 H853 all H3605 the trouble H8513 seem little H4591 before H6440 thee, that H834 hath come upon H4672 us , on our kings H4428 , on our princes H8269 , and on our priests H3548 , and on our prophets H5030 , and on our fathers H1 , and on all H3605 thy people H5971 , since the time H4480 H3117 of the kings H4428 of Assyria H804 unto H5704 this H2088 day H3117 .
|
33. ତଥାପି ଆମ୍ଭମାନଙ୍କ ପ୍ରତି ଯାହା ଯାହା ଘଟିଅଛି, ସେସବୁରେ ତୁମ୍ଭେ ଧର୍ମମୟ ଅଟ; କାରଣ ତୁମ୍ଭେ ସତ୍ୟରେ ବ୍ୟବହାର କରିଅଛ, ମାତ୍ର ଆମ୍ଭେମାନେ ଦୁଷ୍କର୍ମ କରିଅଛୁ।
|
33. Howbeit thou H859 art just H6662 in H5921 all H3605 that is brought H935 upon H5921 us; for H3588 thou hast done H6213 right H571 , but we H587 have done wickedly H7561 :
|
34. ପୁଣି, ଆମ୍ଭମାନଙ୍କ ରାଜାଗଣ, ଆମ୍ଭମାନଙ୍କ ଅଧିପତିଗଣ, ଆମ୍ଭମାନଙ୍କ ଯାଜକଗଣ ଅବା ଆମ୍ଭମାନଙ୍କ ପିତୃଗଣ ତୁମ୍ଭ ବ୍ୟବସ୍ଥା ପାଳନ କରି ନାହାନ୍ତି, କିଅବା ତୁମ୍ଭେ ଆପଣାର ଯେଉଁ ଆଜ୍ଞା ଓ ସାକ୍ଷ୍ୟ ଦ୍ୱାରା ସେମାନଙ୍କୁ ଚେତାବନୀ ଦେଲ, ତହିଁରେ କର୍ଣ୍ଣପାତ କରି ନାହାନ୍ତି।
|
34. Neither have our kings H4428 , our princes H8269 , our priests H3548 , nor H3808 our fathers H1 , kept H6213 thy law H8451 , nor H3808 hearkened H7181 unto H413 thy commandments H4687 and thy testimonies H5715 , wherewith H834 thou didst testify H5749 against them.
|
35. ଯେଣୁ ସେମାନେ ଆପଣାମାନଙ୍କ ରାଜ୍ୟରେ, ସେମାନଙ୍କୁ ତୁମ୍ଭର ପ୍ରଦତ୍ତ ମହାମଙ୍ଗଳରେ ଓ ସେମାନଙ୍କ ସମ୍ମୁଖରେ ତୁମ୍ଭର ସମର୍ପିତ ପ୍ରଶସ୍ତ ଓ ଉର୍ବର ଦେଶରେ ତୁମ୍ଭର ସେବା କରି ନାହାନ୍ତି, କିଅବା ଆପଣା ଆପଣା ଦୁଷ୍କର୍ମରୁ ଫେରି ନାହାନ୍ତି।
|
35. For they H1992 have not H3808 served H5647 thee in their kingdom H4438 , and in thy great H7227 goodness H2898 that H834 thou gavest H5414 them , and in the large H7342 and fat H8082 land H776 which H834 thou gavest H5414 before H6440 them, neither H3808 turned H7725 they from their wicked H7451 works H4480 H4611 .
|
36. ଦେଖ, ଆଜି ଆମ୍ଭେମାନେ ଦାସ ହୋଇଅଛୁ! ପୁଣି ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶର ଫଳ ଓ ଉତ୍ତମ ଦ୍ରବ୍ୟ ଭୋଗ କରିବାକୁ ଦେଇଥିଲ, ଦେଖ, ସେହି ଦେଶରେ ଆମ୍ଭେମାନେ ଦାସ ହୋଇଅଛୁ।
|
36. Behold H2009 , we H587 are servants H5650 this day H3117 , and for the land H776 that H834 thou gavest H5414 unto our fathers H1 to eat H398 H853 the fruit H6529 thereof and the good H2898 thereof, behold H2009 , we H587 are servants H5650 in H5921 it:
|
37. ଆଉ, ଆମ୍ଭମାନଙ୍କ ପାପ ହେତୁରୁ ତୁମ୍ଭେ ଯେଉଁ ରାଜାଗଣକୁ ଆମ୍ଭମାନଙ୍କ ଉପରେ ସ୍ଥାପନ କରିଅଛ, ସେମାନେ ସେହି ଦେଶର ପ୍ରଚୁର ଫଳ ଉତ୍ପନ୍ନ କରି ଭୋଗ କରୁଅଛନ୍ତି; ମଧ୍ୟ ଆମ୍ଭମାନଙ୍କ ଶରୀର ଉପରେ ଓ ଆମ୍ଭମାନଙ୍କ ପଶୁଗଣ ଉପରେ ସେମାନଙ୍କର ସ୍ୱେଚ୍ଛାମତ କ୍ଷମତା ଅଛି, ଆଉ ଆମ୍ଭେମାନେ ମହାକ୍ଳେଶରେ ଅଛୁ;
|
37. And it yieldeth much H7235 increase H8393 unto the kings H4428 whom H834 thou hast set H5414 over H5921 us because of our sins H2403 : also they have dominion H4910 over H5921 our bodies H1472 , and over our cattle H929 , at their pleasure H7522 , and we H587 are in great H1419 distress H6869 .
|
38. ଏସବୁ ଘଟିଲେ ହେଁ ଆମ୍ଭେମାନେ ଏକ ନିଶ୍ଚିତ ନିୟମ କରି ତାହା ଲେଖୁଅଛୁ; ଆଉ, ଆମ୍ଭମାନଙ୍କ ଅଧିପତିମାନେ, ଆମ୍ଭମାନଙ୍କ ଲେବୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମୋହରାଙ୍କିତ କରୁଅଛନ୍ତି। PE
|
38. And because of all H3605 this H2063 we H587 make H3772 a sure H548 covenant , and write H3789 it ; and our princes H8269 , Levites H3881 , and priests H3548 , seal H2856 H5921 unto it .
|