|
|
1. {ସ୍ୱପ୍ନର ଅର୍ଥ ପ୍ରକାଶ} PS ଏହିସବୁ ଘଟଣା ଉତ୍ତାରେ ମିସ୍ରୀୟ ରାଜାଙ୍କର ପାନପାତ୍ର ବାହକ ଓ ସୂପକାର ଆପଣାମାନଙ୍କର ପ୍ରଭୁ ମିସ୍ରୀୟ ରାଜାଙ୍କର ପ୍ରତିକୂଳରେ ଅପରାଧ କଲେ।
|
1. And it came to pass H1961 after H310 these H428 things H1697 , that the butler H4945 of the king H4428 of Egypt H4714 and his baker H644 had offended H2398 their lord H113 the king H4428 of Egypt H4714 .
|
2. ତହିଁରେ ଫାରୋ ଆପଣାର ପ୍ରଧାନ ପାନପାତ୍ର ବାହକ ଓ ପ୍ରଧାନ ସୂପକାର ଏହି ଦୁଇ ଭୃତ୍ୟ ପ୍ରତି କ୍ରୁଦ୍ଧ ହେଲେ,
|
2. And Pharaoh H6547 was wroth H7107 against H5921 two H8147 of his officers H5631 , against H5921 the chief H8269 of the butlers H4945 , and against H5921 the chief H8269 of the bakers H644 .
|
3. ଆଉ ରକ୍ଷକ ସୈନ୍ୟାଧିପତିର ଯେଉଁ ବନ୍ଦୀ ଗୃହରେ ଯୋଷେଫ ବନ୍ଦୀ ଥିଲେ, ସେଠାରେ ସେମାନଙ୍କୁ ବନ୍ଦୀ କରି ରଖିଲେ।
|
3. And he put H5414 them in ward H4929 in the house H1004 of the captain H8269 of the guard H2876 , into H413 the prison H1004 H5470 , the place H4725 where H834 H8033 Joseph H3130 was bound H631 .
|
4. ତହିଁରେ ରକ୍ଷକ ସୈନ୍ୟାଧିପତି ଯୋଷେଫଙ୍କର ହସ୍ତରେ ସେମାନଙ୍କୁ ସମର୍ପଣ କରନ୍ତେ, ଯୋଷେଫ ସେମାନଙ୍କର ତତ୍ତ୍ୱାବଧାରଣ କରିବାକୁ ଲାଗିଲେ। ଏହି ପ୍ରକାରେ ସେମାନେ କିଛିଦିନ କାରାଗାରରେ ରହିଲେ।
|
4. And the captain H8269 of the guard H2876 charged H6485 H853 Joseph H3130 with H854 them , and he served H8334 them : and they continued H1961 a season H3117 in ward H4929 .
|
5. ଏଥିଉତ୍ତାରେ ମିସ୍ରୀୟ ରାଜାଙ୍କର ସେହି କାରାବଦ୍ଧ ପାନପାତ୍ରବାହକ ଓ ସୂପକାର ଦୁଇଜଣ ଏକ ରାତ୍ରିରେ ଦୁଇ ପ୍ରକାର ଅର୍ଥବିଶିଷ୍ଟ ଦୁଇ ସ୍ୱପ୍ନ ଦେଖିଲେ।
|
5. And they dreamed H2492 a dream H2472 both H8147 of them , each man H376 his dream H2472 in one H259 night H3915 , each man H376 according to the interpretation H6623 of his dream H2472 , the butler H4945 and the baker H644 of the king H4428 of Egypt H4714 , which H834 were bound H631 in the prison H1004 H5470 .
|
6. ତହିଁରେ ଯୋଷେଫ ପ୍ରଭାତରେ ସେମାନଙ୍କ ନିକଟକୁ ଆସିବା ବେଳେ ସେମାନଙ୍କୁ ବିଷଣ୍ଣ ଦେଖିଲେ।
|
6. And Joseph H3130 came in H935 unto H413 them in the morning H1242 , and looked upon H7200 them, and, behold H2009 , they were sad H2196 .
|
7. ତହୁଁ ଫାରୋଙ୍କର ଯେଉଁ ଭୃତ୍ୟମାନେ ତାଙ୍କ ସହିତ ତାଙ୍କ ପ୍ରଭୁର କାରାଗାରରେ ବନ୍ଦ ଥିଲେ, ସେମାନଙ୍କୁ ସେ ପଚାରିଲେ, “ଆଜି ତୁମ୍ଭମାନଙ୍କ ମୁଖ ବିଷଣ୍ଣ କାହିଁକି ?”
|
7. And he asked H7592 H853 Pharaoh H6547 's officers H5631 that H834 were with H854 him in the ward H4929 of his lord H113 's house H1004 , saying H559 , Wherefore H4069 look H6440 ye so sadly H7451 today H3117 ?
|
8. ସେମାନେ କହିଲେ, “ଆମ୍ଭେମାନେ ସ୍ୱପ୍ନ ଦେଖିଅଛୁ, ମାତ୍ର ତହିଁର ଅର୍ଥ କରିବାକୁ କେହି ନାହିଁ।” ତେବେ ଯୋଷେଫ ସେମାନଙ୍କୁ କହିଲେ, “ଅର୍ଥର ଜ୍ଞାନ କି ପରମେଶ୍ୱରଙ୍କର ଅଧୀନ ନୁହେଁ ? ବିନୟ କରୁଅଛି, ତୁମ୍ଭମାନଙ୍କ ସ୍ୱପ୍ନ ମୋତେ କୁହ।”
|
8. And they said H559 unto H413 him , We have dreamed H2492 a dream H2472 , and there is no H369 interpreter H6622 of it . And Joseph H3130 said H559 unto H413 them, Do not H3808 interpretations H6623 belong to God H430 ? tell H5608 me them , I pray you H4994 .
|
9. ତହୁଁ ପ୍ରଧାନ ପାନପାତ୍ର ବାହକ ଯୋଷେଫଙ୍କୁ ଆପଣା ସ୍ୱପ୍ନ କଥା ପ୍ରକାଶ କରି କହିଲା, “ଦେଖ, ଗୋଟିଏ ଦ୍ରାକ୍ଷାଲତା ମୋ’ ସମ୍ମୁଖରେ ଥିଲା,
|
9. And the chief H8269 butler H4945 told H5608 H853 his dream H2472 to Joseph H3130 , and said H559 to him , In my dream H2472 , behold H2009 , a vine H1612 was before H6440 me;
|
10. ସେହି ଦ୍ରାକ୍ଷାଲତାରେ ତିନି ଶାଖା ଥିଲା, ପୁଣି, ତାହା ପଲ୍ଲବିତ ହୁଅନ୍ତେ, ତହିଁରେ ଫୁଲ ଫୁଟିଲା, ଆଉ ସକଳ ପେଣ୍ଡାରେ ପେନ୍ଥା ପେନ୍ଥା ଅଙ୍ଗୁର ପାଚିଲା।
|
10. And in the vine H1612 were three H7969 branches H8299 : and it was as though it budded H6524 , and her H1931 blossoms H5322 shot forth H5927 ; and the clusters H811 thereof brought forth H1310 ripe grapes H6025 :
|
11. ସେତେବେଳେ ମୋ’ ହସ୍ତରେ ଫାରୋଙ୍କର ପାନପାତ୍ର ଥିବାରୁ ସେହି ପାତ୍ରରେ ମୁଁ ସେହି ଦ୍ରାକ୍ଷାଫଳ ଘେନି ଚିପୁଡ଼ି ଫାରୋଙ୍କର ହସ୍ତରେ ସେହି ପାତ୍ର ଦେଲି।”
|
11. And Pharaoh H6547 's cup H3563 was in my hand H3027 : and I took H3947 H853 the grapes H6025 , and pressed H7818 them into H413 Pharaoh H6547 's cup H3563 , and I gave H5414 H853 the cup H3563 into H5921 Pharaoh H6547 's hand H3709 .
|
12. ତହିଁରେ ଯୋଷେଫ ତାହାକୁ କହିଲେ, “ଏଥିର ଅର୍ଥ ଏହି; ସେହି ତିନି ଶାଖାରେ ତିନି ଦିନ ବୁଝାଏ।”
|
12. And Joseph H3130 said H559 unto him, This H2088 is the interpretation H6623 of it : The three H7969 branches H8299 are three H7969 days H3117 :
|
13. ତିନି ଦିନ ମଧ୍ୟରେ ଫାରୋ ତୁମ୍ଭର ମସ୍ତକ ଉଠାଇ ତୁମ୍ଭକୁ ନିଜ ପଦରେ ପୁନର୍ବାର ନିଯୁକ୍ତ କରିବେ; ତହିଁରେ ତୁମ୍ଭେ ପୂର୍ବପରି ପାନପାତ୍ର ବାହକ ହୋଇ ପୁନର୍ବାର ଫାରୋଙ୍କର ହସ୍ତରେ ପାନପାତ୍ର ଦେବ।
|
13. Yet H5750 within three H7969 days H3117 shall Pharaoh H6547 lift up H5375 H853 thine head H7218 , and restore H7725 thee unto H5921 thy place H3653 : and thou shalt deliver H5414 Pharaoh H6547 's cup H3563 into his hand H3027 , after the former H7223 manner H4941 when H834 thou wast H1961 his butler H4945 .
|
14. ମାତ୍ର ତୁମ୍ଭର ମଙ୍ଗଳ ହେଲେ, ମୋତେ ସ୍ମରଣ କରିବ, ପୁଣି, ମୋ’ ପ୍ରତି ଦୟା କରି ଫାରୋଙ୍କ ଛାମୁରେ ମୋ’ ବିଷୟ କହି ମୋତେ ଏହି କାରାଗାରରୁ ମୁକ୍ତ କରିବ।
|
14. But H3588 H518 think on H2142 me when H834 it shall be well H3190 with thee , and show H6213 kindness H2617 , I pray thee H4994 , unto H5973 me , and make mention H2142 of me unto H413 Pharaoh H6547 , and bring me out H3318 of H4480 this H2088 house H1004 :
|
15. କାରଣ ଏବ୍ରୀୟମାନଙ୍କ ଦେଶରୁ ଲୋକମାନେ ମୋତେ ନିତାନ୍ତ ଚୋରି କରି ଆଣିଅଛନ୍ତି; ପୁଣି, ଏହି ସ୍ଥାନରେ ମଧ୍ୟ ମୁଁ କିଛି କରି ନାହିଁ, ତଥାପି ସେମାନେ ମୋତେ ଏହି କାରାକୂପରେ ବନ୍ଦ କରିଅଛନ୍ତି।
|
15. For H3588 indeed I was stolen away H1589 H1589 out of the land H4480 H776 of the Hebrews H5680 : and here H6311 also H1571 have I done H6213 nothing H3808 H3972 that H3588 they should put H7760 me into the dungeon H953 .
|
16. ତହିଁରେ ସେ ଉତ୍ତମ ଅର୍ଥ କଲେ, ପ୍ରଧାନ ସୂପକାର ଏହା ଦେଖି ଯୋଷେଫଙ୍କୁ କହିଲା, “ମୁଁ ମଧ୍ୟ ସ୍ୱପ୍ନ ଦେଖିଅଛି; ଦେଖ, ମୋ’ ମସ୍ତକ ଉପରେ ଶୁକ୍ଳ ପିଷ୍ଟକର ତିନୋଟି ଡାଲା।
|
16. When the chief H8269 baker H644 saw H7200 that H3588 the interpretation H6622 was good H2896 , he said H559 unto H413 Joseph H3130 , I H589 also H637 was in my dream H2472 , and, behold H2009 , I had three H7969 white H2751 baskets H5536 on H5921 my head H7218 :
|
17. ସର୍ବଉପର ଡାଲାରେ ଫାରୋଙ୍କର ଭୋଜନ ନିମନ୍ତେ ନାନା ପ୍ରକାର ପକ୍ୱାନ୍ନ ଥିଲା; ଆଉ ପକ୍ଷୀଗଣ ଆସି ମୋର ମସ୍ତକରେ ଥିବା ଡାଲାରୁ ତାହା ଘେନି ଖାଇଲେ।”
|
17. And in the uppermost H5945 basket H5536 there was of all manner H4480 H3605 of bakedmeats H3978 H4639 H644 for Pharaoh H6547 ; and the birds H5775 did eat H398 them out of H4480 the basket H5536 upon H4480 H5921 my head H7218 .
|
18. ସେତେବେଳେ ଯୋଷେଫ ଉତ୍ତର କଲେ, “ଏଥିର ଅର୍ଥ ଏହି, ସେହି ତିନି ଡାଲାରେ ତିନି ଦିନ ବୁଝାଏ।”
|
18. And Joseph H3130 answered H6030 and said H559 , This H2088 is the interpretation H6623 thereof : The three H7969 baskets H5536 are three H7969 days H3117 :
|
19. ତିନି ଦିନ ମଧ୍ୟରେ ଫାରୋ ତୁମ୍ଭ ଶରୀରରୁ ତୁମ୍ଭ ମସ୍ତକ ଉଠାଇ ତୁମ୍ଭକୁ ବୃକ୍ଷ ଉପରେ ଟଙ୍ଗାଇବେ, ପୁଣି, ପକ୍ଷୀଗଣ ଆସି ତୁମ୍ଭ ଗାତ୍ରରୁ ତୁମ୍ଭ ମାଂସ ଖାଇବେ।
|
19. Yet H5750 within three H7969 days H3117 shall Pharaoh H6547 lift up H5375 H853 thy head H7218 from off H4480 H5921 thee , and shall hang H8518 thee on H5921 a tree H6086 ; and the birds H5775 shall eat H398 H853 thy flesh H1320 from off H4480 H5921 thee.
|
20. ଏଥିଉତ୍ତାରେ ତୃତୀୟ ଦିନରେ ଫାରୋଙ୍କର ଜନ୍ମଦିନ ଉପସ୍ଥିତ ହେବାରୁ ସେ ଆପଣା ସମସ୍ତ ଦାସଙ୍କ ନିମନ୍ତେ ଭୋଜ ପ୍ରସ୍ତୁତ କଲେ। ତହିଁରେ ସେ ଆପଣା ସମସ୍ତ ଦାସଙ୍କ ସାକ୍ଷାତରେ ପ୍ରଧାନ ପାନପାତ୍ର ବାହକର ଓ ପ୍ରଧାନ ସୂପକାରର ମସ୍ତକ ଉଠାଇଲେ।
|
20. And it came to pass H1961 the third H7992 day H3117 , which was H853 Pharaoh H6547 's birthday H3117 H3205 , that he made H6213 a feast H4960 unto all H3605 his servants H5650 : and he lifted up H5375 H853 the head H7218 of the chief H8269 butler H4945 and of the chief H8269 baker H644 among H8432 his servants H5650 .
|
21. ପୁଣି, ଯୋଷେଫଙ୍କର କଥିତ ଅର୍ଥାନୁସାରେ ଫାରୋ ପ୍ରଧାନ ପାନପାତ୍ର ବାହାକକୁ ତାହାର ନିଜ ପଦରେ ପୁନର୍ବାର ନିଯୁକ୍ତ କଲେ; ତହିଁରେ ସେ ଫାରୋଙ୍କର ହସ୍ତରେ ପାନପାତ୍ର ଦେବାକୁ ଲାଗିଲା।
|
21. And he restored H7725 H853 the chief H8269 butler H4945 unto H5921 his butlership H4945 again ; and he gave H5414 the cup H3563 into H5921 Pharaoh H6547 's hand H3709 :
|
22. ମାତ୍ର ସେ ପ୍ରଧାନ ସୂପକାରକୁ ବୃକ୍ଷରେ ଟଙ୍ଗାଇଲେ;
|
22. But he hanged H8518 the chief H8269 baker H644 : as H834 Joseph H3130 had interpreted H6622 to them.
|
23. ତଥାପି, ପ୍ରଧାନ ପାନପାତ୍ରବାହକ ଯୋଷେଫଙ୍କୁ ସ୍ମରଣ କଲା ନାହିଁ, ମାତ୍ର ତାଙ୍କୁ ପାସୋରି ଗଲା। PE
|
23. Yet did not H3808 the chief H8269 butler H4945 remember H2142 H853 Joseph H3130 , but forgot H7911 him.
|